Public App Logo
Profile Picture

ଏଇ ଓଡ଼ିଶା

@aeiodisha
24Followers
0Following
<nis:link nis:type=tag nis:id=ଯାଜପୁର_ରେ_ବିଜୁ_ଜନତା_ଦଳ_ର_ପଦଯାତ୍ରା_ଶୁଭାରମ୍ଭ nis:value=ଯାଜପୁର_ରେ_ବିଜୁ_ଜନତା_ଦଳ_ର_ପଦଯାତ୍ରା_ଶୁଭାରମ୍ଭ nis:enabled=true nis:link/> 
ପବିତ୍ର ଗାନ୍ଧୀ ଜୟନ୍ତୀ ରୁ ରାଜ୍ୟବ୍ୟାପୀ ଆରମ୍ଭ ହୋଇଛି ବିଜୁ ଜନତା ଦଳ ର ଜନ ସମ୍ପର୍କ ପଦଯାତ୍ରା । ସେହି କ୍ରମରେ ଆଜି ଯାଜପୁର ସଦରମହକୁମାରେ ଯାଜପୁର ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳର ପଦଯାତ୍ରା ଶୁଭାରମ୍ଭ ହୋଇଯାଇଛି। ଜିଲ୍ଲା ବିଜେଡ଼ି ସଭାପତି ସରୋଜ ମହାପାତ୍ରଙ୍କ ନେତୃତ୍ବରେ ଯାଜପୁର ପୌରପାଳିକା ଅନ୍ତର୍ଗତ କୁସୁମା ପଡିଆରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରାରେ ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ ଯୋଗ ଦେଇ ଅନ୍ୟାୟ ବିରୋଧ ରେ ସ୍ୱର ଉତ୍ତୋଳନ କରିବା କୁ କର୍ମୀ ମାନଙ୍କୁ ଆହ୍ବାନ ଦେଇଥିଲେ। ଏହି ଅବସରରେ ବରିଷ୍ଠ ବିଜେଡି ନେତା କର୍ଣାଟ କେଶରୀ ଦାସ, ଯାଜପୁର ପୌରପାଳିକାର ଅଧକ୍ଷ୍ୟା ରଞ୍ଜୁଲତା ହୋତା, ଉପାଧକ୍ଷ ସନ୍ତୋଷ ମଲ୍ଲିକ, ବ୍ଲକ ବିଜେଡି ସଭାପତି ପରେଶ ବିଶ୍ଵାଳ, ବିଚିତ୍ରପୁର ସରପଞ୍ଚ ଦେବାଶିଷ ପଣ୍ଡାଙ୍କ ସମେତ ବହୁ ନେତା ଏହି ପଦଯାତ୍ରା ରେ ସାମିଲ ହୋଇ ରାଜ୍ୟ ସରକାରଙ୍କ ବିରୁଦ୍ଧ ରେ ସ୍ଵର ଉତ୍ତୋଳନ କରିଥିଲେ । ଏହି ଜନ ସମ୍ପର୍କ ପଦଯାତ୍ରା ସହର ପରିକ୍ରମା କରିବା ରେ ଗାନ୍ଧୀ ଛକରେ ପହଞ୍ଚି ଗାନ୍ଧୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିବା ପରେ ଶେଷ ହୋଇଥିଲା।   ଏହି କାର୍ଯ୍ୟକ୍ରମ ରେ ଯାଜପୁର ପୌରପାଳିକା ଓ ବ୍ଲକ ର  ହଜାର ହଜାର ସଂଖ୍ୟକ କର୍ମୀ ମାନେ ଉପସ୍ଥିତ ଥିଲେ।
<nis:link nis:type=tag nis:id=pranabprakashdas nis:value=pranabprakashdas nis:enabled=true nis:link/> <nis:link nis:type=tag nis:id=bobbydas nis:value=BobbyDas nis:enabled=true nis:link/> <nis:link nis:type=tag nis:id=bjdjajpur nis:value=bjdjajpur nis:enabled=true nis:link/> <nis:link nis:type=tag nis:id=naveenpatnaik nis:value=NaveenPatnaik nis:enabled=true nis:link/> <nis:link nis:type=tag nis:id=jajpurnews nis:value=JajpurNews nis:enabled=true nis:link/> <nis:link nis:type=tag nis:id=jajpurkhabar nis:value=jajpurkhabar nis:enabled=true nis:link/> <nis:link nis:type=tag nis:id=aeiodisha nis:value=Aeiodisha nis:enabled=true nis:link/> <nis:link nis:type=tag nis:id=lntvnetwork nis:value=lntvnetwork nis:enabled=true nis:link/>
<nis:link nis:type=tag nis:id=ଯାଜପୁରରେ_ଜାତୀୟ_ସ୍ୱେଚ୍ଛାକୃତ_ରକ୍ତଦାନ_ଦିବସ_ପାଳିତ nis:value=ଯାଜପୁରରେ_ଜାତୀୟ_ସ୍ୱେଚ୍ଛାକୃତ_ରକ୍ତଦାନ_ଦିବସ_ପାଳିତ nis:enabled=true nis:link/>
ଯାଜପୁର ଜିଲ୍ଲାରେ ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଦିବସ-୨୦୨୬ ମହାସମାରୋହରେ ପାଳିତ ହୋଇଯାଇଛି। ଓଡ଼ିଶା ରକ୍ତ ଭଣ୍ଡାର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ମହାରାଜା ଯାଜତି କେଶରୀ ମେଡିକାଲ କଲେଜ ଓ ହସ୍ପିଟାଲ ର ଅଡିଟୋରିୟମ୍‌ଠାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅମ୍ବର କୁମାର କର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ନଗେନ୍ଦ୍ର ନାଥ ମହାପାତ୍ର, ସମ୍ମାନିତ ଅତିଥି ଭାବେ ମହାରାଜା ଯାଜତି କେଶରୀ ମେଡିକାଲ କଲେଜ ଓ ହସ୍ପିଟାଲର ଡିନ୍‌ ତଥା ପ୍ରିନ୍ସିପାଲ ପ୍ରଫେସର ଜମି ସାଗର ପୃଷ୍ଟି, ଡାକ୍ତର ମନୋଜ କୁମାର ସେନାପତି ସମେତ ବ୍ଲଡ୍ ସେଣ୍ଟରର ଅନ୍ୟାନ୍ୟ କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇ ସମାଜରୁ ରକ୍ତ ର ସଙ୍କଟ ଦୂର କରିବା ପାଇଁ ସ୍ବେଚ୍ଛାସେବୀ ସଙ୍ଗଠନ ଓ ଯୁବ ପିଢ଼ିଙ୍କୁ ଆହ୍ୱାନ ଦେଇଥିଲେ। ଏହି ଅଵସରରେ ଚଳିତ ବର୍ଷ ଜିଲ୍ଲାର ବିଭିନ୍ନ ସ୍ଥାନରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରିଥିବା ଶତାଧିକ ସ୍ବେଚ୍ଛାସେବୀ ସଙ୍ଗଠନ, ଶିକ୍ଷାନୁଷ୍ଠାନ ଓ ବିଭିନ୍ନ ଅନୁଷ୍ଠାନର କର୍ମକର୍ତା ଙ୍କୁ ଉପସ୍ଥିତ ଅତିଥି ମାନେ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହ ଆଗାମୀ ଦିନରେ ଆହୁରି ଅଧିକରୁ ଅଧିକ ରକ୍ତ ସଂଗ୍ରହ କରିବାକୁ ଉତ୍ସାହିତ କରିଥିଲେ।
<nis:link nis:type=tag nis:id=jajpurnews nis:value=JajpurNews nis:enabled=true nis:link/> <nis:link nis:type=tag nis:id=jajpurkhabar nis:value=jajpurkhabar nis:enabled=true nis:link/> <nis:link nis:type=tag nis:id=aeiodisha nis:value=Aeiodisha nis:enabled=true nis:link/> <nis:link nis:type=tag nis:id=lntvnetwork nis:value=lntvnetwork nis:enabled=true nis:link/>
<nis:link nis:type=tag nis:id=ଯାଜପୁର_ଦଶରଥପୁର_ବ୍ଲକ_ବନ୍ୟା_ବିପନ୍ନ_ମାନଙ୍କୁ_ପର୍ଯ୍ୟାପ୍ତ_ସହାୟତା_ପ୍ରଦାନ_ପାଇଁ_ଦାବି nis:value=ଯାଜପୁର_ଦଶରଥପୁର_ବ୍ଲକ_ବନ୍ୟା_ବିପନ୍ନ_ମାନଙ୍କୁ_ପର୍ଯ୍ୟାପ୍ତ_ସହାୟତା_ପ୍ରଦାନ_ପାଇଁ_ଦାବି nis:enabled=true nis:link/>
ଦଶରଥପୁର ବ୍ଲକ ର ତରପଦା, କସପା, ଛଛିଣା, ମଲ୍ଲିକାପୁର ଓ ଦଶରଥପୁର ପଞ୍ଚାୟତ ସମିତି ର ମୋଟ ୧୯ ଗୋଟି ପଞ୍ଚାୟତ, ଅହିୟାସ ବଜାର ର ୪୦୦ ବ୍ୟବସାୟୀ ସଂସ୍ଥା ବନ୍ୟା ଦ୍ବାରା କ୍ଷତିଗ୍ରସ୍ତ ହୋଇଛନ୍ତି। ବନ୍ୟା ଅଞ୍ଚଳ କୁ ମୁଖ୍ୟମନ୍ତ୍ରୀ ପରିଦର୍ଶନ କରିବା ସତ୍ତ୍ୱେ ଆଜି ପର୍ଯ୍ୟନ୍ତ ବିପନ୍ନ ଙ୍କ ଦୁଃଖ ଦୂର ହୋଇପାରିନି। ଏହାର ପ୍ରତିବାଦ କରି ଆଜି ବନ୍ୟା ବିପନ୍ନ ମାନଙ୍କ ପକ୍ଷରୁ ଏକ ଦାବି ପତ୍ର ଜିଲ୍ଲାପାଳ ଙ୍କୁ ପ୍ରଦାନ କରାଯାଇଛି। ଭଲ ଭାବେ ତୁରନ୍ତ ଘାଇ ବନ୍ଦ କରିବା, ଘର ଭଙ୍ଗା ତଦନ୍ତ କରି ସହାୟତା ପ୍ରଦାନ କରିବା,କୃଷି ଋଣ ସମ୍ପୂର୍ଣ୍ଣ ଛାଡ଼ କରିବା, ଅହିୟାସ ବଜାର ର ୪୦୦ ବ୍ୟବସାୟୀ ମାନଙ୍କର କ୍ଷୟକ୍ଷତି ପ୍ରଦାନ କରିବା,ବିଭିନ୍ନ ରାସ୍ତା ମରାମତି କରିବା ଆଦି ଦାବି ନେଇ ଜିଲ୍ଲାପାଳ ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ତୁରନ୍ତ ଦାବି ପୂରଣ କରା ନଗଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦିଆଯାଇଛି।
