Public App Logo
Profile Picture

Bouddha times

@bouddhatimes7
1231Followers
0Following
ବୌଦ୍ଧ ଜିଲ୍ଲାରେ ମେଗା ରକ୍ତଦାନ ଶିବିର: ରେକର୍ଡ ସଂଖ୍ୟକ ୩୦୦ ୟୁନିଟ ରକ୍ତ ସଂଗ୍ରହ! 
​ଜିଲ୍ଲା ସେବା ସଂକଳ୍ପ ଅଭିଯାନ-୨୦୨୬ ଓ ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଦିବସ ଅବସରରେ, ଜୁନିଅର ରେଡକ୍ରସ ସୋସାଇଟି (ଜିଲ୍ଲା ଶିକ୍ଷା ବିଭାଗ, ବୌଦ୍ଧ) ଆନୁକୂଲ୍ୟରେ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ, ଜହ୍ନାପଙ୍କ ପରିସରରେ ଏକ ବିଶାଳ ରକ୍ତଦାନ ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି l 
​ଜିଲ୍ଲାପାଳ ଶ୍ରୀ ବିଭୂତି ଭୂଷଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରେଡକ୍ରସ ପତାକା ଉତ୍ତୋଳନ କରି ଶିବିରର ଶୁଭାରମ୍ଭ କରିଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଟେମଲାଲ ଦୁବେ।
​ଜିଲ୍ଲା ଶିକ୍ଷା ଅଧିକାରୀ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ସ୍ଥାନୀୟ ଦମ୍ପତିମାନେ ସପତ୍ନୀକ ରକ୍ତଦାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିଲେ।
 ପ୍ରଥମ ମହିଳା ରକ୍ତଦାତା, ଯୁଗ୍ମ (ସପତ୍ନୀକ) ରକ୍ତଦାତା, ବାପା-ଝିଅ ଏବଂ ସମସ୍ତ ରକ୍ତଦାତାଙ୍କୁ ପ୍ରଶଂସା ପତ୍ର ଓ ଉପହାର ଦେଇ ସମ୍ମାନିତ କରାଯାଇଥିଲା।
​ଶିବିରରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀ, ଡାକ୍ତରୀ ଟିମ୍‌, ସ୍ଥାନୀୟ କମିଟି, ଯୁବକ ସଂଘ ଓ ସାମ୍ବାଦିକବୃନ୍ଦ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ।
​ମାନବସେବା ପାଇଁ ଆଗେଇ ଆସିଥିବା ସମସ୍ତ ସ୍ୱେଚ୍ଛାକୃତ ରକ୍ତଦାତା ଓ ସହଯୋଗୀଙ୍କୁ ଅଶେଷ ଧନ୍ୟବାଦ! 
​<nis:link nis:type=tag nis:id=boudh nis:value=Boudh nis:enabled=true nis:link/> <nis:link nis:type=tag nis:id=blooddonation nis:value=BloodDonation nis:enabled=true nis:link/> <nis:link nis:type=tag nis:id=juniorredcross nis:value=JuniorRedCross nis:enabled=true nis:link/> <nis:link nis:type=tag nis:id=sebasankalpaabhiyan nis:value=SebaSankalpaAbhiyan nis:enabled=true nis:link/> <nis:link nis:type=tag nis:id=blooddonationcamp nis:value=BloodDonationCamp nis:enabled=true nis:link/> <nis:link nis:type=tag nis:id=odishanews nis:value=OdishaNews nis:enabled=true nis:link/> <nis:link nis:type=tag nis:id=redcross nis:value=RedCross nis:enabled=true nis:link/> <nis:link nis:type=tag nis:id=voluntaryblooddonation nis:value=VoluntaryBloodDonation nis:enabled=true nis:link/>
ବୌଦ୍ଧ ପୋଲିସ ପକ୍ଷରୁ "ମିଶନ୍ ଜୀବନ ରକ୍ଷା"ର ଶୁଭାରମ୍ଭ! 
​ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ହ୍ରାସ କରିବା ଏବଂ ସମସ୍ତଙ୍କ ଯାତ୍ରାକୁ ସୁରକ୍ଷିତ କରିବା ଲକ୍ଷ୍ୟରେ, ମାନ୍ୟବର ପୋଲିସ ଆରକ୍ଷୀ ଅଧୀକ୍ଷକଙ୍କ ଦୂରଦୃଷ୍ଟିସମ୍ପନ୍ନ ଚିନ୍ତାଧାରାରୁ ଆରମ୍ଭ ହୋଇଛି "ମିଶନ୍ ଜୀବନ ରକ୍ଷା" ଅଭିଯାନ।
​ସାଥୀରେ ଅଛନ୍ତି: ସ୍ୱାସ୍ଥ୍ୟ ବିଭାଗ, ଅଗ୍ନିଶମ ସେବା ଓ RTO।
​"ସୁରକ୍ଷିତ ରାସ୍ତା | ସୁରକ୍ଷିତ ଲୋକ | ସୁଦୃଢ଼ ​​ସମାଜ"
 "ପ୍ରତ୍ୟେକ ଜୀବନ ମୂଲ୍ୟବାନ"
​ଏହି ମିଶନର ୫ଟି ପ୍ରମୁଖ ସଚେତନତା ବାର୍ତ୍ତା:
1️⃣ ଗୁଡ୍ ସାମାରିଟାନ୍ (ରାହ-ବୀର) ହୁଅନ୍ତୁ: ଦୁର୍ଘଟଣାସ୍ଥଳରେ ଅଟକନ୍ତୁ, ୧୧୨କୁ କଲ୍ କରନ୍ତୁ, ସାହାଯ୍ୟ କରନ୍ତୁ। (ସହାୟତା ପ୍ରଦାନକାରୀଙ୍କ ପାଇଁ ସମ୍ପୂର୍ଣ୍ଣ ଆଇନଗତ ସୁରକ୍ଷା ରହିଛି)
2️⃣ 'ଗୋଲଡେନ୍ ଆୱାର୍'ର ମହତ୍ତ୍ୱ: ଦୁର୍ଘଟଣାର ପ୍ରଥମ ୧ ଘଣ୍ଟା ମଧ୍ୟରେ ଚିକିତ୍ସା ସହାୟତା ଜଣଙ୍କ ଜୀବନ ବଞ୍ଚାଇପାରେ।
3️⃣ ସୁରକ୍ଷା ଉପକରଣ: ଦୁଇଚକିଆ ଚାଳକ ହେଲମେଟ୍ ଏବଂ ଚାରିଚକିଆ ଚାଳକ ସିଟ୍ ବେଲ୍ଟ ନିଶ୍ଚୟ ବ୍ୟବହାର କରନ୍ତୁ।
4️⃣ ବେପରୁଆ ଗାଡ଼ି ଚାଳନାକୁ ନା: 'ଡ୍ରିଫ୍ଟିଂ' ଏବଂ ଅସାବଧାନ ଗାଡ଼ି ଚାଳନାରୁ ଦୂରେଇ ରୁହନ୍ତୁ।
5️⃣ ମଦ୍ୟପାନ କରି ଗାଡ଼ି ଚଲାନ୍ତୁ ନାହିଁ: ଏହା ମୃତ୍ୟୁର କାରଣ ହୋଇପାରେ।
​ଆସନ୍ତୁ, ସଡ଼କ ନିୟମ ମାନିବା ଏବଂ ଅମୂଲ୍ୟ ଜୀବନ ରକ୍ଷା କରିବାରେ ବୌଦ୍ଧ ପୋଲିସକୁ ସହଯୋଗ କରିବା। 
​<nis:link nis:type=tag nis:id=boudhpolice nis:value=BoudhPolice nis:enabled=true nis:link/> <nis:link nis:type=tag nis:id=missionjibanaraksha nis:value=MissionJibanaRaksha nis:enabled=true nis:link/> <nis:link nis:type=tag nis:id=roadsafety nis:value=RoadSafety nis:enabled=true nis:link/> <nis:link nis:type=tag nis:id=goodsamaritan nis:value=GoodSamaritan nis:enabled=true nis:link/> <nis:link nis:type=tag nis:id=drivesafe nis:value=DriveSafe nis:enabled=true nis:link/> <nis:link nis:type=tag nis:id=savelives nis:value=SaveLives nis:enabled=true nis:link/> <nis:link nis:type=tag nis:id=odishapolice nis:value=OdishaPolice nis:enabled=true nis:link/>
ନମ୍ରତା ଫାଉଣ୍ଡେସନ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ 
