#କୋରାପୁଟରେ_ବିଜେଡିର_ଜନସମ୍ପର୍କ_ପଦଯାତ୍ରା
କୋରାପୁଟ ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଅଭିଯାନ। ଅକ୍ଟୋବର ୨ରୁ ନଭେମ୍ବର ୨ ପର୍ଯ୍ୟନ୍ତ ମାସେ ଧରି ଏହି ଅଭିଯାନ ଚାଲିବ। ରାଜ୍ୟସ୍ତରରେ ମଧ୍ୟ ବିଜେଡି ଏହି ସମୟସୀମାରେ ଜନସମ୍ପର୍କ ପଦଯାତ୍ରା ଆରମ୍ଭ କରିଛି।
ଗାଁ ଗାଁକୁ ଯାଇ ଲୋକଙ୍କ ସହ ଜନସମ୍ପର୍କ କରିବେ ଦଳୀୟ ନେତା ଓ କର୍ମୀ। ବିଭିନ୍ନ ଜନସମସ୍ୟା, ସରକାରୀ ଯୋଜନା ଓ ରାଜ୍ୟ ସରକାରଙ୍କ କାର୍ଯ୍ୟକଳାପକୁ ନେଇ ଦଳର ମତ ଲୋକଙ୍କ ନିକଟରେ ରଖାଯିବ ବୋଲି ବିଜେଡି କହିଛି।
ଏହି ଅବସରରେ ଦଳକୁ ସୁଦୃଢ଼ କରିବା ଓ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଏକଜୁଟ ହୋଇ କାମ କରିବା ପାଇଁ ଦଳୀୟ ନେତା ଓ କର୍ମୀମାନେ ଶପଥ ପାଠ କରିଥିଲେ।
📍 କୋରାପୁଟ
📅 ଅକ୍ଟୋବର ୨ – ନଭେମ୍ବର ୨
#BJD #JanSamparkaPadayatra #Koraput #KoraputNews #OdishaPolitics #OdishaNews #News11Odia
Koraput Town, Koraput | Oct 2, 2026