<nis:link nis:type=tag nis:id=lntvnetwork nis:value=lntvnetwork nis:enabled=true nis:link/> <nis:link nis:type=tag nis:id=jajpurnews nis:value=JajpurNews nis:enabled=true nis:link/> <nis:link nis:type=tag nis:id=jajpurkhabar nis:value=jajpurkhabar nis:enabled=true nis:link/> <nis:link nis:type=tag nis:id=aeiodisha nis:value=Aeiodisha nis:enabled=true nis:link/>
<nis:link nis:type=tag nis:id=ମା_ବିରଜା_କ୍ଷେତ୍ର_ନାଭିଗୟା_ରେ_ପିତୃପୁରୁଷଙ୍କୁ_ପିଣ୍ଡଦାନ nis:value=ମା_ବିରଜା_କ୍ଷେତ୍ର_ନାଭିଗୟା_ରେ_ପିତୃପୁରୁଷଙ୍କୁ_ପିଣ୍ଡଦାନ nis:enabled=true nis:link/> 
ଯାଜପୁର ର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠରେ ଆଜି ଠାରୁ ଆରମ୍ଭ ହୋଇଛି ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ  ପିଣ୍ଡଦାନ । ପ୍ରତିପ୍ରଦ ଠାରୁ  ମହାଳୟା ପର୍ଯ୍ୟନ୍ତ  ଦୀର୍ଘ ୧୫  ଦିନ ଧରି ନାଭିଗୟା ରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରିବାର ସ୍ୱତନ୍ତ୍ର ପରମ୍ପରା ରହିଛି । ଏହି ପିତୃପକ୍ଷରେ ପିଣ୍ଡଦାନ କଲେ ପିତୃପୁରଷଙ୍କ ମୋକ୍ଷ ଲାଭ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଏଥିପାଇଁ ଯାଜପୁର ର ଅଧିଷ୍ଠାତ୍ରୀ ଦେବୀ ମା ବିରଜା ପୀଠ ରେ ଥିବା ନାଭିଗୟାରେ ପିଣ୍ଡଦାନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି । ରାଜ୍ୟ ତଥା ରାଜ୍ୟ ବାହାରୁ ଶ୍ରଦ୍ଧାଳୁ ମାନେ ଆସି ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ନାଭିଗୟାରେ ପିଣ୍ଡଦାନ କରୁଛନ୍ତି । ସେଥିପାଇଁ ନାଭିଗୟାରେ ପିଣ୍ଡଦାନ ପାଇଁ ଦୂରଦୂରାନ୍ତରୁ ଛୁଟିଆସନ୍ତି ଶ୍ରଦ୍ଧାଳୁ । ପିଣ୍ଡଦାନ ପରେ ମା ବିରଜାଙ୍କୁ ମୁଖ ଦର୍ଶନ କଲେ କୋଟି ଜନ୍ମର ପାପ କ୍ଷୟ ହେବାର ବିଶ୍ୱାସ ରହିଛି l ପିଣ୍ଡଦାନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। 
<nis:link nis:type=tag nis:id=ବିରଜା nis:value=ବିରଜା nis:enabled=true nis:link/> <nis:link nis:type=tag nis:id=birajatemple nis:value=BirajaTemple nis:enabled=true nis:link/> <nis:link nis:type=tag nis:id=jajpurbiraja nis:value=jajpurbiraja nis:enabled=true nis:link/> <nis:link nis:type=tag nis:id=maabirajatemple nis:value=MaaBirajaTemple nis:enabled=true nis:link/> <nis:link nis:type=tag nis:id=jajpurnews nis:value=JajpurNews nis:enabled=true nis:link/> <nis:link nis:type=tag nis:id=jajpurkhabar nis:value=jajpurkhabar nis:enabled=true nis:link/> <nis:link nis:type=tag nis:id=aeiodisha nis:value=Aeiodisha nis:enabled=true nis:link/> <nis:link nis:type=tag nis:id=lntvnetwork nis:value=lntvnetwork nis:enabled=true nis:link/>
<nis:link nis:type=tag nis:id=ଲଘୁଚାପଜନିତ_ଅବିଶ୍ରାନ୍ତ_ବର୍ଷା_ଯୋଗୁ_ଭାଙ୍ଗିଲା_ଘରର_କାନ୍ଥ nis:value=ଲଘୁଚାପଜନିତ_ଅବିଶ୍ରାନ୍ତ_ବର୍ଷା_ଯୋଗୁ_ଭାଙ୍ଗିଲା_ଘରର_କାନ୍ଥ nis:enabled=true nis:link/>
<nis:link nis:type=tag nis:id=jajpurnews nis:value=JajpurNews nis:enabled=true nis:link/> <nis:link nis:type=tag nis:id=jajpurkhabar nis:value=jajpurkhabar nis:enabled=true nis:link/> <nis:link nis:type=tag nis:id=aeiodisha nis:value=AeiOdisha nis:enabled=true nis:link/> <nis:link nis:type=tag nis:id=lntvnetwork nis:value=lntvnetwork nis:enabled=true nis:link/>
<nis:link nis:type=tag nis:id=ମା_ବିରଜା_ଙ୍କ_ବନଜାଗ_ଯାତ୍ରା nis:value=ମା_ବିରଜା_ଙ୍କ_ବନଜାଗ_ଯାତ୍ରା nis:enabled=true nis:link/> 
ପରମ୍ପରା ଅନୁଯାୟୀ ପବିତ୍ର ସୁନିଆରୁ ଆରମ୍ଭ ହୋଇଛି ମା ବିରଜା ଙ୍କ ଶାରଦୀୟ ପୁଜାର ଶୁଭାରମ୍ଭ । ରଥ ନିର୍ମାଣ ପାଇଁ କାଷ୍ଠ ସଂଗ୍ରହ ତଥା ବିଲ୍ୱ ବରୁଣ ପୁଜା ଲାଗି ବନଜାଗ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିଲାଗି ନବାଙ୍କ ପୁଜା କରାଯାଈ ସାରଣୀ ଲେଖା ସହ ସହ ଷୋଡଶ ଉପଚାର ଲାଗି ନିୟୋଜିତ ସେବାୟତ ମାନଙ୍କୁ ବରଣୀ କରାଯାଇଛି । ଅପରାହ୍ନରେ ମୁଖ୍ୟ ପୁରୋଧା ହିମାଂଶୁ ପତିମିଶ୍ର ଓ ଜ୍ଞାନ ରଞ୍ଜନ ପତିଙ୍କ ନେତୃତ୍ୱରେ ବଳି ମଣ୍ଡପ ରେ ବିଧି ମୂତାବକ ସାବିତ୍ରୀ ଓ ସରସ୍ୱତୀ ଆହ୍ୱାନରେ ପୁଜା କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି । ପୂଜା ପରେ ଦେବୀ ଙ୍କ ସିଁହଧ୍ୱଜ ରଥ ନିର୍ମାଣ ଲାଗି ଚିହ୍ନଟ ବେଲ ଗଛ କଟା ଯିବାର ପରମ୍ପରା ରହିଛି । ଚଳିତ ବର୍ଷ ପାରମ୍ପରିକ ରୀତି ନୀତି ଅନୁଯାୟୀ ନହରପଦା ଗ୍ରାମର ରବିନ୍ଦ୍ର କୁମାର ସାହୁଙ୍କ ବାଡ଼ିରୁ କାଷ୍ଠ ସଂଗ୍ରହ କରାଯାଇଛି । ସୁନିଆ ପର ଦିନ ଠାରୁ ମା’ଙ୍କ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାର ବିଧି ରହିଛି ବୋଲି ପୁରୋଧା କହିଛନ୍ତି । ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରଶାସକ ତଥା ଉପଜିଲ୍ଲାପାଳ ତାପସ ରଞ୍ଜନ ଦେଉରୀଙ୍କ ନିର୍ଦ୍ଧେଶ କ୍ରମେ ଅତିରିକ୍ତ ତହସିଲଦାର ଅଜୟ କୁମାର ପଣ୍ଡା ଉପସ୍ଥିତ ରହି ସମସ୍ତ କାର୍ଯ୍ୟରେ ସୁବନ୍ଦୋବସ୍ତ କରିଥିଲେ । ଏହି ଅବସରରେ ପୂଜକ, ଅଙ୍ଗଲାଗି ସେବାୟତଙ୍କ ସମେତ ବିଭିନ୍ନ ବର୍ଗ ର ସେବାୟତ ମାନେ ଉପସ୍ଥିତ ଥିଲେ।
<nis:link nis:type=tag nis:id=ମାବିରଜା nis:value=ମାବିରଜା nis:enabled=true nis:link/> <nis:link nis:type=tag nis:id=birajakhetra nis:value=birajakhetra nis:enabled=true nis:link/> <nis:link nis:type=tag nis:id=birajatemple nis:value=BirajaTemple nis:enabled=true nis:link/> <nis:link nis:type=tag nis:id=birajarathyatra nis:value=Birajarathyatra nis:enabled=true nis:link/> <nis:link nis:type=tag nis:id=jajpurnews nis:value=JajpurNews nis:enabled=true nis:link/> <nis:link nis:type=tag nis:id=jajpurkhabar nis:value=jajpurkhabar nis:enabled=true nis:link/> <nis:link nis:type=tag nis:id=aeiodisha nis:value=Aeiodisha nis:enabled=true nis:link/> <nis:link nis:type=tag nis:id=lntvnetwork nis:value=lntvnetwork nis:enabled=true nis:link/>