 ବୌଦ୍ଧ ଜିଲ୍ଲା ଅନ୍ତର୍ଗତ ଗୋଛାପଡା ଗ୍ରାମ ପଞ୍ଚାୟତ ଝାରମୁଣ୍ଡା ଗ୍ରାମର ହାଟପଦା  ନିକଟ ପଡିଆ ଠାରେ ନମ୍ରତା ଫାଉଣ୍ଡେସନ ପକ୍ଷରୁ ଏକ ବିଶାଳ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି,ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ଦୀର୍ଘ ୨୫୦ ରୁ ଉର୍ଦ୍ଧ କଦମ୍ବ,ଜାମ୍ବୁ, ପିଜୁଳି, ଶିଶ, କରଞ୍ଜ, ଲେମ୍ବୁ ଆଦି ଅନେକ ଗୁଡିଏ ଗଛ ଲଗାଯାଇ ଭବିଷ୍ୟତ ରେ ଏହିଗଛ ଗୁଡିକ ର କିପରି ଯତ୍ନ ନିଆଯିବ ତାର ମଧ୍ୟ ବ୍ୟବସ୍ଥା କରାଯାଇଛି,ଏହି କାର୍ଯ୍ୟକ୍ରମ କରିବା ଦ୍ୱାରା କିପରି ଭାବେ ପରିବେଶ ସୁରକ୍ଷା ରହିବା ସହିତ ସମାଜର ମଙ୍ଗଳ ହେବ ସେହି ବିଷୟରେ ସଚେତନତା କରାଯାଇଥିଲା,ଏହି କାର୍ଯ୍ୟକ୍ରମ ରେ ନମ୍ରତା ଫାଉଣ୍ଡେସନ ର ସଭାପତି ମହେନ୍ଦ୍ର ମହାକୁଳ,ସକ୍ରିୟ ସଦସ୍ୟ ଆଦିତ୍ୟ କୁମାର ମହାକୁଳ,ମକରଧ୍ୱଜ ବାରିକ, ଶଶୀ ମହାକୁଡ଼, ବସନ୍ତ ଭୋଇ, ଶ୍ରବଣ ବାରିକ,କାହ୍ନା ମଲିକ, ଆଶିଷ ମଲିକ, ଟୁଲୁ ଝଙ୍କାର, ଦାମୋଦର ମିଶ୍ର, ଧରଣୀଧର କର୍ଣ୍ଣ, ପ୍ରହଲ୍ଲାଦ ମଲିକ, ସର୍ବେଶ୍ୱର ବାରିକ, ଦୁର୍ଯ୍ୟୋଧନ ବଂଚୋର, ଯଶସ୍ବୀ କୁମାର ସିଂହ, ଲିପୁନ ମହାକୁଳ, ମହେନ୍ଦ୍ର ମହାକୁଳ, ମହେଶ ବାରିକ,ବିଜୟ ବାରିକ ଏବଂ ଝାରମୁଣ୍ଡା ଦୁର୍ଗା ପୂଜା କମିଟିର ସମସ୍ତ ସଦସ୍ୟ ଏହି କାର୍ଯ୍ୟକ୍ରମ କୁ ସଫଳ କରିବାରେ ସହଯୋଗ କରିଥିଲେ
<nis:link nis:type=tag nis:id=namratafoundation nis:value=NamrataFoundation nis:enabled=true nis:link/> <nis:link nis:type=tag nis:id=boudh nis:value=Boudh nis:enabled=true nis:link/> <nis:link nis:type=tag nis:id=treeplantation nis:value=TreePlantation nis:enabled=true nis:link/> <nis:link nis:type=tag nis:id=greenenvironment nis:value=GreenEnvironment nis:enabled=true nis:link/> <nis:link nis:type=tag nis:id=environmentprotection nis:value=EnvironmentProtection nis:enabled=true nis:link/> <nis:link nis:type=tag nis:id=boudhnews nis:value=BoudhNews nis:enabled=true nis:link/> <nis:link nis:type=tag nis:id=odisha nis:value=Odisha nis:enabled=true nis:link/>
ବୌଦ୍ଧରେ  ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ l ସେମାନଙ୍କ ସୁଖ ସ୍ୱାଚ୍ଛନ୍ଦ୍ୟ ଉପରେ ଧ୍ୟାନ ଦେବା ପାଇଁ ଜିଲ୍ଲାପାଳଙ୍କ ସମାଜକୁ ଆହ୍ୱାନ l 
ବୌଦ୍ଧ ଜିଲ୍ଲାରେ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳନ ସମାରୋହ ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ୟ କ୍ରମରେ ମୁଖ୍ଯ ଅତିଥି ଭାବରେ  ଜିଲ୍ଲାପାଳ  ବିଭୁତି ଭୁଷଣ ନାୟକ, ସମ୍ମାନିତ ଅତିଥି ଭାବରେ ବରିଷ୍ଠ ନାଗରିକ ମଞ୍ଚର ସଭାପତି, ସମ୍ପାଦକ ପ୍ରମୁଖ ଯୋଗ ଦେଇଥିଲେ l ସଭାରେ ସଦସ୍ଯ ବୃନ୍ଦ, ଜରାନିବାସର ବରିଷ୍ଠ ନାଗରିକ, ବୌଦ୍ଧ ବ୍ଲକ ଅଞ୍ଚଳର ବରିଷ୍ଠ ନାଗରିକ ବୃନ୍ଦ, ବୁଦ୍ଧିଜୀବୀ,ପୋଲିସ ପ୍ରଶାସନ, ମେଡିକାଲ ଟିମ,ଫାୟାର ଟିମ,ଆମ୍ୱୁଲେନସ, ସମାଜ ସେବୀ ,ପ୍ରଜାପତି ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ସଦସ୍ୟ, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଯୋଗ ଦେଇ ଥିଲେ। ଯୋଗ,   ବରିଷ୍ଠ ନାଗରିକ ସଚେତନତା କାର୍ଯ୍ଯକ୍ରମ ଯୋଜନା, ମେଡିକାଲ କ୍ଯାମ୍ପ ଇତ୍ୟାଦି ଅନୁଷ୍ଠିତ ହେଇଥିଲା। ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ରାଜିନ୍ଦ୍ର କିଷାନ୍ ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିଲେ l ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର କର୍ମକର୍ତ୍ତା ଶିବିର ପରିଚାଳନାରେ ସହଯୋଗ  କରିଥିଲେ
​<nis:link nis:type=tag nis:id=boudh nis:value=Boudh nis:enabled=true nis:link/> <nis:link nis:type=tag nis:id=internationaldayofolderpersons nis:value=InternationalDayOfOlderPersons nis:enabled=true nis:link/> <nis:link nis:type=tag nis:id=seniorcitizenday nis:value=SeniorCitizenDay nis:enabled=true nis:link/> <nis:link nis:type=tag nis:id=boudhnews nis:value=BoudhNews nis:enabled=true nis:link/> <nis:link nis:type=tag nis:id=socialwelfare nis:value=SocialWelfare nis:enabled=true nis:link/>
ମନମୁଣ୍ଡା ପୋଲିସକୁ ବଡ଼ ସଫଳତା: ହତ୍ୟାକାଣ୍ଡର ମୁଖ୍ୟ ଆସାମୀ ଗିରଫ 
​ମନମୁଣ୍ଡା ଥାନା ଅନ୍ତର୍ଗତ କପାସିରା ଗ୍ରାମର ସଂଜୀବ ମହାକୁଡ଼ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ପୃଥୀରାଜ ବଗର୍ତି (୪୬)ଙ୍କୁ ଆଜି ମନମୁଣ୍ଡା ପୋଲିସ ଟୀମ ଗିରଫ କରିଛି।
​ଗତ ୨୨.୦୯.୨୦୨୬ ରିଖ ରାତିରେ ଏହି ହତ୍ୟାକାଣ୍ଡ ଘଟିଥିଲା। ପୋଲିସ ଅଭିଯୁକ୍ତ ନିକଟରୁ ହତ୍ୟା ସମୟରେ ବ୍ୟବହୃତ ଟାଙ୍ଗିଆ ଓ ପୋଷାକ ଜବତ କରିବା ସହ ଆଜି ତାଙ୍କୁ କୋର୍ଟ ଚାଲାଣ କରିଛି।
​<nis:link nis:type=tag nis:id=manamundapolice nis:value=ManamundaPolice nis:enabled=true nis:link/> <nis:link nis:type=tag nis:id=odishapolice nis:value=OdishaPolice nis:enabled=true nis:link/> <nis:link nis:type=tag nis:id=crimeupdate nis:value=CrimeUpdate nis:enabled=true nis:link/> <nis:link nis:type=tag nis:id=boudhnews nis:value=BoudhNews nis:enabled=true nis:link/>
ଘଣ୍ଟାପଡ଼ା ପୋଲିସ ଦ୍ୱାରା ଜଳସେଚନ ମୋଟର ଚୋରି ମାମଲାର ପର୍ଦ୍ଦାଫାଶ; ୨ ଗିରଫ
​ମାଣିକପୁର ଗ୍ରାମର ପାଣିପଞ୍ଚାୟତ ସଭାପତି ଭୁବନ ଭୋଇଙ୍କ ଅଭିଯୋଗ ଆଧାରରେ ତେଲ ନଦୀ କୂଳ ଚାଷଜମିରୁ ୧୫ HP 'Lubi' ମୋଟର ପମ୍ପ ଚୋରି ମାମଲା (ଘଣ୍ଟାପଡ଼ା PS କେସ୍ ନଂ-୧୭୪/୨୦୨୬)ର  ତଦନ୍ତ କରାଯାଇଛି।
​ଏଏସଆଇ କୁମୁଦ ସେଠୀ ଓ  ଟିମ୍ ଚଢ଼ଉ କରି ଘଣ୍ଟାପଡ଼ା ଗ୍ରାମର ଦୁଇ ଅଭିଯୁକ୍ତ ମୋତିଲାଲ ମଲ୍ଲିକ (୩୮) ଓ ଗୁପ୍ତେଶ୍ୱର ମଲ୍ଲିକ (୩୧)ଙ୍କୁ ଗିରଫ କରିଛନ୍ତି। ସେମାନଙ୍କ ନିକଟରୁ ଚୋରି ହୋଇଥିବା ମୋଟର ପମ୍ପ ଏବଂ ୧୮ ଟି ଲୁହା ରଡ୍ ଜବତ କରାଯାଇ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।
