ନମ୍ରତା ଫାଉଣ୍ଡେସନ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ବୌଦ୍ଧ ଜିଲ୍ଲା ଅନ୍ତର୍ଗତ ଗୋଛାପଡା ଗ୍ରାମ ପଞ୍ଚାୟତ ଝାରମୁଣ୍ଡା ଗ୍ରାମର ହାଟପଦା ନିକଟ ପଡିଆ ଠାରେ ନମ୍ରତା ଫାଉଣ୍ଡେସନ ପକ୍ଷରୁ ଏକ ବିଶାଳ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି,ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ଦୀର୍ଘ ୨୫୦ ରୁ ଉର୍ଦ୍ଧ କଦମ୍ବ,ଜାମ୍ବୁ, ପିଜୁଳି, ଶିଶ, କରଞ୍ଜ, ଲେମ୍ବୁ ଆଦି ଅନେକ ଗୁଡିଏ ଗଛ ଲଗାଯାଇ ଭବିଷ୍ୟତ ରେ ଏହିଗଛ ଗୁଡିକ ର କିପରି ଯତ୍ନ ନିଆଯିବ ତାର ମଧ୍ୟ ବ୍ୟବସ୍ଥା କରାଯାଇଛି,ଏହି କାର୍ଯ୍ୟକ୍ରମ କରିବା ଦ୍ୱାରା କିପରି ଭାବେ ପରିବେଶ ସୁରକ୍ଷା ରହିବା ସହିତ ସମାଜର ମଙ୍ଗଳ ହେବ ସେହି ବିଷୟରେ ସଚେତନତା କରାଯାଇଥିଲା,ଏହି କାର୍ଯ୍ୟକ୍ରମ ରେ ନମ୍ରତା ଫାଉଣ୍ଡେସନ ର ସଭାପତି ମହେନ୍ଦ୍ର ମହାକୁଳ,ସକ୍ରିୟ ସଦସ୍ୟ ଆଦିତ୍ୟ କୁମାର ମହାକୁଳ,ମକରଧ୍ୱଜ ବାରିକ, ଶଶୀ ମହାକୁଡ଼, ବସନ୍ତ ଭୋଇ, ଶ୍ରବଣ ବାରିକ,କାହ୍ନା ମଲିକ, ଆଶିଷ ମଲିକ, ଟୁଲୁ ଝଙ୍କାର, ଦାମୋଦର ମିଶ୍ର, ଧରଣୀଧର କର୍ଣ୍ଣ, ପ୍ରହଲ୍ଲାଦ ମଲିକ, ସର୍ବେଶ୍ୱର ବାରିକ, ଦୁର୍ଯ୍ୟୋଧନ ବଂଚୋର, ଯଶସ୍ବୀ କୁମାର ସିଂହ, ଲିପୁନ ମହାକୁଳ, ମହେନ୍ଦ୍ର ମହାକୁଳ, ମହେଶ ବାରିକ,ବିଜୟ ବାରିକ ଏବଂ ଝାରମୁଣ୍ଡା ଦୁର୍ଗା ପୂଜା କମିଟିର ସମସ୍ତ ସଦସ୍ୟ ଏହି କାର୍ଯ୍ୟକ୍ରମ କୁ ସଫଳ କରିବାରେ ସହଯୋଗ କରିଥିଲେ
#NamrataFoundation #Boudh #TreePlantation #GreenEnvironment #EnvironmentProtection #BoudhNews #Odisha