<nis:link nis:type=tag nis:id=ଯାଜପୁରରେ_ରାଜ୍ୟସ୍ତରୀୟ_ପାଲା_ଓ_ଦାସକାଠିଆ_ମହୋତ୍ସବ_୨୦୨୬_ଉଦ୍‌ଘାଟିତ nis:value=ଯାଜପୁରରେ_ରାଜ୍ୟସ୍ତରୀୟ_ପାଲା_ଓ_ଦାସକାଠିଆ_ମହୋତ୍ସବ_୨୦୨୬_ଉଦ୍‌ଘାଟିତ nis:enabled=true nis:link/>
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ତଥା ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ, ଯାଜପୁର ଜିଲ୍ଲା ପ୍ରଶାସନ, ଜିଲ୍ଲା ସଂସ୍କୃତି ପରିଷଦ ଏବଂ 'ପୁଣ୍ୟ ଉତ୍କଳ'ର ମିଳିତ ସହଯୋଗରେ  ଯାଜପୁର ଗୌତମ ବୁଦ୍ଧ ସଂସ୍କୃତି ଭବନରେ 'ରାଜ୍ୟସ୍ତରୀୟ ପାଲା ଓ ଦାସକାଠିଆ ମହୋତ୍ସବ-୨୦୨୬' ମହାସମାରୋହରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଉଦ୍‌ଘାଟନୀ ସମାରୋହରେ ସମ୍ମାନିତ ଅତିଥି ଭାବେ ପୂର୍ବତନ ଜିଲ୍ଲାପରିଷଦ ଅଧକ୍ଷ ଗୌତମ ରାୟ ଯୋଗଦେଇ ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟ ତଥା ଲୋକକଳାର ସଂରକ୍ଷଣ ଦିଗରେ ଏଭଳି ମହୋତ୍ସବର ଆୟୋଜନ ପ୍ରକୃତରେ ଅତ୍ୟନ୍ତ ପ୍ରଶଂସନୀୟ ବୋଲି କହିଥିଲେ। ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ତଥା ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଡ. ଚନ୍ଦ୍ରଶେଖର ହୋତା ଏଥିରେ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ଯାଜପୁର ହେଉଛି କଳା ଓ ସଂସ୍କୃତିର ଏକ ପ୍ରାଚୀନ ପୀଠ ବୋଲି ମତପ୍ରକାଶ କରିଥିଲେ। ଏହି ମଞ୍ଚରେ ଉପସ୍ଥିତ ଥିବା ଯାଜପୁରର ବିଶିଷ୍ଟ  ଶିକ୍ଷାବିତ୍  ପଣ୍ଡିତ ଭୂପତି ଭୂଷଣ ମିଶ୍ର, ହରିଶ ଚନ୍ଦ୍ର ପଣ୍ଡା, ଉପ-ଜିଲ୍ଲାପାଳ ତାପସ ରଞ୍ଜନ ଦେହୁରୀ , ବିଶିଷ୍ଟ ଶିକ୍ଷାବିତ୍ ଡ. ଦାମୋଦର ବେହେରା ଏବଂ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ ପ୍ରମୁଖ ଅନ୍ୟାନ୍ୟ ମାନ୍ୟଗଣ୍ୟ ଅତିଥିମାନେ ମଧ୍ୟ କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିଥିଲେ।ସେପ୍ଟେମ୍ବର ୨୧ ରୁ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ୫ ଦିନିଆ ମହୋତ୍ସବରେ ପ୍ରଥମ ଦୁଇ ଦିନ ଦାସକାଠିଆ ଏବଂ ପରବର୍ତ୍ତୀ ତିନି ଦିନ ପାଲା ପରିବେଷଣ କରାଯିବାର କାର୍ଯ୍ୟକ୍ରମ ରହିଛି।
<nis:link nis:type=tag nis:id=jajpurnews nis:value=Jajpurnews nis:enabled=true nis:link/> <nis:link nis:type=tag nis:id=jajpurkhabar nis:value=jajpurkhabar nis:enabled=true nis:link/> <nis:link nis:type=tag nis:id=aeiodisha nis:value=Aeiodisha nis:enabled=true nis:link/> <nis:link nis:type=tag nis:id=lntvnetwork nis:value=lntvnetwork nis:enabled=true nis:link/>
<nis:link nis:type=tag nis:id=ଏସଆଇଆର_ପ୍ରକ୍ରିୟା_ପରେ_ପ୍ରକାଶ_ପାଇଲା_ଯାଜପୁଲ୍ଲାର_ଚୂଡାନ୍ତ_ଭୋଟର_ତାଲିକା nis:value=ଏସଆଇଆର_ପ୍ରକ୍ରିୟା_ପରେ_ପ୍ରକାଶ_ପାଇଲା_ଯାଜପୁଲ୍ଲାର_ଚୂଡାନ୍ତ_ଭୋଟର_ତାଲିକା nis:enabled=true nis:link/>
ଏସଆଇଆର ପ୍ରକ୍ରିୟା ପରେ ପ୍ରକାଶ ପାଇଲା ଯାଜପୁର ଜିଲ୍ଲାର ଚୂଡାନ୍ତ ଭୋଟର ତାଲିକା। ଏସଆଇଆର ମାଧ୍ୟମରେ ଯାଜପୁର ଜିଲ୍ଲାରେ ବାଦ ପଡିଛନ୍ତି ୧ଲକ୍ଷ ୬ ହଜାର ୩୧୩ ଭୋଟର। ଚୂଡାନ୍ତ ଭୋଟର ତାଲିକାରେ ୧୪ଲକ୍ଷ ୪୩ହଜାର ୬୪୫ ଜଣ ଭୋଟରଙ୍କର ନାମ ରହିଥିବା ଯାଜପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ସ୍ୱତନ୍ତ୍ର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯାଜପୁର ଜିଲ୍ଲାପାଳ ଅମ୍ବର କୁମାର କର । ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଠିର ନାୟକ, ରାଜସ୍ବ ବିଭାଗର ଅତିରିକ୍ତ ଜିଲ୍ଲାପାଳ ଶିବାନନ୍ଦ ସ୍ୱାଇଁ, କଳିଙ୍ଗ ନଗର ଅତିରିକ୍ତ ଜିଲ୍ଲାପାଳ ସପନ କୁମାର ନନ୍ଦ, ଉପଜିଲ୍ଲାପାଳ ତାପସ ରଞ୍ଜନ ଦେଉରୀଙ୍କ ସମେତ ସମସ୍ତ ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସର ମାନେ ଯୋଗ ଦେଇଥିଲେ। ଏହି ଅବସରରେ ଚୂଡାନ୍ତ ଭୋଟର ତାଲିକା ଲୋକାର୍ପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସମସ୍ତ ରାଜନୈତିକ ଦଳର ପ୍ରତିନିଧି ଙ୍କ ସହ ସାମ୍ବାଦିକ ମାନେ ଉପସ୍ଥିତ ଥିଲେ।
<nis:link nis:type=tag nis:id=sir nis:value=SIR nis:enabled=true nis:link/> <nis:link nis:type=tag nis:id=jajpurnews nis:value=JajpurNews nis:enabled=true nis:link/> <nis:link nis:type=tag nis:id=jajpurkhabar nis:value=jajpurkhabar nis:enabled=true nis:link/> <nis:link nis:type=tag nis:id=lntvnetwork nis:value=lntvnetwork nis:enabled=true nis:link/> <nis:link nis:type=tag nis:id=aeiodisha nis:value=Aeiodisha nis:enabled=true nis:link/>
<nis:link nis:type=tag nis:id=ଅଭିଯୁକ୍ତଙ୍କୁ_୨୦ବର୍ଷ_ର_କାରାଦଣ୍ଡାଦେଶ nis:value=ଅଭିଯୁକ୍ତଙ୍କୁ_୨୦ବର୍ଷ_ର_କାରାଦଣ୍ଡାଦେଶ nis:enabled=true nis:link/> 
୨୦୧୭ମସିହା ସୁକିନ୍ଦା ଥାନା ଅଂଚଳରେ ୧୬ବର୍ଷିୟ ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଘଟଣାର ରାୟ ପ୍ରକାଶ। ଅଭିଯୁକ୍ତ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅନ୍ତର୍ଗତ ମୋଟପାଟଣା ଗ୍ରାମର ଭାଗିରଥି ସାହୁଙ୍କ ପୁଅ ଅନନ୍ତ କୁମାର ସାହୁଙ୍କୁ ୨୦ବର୍ଷ କାରାଦଣ୍ଡାଦେଶ ଶୁଣାଇଲେ ପୋକସୋ ଫାଷ୍ଟଟ୍ରାକ ସ୍ପେସାଲ ଅଦାଲତ । ଅଭିଯୁକ୍ତ ଟୁରିଷ୍ଟ ଗାଇଡ଼ ଭାବେ କାମ କରେ। ନାବାଳିକାକୁ ପ୍ରଲୋଭିତ କରି କେରଳକୁ ଅପହରଣ କରି ନେଇ ସେଠାରେ ବାରମ୍ବାର ଦୁଷ୍କର୍ମ କରିଥିଲା। ଏ ନେଇ  ପୀଡ଼ିତା ଙ୍କ ପରିବାର ବର୍ଗ ଅପହରଣ ସୁକିନ୍ଦା ଥାନାରେ ଅଭିଯୋଗ କରିଥିଲେ।  ଅଭିଯୋଗକୁ ଭିତ୍ତି କରି ପୋଲିସ ଟ୍ରାକିଂ କରି ନାବାଳିକା କୁ କେରଳ ରୁ ଉଦ୍ଧାର କରିବା ସହ ଅଭିଯୁକ୍ତ ଅନନ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ଆଜି ଏହି ମାମଲା ର ଶୁଣାଣି କରିଛନ୍ତି ଯାଜପୁର ର ଆଡ଼ ହକ ଅତିରିକ୍ତ ଜିଲା ଓ ଦୌରା ଜଜ ତଥା ସ୍ୱତନ୍ତ୍ର ପୋକ୍ସୋ ଅଦାଲତ। ୨୨ ଜଣଙ୍କ ସାକ୍ଷ ଓ ୧୫ ଗୋଟି ଦସ୍ତାବିଜ କୁ ଆଧାର କରି ଅଭିଯୁକ୍ତ ଙ୍କୁ ୨୦ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୫୦ ହଜାର ଟଙ୍କା ଜରିମାନା ପାଇଁ ରାୟ ଶୁଣାଇଛନ୍ତି। ଏଥି ସହିତ ଅନାଦୟ ୧୨ ମାସ ଅଧିକ କାରାଦଣ୍ଡାଦେଶ ସହ ପିଡିତା ଙ୍କୁ ୧ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବାକୁ ଆଇନ ସେବା ପ୍ରାଧିକରଣକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର ବିଚାରପତି ଶରତ କୁମାର ଦେହୁରୀ । ଏହି ମାମଲା କୁ ସରକାରୀ ଓକିଲ ଅଲିପ କୁମାର ନାୟକ ପରିଚାଳନା କରିଛନ୍ତି ।