​<nis:link nis:type=tag nis:id=boudhpolice nis:value=BoudhPolice nis:enabled=true nis:link/> <nis:link nis:type=tag nis:id=ghantapadaps nis:value=GhantapadaPS nis:enabled=true nis:link/> <nis:link nis:type=tag nis:id=crimeupdate nis:value=CrimeUpdate nis:enabled=true nis:link/> <nis:link nis:type=tag nis:id=odishapoliceorganisation nis:value=odishapoliceorganisation nis:enabled=true nis:link/>
କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ବୌଦ୍ଧ 
​ଆଜି ଜିଲ୍ଲା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତରଫରୁ କୃଷକମାନଙ୍କ ପାଇଁ ଏକ ଦକ୍ଷତା ବୃଦ୍ଧି ତାଲିମ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।
​ଏହି ତାଲିମ ଶିବିରରେ କୃଷି ବିଶେଷଜ୍ଞମାନେ ଯୋଗଦେଇ ଆଧୁନିକ କୃଷି ପ୍ରଣାଳୀ, ଉନ୍ନତ ମାନର ବିହନ ବ୍ୟବହାର, ମୃତ୍ତିକା ପରୀକ୍ଷା, ଜୈବିକ ଖତର ବ୍ୟବହାର ଏବଂ ସରକାରୀ ଯୋଜନାର ଲାଭ କିପରି ନେଇପାରିବେ, ସେ ସମ୍ପର୍କରେ ଚାଷୀ ଭାଇମାନଙ୍କୁ ବିସ୍ତୃତ ତାଲିମ ଓ ପରାମର୍ଶ ଦେଇଥିଲେ।
​ଏହି କାର୍ଯ୍ୟକ୍ରମ ଦ୍ୱାରା ଅଞ୍ଚଳର ବହୁ ଚାଷୀ ଉପକୃତ ହେବା ସହ କୃଷି କ୍ଷେତ୍ରରେ ନୂତନ ଜ୍ଞାନକୌଶଳ ଆପଣାଇବା ପାଇଁ ଉତ୍ସାହିତ ହୋଇଛନ୍ତି।
​<nis:link nis:type=tag nis:id=boudhnews nis:value=BoudhNews nis:enabled=true nis:link/> <nis:link nis:type=tag nis:id=agriculturedepartment nis:value=AgricultureDepartment nis:enabled=true nis:link/> <nis:link nis:type=tag nis:id=farmertraining nis:value=FarmerTraining nis:enabled=true nis:link/> <nis:link nis:type=tag nis:id=odishaagriculture nis:value=OdishaAgriculture nis:enabled=true nis:link/> <nis:link nis:type=tag nis:id=farmerempowerment nis:value=FarmerEmpowerment nis:enabled=true nis:link/> <nis:link nis:type=tag nis:id=boudh nis:value=Boudh nis:enabled=true nis:link/> Update
ବୌଦ୍ଧ ଜିଲ୍ଲାରେ ସ୍ୱାସ୍ଥ୍ୟରୁ ସ୍ୱାବଲମ୍ବନ ପର୍ଯ୍ୟନ୍ତ ବିକାଶର ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି 

ବୌଦ୍ଧ ଜିଲ୍ଲାରେ ସ୍ୱାସ୍ଥ୍ୟରୁ ସ୍ୱାବଲମ୍ବନ ପର୍ଯ୍ୟନ୍ତ ବିକାଶର ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି।
​
ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ସରକାରଙ୍କ ପକ୍ଷରୁ ବୌଦ୍ଧବାସୀଙ୍କୁ ମିଳିଛି ୩୦୦ ଶଯ୍ୟା ବିଶିଷ୍ଟ ନୂତନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ। CT Scan, X-Ray, ଆପାତକାଳୀନ ସେବା, ଫିଜିଓଥେରାପି ଓ ଆଧୁନିକ ନିଦାନ ବ୍ୟବସ୍ଥା ସହ ଏବେ ଲୋକଙ୍କ ହାତପାଆନ୍ତାରେ ଶ୍ରେଷ୍ଠ ଚିକିତ୍ସା ସୁବିଧା।
​
​ବେବୀ ମେହେର: ଗୃହିଣୀରୁ ୧୬,୦୦୦ ବ୍ରଏଲର କୁକୁଡ଼ା ଫାର୍ମର ଜଣେ ସଫଳ ଉଦ୍ୟୋଗୀ।
​ସେବତୀ ଭୋଇଙ୍କ ପରିବାର: ଦାଦନ ଦୁଃଖ ଭୁଲି ଉଦ୍ୟାନ କୃଷି ବିଭାଗର ସହାୟତାରେ ସଫଳ ଛତୁ ଚାଷୀ, ଆଜି ଆର୍ଥିକ ଭାବେ ସୁଦୃଢ଼।
​ବୌଦ୍ଧ ଆଜି ଆଗେଇ ଚାଲିଛି—
ସୁସ୍ଥ ବୌଦ୍ଧ | ସ୍ୱାବଲମ୍ବୀ ବୌଦ୍ଧ | ବିକଶିତ ବୌଦ୍ଧ 
​<nis:link nis:type=tag nis:id=boudh nis:value=Boudh nis:enabled=true nis:link/> <nis:link nis:type=tag nis:id=odishadevelopment nis:value=OdishaDevelopment nis:enabled=true nis:link/> <nis:link nis:type=tag nis:id=healthcare nis:value=HealthCare nis:enabled=true nis:link/> <nis:link nis:type=tag nis:id=selfreliantboudh nis:value=SelfReliantBoudh nis:enabled=true nis:link/> <nis:link nis:type=tag nis:id=odishasuccessstories nis:value=OdishaSuccessStories nis:enabled=true nis:link/> Part 5
ବୌଦ୍ଧ ଜିଲ୍ଲାରେ ସ୍ୱାସ୍ଥ୍ୟରୁ ସ୍ୱାବଲମ୍ବନ ପର୍ଯ୍ୟନ୍ତ ବିକାଶର ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି 

ବୌଦ୍ଧ ଜିଲ୍ଲାରେ ସ୍ୱାସ୍ଥ୍ୟରୁ ସ୍ୱାବଲମ୍ବନ ପର୍ଯ୍ୟନ୍ତ ବିକାଶର ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି।
​
ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ସରକାରଙ୍କ ପକ୍ଷରୁ ବୌଦ୍ଧବାସୀଙ୍କୁ ମିଳିଛି ୩୦୦ ଶଯ୍ୟା ବିଶିଷ୍ଟ ନୂତନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ। CT Scan, X-Ray, ଆପାତକାଳୀନ ସେବା, ଫିଜିଓଥେରାପି ଓ ଆଧୁନିକ ନିଦାନ ବ୍ୟବସ୍ଥା ସହ ଏବେ ଲୋକଙ୍କ ହାତପାଆନ୍ତାରେ ଶ୍ରେଷ୍ଠ ଚିକିତ୍ସା ସୁବିଧା।
​
​ବେବୀ ମେହେର: ଗୃହିଣୀରୁ ୧୬,୦୦୦ ବ୍ରଏଲର କୁକୁଡ଼ା ଫାର୍ମର ଜଣେ ସଫଳ ଉଦ୍ୟୋଗୀ।
​ସେବତୀ ଭୋଇଙ୍କ ପରିବାର: ଦାଦନ ଦୁଃଖ ଭୁଲି ଉଦ୍ୟାନ କୃଷି ବିଭାଗର ସହାୟତାରେ ସଫଳ ଛତୁ ଚାଷୀ, ଆଜି ଆର୍ଥିକ ଭାବେ ସୁଦୃଢ଼।
​ବୌଦ୍ଧ ଆଜି ଆଗେଇ ଚାଲିଛି—
ସୁସ୍ଥ ବୌଦ୍ଧ | ସ୍ୱାବଲମ୍ବୀ ବୌଦ୍ଧ | ବିକଶିତ ବୌଦ୍ଧ 
​<nis:link nis:type=tag nis:id=boudh nis:value=Boudh nis:enabled=true nis:link/> <nis:link nis:type=tag nis:id=odishadevelopment nis:value=OdishaDevelopment nis:enabled=true nis:link/> <nis:link nis:type=tag nis:id=healthcare nis:value=HealthCare nis:enabled=true nis:link/> <nis:link nis:type=tag nis:id=selfreliantboudh nis:value=SelfReliantBoudh nis:enabled=true nis:link/> <nis:link nis:type=tag nis:id=odishasuccessstories nis:value=OdishaSuccessStories nis:enabled=true nis:link/> Part 9
