ବୌଦ୍ଧରୁ ବଦଳୁଛି ଜୀବନ, ସୁଭଦ୍ରା ଯୋଜନାରୁ ସଫଳତାର ନୂଆ କାହାଣୀ!
ବୌଦ୍ଧ ଜିଲ୍ଲା ମୁରୁସୁଣ୍ଢୀ ଗ୍ରାମର ସୁନୀ ଗୌଡ଼ ଆଜି ମହିଳା ଆତ୍ମନିର୍ଭରତାର ଜଣେ ପ୍ରେରଣାଦାୟୀ ଉଦାହରଣ।
ପୂର୍ବରୁ ସୀମିତ ସମ୍ବଳ ଯୋଗୁଁ ଛୋଟ ଦୋକାନଟିଏ ଚଳାଇ ପରିବାର ପ୍ରତିପୋଷଣ କରିବାରେ ବହୁ ଅସୁବିଧା ହେଉଥିଲା। କିନ୍ତୁ 'ସୁଭଦ୍ରା ଯୋଜନା'ରୁ ମିଳିଥିବା ଆର୍ଥିକ ସହାୟତାକୁ ସଠିକ୍ ଭାବେ ବିନିଯୋଗ କରି ସେ ନିଜ ଦୋକାନରେ ଫ୍ରିଜର୍ ଓ ସିଲାଇ ମେସିନ୍ ଆଦି ଯୋଡ଼ି ବ୍ୟବସାୟର କଳେବର ବୃଦ୍ଧି କରିଛନ୍ତି।
"ଆଗକୁ ଆହୁରି ପରିଶ୍ରମ କରି ଦୋକାନକୁ ଆହୁରି ବଡ଼ କରିବି।" — ସୁନୀ ଗୌଡ଼
ସୁଭଦ୍ରା ଯୋଜନା ଆଜି ଓଡ଼ିଶାର ନାରୀଶକ୍ତିକୁ ଦେଉଛି ନୂଆ ଆଶା, ସ୍ୱାବଲମ୍ବନ ଓ ସମୃଦ୍ଧିର ପଥ।
#ସୁଭଦ୍ରା #ସୁଭଦ୍ରାଯୋଜନା #ବୌଦ୍ଧ #ମହିଳାସଶକ୍ତିକରଣ #ଆତ୍ମନିର୍ଭରତା #ପରିବର୍ତ୍ତନରସ୍ୱର #Subhadra #Boudh #WomenEmpowerment