<nis:link nis:type=tag nis:id=jajpurnews nis:value=JajpurNews nis:enabled=true nis:link/> <nis:link nis:type=tag nis:id=jajpurkhabar nis:value=jajpurkhabar nis:enabled=true nis:link/> <nis:link nis:type=tag nis:id=aeiodisha nis:value=Aeiodisha nis:enabled=true nis:link/> <nis:link nis:type=tag nis:id=lntvnetwork nis:value=lntvnetwork nis:enabled=true nis:link/>
<nis:link nis:type=tag nis:id=ଚୋରା_ମଦକୁ_ବିରୋଧ nis:value=ଚୋରା_ମଦକୁ_ବିରୋଧ nis:enabled=true nis:link/> 
ପୋଲିସର ନିଷ୍କ୍ରିୟତା ର ପ୍ରତିବାଦରେ ଅଂଟା ଭିଡ଼ିଲେ ମହିଳା। ବେଆଇନ ମଦ ଦୋକାନ ସମ୍ମୁଖରେ କଲେ ହଟ୍ଟଗୋଳ।ଯାଜପୁର ବ୍ଲକ ବିଚିତ୍ରପୁର ପଂଚାୟତରୁ ଏଭଳି ଚିତ୍ର ସାମ୍ନାକୁ ଆସିଛି। ପଂଚାୟତ କାର୍ଯ୍ୟାଳୟ ନିକଟରେ ଥିବା ଏକ ଦୋକାନ ଗୃହ ଓ ଜେନାସାହିରେ ଥିବା ଜନୈକ ବ୍ୟକ୍ତିଙ୍କ ଘରେ ଦୀର୍ଘ ଦିନ ହେବ ବେଆଇନ ମଦ ବିକ୍ରି ହୋଇ ଆସୁଛି। ଗାଁରେ ମଦ ପିଇ ଲୋକ ମାନେ ଏକ ଅଶାନ୍ତିର ପରିବେଶ ସୃଷ୍ଟି କରିବା ସହ ଘରେ ମହିଳାଙ୍କ ଉପରେ ଅତ୍ୟାଚାର କରୁଥିଲେ। ଯାହାକୁ ନେଇ ବହୁବାର  ପୋଲିସକୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଆଜି ଗ୍ରାମର ମହିଳା ମହାସଂଘର ମହିଳା ମାନେ ଏକତ୍ରିତ ହୋଇ ବେଆଇନ ମଦ ବିକ୍ରି ହେଉଥିବା ସ୍ଥାନରେ ହୋହଲା କରିବା ସହ ସମ୍ପୃକ୍ତ ଦୋକାନୀ ମାନଙ୍କୁ ମଦ ବିକ୍ରି ନ କରିବାକୁ ଚେତାବନୀ ଦେଇଥିଲେ। 
<nis:link nis:type=tag nis:id=lntvnetwork nis:value=lntvnetwork nis:enabled=true nis:link/> <nis:link nis:type=tag nis:id=jajpurnews nis:value=JajpurNews nis:enabled=true nis:link/> <nis:link nis:type=tag nis:id=jajpurkhabar nis:value=jajpurkhabar nis:enabled=true nis:link/> <nis:link nis:type=tag nis:id=aeiodisha nis:value=Aeiodisha nis:enabled=true nis:link/>
<nis:link nis:type=tag nis:id=ଗୋଚର_ଜମିରେ_ବେଆଇନ_ଶବଦାହ_ପ୍ରତିବାଦ nis:value=ଗୋଚର_ଜମିରେ_ବେଆଇନ_ଶବଦାହ_ପ୍ରତିବାଦ nis:enabled=true nis:link/>
ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ୱାରସ୍ଥ ହେଲେ ଉଡ଼ରଙ୍ଗ ରାମ୍ବଲପୂରବାସୀ। ଅଭିଯୋଗ ମୁତାବକ ଉଡ଼ରଙ୍ଗ ପଂଚାୟତର ରାମ୍ବଲପୁର ଗ୍ରାମରେ ଏକ ସ୍ମଶାନ ଥିବା ସତ୍ବେ ଗ୍ରାମର ଅନେକ ସବର୍ଣ୍ଣ ଲୋକେ ହରିଜନ ବସ୍ତି ନିକଟରେ ଥିବା ଗୋଚର ଜମିରେ ଶବ ଦାହ କରୁଛନ୍ତି। ବାରମ୍ବାର ମନା କରିବା ସତ୍ତ୍ୱେ ଧମକପୂର୍ଣ୍ଣ ଗାଳି କରୁଛନ୍ତି। ଏଠାରେ ଶବ ଦାହ ହେବା ଫଳରେ ବସ୍ତିରେ ଥିବା ୩୫ରୁ ଉର୍ଦ୍ଧ୍ବ ପରିବାରବର୍ଗଙ୍କ  ଜୀବନଯାପନ ଉପରେ ପ୍ରଭାବ ପଡୁଛି। ଦୁର୍ଗନ୍ଧ ଯୋଗୁ ଘରେ ଚଳାଚଳ କରିବା କଷ୍ଟକର ହୋଇଯାଉଛି। ତେବେ ଏହାକୁ ବିରୋଧ କରି ଏକ ପ୍ରତିନିଧି ଦଳ ଜିଲାପାଳଙ୍କ ଅଫିସରେ ପହଞ୍ଚି ଏକ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି।
<nis:link nis:type=tag nis:id=jajpurnews nis:value=JajpurNews nis:enabled=true nis:link/> <nis:link nis:type=tag nis:id=jajpurkhabar nis:value=jajpurkhabar nis:enabled=true nis:link/> <nis:link nis:type=tag nis:id=aeiodisha nis:value=Aeiodisha nis:enabled=true nis:link/> <nis:link nis:type=tag nis:id=lntvnetwork nis:value=lntvnetwork nis:enabled=true nis:link/>
<nis:link nis:type=tag nis:id=ହାଇକୋର୍ଟଙ୍କ_ରାୟକୁ_ସମ୍ମାନ_ଦେଲେ_ପ୍ରମିଳା nis:value=ହାଇକୋର୍ଟଙ୍କ_ରାୟକୁ_ସମ୍ମାନ_ଦେଲେ_ପ୍ରମିଳା nis:enabled=true nis:link/> 
ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି ବିଂଝାରପୁର ବିଧାୟିକା ତଥା ବିଜେଡିର ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ। ସୂଚନା ଯୋଗ୍ୟ ଯେ ଗତ ରାଜ୍ୟସଭା ନିର୍ବାଚନରେ ଦଳୀୟ ଶୃଙ୍ଖଳା  ନ ମାନି ବିଜେଡିର 8 ବିଧାୟକ ଅନ୍ୟ ଦଳକୁ ଭୋଟଦେବା ମାମଲାରେ ପ୍ରଥମେ ବାଚସ୍ପତିଙ୍କ ଦ୍ୱାରସ୍ତ ହୋଇଥିଲେ ବିଜେଡି କର୍ମଜର୍ତ୍ତା। ତେବେ ବାଚସ୍ପତିଙ୍କ ଠାରୁ ସନ୍ତୋଷ ଜନକ ଉତ୍ତର ନପାଇ ମାନ୍ୟବର ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲା ବିଜେଡି। ଆଜି ଏହି ମାମଲାର ଶୁଣାଣି କରି ମାନ୍ୟବର ହାଇକୋର୍ଟ ଆସନ୍ତା 29 ସୁଦ୍ଧା  ସମସ୍ତ ତଥ୍ୟ ଦାଖଲ  କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ବିଜେଡି ବାଚସ୍ପତିଙ୍କୁ ଏହି ୮ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ କରିବାକୁ ଆବେଦନ କରିଥିବା ବେଳେ ବାଚସ୍ପତି ଏହାକୁ ଏକ ତରଫା ଭାବେ ବିଚାର କରିଥିବାରୁ ବିଜେଡି ମାନ୍ୟବର ହାଇକୋର୍ଟଙ୍କ ଆଶ୍ରୟ ନେଇଥିଲା। ବାଚସ୍ପତିଙ୍କ ଏହି ଏକତରଫା ବିଚାର ବରୋଧରେ କୋର୍ଟରେ ଅଭିଯୋଗ ଦାଖଲ ପରେ ଦିନ ଘୁଞ୍ଚାଇବା ପାଇଁ ଉଦ୍ୟମ ମଧ୍ୟ କରାଯାଇଥିଲା। ତେବେ ମାନ୍ୟବର ହାଇକୋର୍ଟ ଦିନ ଘୁଞ୍ଚାଇବା ପରିବର୍ତ୍ତେ ଆସନ୍ତା ୨୯ତାରିଖ ସୁଦ୍ଧା ଜବାବ ଦାଖଲ କରିବାକୁ ନିର୍ଦେଶ ଦେଇଛନ୍ତି। ମାନ୍ୟବର ହାଇକୋର୍ଟ ତଥା ବିଚାର ବିଭାଗ ଉପରେ ଯଥେଷ୍ଟ ଭରସା ଥିବା କହିଛନ୍ତି ବିଂଝାରପୁର ବିଧାୟିକା ତଥା ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ। ସେପଟେ ଭୋଟ କ୍ଷେତ୍ରରେ  ବିଧାୟକ ମାନଙ୍କ ସାମ୍ବିଧାନିକ ଓ ସ୍ୱାଧୀନତା ଅଧିକାର ରହିଥିଲେ ବି ସେମାନେ ଇସ୍ତଫା ନଦେଇ ଅନ୍ୟ ଦଳକୁ ଭୋଟ ଦେଇଥିବାରୁ ସମ୍ପୃକ୍ତ ବିଧାୟକ ମାନେ ଦଳ ବିରୋଧୀ ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରମିଳା  ମଲ୍ଲିକ କହିଛନ୍ତି। ମାନ୍ୟବର ହାଇକୋର୍ଟଙ୍କ ଠାରୁ ଉଚ୍ଚିତ ନ୍ୟାୟ ମିଳିବ ବୋଲି ସେ ବିଶେଷ ଭାବେ ଆଶାବାଦୀ ଥିବା କହିଛନ୍ତି।