ବୌଦ୍ଧ ଜିଲ୍ଲାରେ ସ୍ୱାସ୍ଥ୍ୟରୁ ସ୍ୱାବଲମ୍ବନ ପର୍ଯ୍ୟନ୍ତ ବିକାଶର ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି 

ବୌଦ୍ଧ ଜିଲ୍ଲାରେ ସ୍ୱାସ୍ଥ୍ୟରୁ ସ୍ୱାବଲମ୍ବନ ପର୍ଯ୍ୟନ୍ତ ବିକାଶର ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି।
​
ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ସରକାରଙ୍କ ପକ୍ଷରୁ ବୌଦ୍ଧବାସୀଙ୍କୁ ମିଳିଛି ୩୦୦ ଶଯ୍ୟା ବିଶିଷ୍ଟ ନୂତନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ। CT Scan, X-Ray, ଆପାତକାଳୀନ ସେବା, ଫିଜିଓଥେରାପି ଓ ଆଧୁନିକ ନିଦାନ ବ୍ୟବସ୍ଥା ସହ ଏବେ ଲୋକଙ୍କ ହାତପାଆନ୍ତାରେ ଶ୍ରେଷ୍ଠ ଚିକିତ୍ସା ସୁବିଧା।
​
​ବେବୀ ମେହେର: ଗୃହିଣୀରୁ ୧୬,୦୦୦ ବ୍ରଏଲର କୁକୁଡ଼ା ଫାର୍ମର ଜଣେ ସଫଳ ଉଦ୍ୟୋଗୀ।
​ସେବତୀ ଭୋଇଙ୍କ ପରିବାର: ଦାଦନ ଦୁଃଖ ଭୁଲି ଉଦ୍ୟାନ କୃଷି ବିଭାଗର ସହାୟତାରେ ସଫଳ ଛତୁ ଚାଷୀ, ଆଜି ଆର୍ଥିକ ଭାବେ ସୁଦୃଢ଼।
​ବୌଦ୍ଧ ଆଜି ଆଗେଇ ଚାଲିଛି—
ସୁସ୍ଥ ବୌଦ୍ଧ | ସ୍ୱାବଲମ୍ବୀ ବୌଦ୍ଧ | ବିକଶିତ ବୌଦ୍ଧ 
​<nis:link nis:type=tag nis:id=boudh nis:value=Boudh nis:enabled=true nis:link/> <nis:link nis:type=tag nis:id=odishadevelopment nis:value=OdishaDevelopment nis:enabled=true nis:link/> <nis:link nis:type=tag nis:id=healthcare nis:value=HealthCare nis:enabled=true nis:link/> <nis:link nis:type=tag nis:id=selfreliantboudh nis:value=SelfReliantBoudh nis:enabled=true nis:link/> <nis:link nis:type=tag nis:id=odishasuccessstories nis:value=OdishaSuccessStories nis:enabled=true nis:link/> Part 6
ବୌଦ୍ଧ ଜିଲ୍ଲାରେ ସ୍ୱାସ୍ଥ୍ୟରୁ ସ୍ୱାବଲମ୍ବନ ପର୍ଯ୍ୟନ୍ତ ବିକାଶର ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି 

ବୌଦ୍ଧ ଜିଲ୍ଲାରେ ସ୍ୱାସ୍ଥ୍ୟରୁ ସ୍ୱାବଲମ୍ବନ ପର୍ଯ୍ୟନ୍ତ ବିକାଶର ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି।
​
ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ସରକାରଙ୍କ ପକ୍ଷରୁ ବୌଦ୍ଧବାସୀଙ୍କୁ ମିଳିଛି ୩୦୦ ଶଯ୍ୟା ବିଶିଷ୍ଟ ନୂତନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ। CT Scan, X-Ray, ଆପାତକାଳୀନ ସେବା, ଫିଜିଓଥେରାପି ଓ ଆଧୁନିକ ନିଦାନ ବ୍ୟବସ୍ଥା ସହ ଏବେ ଲୋକଙ୍କ ହାତପାଆନ୍ତାରେ ଶ୍ରେଷ୍ଠ ଚିକିତ୍ସା ସୁବିଧା।
​
​ବେବୀ ମେହେର: ଗୃହିଣୀରୁ ୧୬,୦୦୦ ବ୍ରଏଲର କୁକୁଡ଼ା ଫାର୍ମର ଜଣେ ସଫଳ ଉଦ୍ୟୋଗୀ।
​ସେବତୀ ଭୋଇଙ୍କ ପରିବାର: ଦାଦନ ଦୁଃଖ ଭୁଲି ଉଦ୍ୟାନ କୃଷି ବିଭାଗର ସହାୟତାରେ ସଫଳ ଛତୁ ଚାଷୀ, ଆଜି ଆର୍ଥିକ ଭାବେ ସୁଦୃଢ଼।
​ବୌଦ୍ଧ ଆଜି ଆଗେଇ ଚାଲିଛି—
ସୁସ୍ଥ ବୌଦ୍ଧ | ସ୍ୱାବଲମ୍ବୀ ବୌଦ୍ଧ | ବିକଶିତ ବୌଦ୍ଧ 
​<nis:link nis:type=tag nis:id=boudh nis:value=Boudh nis:enabled=true nis:link/> <nis:link nis:type=tag nis:id=odishadevelopment nis:value=OdishaDevelopment nis:enabled=true nis:link/> <nis:link nis:type=tag nis:id=healthcare nis:value=HealthCare nis:enabled=true nis:link/> <nis:link nis:type=tag nis:id=selfreliantboudh nis:value=SelfReliantBoudh nis:enabled=true nis:link/> <nis:link nis:type=tag nis:id=odishasuccessstories nis:value=OdishaSuccessStories nis:enabled=true nis:link/> Part 10
ବୌଦ୍ଧ ଜିଲ୍ଲାରେ ସ୍ୱାସ୍ଥ୍ୟରୁ ସ୍ୱାବଲମ୍ବନ ପର୍ଯ୍ୟନ୍ତ ବିକାଶର ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି 

ବୌଦ୍ଧ ଜିଲ୍ଲାରେ ସ୍ୱାସ୍ଥ୍ୟରୁ ସ୍ୱାବଲମ୍ବନ ପର୍ଯ୍ୟନ୍ତ ବିକାଶର ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି।
​
ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ସରକାରଙ୍କ ପକ୍ଷରୁ ବୌଦ୍ଧବାସୀଙ୍କୁ ମିଳିଛି ୩୦୦ ଶଯ୍ୟା ବିଶିଷ୍ଟ ନୂତନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ। CT Scan, X-Ray, ଆପାତକାଳୀନ ସେବା, ଫିଜିଓଥେରାପି ଓ ଆଧୁନିକ ନିଦାନ ବ୍ୟବସ୍ଥା ସହ ଏବେ ଲୋକଙ୍କ ହାତପାଆନ୍ତାରେ ଶ୍ରେଷ୍ଠ ଚିକିତ୍ସା ସୁବିଧା।
​
​ବେବୀ ମେହେର: ଗୃହିଣୀରୁ ୧୬,୦୦୦ ବ୍ରଏଲର କୁକୁଡ଼ା ଫାର୍ମର ଜଣେ ସଫଳ ଉଦ୍ୟୋଗୀ।
​ସେବତୀ ଭୋଇଙ୍କ ପରିବାର: ଦାଦନ ଦୁଃଖ ଭୁଲି ଉଦ୍ୟାନ କୃଷି ବିଭାଗର ସହାୟତାରେ ସଫଳ ଛତୁ ଚାଷୀ, ଆଜି ଆର୍ଥିକ ଭାବେ ସୁଦୃଢ଼।
​ବୌଦ୍ଧ ଆଜି ଆଗେଇ ଚାଲିଛି—
ସୁସ୍ଥ ବୌଦ୍ଧ | ସ୍ୱାବଲମ୍ବୀ ବୌଦ୍ଧ | ବିକଶିତ ବୌଦ୍ଧ 
​<nis:link nis:type=tag nis:id=boudh nis:value=Boudh nis:enabled=true nis:link/> <nis:link nis:type=tag nis:id=odishadevelopment nis:value=OdishaDevelopment nis:enabled=true nis:link/> <nis:link nis:type=tag nis:id=healthcare nis:value=HealthCare nis:enabled=true nis:link/> <nis:link nis:type=tag nis:id=selfreliantboudh nis:value=SelfReliantBoudh nis:enabled=true nis:link/> <nis:link nis:type=tag nis:id=odishasuccessstories nis:value=OdishaSuccessStories nis:enabled=true nis:link/> Part 3
ବୌଦ୍ଧ ଜିଲ୍ଲାରେ ସ୍ୱାସ୍ଥ୍ୟରୁ ସ୍ୱାବଲମ୍ବନ ପର୍ଯ୍ୟନ୍ତ ବିକାଶର ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି 

ବୌଦ୍ଧ ଜିଲ୍ଲାରେ ସ୍ୱାସ୍ଥ୍ୟରୁ ସ୍ୱାବଲମ୍ବନ ପର୍ଯ୍ୟନ୍ତ ବିକାଶର ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି।
​
ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ସରକାରଙ୍କ ପକ୍ଷରୁ ବୌଦ୍ଧବାସୀଙ୍କୁ ମିଳିଛି ୩୦୦ ଶଯ୍ୟା ବିଶିଷ୍ଟ ନୂତନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ। CT Scan, X-Ray, ଆପାତକାଳୀନ ସେବା, ଫିଜିଓଥେରାପି ଓ ଆଧୁନିକ ନିଦାନ ବ୍ୟବସ୍ଥା ସହ ଏବେ ଲୋକଙ୍କ ହାତପାଆନ୍ତାରେ ଶ୍ରେଷ୍ଠ ଚିକିତ୍ସା ସୁବିଧା।
​
​ବେବୀ ମେହେର: ଗୃହିଣୀରୁ ୧୬,୦୦୦ ବ୍ରଏଲର କୁକୁଡ଼ା ଫାର୍ମର ଜଣେ ସଫଳ ଉଦ୍ୟୋଗୀ।
​ସେବତୀ ଭୋଇଙ୍କ ପରିବାର: ଦାଦନ ଦୁଃଖ ଭୁଲି ଉଦ୍ୟାନ କୃଷି ବିଭାଗର ସହାୟତାରେ ସଫଳ ଛତୁ ଚାଷୀ, ଆଜି ଆର୍ଥିକ ଭାବେ ସୁଦୃଢ଼।
​ବୌଦ୍ଧ ଆଜି ଆଗେଇ ଚାଲିଛି—
ସୁସ୍ଥ ବୌଦ୍ଧ | ସ୍ୱାବଲମ୍ବୀ ବୌଦ୍ଧ | ବିକଶିତ ବୌଦ୍ଧ 
​<nis:link nis:type=tag nis:id=boudh nis:value=Boudh nis:enabled=true nis:link/> <nis:link nis:type=tag nis:id=odishadevelopment nis:value=OdishaDevelopment nis:enabled=true nis:link/> <nis:link nis:type=tag nis:id=healthcare nis:value=HealthCare nis:enabled=true nis:link/> <nis:link nis:type=tag nis:id=selfreliantboudh nis:value=SelfReliantBoudh nis:enabled=true nis:link/> <nis:link nis:type=tag nis:id=odishasuccessstories nis:value=OdishaSuccessStories nis:enabled=true nis:link/> Part 8
ବୌଦ୍ଧ ଜିଲ୍ଲାରେ ସ୍ୱାସ୍ଥ୍ୟରୁ ସ୍ୱାବଲମ୍ବନ ପର୍ଯ୍ୟନ୍ତ ବିକାଶର ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି 

ବୌଦ୍ଧ ଜିଲ୍ଲାରେ ସ୍ୱାସ୍ଥ୍ୟରୁ ସ୍ୱାବଲମ୍ବନ ପର୍ଯ୍ୟନ୍ତ ବିକାଶର ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି।
​
ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ସରକାରଙ୍କ ପକ୍ଷରୁ ବୌଦ୍ଧବାସୀଙ୍କୁ ମିଳିଛି ୩୦୦ ଶଯ୍ୟା ବିଶିଷ୍ଟ ନୂତନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ। CT Scan, X-Ray, ଆପାତକାଳୀନ ସେବା, ଫିଜିଓଥେରାପି ଓ ଆଧୁନିକ ନିଦାନ ବ୍ୟବସ୍ଥା ସହ ଏବେ ଲୋକଙ୍କ ହାତପାଆନ୍ତାରେ ଶ୍ରେଷ୍ଠ ଚିକିତ୍ସା ସୁବିଧା।
​
​ବେବୀ ମେହେର: ଗୃହିଣୀରୁ ୧୬,୦୦୦ ବ୍ରଏଲର କୁକୁଡ଼ା ଫାର୍ମର ଜଣେ ସଫଳ ଉଦ୍ୟୋଗୀ।
​ସେବତୀ ଭୋଇଙ୍କ ପରିବାର: ଦାଦନ ଦୁଃଖ ଭୁଲି ଉଦ୍ୟାନ କୃଷି ବିଭାଗର ସହାୟତାରେ ସଫଳ ଛତୁ ଚାଷୀ, ଆଜି ଆର୍ଥିକ ଭାବେ ସୁଦୃଢ଼।
​ବୌଦ୍ଧ ଆଜି ଆଗେଇ ଚାଲିଛି—
ସୁସ୍ଥ ବୌଦ୍ଧ | ସ୍ୱାବଲମ୍ବୀ ବୌଦ୍ଧ | ବିକଶିତ ବୌଦ୍ଧ 
​<nis:link nis:type=tag nis:id=boudh nis:value=Boudh nis:enabled=true nis:link/> <nis:link nis:type=tag nis:id=odishadevelopment nis:value=OdishaDevelopment nis:enabled=true nis:link/> <nis:link nis:type=tag nis:id=healthcare nis:value=HealthCare nis:enabled=true nis:link/> <nis:link nis:type=tag nis:id=selfreliantboudh nis:value=SelfReliantBoudh nis:enabled=true nis:link/> <nis:link nis:type=tag nis:id=odishasuccessstories nis:value=OdishaSuccessStories nis:enabled=true nis:link/> Part 11
ଶିକ୍ଷକଙ୍କ ବଦଳିକୁ ନେଇ ଆକ୍ରୋଶ: ତେନ୍ତୁଳିଖୁଣ୍ଟି ସ୍କୁଲରେ ତାଲାପକା ଆନ୍ଦୋଳନ 
​କଣ୍ଟାମାଲ ବ୍ଲକ୍ ତେନ୍ତୁଳିଖୁଣ୍ଟି ସ୍କୁଲର ପ୍ରିୟ ଶିକ୍ଷକଙ୍କ ଅସମୟରେ ବଦଳିକୁ ନେଇ ଅସନ୍ତୋଷ! ଉତ୍ତ୍ୟକ୍ତ ଅଭିଭାବକ ଓ ଗ୍ରାମବାସୀଙ୍କ ଦ୍ୱାରା ସ୍କୁଲ ଫାଟକରେ ତାଲା ପକାଇ ବିକ୍ଷୋଭ।
​ଶିକ୍ଷକଙ୍କ ବଦଳି ଆଦେଶ ତୁରନ୍ତ ପ୍ରତ୍ୟାହାର କରାଯାଉ।
​ସ୍କୁଲରେ ଶିକ୍ଷାଦାନ ବ୍ୟବସ୍ଥାକୁ ସ୍ୱାଭାବିକ କରାଯାଉ।
​ଶିକ୍ଷା ଓ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ବନ୍ଦ ନ ହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ।
​<nis:link nis:type=tag nis:id=kantamal nis:value=Kantamal nis:enabled=true nis:link/> <nis:link nis:type=tag nis:id=boudhnews nis:value=BoudhNews nis:enabled=true nis:link/> <nis:link nis:type=tag nis:id=tentulikhunti nis:value=TENTULIKHUNTI nis:enabled=true nis:link/> <nis:link nis:type=tag nis:id=schoolprotest nis:value=SchoolProtest nis:enabled=true nis:link/> <nis:link nis:type=tag nis:id=odishaeducation nis:value=OdishaEducation nis:enabled=true nis:link/> <nis:link nis:type=tag nis:id=protestnews nis:value=ProtestNews nis:enabled=true nis:link/> <nis:link nis:type=tag nis:id=localupdate nis:value=LocalUpdate nis:enabled=true nis:link/>
ମାତ୍ର ୪୦ ଟଙ୍କାରେ ପେଟ ପୁରା, ଆଉ ସ୍ଵାଦ ପୁରା ଲାଜବାବ! 

​ଯଦି ଆପଣ ବୌଦ୍ଧ ଜିଲ୍ଲା ସାହାଜପାଲ୍ ଆଡ଼େ ଯାଉଛନ୍ତି, ତେବେ ଏହି ପ୍ରସିଦ୍ଧ ଚାଟ୍‌କୁ ଆଦୌ ମିସ୍ କରନ୍ତୁ ନାହିଁ!
​ମାତ୍ର ୪୦ ଟଙ୍କାରେ ଗୋଟିଏ ପ୍ଲେଟ୍ ଚାଟ୍ ଖାଇଦେଲେ ପେଟ ପୁରା ପୁରିଯିବ। ଆଉ ତାଙ୍କର ସ୍ଵତନ୍ତ୍ର ଚଟଣୀ ଦେଖିଲେ ପାଟିରୁ ସାଙ୍ଗେ ସାଙ୍ଗେ ଲାଳ ଗଡ଼ିଆସିବ! 
ଗ୍ରାହକଙ୍କ ପ୍ରତି ତାଙ୍କର ଭଲପାଇବା ସତରେ ଅତୁଳନୀୟ! ଆପଣ ଯେତେଥର ମାଗିବେ, ସେ ହସି ହସି ମୁଠା ମୁଠା ବାଦାମ ଦେବେ। ପିଆଜ, ବିଟ୍, କାକୁଡ଼ି କିମ୍ବା ମୁଡୁକି—ଆପଣ ଯାହା ମାଗିବେ, ଆଦୌ କୃପଣତା ନକରି ମନଖୋଲି ଦେବେ।
​ଥରେ ଏଠାକାର ଚାଟ୍ ଚାଖିଦେଲେ, ତାର ସ୍ଵାଦ ଆପଣଙ୍କ ଜିଭରେ ରହିଯିବ ଆଉ ପୁଣିଥରେ ଆସିବାକୁ ମନ ବଳାଇବ!
​ସ୍ଥାନ: ସାହାଜପାଲ୍, ବୌଦ୍ଧ ଜିଲ୍ଲା ମୂଲ୍ୟ: ମାତ୍ର ୪୦ ଟଙ୍କା
​ଆଜି ହିଁ ନିଜ ସାଙ୍ଗସାଥୀଙ୍କ ସହ ଯାଆନ୍ତୁ ଆଉ ଏହି ସ୍ଵାଦିଷ୍ଟ ଚାଟ୍‌ର ମଜା ନିଅନ୍ତୁ! 
