#ପ୍ଲାଷ୍ଟିକ_ବିରୋଧରେ_ସଚେତନତା_ପଦଯାତ୍ରା
ଜୟପୁର: ପ୍ଲାଷ୍ଟିକ ବ୍ୟବହାର ହ୍ରାସ ଓ ସ୍ୱଚ୍ଛତା ନେଇ ଜୟପୁର ପୌରପାଳିକା ପକ୍ଷରୁ ସଚେତନତା ପଦଯାତ୍ରା ଅନୁଷ୍ଠିତ। ପୁରୁଣା ଓ.ଏସ୍.ଆର୍.ଟି.ସି. ବସଷ୍ଟାଣ୍ଡରୁ ରାଜାନଗର ଛକ ପର୍ଯ୍ୟନ୍ତ ଚାଲିଥିଲା ଏହି ପଦଯାତ୍ରା।
ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଜୟପୁର ଚାମ୍ବର ଅଫ୍ କମର୍ସ ଆଣ୍ଡ୍ ଇଣ୍ଡଷ୍ଟ୍ରିର ସଦସ୍ୟମାନେ ଏଥିରେ ସାମିଲ ହୋଇ ପ୍ଲାଷ୍ଟିକ ବିରୋଧୀ ସ୍ଲୋଗାନ ଦେଇ ଲୋକଙ୍କୁ ସଚେତନ କରିଥିଲେ।
“ପ୍ଲାଷ୍ଟିକକୁ ନା କହିବା, ସ୍ୱଚ୍ଛ ଜୟପୁର ଗଢ଼ିବା” ବାର୍ତ୍ତା ଦେଇ ପରିବେଶ ସୁରକ୍ଷା ପାଇଁ ସମସ୍ତଙ୍କ ସହଯୋଗ ଆହ୍ୱାନ କରାଯାଇଥିଲା।
#ଜୟପୁର #Jaypur #PlasticFree #SwachhataHiSeva #ସ୍ୱଚ୍ଛଜୟପୁର #ପ୍ଲାଷ୍ଟିକବିରୋଧୀ #ସଚେତନତା #CleanJaypur #News11Odia
Koraput Town, Koraput | Oct 2, 2026