<nis:link nis:type=tag nis:id=pramilamallick nis:value=PramilaMallick nis:enabled=true nis:link/> <nis:link nis:type=tag nis:id=ବିଞ୍ଝାରପୁର nis:value=ବିଞ୍ଝାରପୁର nis:enabled=true nis:link/> <nis:link nis:type=tag nis:id=binjharpur nis:value=Binjharpur nis:enabled=true nis:link/> <nis:link nis:type=tag nis:id=lntvnetwork nis:value=lntvnetwork nis:enabled=true nis:link/> <nis:link nis:type=tag nis:id=jajpurnews nis:value=JajpurNews nis:enabled=true nis:link/> <nis:link nis:type=tag nis:id=jajpurkhabar nis:value=jajpurkhabar nis:enabled=true nis:link/> <nis:link nis:type=tag nis:id=aeiodisha nis:value=Aeiodisha nis:enabled=true nis:link/>
<nis:link nis:type=tag nis:id=ଷଣ୍ଢମାନଙ୍କ_ଉପଦ୍ରଵ_ପ୍ରତିବାଦରେ_ଯାଜପୁର_ଜିଲ୍ଲାପାଳଙ୍କ_କାର୍ଯ୍ୟାଳୟ_ଦ୍ୱାରସ୍ଥ nis:value=ଷଣ୍ଢମାନଙ୍କ_ଉପଦ୍ରଵ_ପ୍ରତିବାଦରେ_ଯାଜପୁର_ଜିଲ୍ଲାପାଳଙ୍କ_କାର୍ଯ୍ୟାଳୟ_ଦ୍ୱାରସ୍ଥ nis:enabled=true nis:link/> ହେଲେ ନବନିର୍ମାଣ କୃଷକ ସଂଗଠନ। ସଂଗଠନର ରାଜ୍ୟ ସହ ସଂଯୋଜକ ନିମାଇଁ ରାୟଙ୍କ ନେତୃତ୍ୱରେ ଚାଷିମାନେ ଯାଜପୁର ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଫସଲ କ୍ଷେତରେ ଷଣ୍ଢ,ମାଙ୍କଡ଼ ଓ ବାରାହା ମାନଙ୍କ ଉପଦ୍ରବ ବଢ଼ିଚାଲିଛି। ଯାହାକୁ ନେଇ ଚାଷୀ ମାନେ ନାହିଁ ନଥିବା ହଇରାଣ ହରକତ ହେଉଛନ୍ତି। ଚାଷ ଜମିରେ ଫସଲ ନଷ୍ଟ ହେବା ଫଳରେ ବହୁ କ୍ଷତି ସହୁଛନ୍ତି ଚାଷିକୂଳ। ଏ ନେଇ ଏକ ଚାଷୀ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କ କାର୍ଯ୍ୟଳୟର ଦ୍ବାରସ୍ଥ ହୋଇ ଏହାର ପ୍ରତିକାର ଦାବି କରିବା ସହ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି। 
<nis:link nis:type=tag nis:id=lntvnetwork nis:value=lntvnetwork nis:enabled=true nis:link/> <nis:link nis:type=tag nis:id=jajpurnews nis:value=JajpurNews nis:enabled=true nis:link/> <nis:link nis:type=tag nis:id=jajpurkhabar nis:value=jajpurkhabar nis:enabled=true nis:link/> <nis:link nis:type=tag nis:id=aeiodisha nis:value=Aeiodisha nis:enabled=true nis:link/> <nis:link nis:type=tag nis:id=nabanirmanakrushaksangathan nis:value=nabanirmanakrushaksangathan nis:enabled=true nis:link/>
<nis:link nis:type=tag nis:id=ଦୁଷ୍କର୍ମକାରୀ_ଙ୍କୁ_୨୦ବର୍ଷ_କାରାଦଣ୍ଡାଦେଶ_ପାଇଁ_ନିର୍ଦ୍ଦେଶ nis:value=ଦୁଷ୍କର୍ମକାରୀ_ଙ୍କୁ_୨୦ବର୍ଷ_କାରାଦଣ୍ଡାଦେଶ_ପାଇଁ_ନିର୍ଦ୍ଦେଶ nis:enabled=true nis:link/>
୧୫ବର୍ଷୀୟ ନାବାଳିକା ଛାତ୍ରୀକୁ ଦୁଷ୍କର୍ମ ଘଟଣାର ରାୟ ପ୍ରକାଶ । ଅପହରଣ କରି ନାବାଳିକାକୁ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ ଙ୍କୁ ୨୦ବର୍ଷ କାରାଦଣ୍ଡାଦେଶ ଶୁଣାଇଲେ ଯାଜପୁର ର ସ୍ବତନ୍ତ୍ର ପୋକ୍ସୋ କୋର୍ଟ । ଅଭିଯୁକ୍ତ ହେଲେ କେନ୍ଦୁଝର ଜିଲା ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ କୀର୍ତ୍ତନପାଟିଆ ଗାଁର ବିଜୟ ମୁଣ୍ଡାଙ୍କ ପୁଅ ସଂଗ୍ରାମ ମୁଣ୍ଡା। ୨୦୨୫  ମସିହା କଳିଙ୍ଗ ନଗର ଥାନା ଅଂଚଳରେ ୧୫ ବର୍ଷୀୟ ନାବାଳିକା ଝିଅକୁ ଅପହରଣ କରି ଦୁଷ୍କର୍ମ କରିଥିଲେ ଅଭିଯୁକ୍ତ । ଏ ନେଇ ପିଡିତାଙ୍କ ପରିବାର ବର୍ଗଙ୍କ ପକ୍ଷରୁ କଳିଙ୍ଗ ନଗର ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ଅଭିଯୋଗ କୁ ଭିତ୍ତି କରି ଦୁଷ୍କର୍ମକାରୀ ସଂଗ୍ରାମ ଙ୍କୁ ପୋଲିସ ପୋକ୍ସୋ ଧାରା ୬ ଅନୁଯାୟୀ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ଆଜି ଏହି ମାମଲା ର ଶୁଣାଣି କରିଛନ୍ତି ସ୍ବତନ୍ତ୍ର ପୋକ୍ସୋ ଅଦାଲତ । ୨୧ଜଣ ସାକ୍ଷ ପ୍ରମାଣ ଓ ୧୩ ଗୋଟି ଦସ୍ତାବିଜକୁ ଆଧାର କରି ଅଭିଯୁକ୍ତ ଙ୍କୁ ୨୦ବର୍ଷ କାରାଦଣ୍ଡାଦେଶ ସହ ୫୦ ହଜାର ଟଙ୍କା ଜରିମାନା ଶୁଣାଇଛନ୍ତି । ଏଥି ସହିତ ଅନାଦୟ ୧୨ ମାସ ଅଧିକ କାରାଦଣ୍ଡାଦେଶ ସହ ପିଡିତା ଙ୍କୁ ୮ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବାକୁ ମଧ୍ୟ ଆଇନ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ତଥା ସ୍ବତନ୍ତ୍ର ପୋକ୍ସୋ ବିଚାରପତି ଅଭିଳାସ ସେନାପତି । ଏହି ମାମଲା ଟିକୁ ସ୍ୱତନ୍ତ୍ର ସରକାରୀ ଓକିଲ ଶ୍ରୀନିବାସ ସାହୁ ପରିଚାଳନା କରିଥିଲେ। ଏ ନେଇ ଜିଲ୍ଲା ଆଭିଯୋଜନ ନିର୍ଦେଶାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଉପ ନିର୍ଦେଶିକା ଅଭିଯୋଜିକା ରଶ୍ମିତା ମହାପାତ୍ର। ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଅଭିଯୋଜନ କାର୍ଯ୍ୟାଳୟର ସହକାରୀ ନିର୍ଦେଶିକା ପ୍ରତିମା ଓଝା, ସହକାରୀ ନିର୍ଦେଶକ ହିନ୍ଦୁ ହାଂସଦା ଉପସ୍ଥିତଥିଲେ।
<nis:link nis:type=tag nis:id=jajpurnews nis:value=JajpurNews nis:enabled=true nis:link/> <nis:link nis:type=tag nis:id=jajpurkhabar nis:value=jajpurkhabar nis:enabled=true nis:link/> <nis:link nis:type=tag nis:id=aeiodisha nis:value=Aeiodisha nis:enabled=true nis:link/> <nis:link nis:type=tag nis:id=lntvnetwork nis:value=lntvnetwork nis:enabled=true nis:link/>
<nis:link nis:type=tag nis:id=ଦିବ୍ୟାଙ୍ଗ_ମହିଳାଙ୍କୁ_ବଳାତ୍କାର_ଘଟଣାର_ରାୟ nis:value=ଦିବ୍ୟାଙ୍ଗ_ମହିଳାଙ୍କୁ_ବଳାତ୍କାର_ଘଟଣାର_ରାୟ nis:enabled=true nis:link/>
<nis:link nis:type=tag nis:id=୧୨_ବର୍ଷ_ଜେଲ୍ nis:value=୧୨_ବର୍ଷ_ଜେଲ୍ nis:enabled=true nis:link/> 
ବହୁ ଚର୍ଚ୍ଚିତ ବିଂଝାରପୁର ଥାନା ଅଂଚଳରେ ଦିବ୍ୟାଙ୍ଗ ମହିଳାଙ୍କୁ ବଳାତ୍କାର ଘଟଣାର ରାୟ ପ୍ରକାଶ। ମୁଖ୍ୟ ଅଭିଯୁକ୍ତ ବିଂଝାରପୁର ଥାନା ନାଉପାଳ ଗ୍ରାମ ଛୁଞ୍ଚିଆ ମଲ୍ଲିକଙ୍କ ପୁଅ ବିରେନ୍ଦ୍ର ମଲ୍ଲିକ ଙ୍କୁ ୧୨ବର୍ଷ କାରାଦଣ୍ଡାଦେଶ ଶୁଣାଇଲେ ଅତିରିକ୍ତ ଜିଲ୍ଲା ଓ ଦୌରା ଅଦାଲତ । ୨୦୨୫ ମସିହା ବିଂଝାରପୁର ଥାନା ଅଞ୍ଚଳର ଦିବ୍ୟାଙ୍ଗ ମହିଳା କାମ ସାରି ଘରକୁ ଫେରୁଥିବା ସମୟରେ ପୀଡ଼ିତାଙ୍କୁ ଏକ ଚାଳ ଘରକୁ ଟାଣି ନେଇ ଦୁଷ୍କର୍ମ କରିଥିଲେ ଅଭିଯୁକ୍ତ । ଏ ନେଇ ପିଡିତା ବିଂଝାରପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ଅଭିଯୋଗ କୁ ଭିତ୍ତି କରି ଦୁଷ୍କର୍ମକାରୀ ବିରେନ୍ଦ୍ର ଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ଆଜି ଏହି ମାମଲା ର ଶୁଣାଣି କରିଛନ୍ତି ଅତିରିକ୍ତ ଜିଲ୍ଲା ଓ ଦୌରା ଅଦାଲତ । ୬ ଜଣ ସାକ୍ଷ ପ୍ରମାଣ ଓ ୫ ଗୋଟି ଦସ୍ତାବିଜକୁ ଆଧାର କରି ଅଭିଯୁକ୍ତ ଙ୍କୁ ୧୨ ବର୍ଷ କାରାଦଣ୍ଡାଦେଶ ସହ ୫୦ ହଜାର ଟଙ୍କା ଜରିମାନା ଶୁଣାଇଛନ୍ତି । ଏଥି ସହିତ ଅନାଦୟ ୧୨ ମାସ ଅଧିକ କାରାଦଣ୍ଡାଦେଶ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଅତିରିକ୍ତ ଜିଲ୍ଲା ଓ ଦୌରା ବିଚାରପତି ବିଶେଶ୍ୱର ବିଶ୍ଵ ପ୍ରକାଶ ରାୟ।  ଏହି ମାମଲା ଟିକୁ ସରକାରୀ ଓକିଲ କୁଳମଣି ନାୟକ, ଅତିରିକ୍ତ ସରକାରୀ ଓକିଲ ବିପ୍ଳବ କୁମାର ମୁଦୁଲି ପରିଚାଳନା କରିଥିଲେ। ଏ ନେଇ ଜିଲ୍ଲା ଆଭିଯୋଜନ ନିର୍ଦେଶାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଉପନିର୍ଦେଶିକା ଅଭିଯୋଜିକା ରଶ୍ମିତା ମହାପାତ୍ର। ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଅଭିଯୋଜନ କାର୍ଯ୍ୟାଳୟର ସହକାରୀ ନିର୍ଦେଶିକା ପ୍ରତିମା ଓଝା, ସହକାରୀ ନିର୍ଦେଶକ ହିନ୍ଦୁ ହାଂସଦା ଉପସ୍ଥିତଥିଲେ।