​<nis:link nis:type=tag nis:id=boudh nis:value=Boudh nis:enabled=true nis:link/> <nis:link nis:type=tag nis:id=sahajpal nis:value=Sahajpal nis:enabled=true nis:link/> <nis:link nis:type=tag nis:id=boudhfamouschat nis:value=BoudhFamousChat nis:enabled=true nis:link/> <nis:link nis:type=tag nis:id=odishafood nis:value=Odishafood nis:enabled=true nis:link/> <nis:link nis:type=tag nis:id=streetfoododisha nis:value=StreetFoodOdisha nis:enabled=true nis:link/> <nis:link nis:type=tag nis:id=foodlover nis:value=FoodLover nis:enabled=true nis:link/> <nis:link nis:type=tag nis:id=desichaat nis:value=DesiChaat nis:enabled=true nis:link/> <nis:link nis:type=tag nis:id=odishatourism nis:value=OdishaTourism nis:enabled=true nis:link/> <nis:link nis:type=tag nis:id=foodieodisha nis:value=FoodieOdisha nis:enabled=true nis:link/>
ସରଣ୍ଡା ଅଙ୍ଗନବାଡ଼ି କେନ୍ଦ୍ରରେ ଉଦ୍‌ଯାପିତ ହେଲା ତିନିଦିନିଆ 'ଆଙ୍ଗନ୍‌ କା ଉତ୍ସବ'
​ବୌଦ୍ଧ ବ୍ଲକ୍‌ ଅନ୍ତର୍ଗତ ସରଣ୍ଡା ଅଙ୍ଗନବାଡ଼ି କେନ୍ଦ୍ର ପରିସରରେ ତିନିଦିନ ବ୍ୟାପୀ ଚାଲିଥିବା 'ଆଙ୍ଗନ୍‌ କା ଉତ୍ସବ' ଆନନ୍ଦ-ଉଲ୍ଲାସ ମଧ୍ୟରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।
​ଏହି କାର୍ଯ୍ୟକ୍ରମ ଅଙ୍ଗନବାଡ଼ି କର୍ମୀ ରାଜଶ୍ରୀ ମିଶ୍ରଙ୍କ ପ୍ରତ୍ୟକ୍ଷ ନେତୃତ୍ୱ ଓ ପରିଚାଳନାରେ ସମ୍ପନ୍ନ ହୋଇଥିଲା। ଏଥିରେ ସିଡିପିଓ (CDPO) ୟାହିଦା ବେଗମ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିବା ସହ ଅଙ୍ଗନବାଡ଼ି କେନ୍ଦ୍ରର ଶିଶୁ ବିକାଶ ଓ ମାତୃ ମଙ୍ଗଳ ପ୍ରଚେଷ୍ଟାକୁ ଉଚ୍ଚ ପ୍ରଶଂସା କରିଥିଲେ।
​ତିନିଦିନ ଧରି ଚାଲିଥିବା ଏହି ଉତ୍ସବରେ ଶିଶୁମାନଙ୍କ ଶାରୀରିକ ଓ ମାନସିକ ବିକାଶକୁ ଆଖିଆଗରେ ରଖି ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ, କ୍ରୀଡ଼ା ପ୍ରତିଯୋଗିତା ଏବଂ ସଚେତନତା ମୂଳକ ସଭାର ଆୟୋଜନ କରାଯାଇଥିଲା। କୋମଳମତି ଶିଶୁ ଓ ସ୍ଥାନୀୟ ମା'ମାନଙ୍କର ସକ୍ରିୟ ଭାଗଗ୍ରହଣ କାର୍ଯ୍ୟକ୍ରମକୁ ଅଧିକ ଜୀବନ୍ତ ଓ ଆକର୍ଷଣୀୟ କରିତୋଳିଥିଲା।
​ସ୍ଥାନୀୟ ଅବିଭାବକ, ଗ୍ରାମବାସୀ ଓ ଅଙ୍ଗନବାଡ଼ି କର୍ମଚାରୀଙ୍କ ପୂର୍ଣ୍ଣ ସହଯୋଗ ଯୋଗୁଁ ଏହି 'ଆଙ୍ଗନ୍‌ କା ଉତ୍ସବ' ବେଶ୍‌ ସଫଳତାର ସହ ସାଙ୍ଗ ହୋଇଛି।
​<nis:link nis:type=tag nis:id=boudhnews nis:value=BoudhNews nis:enabled=true nis:link/> <nis:link nis:type=tag nis:id=angankautsav nis:value=AnganKaUtsav nis:enabled=true nis:link/> <nis:link nis:type=tag nis:id=anganwadi nis:value=Anganwadi nis:enabled=true nis:link/> <nis:link nis:type=tag nis:id=childdevelopment nis:value=ChildDevelopment nis:enabled=true nis:link/> <nis:link nis:type=tag nis:id=boudhblock nis:value=BoudhBlock nis:enabled=true nis:link/> <nis:link nis:type=tag nis:id=odishanews nis:value=OdishaNews nis:enabled=true nis:link/> <nis:link nis:type=tag nis:id=communityevents nis:value=communityevents nis:enabled=true nis:link/>
ବୌଦ୍ଧ ଜିଲ୍ଲା ସଡ଼କ ସୁରକ୍ଷା କମିଟି ସମୀକ୍ଷା ବୈଠକ ଅନୁଷ୍ଠିତ ।  ଅକ୍ଟୋବର ମାସକୁ ଦୁର୍ଘଟଣା ମୃତ୍ୟୁଶୂନ୍ୟ କରିବା ପାଇଁ  ଜିଲ୍ଲାପାଳଙ୍କ ଆହ୍ୱାନ l 
ବୌଦ୍ଧଜିଲ୍ଲା ସଡ଼କ ସୁରକ୍ଷା କମିଟି ସମୀକ୍ଷା ବୈଠକ ଜିଲ୍ଲାପାଳ  ବିଭୂତି ଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମୋଟର ଭେହିକିଲ୍ ଆଇନ୍ ଅନୁଯାୟୀ ଜୋରିମାନା ସଂଗ୍ରହ, ଜିଲ୍ଲାରେ ଘଟୁଥିବା ସଡ଼କ ଦୁର୍ଘଟଣା ଓ ମୃତ୍ୟୁହାର ସମ୍ପର୍କିତ ସମୀକ୍ଷା, ଟାସ୍କ ଫୋର୍ସ  କାର୍ଯ୍ୟ, ପୂର୍ବତନ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକର କାର୍ଯ୍ୟବିବରଣୀ ଏବଂ ସଡ଼କ ସୁରକ୍ଷା ସମ୍ବନ୍ଧୀୟ ବିଭିନ୍ନ ବିଷୟରେ ଆଲୋଚନା କରାଯାଇଥିଲା ।  ଆଞ୍ଚଳିକ ପରିବହନ ଅଧିକାରୀ ସୁଶମା ସାହୁ ସମସ୍ତଙ୍କୁ ସ୍ବାଗତ କରି ପାୱାର ପଏଣ୍ଟ ମାଧ୍ୟମରେ ବିଭାଗର କାର୍ଯ୍ୟାବଳୀ ପ୍ରଦର୍ଶନ କରିଥିଲେ । ଜିଲ୍ଲାପାଳ କହିଲେ ଯେ, ବୌଦ୍ଧ ଜିଲ୍ଲାବାସୀଙ୍କ ଧନ ଜୀବନ  ସୁରକ୍ଷା ରଖିବା  ଆମର ପ୍ରାଥମିକତା ହେବ ।ଅକ୍ଟୋବର ମାସକୁ ଦୁର୍ଘଟଣା ମୃତ୍ୟୁଶୂନ୍ୟ ମାସ କରିବା ପାଇଁ ସେ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ l ବୈଠକରେ ବାଧ୍ୟତାମୂଳକ 
ହେଲମେଟ ପରିଧାନ , ମଦ୍ୟପ ଡ୍ରାଇଭର ମାନଙ୍କୁ ନିୟମିତ ଯାଞ୍ଚ କରି ଜରିମାନା ଆଦାୟ , ରାସ୍ତାରେ  ବାଲି, ମେଟାଲ ଜମା ହେବା,  ଭାରିଯାନ ପାର୍କିଂ, ଗୋରୁ ଗାଈ ନିୟନ୍ତ୍ରଣ ଓ ରାସ୍ତା ରୁ ଜବର ଦଖଲ ଉଚ୍ଛେଦ ପାଇଁ ଆଲୋଚନା ହୋଇଥିଲା। ଏଥିପାଇଁ ପରିବହନ, ପୋଲିସ, ଅବକାରୀ ବିଭାଗ, ପୌର ପରିଷଦ ଓ ତହସିଲଦାର ମିଳିତ ଭାବରେ ପଦକ୍ଷେପ ଗ୍ରହଣ  କରିବେ । ଆଗକୁ ପାର୍ବଣ ଋତୁ ଆସୁଥିବାରୁ ସମସ୍ତ ରାସ୍ତା ୧୫  ଦିନ ମଧ୍ୟରେ ମରାମତି କରିବା ପାଇଁ ଆର୍ ଡି, ପୂର୍ତ୍ତ ଓ ଏନ୍ ଏଚ ବିଭାଗକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ l  
ସମୀକ୍ଷାରୁ ଜଣାଗଲା ଯେ,  ଚଳିତ ୨୦୨୬ ମସିହାର ପ୍ରଥମ ୮ ମାସ ମଧ୍ୟରେ ଜିଲ୍ଲାରେ ମୋଟ ୭୮୬୮ଟି ଚାଲାଣ କଟାଯାଇଥିବା ବେଳେ ୨ କୋଟି ୦୫ ଲକ୍ଷ ୦୫ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି।ଆରଟିଓ ଙ୍କ ପକ୍ଷରୁ  ସିଟ୍ ବେଲ୍ଟ ନ ପିନ୍ଧିବା ପାଇଁ ୧୨୫ଟି, ହେଲମେଟ୍ ନ ପିନ୍ଧିବା ପାଇଁ ୨୯୫୫ଟି, ଅତ୍ୟଧିକ ବେଗରେ ଗାଡ଼ି ଚଳାଇବା ପାଇଁ ୩୦୩୮ଟି ଏବଂ ମଦ୍ୟପାନ କରି ଗାଡ଼ି ଚଳାଇବା ପାଇଁ ୧୮୫ଟି ମାମଲା ରୁଜୁ ହେବା ସହ  ୯୪୦ଟି ଡ୍ରାଇଭିଂ ଲାଇସେନ୍ସ ସସ୍ପେଣ୍ଡ କରାଯାଇଥିଲା । ସେହିପରି  ପୋଲିସ ପକ୍ଷରୁ ଇ-ଚାଲାଣ ମାଧ୍ୟମରେ ହେଲମେଟ୍ ନ ପିନ୍ଧିବା ପାଇଁ ୧୪୪୨ଟି ଓ ସିଟ୍ ବେଲ୍ଟ ନ ପିନ୍ଧିବା ପାଇଁ ୧୧୧୩ , ମଦ୍ୟପ ଗାଡ଼ି ଚାଳନା ପାଇଁ ୧୨୨ ଟି ଚାଲାଣ କରାଯାଇଥିବା ସୂଚନା ଦିଆଯାଇଥିଲା । ଏ ବର୍ଷର ପ୍ରଥମ ୮ ମାସ ମଧ୍ୟରେ ସଡ଼କ ଦୁର୍ଘଟଣାରେ ୫୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୫୪ ଜଣ ଗୁରୁତର ଆହତ ୧ହୋଇଛନ୍ତି l ଏହି ଅବସରରେ ଦୁର୍ଘଟଣାରୁ ଜୀବନ ରକ୍ଷା କରିଥିବାରୁ ବେଷ୍ଟ୍ ସାମାରିଟାନ ହିସାବରେ ପିପଲକଟା ର ଅଟୋ ଚାଳକ ସୁଦର୍ଶନ ଦେହେରିଙ୍କୁ 
୨ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯାଇଥିଲା l 
ଏହି ସମୀକ୍ଷା ବୈଠକରେ    ଜିଲ୍ଲା ମୁଖ୍ୟ  ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ତହସିଲଦାର ବୌଦ୍ଧ ଅନିତା କୁମାରୀ ସାହୁ , ଆର୍ ଆଣ୍ଡ ବି  ଯନ୍ତ୍ରି  କୁନା ଚରଣ ସିଂ, ଜିଲ୍ଲା ଅବକାରୀ ଅଧିକ୍ଷକ ଶାନ୍ତି ମାରାଣ୍ଡି, ଜିଲ୍ଲା , ଏମ୍‌ଭିଆଇ ସଞ୍ଜୟ କୁମାର ବେହେରା, ଟ୍ରାଫିକ ଇନସ୍ପେକ୍ଟର ଦେବାଶିଷ ନାୟକ,  ଟ୍ରକ୍ ମାଲିକ ସଂଘ ସଭାପତି ଶିବ ପ୍ରସାଦ ମିଶ୍ର  ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ  ବିଦ୍ୟାପତି ପଣ୍ଡାଙ୍କ ସମେତ ସମ୍ପୃକ୍ତ ବିଭିନ୍ନ ବିଭାଗର ଅଧିକାରୀ ଏବଂ ସଦସ୍ୟମାନେ ଉପସ୍ଥିତ ଥିଲେ 
<nis:link nis:type=tag nis:id=boudh nis:value=Boudh nis:enabled=true nis:link/> <nis:link nis:type=tag nis:id=roadsafety nis:value=RoadSafety nis:enabled=true nis:link/> <nis:link nis:type=tag nis:id=odisha nis:value=Odisha nis:enabled=true nis:link/> <nis:link nis:type=tag nis:id=roadsafetyawareness nis:value=RoadSafetyAwareness nis:enabled=true nis:link/> <nis:link nis:type=tag nis:id=boudhnews nis:value=BoudhNews nis:enabled=true nis:link/>
ବ୍ଲକ୍ ସ୍ତରୀୟ ଯୁବ ସମ୍ମିଳନୀ 
​'ବେଟି ବଚାଓ, ବେଟି ପଢ଼ାଓ' (BBBP) ଯୋଜନା ଅଧୀନରେ ବୌଦ୍ଧ ଜିଲ୍ଲାର ପଲସାଗୋରା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଆଇ.ସି.ଡି.ଏସ୍ (ICDS) ପ୍ରକଳ୍ପ, କଣ୍ଟାମାଳ ଏବଂ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ, ବୌଦ୍ଧଙ୍କ ମିଳିତ ଆନୁକୂଲ୍ୟରେ 'ବ୍ଲକ୍ ସ୍ତରୀୟ ଯୁବ ସମ୍ମିଳନୀ'  ଆୟୋଜିତ ହୋଇଯାଇଛି!  
