ବୌଦ୍ଧ ଜିଲ୍ଲାରେ ମେଗା ରକ୍ତଦାନ ଶିବିର: ରେକର୍ଡ ସଂଖ୍ୟକ ୩୦୦ ୟୁନିଟ ରକ୍ତ ସଂଗ୍ରହ!
ଜିଲ୍ଲା ସେବା ସଂକଳ୍ପ ଅଭିଯାନ-୨୦୨୬ ଓ ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଦିବସ ଅବସରରେ, ଜୁନିଅର ରେଡକ୍ରସ ସୋସାଇଟି (ଜିଲ୍ଲା ଶିକ୍ଷା ବିଭାଗ, ବୌଦ୍ଧ) ଆନୁକୂଲ୍ୟରେ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ, ଜହ୍ନାପଙ୍କ ପରିସରରେ ଏକ ବିଶାଳ ରକ୍ତଦାନ ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି l
ଜିଲ୍ଲାପାଳ ଶ୍ରୀ ବିଭୂତି ଭୂଷଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରେଡକ୍ରସ ପତାକା ଉତ୍ତୋଳନ କରି ଶିବିରର ଶୁଭାରମ୍ଭ କରିଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଟେମଲାଲ ଦୁବେ।
ଜିଲ୍ଲା ଶିକ୍ଷା ଅଧିକାରୀ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ସ୍ଥାନୀୟ ଦମ୍ପତିମାନେ ସପତ୍ନୀକ ରକ୍ତଦାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିଲେ।
ପ୍ରଥମ ମହିଳା ରକ୍ତଦାତା, ଯୁଗ୍ମ (ସପତ୍ନୀକ) ରକ୍ତଦାତା, ବାପା-ଝିଅ ଏବଂ ସମସ୍ତ ରକ୍ତଦାତାଙ୍କୁ ପ୍ରଶଂସା ପତ୍ର ଓ ଉପହାର ଦେଇ ସମ୍ମାନିତ କରାଯାଇଥିଲା।
ଶିବିରରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀ, ଡାକ୍ତରୀ ଟିମ୍, ସ୍ଥାନୀୟ କମିଟି, ଯୁବକ ସଂଘ ଓ ସାମ୍ବାଦିକବୃନ୍ଦ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ।
ମାନବସେବା ପାଇଁ ଆଗେଇ ଆସିଥିବା ସମସ୍ତ ସ୍ୱେଚ୍ଛାକୃତ ରକ୍ତଦାତା ଓ ସହଯୋଗୀଙ୍କୁ ଅଶେଷ ଧନ୍ୟବାଦ!
#Boudh #BloodDonation #JuniorRedCross #SebaSankalpaAbhiyan #BloodDonationCamp #OdishaNews #RedCross #VoluntaryBloodDonation