<nis:link nis:type=tag nis:id=lntvnetwork nis:value=lntvnetwork nis:enabled=true nis:link/> <nis:link nis:type=tag nis:id=jajpurnews nis:value=JajpurNews nis:enabled=true nis:link/> <nis:link nis:type=tag nis:id=jajpurkhabar nis:value=jajpurkhabar nis:enabled=true nis:link/> <nis:link nis:type=tag nis:id=aeiodisha nis:value=Aeiodisha nis:enabled=true nis:link/>
<nis:link nis:type=tag nis:id=ଦୁର୍ଘଟଣା_ପରେ_ଶୁଣନ୍ତୁ_ଡାକ୍ତର_କଣ_କହୁଛନ୍ତି nis:value=ଦୁର୍ଘଟଣା_ପରେ_ଶୁଣନ୍ତୁ_ଡାକ୍ତର_କଣ_କହୁଛନ୍ତି nis:enabled=true nis:link/> 
<nis:link nis:type=tag nis:id=ଲକ୍ଷ୍ମୀ_ମନ୍ଦିର_ନିକଟରେ_ମର୍ମନ୍ତୁଦ_ସଡକ_ଦୁର୍ଘଟଣା_ଘଟଣା nis:value=ଲକ୍ଷ୍ମୀ_ମନ୍ଦିର_ନିକଟରେ_ମର୍ମନ୍ତୁଦ_ସଡକ_ଦୁର୍ଘଟଣା_ଘଟଣା nis:enabled=true nis:link/> 
ଜାତୀୟ ରାଜପଥ ୧୬ ଅନ୍ତର୍ଗତ ଯାଜପୁର ସଠିପୁର ବ୍ରଜନଗର ଗଡା ଲକ୍ଷ୍ମୀ ମନ୍ଦିର ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ସ୍କୁଲ ଛାଡିବାକୁ ଯାଉଥିବା ସମୟରେ ବାଇକକୁ ପିଟିଲା କାର। ଅବିଭାବକଙ୍କ ସହ ତିନିଜଣ ଜଣ ଛାତ୍ରଛାତ୍ରୀ ଗୁରୁତର। ଯାଜପୁର ବ୍ଲକ ମୂଳାପାଳସ୍ଥିତ ଲିଙ୍ଗେଶ୍ୱର ମନ୍ଦିର ନିକଟରେ ଥିବା ସରସ୍ଵତୀ ଶିଶୁ ମନ୍ଦିରଙ୍କୁ ପିଲାମାନଙ୍କୁ ଛାଡ଼ିବାକୁ ଯାଉଥିବା ସମୟରେ ହୋଇଛି ଏଭଳି ଦୁର୍ଘଟଣା। ଗୁରୁତର ଅବିଭାବକ ହେଲେ ଅଶୋକ ସାହୁ ଓ ତାଙ୍କ ପୁଅ ଆଶୀଷ ସାହୁ ଝିଅ ଆଦ୍ୟାଶା ସାହୁ ଏବଂ ଅନ୍ୟଜଣେ ଛାତ୍ର ସାଇଲ ଓଝା । ଅଶୋକ ନିଜ ପୁଅ ଝିଅ ସହ ଅନ୍ୟଜଣେ ଛାତ୍ରଙ୍କୁ ଏକ ବାଇକ ଯୋଗେ ବିଦ୍ୟାଳୟ ନେଇ ଯାଉଥିବା ବେଳେ ଜାତୀୟରାଜପଥରେ ଏକ କାର ଦୃତ ଗତିରେ ଆସି ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ସମସ୍ତେ ପଡି ରକ୍ତଜୁଡୁବୁଡୁ ହୋଇଯାଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ସେମାନଙ୍କୁ ଉଦ୍ଧାର କରି ଯାଜପୁର ମୁଖ୍ୟଚିକିତ୍ସାଳୟ କୁ ଅଣାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୋଟ ଚାରିଜଣଙ୍କୁ କଟକ ବଡମେଡିକାଲ ସ୍ଥାନାନ୍ତରିତ କରାଯାଇଛି ।
<nis:link nis:type=tag nis:id=jajpurnews nis:value=JajpurNews nis:enabled=true nis:link/> <nis:link nis:type=tag nis:id=jajpurkhabar nis:value=jajpurkhabar nis:enabled=true nis:link/> <nis:link nis:type=tag nis:id=lntvnetwork nis:value=lntvnetwork nis:enabled=true nis:link/> <nis:link nis:type=tag nis:id=aeiodisha nis:value=Aeiodisha nis:enabled=true nis:link/>
<nis:link nis:type=tag nis:id=ଗୁରୁପୂଜନ_କାର୍ଯ୍ୟକ୍ରମ_ଅନୁଷ୍ଠିତ nis:value=ଗୁରୁପୂଜନ_କାର୍ଯ୍ୟକ୍ରମ_ଅନୁଷ୍ଠିତ nis:enabled=true nis:link/>
ଯାଜପୁର ସହରର ବିରଜା କଲ୍ୟାଣ ମଣ୍ଡପରେ ଗୁରୁଦିବସ ଅବସରରେ ଗୁରୁପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅବସରପ୍ରାପ୍ତ ଶିକ୍ଷକ ସଙ୍ଘ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ବିଧାୟିକା ସୁଜାତା ସାହୁ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିଥିଲେ। ମୁଖ୍ୟ ବକ୍ତା ଭାବେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ପଣ୍ଡିତ ଭୂପତି ଭୂଷଣ ମିଶ୍ର ଯୋଗ ଦେଇ ପୂର୍ବର ଗୁରୁ ଓ ବର୍ତ୍ତମାନ ର ଶିକ୍ଷକଙ୍କ ମଧ୍ୟରେ ଥିବା ପରିବର୍ତ୍ତନ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ଏହି ଅବସର ରେ ଯାଜପୁର ପୌରପାଳିକା ର ପୂର୍ବତନ ଅଧକ୍ଷ ଭବପ୍ରସାଦ ଦାସ ଉପସ୍ଥିତ ରହି ଗୁରୁ ପୂଜନ କରିବା ସହ ଗୁରୁମାନଙ୍କ ଆଶ୍ରିବାଦରେ କଠିନ ରୁ କଠିନ କାର୍ଯ୍ୟ ସିଦ୍ଧ ହୋଇଥାଏ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ସଂଘର ସଭାପତି ବୈକୁଣ୍ଠ ନାଥ ପତି ଯୋଗ ଦେଇ ଗୁରୁଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ମତପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଯାଜପୁର ନିର୍ବାଚନ ମଣ୍ଡଳୀର ଶତାଧିକ ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ପୂଜନ କରାଯାଇ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।
<nis:link nis:type=tag nis:id=teachersday nis:value=teachersday nis:enabled=true nis:link/> <nis:link nis:type=tag nis:id=lntvnetwork nis:value=lntvnetwork nis:enabled=true nis:link/> <nis:link nis:type=tag nis:id=jajpurnews nis:value=JajpurNews nis:enabled=true nis:link/> <nis:link nis:type=tag nis:id=jajpurkhabar nis:value=jajpurkhabar nis:enabled=true nis:link/> <nis:link nis:type=tag nis:id=aeiodisha nis:value=Aeiodisha nis:enabled=true nis:link/>
<nis:link nis:type=tag nis:id=ଶାଶୁ_ଘରୁ_ବୋହୁ_ନିଖୋଜ nis:value=ଶାଶୁ_ଘରୁ_ବୋହୁ_ନିଖୋଜ nis:enabled=true nis:link/> 
<nis:link nis:type=tag nis:id=ଥାନାର_ଦ୍ୱାରସ୍ଥ_ଶାଶୁଘର_ଲୋକେ nis:value=ଥାନାର_ଦ୍ୱାରସ୍ଥ_ଶାଶୁଘର_ଲୋକେ nis:enabled=true nis:link/>