​ଏହି କାର୍ଯ୍ୟକ୍ରମରେ କନ୍ୟା ସନ୍ତାନଙ୍କ ସୁରକ୍ଷା, ଶିକ୍ଷା ଏବଂ ସେମାନଙ୍କର ସଶକ୍ତୀକରଣ ଉପରେ ଗୁରୁତ୍ବାରୋପ କରାଯାଇଥିଲା।  
​<nis:link nis:type=tag nis:id=betibachaobetipadhao nis:value=BetiBachaoBetiPadhao nis:enabled=true nis:link/> <nis:link nis:type=tag nis:id=youthconclave nis:value=YouthConclave nis:enabled=true nis:link/> <nis:link nis:type=tag nis:id=boudh nis:value=Boudh nis:enabled=true nis:link/> <nis:link nis:type=tag nis:id=boudhdistrict nis:value=BoudhDistrict nis:enabled=true nis:link/> <nis:link nis:type=tag nis:id=wcd nis:value=WCD nis:enabled=true nis:link/> <nis:link nis:type=tag nis:id=empoweringyouth nis:value=EmpoweringYouth nis:enabled=true nis:link/> <nis:link nis:type=tag nis:id=odisha nis:value=Odisha nis:enabled=true nis:link/>
ପ୍ରଶାସନିକ ଅବହେଳା! ନିର୍ମାଣ ହୋଇ ବି ଅବ୍ୟବହୃତ, ଲତାବୁଦାରେ ଘୋଡ଼େଇ ହୋଇଛି ଚାଷୀଙ୍କ ସ୍ୱପ୍ନ! 
​ବୌଦ୍ଧ ବ୍ଲକ ଖଳିଆପାଲି ପଞ୍ଚାୟତ ଅନ୍ତର୍ଗତ କୁମରକାନି ଗ୍ରାମରେ ଥିବା 'ମା ଭୈରବୀ ଶୀତଳ ଭଣ୍ଡାର' (Cold Storage) ଆଜି ପ୍ରଶାସନିକ ଅବହେଳାର ଏକ ଜ୍ୱଳନ୍ତ ଉଦାହରଣ!
​ବିଦ୍ୟୁତ୍ ସଂଯୋଗ ହୋଇସାରିଛି, କୋଠା ଘର ମଧ୍ୟ ନିର୍ମାଣ ହୋଇସାରିଛି, ହେଲେ ଦୁଃଖର ବିଷୟ ଏହା ଯେ କାର୍ଯ୍ୟକ୍ଷମ ନହୋଇ ଏହା ଏବେ କୋମାରେ ପଡ଼ିରହିଛି। ରକ୍ଷଣାବେକ୍ଷଣ ଅଭାବରୁ ସମ୍ପୂର୍ଣ୍ଣ ଶୀତଳ ଭଣ୍ଡାର ପରିସର ଏବେ ଅଗଣିତ ଲତାବୁଦା ଓ ଜଙ୍ଗଲରେ ପରିପୂର୍ଣ୍ଣ ହୋଇଗଲାଣି।
​ଚାଷୀମାନେ ନିଜର ଅମଳ ସାମଗ୍ରୀ ସୁରକ୍ଷିତ ରଖିବା ପାଇଁ ହଇରାଣ ହେଉଥିବା ବେଳେ, କୋଟି କୋଟି ଟଙ୍କାର ସରକାରୀ ସମ୍ପତ୍ତି ଏପରି ନଷ୍ଟ ହେବା ଆଦୌ ଗ୍ରହଣଯୋଗ୍ୟ ନୁହେଁ। ଏନେଇ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ ହୋଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ କୌଣସି ଦୃଶ୍ୟମାନ ପଦକ୍ଷେପ ଗ୍ରହଣ କରାଯାଇ ନାହିଁ।
ଜିଲ୍ଲା ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦିଅନ୍ତୁ, ଶୀତଳ ଭଣ୍ଡାର ପରିସରକୁ ସଫାସୁତୁରା କରି ଏହାକୁ ଶୀଘ୍ର କାର୍ଯ୍ୟକ୍ଷମ କରାଯାଉ ଏବଂ ଆଞ୍ଚଳିକ ଚାଷୀଙ୍କୁ ସହାୟତା ଯୋଗାଇ ଦିଆଯାଉ।
​<nis:link nis:type=tag nis:id=boudhnews nis:value=BoudhNews nis:enabled=true nis:link/> <nis:link nis:type=tag nis:id=kumarkani nis:value=Kumarkani nis:enabled=true nis:link/> <nis:link nis:type=tag nis:id=khashiapali nis:value=Khashiapali nis:enabled=true nis:link/> <nis:link nis:type=tag nis:id=maabhairabicoldstorage nis:value=MaaBhairabiColdStorage nis:enabled=true nis:link/> <nis:link nis:type=tag nis:id=farmersissue nis:value=FarmersIssue nis:enabled=true nis:link/> <nis:link nis:type=tag nis:id=boudhdistrictadministration nis:value=BoudhDistrictAdministration nis:enabled=true nis:link/> <nis:link nis:type=tag nis:id=odishagovt nis:value=OdishaGovt nis:enabled=true nis:link/> <nis:link nis:type=tag nis:id=odishafarmers nis:value=OdishaFarmers nis:enabled=true nis:link/> <nis:link nis:type=tag nis:id=publicissues nis:value=PublicIssues nis:enabled=true nis:link/>
ଭାରତୀୟ କିଷାନ ସଂଘର ପ୍ରସ୍ତୁତି ବୈଠକ: ଆସନ୍ତା ନଭେମ୍ବର ୨ରେ 'ଚାଷୀ ଗର୍ଜନ ସମାବେଶ'
<nis:link nis:type=tag nis:id=boudh nis:value=Boudh nis:enabled=true nis:link/> <nis:link nis:type=tag nis:id=bharatiyakisansangh nis:value=BharatiyaKisanSangh nis:enabled=true nis:link/> <nis:link nis:type=tag nis:id=farmerprotest nis:value=FarmerProtest nis:enabled=true nis:link/> <nis:link nis:type=tag nis:id=odishanews nis:value=OdishaNews nis:enabled=true nis:link/> <nis:link nis:type=tag nis:id=kisansamavesh nis:value=KisanSamavesh nis:enabled=true nis:link/>
ସେବତୀ ଭୋଇଙ୍କ ସଫଳତାର କାହାଣୀ: ଦାଦନ ଦୁଃଖରୁ ସ୍ୱାବଲମ୍ବୀ
​ବୌଦ୍ଧ ବ୍ଲକ୍‌ କାସଲପୁର ଗ୍ରାମର ସେବତୀ ଭୋଇ ଦିନେ ଆର୍ଥିକ ଅନାଟନ ଯୋଗୁଁ ପୁଅକୁ ଦାଦନ ଖଟିବାକୁ ବାହାର ରାଜ୍ୟକୁ ପଠାଇବାକୁ ବାଧ୍ୟ ହୋଇଥିଲେ। ମାତ୍ର, ଉଦ୍ୟାନ କୃଷି ବିଭାଗର MIDH ଯୋଜନା ଓ ‘ମସରୁମ୍ ମିସନ୍’ ସହାୟତାରେ ଛତୁ ଚାଷ ୟୁନିଟ୍ ସ୍ଥାପନ କରି ସେ ଆଜି ନିଜ ମାଟିରେ ନୂଆ ପରିଚୟ ସୃଷ୍ଟି କରିଛନ୍ତି।
​ବର୍ଷସାରା ଚାଷ: ଖରା ଓ ବର୍ଷା ଦିନେ ପାଳ ଛତୁ ଏବଂ ଶୀତ ଦିନେ ଧିଙ୍ଗରି ଓ ବଟମ୍ ଛତୁ ଚାଷ।
​ବାର୍ଷିକ ଆୟ: ସବୁ ଖର୍ଚ୍ଚ କାଟି ବାର୍ଷିକ ୩ରୁ ୪ ଲକ୍ଷ ଟଙ୍କାର ନିଟ୍ ଲାଭ।
​ସାମାଜିକ ପ୍ରଭାବ: ପରିବାର ଆତ୍ମନିର୍ଭରଶୀଳ ହେବା ସହ ପୁଅର ଦାଦନ ଯାତ୍ରାରେ ଅନ୍ତ ଘଟିଛି।
​ଏହି ସଫଳତା ପାଇଁ ସେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ଉଦ୍ୟାନ କୃଷି ବିଭାଗ ଓ ବୌଦ୍ଧ ଜିଲ୍ଲା ପ୍ରଶାସନକୁ କୃତଜ୍ଞତା ଜଣାଇଛନ୍ତି। ସେବତୀଙ୍କ ନିଷ୍ଠା ଆଜି ସ୍ୱାବଲମ୍ବୀ ଓଡ଼ିଶାର ଏକ ପ୍ରେରଣାଦାୟୀ ଉଦାହରଣ।

