📢 କୋରାପୁଟ ବିଧାୟକଙ୍କ ବାସଭବନରେ ବିଜେପିର ମିଶ୍ରଣ ପର୍ବ
କୋରାପୁଟ ବିଧାୟକ ରଘୁରାମ ମାଛଙ୍କ ବାସଭବନରେ ବିଜେପି ପକ୍ଷରୁ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ଏହି ମିଶ୍ରଣ ପର୍ବରେ ବିଭିନ୍ନ ଦଳ ଛାଡ଼ି ଶତାଧିକ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଶୈଳୀରେ ଅନୁପ୍ରାଣିତ ହୋଇ ସେମାନେ ବିଜେପିରେ ଯୋଗ ଦେଇଥିବା କହିଛନ୍ତି।
ବିଧାୟକ ରଘୁରାମ ମାଛ କହିଛନ୍ତି, ଡବଲ ଇଞ୍ଜିନ ସରକାରରେ ଡବଲ ଉନ୍ନତି ଜାରି ରହିଛି। ଆଗାମୀ ଦିନରେ ମଧ୍ୟ ଏଭଳି ମିଶ୍ରଣ ପର୍ବ ଜାରି ରହିବ ବୋଲି ସେ ପ୍ରକାଶ କରିଛନ୍ତି।
#Koraput #BJP #RaghuramMachha #BJPJoining #PoliticalNews #KoraputNews #OdishaPolitics #DoubleEngineGovernment
Koraput Town, Koraput | Aug 17, 2026