ବୋହୁ ନିଜ ଶାଶୁ ଘରୁ ନିଖୋଜ ହେବା ଭଳି ଏକ ରୋଚକ ଅଭିଯୋଗ ଯାଜପୁର ଟାଉନ ଥାନାରେ ହୋଇଛି। ଶାଶୁ ଘର ପକ୍ଷରୁ ଏ ନେଇ ଯାଜପୁର ଥାନାରେ ଅଭିଯୋଗ କରିଛନ୍ତି  । ଯାଜପୁର ଟାଉନ୍ ଥାନା ଅନ୍ତର୍ଗତ କୁଞ୍ଜବିହାରୀପୁର ଗ୍ରାମର ମାର୍କଣ୍ଡ କରଙ୍କ ବୋହୂ ରୋଜାଲିନ୍ ଦାଶ ଓରଫ ବର୍ଷା ବିଗତ ୧୩ ବର୍ଷ ହେବ ତାଙ୍କ ପୁତ୍ର ଚନ୍ଦ୍ରକାନ୍ତ କରଙ୍କୁ ଭଲ ପାଇ ବିବାହ କରିଥିଲେ । ତାଙ୍କର ଗୋଟେ ୧୨ ବର୍ଷର ପୁଅ ଅଛି । ବିବାହ ପରଠାରୁ ସେ ତାଙ୍କ ସ୍ବାମୀ ପାଖରେ ଗୁଜରାଟରେ ରହୁଥିଲେ । ସେମାନଙ୍କ ପୁଅ ବ୍ରତଘର ପାଇଁ ମେ ମାସରେ ଶାଶୁଘରକୁ ଆସିଥିଲେ । ପୁଅ ବ୍ରତଘର ପରେ ସେ ତାଙ୍କ ସ୍ବାମୀଙ୍କ ସହିତ ଗୁଜରାଟ ନ ଯାଇ ତାଙ୍କ ବାପ ଘରକୁ ବୁଲିବାକୁ ଯାଇଥିଲେ । କିନ୍ତୁ ଗତ  ୨୧-୦୮-୨୬ ରିଖରେ ତାଙ୍କ ମା - ଅଞ୍ଜନା ଦାଶ ଏବଂ ଭାଇ - ସୁକାନ୍ତ ଦାଶ ଙ୍କ ସହିତ ଶାଶୁ ଘରକୁ ଆସିଥିଲେ । ସେଦିନ ରାତିରେ ସମସ୍ତେ ଖାଇ ପିଇ ସାରି ମା ଝିଅ ଗୋଟେ ଯାଗାରେ ଶୋଇଲେ । ଭୋର୍ ୫ ଟା ରୁ ବୋହୂ ରୋଜାଲିନ ଶାଶୁ ଘରୁ ୫୦ ହଜାର ଟଙ୍କା ଏବଂ ସୁନା ଗହଣା ନେଇ କେଉଁ ଆଡେ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି। ସକାଳୁ ତାଙ୍କ ମା, ଭାଇ ଏବଂ ଶଶୁର ବୋହୁତ ଖୋଜା ଖୋଜି କରି ନ ପାଇଲା ପରେ ସମସ୍ତେ ଯାଇ ଯାଜପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଲିଖିତ ଅଭିଯୋଗକୁ ଭିତ୍ତି କରି ପୁଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। କିନ୍ତୁ ଘଟଣା ଘଟିବାର ୧୪ ଦିନ ବିତି ଯାଇଥିଲେ ସୁଦ୍ଧା ବୋହୂ ର କୌଣସି ସନ୍ଧାନ ନ ପାଇବାରୁ ପୁନର୍ବାର ଥାନାର ଦ୍ୱାରସ୍ଥ ହୋଇଛନ୍ତି ଶ୍ୱଶୁର ଘର ଲୋକେ । ପୋଲିସ ସକ୍ରିୟ ହେଲେ ନିଖୋଜ ବୋହୁ ର ସନ୍ଧାନ ମିଳିପାରନ୍ତା ବୋଲି ଶ୍ବଶୁର ଘର ଲୋକେ ମତ ଦେଇଛନ୍ତି। ଯାଜପୁର ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବାରୁ ଯାଜପୁର ଏସପିଙ୍କ ଦ୍ୱାରସ୍ଥ ହେବେ ବୋଲି ପରିବାର ଲୋକେ ସୂଚନା ଦେଇଛନ୍ତି। ଯଦି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯାଏ ଆଗାମୀ ଦିନରେ ଥାନା ସମ୍ମୁଖରେ ଧାରଣା ଦେବେ ବୋଲି ପରିବାର ବର୍ଗଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି।
<nis:link nis:type=tag nis:id=lntvnetwork nis:value=lntvnetwork nis:enabled=true nis:link/> <nis:link nis:type=tag nis:id=jajpurnews nis:value=JajpurNews nis:enabled=true nis:link/> <nis:link nis:type=tag nis:id=jajpurkhabar nis:value=jajpurkhabar nis:enabled=true nis:link/> <nis:link nis:type=tag nis:id=aeiodisha nis:value=Aeiodisha nis:enabled=true nis:link/>
<nis:link nis:type=tag nis:id=ଇସ୍କନ୍_ମନ୍ଦିର_ପରିସରରେ_ଶ୍ରୀ_କୃଷ୍ଣଙ୍କ_ପବିତ୍ର_ଜନ୍ମୋତ୍ସବ_ପାଳିତ nis:value=ଇସ୍କନ୍_ମନ୍ଦିର_ପରିସରରେ_ଶ୍ରୀ_କୃଷ୍ଣଙ୍କ_ପବିତ୍ର_ଜନ୍ମୋତ୍ସବ_ପାଳିତ nis:enabled=true nis:link/>
ଯାଜପୁରର ବିଭିନ୍ନ ମନ୍ଦିରରେ ପବିତ୍ର ଶ୍ରୀ କୃଷ୍ଣଙ୍କର ଜନ୍ମୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଅନ୍ତଃରାଷ୍ଟ୍ରୀୟ କୃଷ୍ଣ ଚେତନା ସଂଘ ପକ୍ଷରୁ ଲାଖବିନ୍ଧା ସ୍ଥିତ ଇସ୍କନ ମନ୍ଦିରରେ ପବିତ୍ର ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରାତଃ ସମୟରେ ରୀତିନୀତି ସହ ମଙ୍ଗଳ ଆଳତୀ, ଦର୍ଶନ, ନାମ ସଂକୀର୍ତନ ପୂଜାର୍ଚ୍ଚନା ଆରମ୍ଭ କରାଯାଇଥିଲା । ଏହି ଉତ୍ସବରେ ମହୁ ସଂଖ୍ୟକ ଶ୍ରଦ୍ଧାଳୁ ମାନେ ଶ୍ରୀ କୃଷ୍ଣଙ୍କୁ ପ୍ରାର୍ଥନା କରିବା ସହ ନୈବିଦ୍ୟ ଅର୍ପଣ କରିଥିଲେ । ଅପରାହ୍ନରେ ଶ୍ରୀକୃଷ୍ଣଙ୍କ ଗୁଣ କୀର୍ତନ ଓ ସନ୍ଧ୍ୟାରେ ସନ୍ଧ୍ୟା ଆଳତୀ ଓ ମହାଭିଷେକ କରାଯିବା ସହିତ ପ୍ରବଚନ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସ୍ୱାମୀଜୀ ହରିବଲ୍ଲଭ ଦାସ ଓ ତାଙ୍କର ସହ କର୍ମୀ ମାନେ ପରିଚାଳନା କରିଥିଲେ । ଏଥିସହ ସମସ୍ତ ଶ୍ରଦ୍ଧାଳୁ ମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।  
<nis:link nis:type=tag nis:id=ଇସ୍କନ nis:value=ଇସ୍କନ nis:enabled=true nis:link/> <nis:link nis:type=tag nis:id=iskon nis:value=iskon nis:enabled=true nis:link/> <nis:link nis:type=tag nis:id=iskontemple nis:value=iskontemple nis:enabled=true nis:link/> <nis:link nis:type=tag nis:id=jajpurnews nis:value=JajpurNews nis:enabled=true nis:link/> <nis:link nis:type=tag nis:id=jajpurkhabar nis:value=jajpurkhabar nis:enabled=true nis:link/> <nis:link nis:type=tag nis:id=aeiodisha nis:value=Aeiodisha nis:enabled=true nis:link/> <nis:link nis:type=tag nis:id=lntvnetwork nis:value=lntvnetwork nis:enabled=true nis:link/>
<nis:link nis:type=tag nis:id=ଯାଜପୁର_ଅବକାରୀ_ବିଭାଗ_ପକ୍ଷରୁ_ଧଳା_ଜହର_ଜବତ_୨_ଗିରଫ nis:value=ଯାଜପୁର_ଅବକାରୀ_ବିଭାଗ_ପକ୍ଷରୁ_ଧଳା_ଜହର_ଜବତ_୨_ଗିରଫ nis:enabled=true nis:link/>
ଯାଜପୁର ଅବକାରୀ ବିଭାଗ ପକ୍ଷରୁ ଧଳା ଜହର ଜବତ, ୨ ଜଣ ଗିରଫ।ବିଶେଷ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ପକ୍ଷରୁ କୁସୁମା ପାର୍କ ନିକଟରେ ଥିବା ଯାଜପୁର ପ୍ରଶାସନିକ ଭବନ ପଡ଼ିଆରେ ଚଢାଉ କରି ୨ ଜଣ ଧଳା ଜହର ବେପାରୀକୁ ଗିରଫ କରାଯିବା ସହ ୬୦ ଗ୍ରାମର  ଧଳା ଜହର ଜବତ କରାଯାଇଛି। ଗିରଫ ୨ ଧଳା ଜହର ବେପାରୀ ହେଲେ ଭଦ୍ରକ ଜିଲ୍ଲା ଭଣ୍ଡାରୀ ପୋଖରୀ ଥାନା ଅନ୍ତର୍ଗତ ବାଲି ପୋଖରୀ ଗ୍ରାମର ଜୀବନ କୁମାର ସେଠୀ  ଓ ସନ୍ତୋଷ କୁମାର ବେହେରା । ଜବତ ଧଳା ଜହରର ଆନୁମାନିକ ମୂଲ୍ୟ ହେଲା ୬ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡିଛି। ଏଥି ସହିତ ଅଭିଯୁକ୍ତ ଠାରୁ ଏକ ବାଇକ୍ କୁ ମଧ୍ୟ ଜବତ କରାଯାଇଛି। ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।
<nis:link nis:type=tag nis:id=jajpurnews nis:value=JajpurNews nis:enabled=true nis:link/> <nis:link nis:type=tag nis:id=jajpurkhabar nis:value=jajpurkhabar nis:enabled=true nis:link/> <nis:link nis:type=tag nis:id=aeiodisha nis:value=Aeiodisha nis:enabled=true nis:link/> <nis:link nis:type=tag nis:id=lntvnetwork nis:value=lntvnetwork nis:enabled=true nis:link/>
<nis:link nis:type=tag nis:id=ନାଳରେ_ଖସି_ପଡି_ସ୍ତ୍ରୀ_ମୃତ, nis:value=ନାଳରେ_ଖସି_ପଡି_ସ୍ତ୍ରୀ_ମୃତ, nis:enabled=true nis:link/> 
<nis:link nis:type=tag nis:id=ଵର୍ତ୍ତିଗଲେ_ସ୍ୱାମୀ_ଓ_୩ବର୍ଷର_ପୁଅ nis:value=ଵର୍ତ୍ତିଗଲେ_ସ୍ୱାମୀ_ଓ_୩ବର୍ଷର_ପୁଅ nis:enabled=true nis:link/>