<nis:link nis:type=tag nis:id=ସେବତୀଭୋଇ nis:value=ସେବତୀଭୋଇ nis:enabled=true nis:link/> <nis:link nis:type=tag nis:id=boudh nis:value=Boudh nis:enabled=true nis:link/> <nis:link nis:type=tag nis:id=successstory nis:value=SuccessStory nis:enabled=true nis:link/> <nis:link nis:type=tag nis:id=womenentrepreneur nis:value=WomenEntrepreneur nis:enabled=true nis:link/> <nis:link nis:type=tag nis:id=mushroomcultivation nis:value=MushroomCultivation nis:enabled=true nis:link/> <nis:link nis:type=tag nis:id=horticulture nis:value=Horticulture nis:enabled=true nis:link/> <nis:link nis:type=tag nis:id=selfreliantodisha nis:value=SelfReliantOdisha nis:enabled=true nis:link/> <nis:link nis:type=tag nis:id=ଆତ୍ମନିର୍ଭରଓଡ଼ିଶା nis:value=ଆତ୍ମନିର୍ଭରଓଡ଼ିଶା nis:enabled=true nis:link/>
ବମଣ୍ଡା ଅଙ୍ଗନୱାଡ଼ି କେନ୍ଦ୍ରରେ ଅଙ୍ଗନ୍ କା ଉତ୍ସଵ ଅନୁଷ୍ଠିତ 
କୋମଳମତି ଶିଶୁମାନଙ୍କ ସୁରକ୍ଷିତ ଭବିଷ୍ୟତ ଓ ସର୍ବାଙ୍ଗୀନ ବିକାଶ ପାଇଁ ଆମେ ସଦା ସର୍ବଦା ତତ୍ପର।
​ଉତ୍ତମ ପ୍ରାକ୍-ବିଦ୍ୟାଳୟ ଶିକ୍ଷା 
​ପୃଷ୍ଟିକର ଆହାର ଓ ସ୍ୱାସ୍ଥ୍ୟ ଯତ୍ନ 
​ମା' ଓ ଶିଶୁଙ୍କ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା 
​ଆସନ୍ତୁ, ସମସ୍ତେ ମିଶି ଆମ କୋମଳମତି ଶିଶୁମାନଙ୍କୁ ଏକ ସୁସ୍ଥ, ସୁନ୍ଦର ଓ ଉଜ୍ଜ୍ୱଳ ଭବିଷ୍ୟତ ଦେବା।
​<nis:link nis:type=tag nis:id=bamandaanganwadi nis:value=BamandaAnganwadi nis:enabled=true nis:link/> <nis:link nis:type=tag nis:id=anganwadikendra nis:value=AnganwadiKendra nis:enabled=true nis:link/> <nis:link nis:type=tag nis:id=childcare nis:value=ChildCare nis:enabled=true nis:link/> <nis:link nis:type=tag nis:id=nutritionandhealth nis:value=NutritionAndHealth nis:enabled=true nis:link/> <nis:link nis:type=tag nis:id=odishachildcare nis:value=OdishaChildCare nis:enabled=true nis:link/> <nis:link nis:type=tag nis:id=communitydevelopment nis:value=CommunityDevelopment nis:enabled=true nis:link/>
ବୌଦ୍ଧରୁ ବଦଳୁଛି ଜୀବନ, ସୁଭଦ୍ରା ଯୋଜନାରୁ ସଫଳତାର ନୂଆ କାହାଣୀ! 
​ବୌଦ୍ଧ ଜିଲ୍ଲା ମୁରୁସୁଣ୍ଢୀ ଗ୍ରାମର ସୁନୀ ଗୌଡ଼ ଆଜି ମହିଳା ଆତ୍ମନିର୍ଭରତାର ଜଣେ ପ୍ରେରଣାଦାୟୀ ଉଦାହରଣ।
​ପୂର୍ବରୁ ସୀମିତ ସମ୍ବଳ ଯୋଗୁଁ ଛୋଟ ଦୋକାନଟିଏ ଚଳାଇ ପରିବାର ପ୍ରତିପୋଷଣ କରିବାରେ ବହୁ ଅସୁବିଧା ହେଉଥିଲା। କିନ୍ତୁ 'ସୁଭଦ୍ରା ଯୋଜନା'ରୁ ମିଳିଥିବା ଆର୍ଥିକ ସହାୟତାକୁ ସଠିକ୍ ଭାବେ ବିନିଯୋଗ କରି ସେ ନିଜ ଦୋକାନରେ ଫ୍ରିଜର୍ ଓ ସିଲାଇ ମେସିନ୍ ଆଦି ଯୋଡ଼ି ବ୍ୟବସାୟର କଳେବର ବୃଦ୍ଧି କରିଛନ୍ତି।
​"ଆଗକୁ ଆହୁରି ପରିଶ୍ରମ କରି ଦୋକାନକୁ ଆହୁରି ବଡ଼ କରିବି।" — ସୁନୀ ଗୌଡ଼
​ସୁଭଦ୍ରା ଯୋଜନା ଆଜି ଓଡ଼ିଶାର ନାରୀଶକ୍ତିକୁ ଦେଉଛି ନୂଆ ଆଶା, ସ୍ୱାବଲମ୍ବନ ଓ ସମୃଦ୍ଧିର ପଥ।
​<nis:link nis:type=tag nis:id=ସୁଭଦ୍ରା nis:value=ସୁଭଦ୍ରା nis:enabled=true nis:link/> <nis:link nis:type=tag nis:id=ସୁଭଦ୍ରାଯୋଜନା nis:value=ସୁଭଦ୍ରାଯୋଜନା nis:enabled=true nis:link/> <nis:link nis:type=tag nis:id=ବୌଦ୍ଧ nis:value=ବୌଦ୍ଧ nis:enabled=true nis:link/> <nis:link nis:type=tag nis:id=ମହିଳାସଶକ୍ତିକରଣ nis:value=ମହିଳାସଶକ୍ତିକରଣ nis:enabled=true nis:link/> <nis:link nis:type=tag nis:id=ଆତ୍ମନିର୍ଭରତା nis:value=ଆତ୍ମନିର୍ଭରତା nis:enabled=true nis:link/> <nis:link nis:type=tag nis:id=ପରିବର୍ତ୍ତନରସ୍ୱର nis:value=ପରିବର୍ତ୍ତନରସ୍ୱର nis:enabled=true nis:link/> <nis:link nis:type=tag nis:id=subhadra nis:value=Subhadra nis:enabled=true nis:link/> <nis:link nis:type=tag nis:id=boudh nis:value=Boudh nis:enabled=true nis:link/> <nis:link nis:type=tag nis:id=womenempowerment nis:value=WomenEmpowerment nis:enabled=true nis:link/>
ଚୋରି ମାମଲାରେ ଅଭିଯୁକ୍ତ ଗିରଫ 
​ବୌଦ୍ଧ ମଡେଲ୍ ଥାନା ଅନ୍ତର୍ଗତ ଗାନ୍ଧୀ ଛକ ଏବଂ ବିଟୁପାଲି ଅଞ୍ଚଳର ବିଭିନ୍ନ ଦୋକାନରୁ ସିରିଜ୍ ଚୋରି ଘଟଣାରେ ପୋଲିସକୁ ବଡ଼ ସଫଳତା।
​ଉକ୍ତ ମାମଲାରେ ଅଭିଯୁକ୍ତ ରଞ୍ଜନ ନାଏକ (ପିତା: ନଟ ନାଏକ, ଗ୍ରାମ: ବାପୁଜୀନଗର, ବୌଦ୍ଧ)ଙ୍କୁ ଗିରଫ କରାଯାଇ ଆଜି ମାନ୍ୟବର ଅଦାଲତକୁ ଚାଲାଣ କରାଯାଇଛି।
​<nis:link nis:type=tag nis:id=boudhpolice nis:value=BoudhPolice nis:enabled=true nis:link/> <nis:link nis:type=tag nis:id=crimeupdate nis:value=CrimeUpdate nis:enabled=true nis:link/> <nis:link nis:type=tag nis:id=lawandorder nis:value=LawAndOrder nis:enabled=true nis:link/> <nis:link nis:type=tag nis:id=boudhdistilleries nis:value=boudhdistilleries nis:enabled=true nis:link/>