ଦୁଧେଇ ନାଳରେ ଖସି ପଡି ସ୍ତ୍ରୀ ମୃତ, ଵର୍ତ୍ତିଗଲେ ସ୍ୱାମୀ ଓ ୩ବର୍ଷର ପୁଅ। ଗତକାଲି ରାତିରେ ଯାଜପୁର ଜିଲ୍ଲା ବରୀ ବ୍ଲକ ଶିବା ଛକ ନିକଟରେ ଥିବା ଦୁଧେଇ ସେତୁରେ ଘଟିଛି ଏଭଳି ଅଘଟଣ। ପୁଅ ସହ ଦମ୍ପତି ବାଇକରେ ଯାଉଥିବା ସମୟରେ ରାସ୍ତା ଖରାପ ଯୋଗୁ ଖାଲରେ ପଡି ଭାରସାମ୍ୟ ହରାଇ ନାଳକୁ ଖସି ପଡ଼ିଥିଲେ।  ସ୍ଥାନୀୟ ଲୋକଙ୍କ ସହାୟତାରେ ପ୍ରଥମେ ସ୍ୱାମୀ ଓ ପରେ ପୁଅଙ୍କୁ ଉଦ୍ଧାର କରାଯାଇ ଥିଲା। ପରେ ବହୁ ଖୋଜାଖୋଜି କରିବା ପରେ ସ୍ତ୍ରୀଙ୍କୁ ଉଦ୍ଧାର କରାଯାଇ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କଲେ। ମୃତକ ହେଲେ ସୁଜନପୁର ଅଞ୍ଚଳ ବ୍ୟବସାୟୀ ସତ୍ୟବ୍ରତ ଓଝା ଙ୍କ ପତ୍ନୀ କୁନି ମହାରଣା ।  ଯାଜପୁର ସଦର ଥାନା ପୋଲିସ ମୃତ ଶରୀର ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ପୂର୍ବରୁ ବାରମ୍ବାର ଏହି ରାସ୍ତା ଓ ସେତୁ ମରାମତି ପାଇଁ ଦାବି ହେଉଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନଥିବା ରୁ ଏଭଳି ଦୁର୍ଘଟଣା ବାରମ୍ବାର ଘଟୁଥିବା ସ୍ଥାନୀୟ ଅଞ୍ଚଳବାସୀ ମାନେ ଅଭିଯୋଗ କରିଛନ୍ତି।
<nis:link nis:type=tag nis:id=lntvnetwork nis:value=lntvnetwork nis:enabled=true nis:link/> <nis:link nis:type=tag nis:id=jajpurnews nis:value=JajpurNews nis:enabled=true nis:link/> <nis:link nis:type=tag nis:id=jajpurkhabar nis:value=jajpurkhabar nis:enabled=true nis:link/> <nis:link nis:type=tag nis:id=aeiodisha nis:value=Aeiodisha nis:enabled=true nis:link/>
<nis:link nis:type=tag nis:id=ଯାଜପୁର_ପୋଲିସକୁ_ବଡ଼_ସଫଳତ। nis:value=ଯାଜପୁର_ପୋଲିସକୁ_ବଡ଼_ସଫଳତ। nis:enabled=true nis:link/> 
<nis:link nis:type=tag nis:id=ଯାଜପୁର_ପୋଲିସ_ହାତରେ_ଧରା_ପଡ଼ିଲା_ଆନ୍ତଜିଲ୍ଲା_ଡକାୟତି_ଗ୍ୟାଙ୍ଗ। nis:value=ଯାଜପୁର_ପୋଲିସ_ହାତରେ_ଧରା_ପଡ଼ିଲା_ଆନ୍ତଜିଲ୍ଲା_ଡକାୟତି_ଗ୍ୟାଙ୍ଗ। nis:enabled=true nis:link/>
 ୬ ଜଣିଆ ଡାକାୟତି ଗ୍ୟାଙ୍ଗକୁ ଧରିଛି ପୋଲିସ। ସେମାନଙ୍କ ମଧ୍ୟରୁ ୪ଜଣ ଡ଼କାୟତ ଥିବା ବେଳେ ଚୋରି ସାମଗ୍ରୀ କ୍ରୟ ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ। ୪ ଡ଼କାୟତ ମଧ୍ୟରୁ ତିନି ଜଣ କେନ୍ଦ୍ରାପଡା ଜିଲ୍ଲାର ହୋଇଥିବା ବେଳେ ଜଣେ ବାଲେଶ୍ଵର ଜିଲ୍ଲାର। କିଛି ମାସ ପୂର୍ବରୁ ବିଂଝାରପୁର ଓ ବାଳିଚନ୍ଦ୍ରପୁର ଥାନାରେ ସିରିଜ ଡ଼କାୟତି ଅଭିଯୋଗ ର ତଦନ୍ତ କରି ଏମାନଙ୍କ ପାଖରେ ପହଞ୍ଚିଥିଲା ପୋଲିସ। ସେମାନଙ୍କ ଠାରୁ ୩୨ଗ୍ରାମ ସୁନା, ୧୩୦୦ଗ୍ରାମ ରୂପା, ନଗଦ ୧ଲକ୍ଷ ୧୦ହଜାର ସହ ୨ଟି ଦୁଇ ଚକିଆ ଯାନ ଓ  ମୋବାଇଲ ଜବତ କରିଛି ପୋଲିସ। ସେମାନଙ୍କ ନାମରେ ଥିଲା ବିଂଝାରପୁର, ବାଳିଚନ୍ଦ୍ରପୁର, ବରୀ ସମେତ ବିଭିନ୍ନ ଥାନାରେ ଡକାୟତି ଅଭିଯୋଗ ରହିଥିବା ଯାଜପୁର ଥାନା ପରିସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯାଜପୁର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶିତିକଣ୍ଠ କାନୁନଗୋ। ଏହି ସାମ୍ବାଦିକ ସମ୍ମିଳନୀରେ ଯାଜପୁର ଏସଡିପିଓ ପ୍ରଶାନ୍ତ କୁମାର ମାଝୀ, ବିଂଝାରପୁର ଥାନା ଅଧିକାରୀ ବିଲ୍ଵ ମଂଗଳ ସେଠୀଙ୍କ ସମେତ ବାଲିଚନ୍ଦ୍ରପୁର ଥାନା ଅଧିକାରୀ ଦିଲ୍ଳୀପ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। 
<nis:link nis:type=tag nis:id=jajpurpolice nis:value=jajpurpolice nis:enabled=true nis:link/> <nis:link nis:type=tag nis:id=lntvnetwork nis:value=lntvnetwork nis:enabled=true nis:link/> <nis:link nis:type=tag nis:id=jajpurnews nis:value=JajpurNews nis:enabled=true nis:link/> <nis:link nis:type=tag nis:id=jajpurkhabar nis:value=jajpurkhabar nis:enabled=true nis:link/> <nis:link nis:type=tag nis:id=aeiodisha nis:value=Aeiodisha nis:enabled=true nis:link/>
<nis:link nis:type=tag nis:id=ଯାଜପୁର_ରେ_ସୁଭଦ୍ରା_ର_ପଞ୍ଚମ_କିସ୍ତି_ପ୍ରଦାନ nis:value=ଯାଜପୁର_ରେ_ସୁଭଦ୍ରା_ର_ପଞ୍ଚମ_କିସ୍ତି_ପ୍ରଦାନ nis:enabled=true nis:link/> 
ପବିତ୍ର ରକ୍ଷା ବନ୍ଧନ ଅବସର ରେ ମହିଳା ଙ୍କ ବ୍ୟାଙ୍କ ଖାତା କୁ ଆସିଲା ସୁଭଦ୍ରା ଯୋଜନା ର ପଞ୍ଚମ କିସ୍ତି। ଏହି ଅବସରରେ ଯାଜପୁର ଗୌତମ ବୁଦ୍ଧ ସଂସ୍କୃତି ଭବନରେ ଆୟୋଜିତ ହୋଇଥିବା ସ୍ଵତନ୍ତ୍ର କାର୍ଯକ୍ରମ ରେ ଜିଲା ରୁ ବିଭିନ୍ନ ଅଞ୍ଚଳ ରୁ ମହିଳା ମାନେ ସାମିଲ ହୋଇଥିଲେ। ନୟାଗଡ ଜିଲାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଭାସି ମାଧ୍ୟମରେ ପଞ୍ଚମ କିସ୍ତିର ଶୁଭାରମ୍ଭ କରି ଏହି ଯୋଜନା ମାଧ୍ୟମ ରେ ମହିଳା ମାନେ ସ୍ବାବଲମ୍ବୀ ହୋଇପାରିବେ ବୋଲି କହିଥିଲେ। ଏହି କାର୍ଯକ୍ରମ ରେ ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରା ଯୋଗ ଦେଇ ୫ ହଜାର କୋଟିରୁ ଅଧିକ ଟଙ୍କା ହିତାଧିକାରୀ ଙ୍କୁ ଏହି ଐତିହାସିକ ଯୋଜନାରେ ସାମିଲ କରାଯାଇଛି ବୋଲି କହିଥିଲେ। ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯାଜପୁର ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଟିର ନାୟକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପାର୍ବତୀ ସାହୁ ଙ୍କ ସମେତ ବହୁ ପଦାଧିକାରୀ ମାନେ ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ଏହି ଯୋଜନା ମାଧ୍ୟମରେ ମହିଳା ମାନେ ଆତ୍ମନିର୍ଭରଶୀଳ ହୋଇପାରିବେ ବୋଲି କହିଥିଲେ। 
<nis:link nis:type=tag nis:id=rabinarayanbehera nis:value=rabinarayanbehera nis:enabled=true nis:link/> <nis:link nis:type=tag nis:id=mpjajpur nis:value=mpjajpur nis:enabled=true nis:link/> <nis:link nis:type=tag nis:id=subhadra nis:value=subhadra nis:enabled=true nis:link/> <nis:link nis:type=tag nis:id=lntvnetwork nis:value=lntvnetwork nis:enabled=true nis:link/> <nis:link nis:type=tag nis:id=jajpurnews nis:value=JajpurNews nis:enabled=true nis:link/> <nis:link nis:type=tag nis:id=jajpurkhabar nis:value=jajpurkhabar nis:enabled=true nis:link/> <nis:link nis:type=tag nis:id=aeiodisha nis:value=Aeiodisha nis:enabled=true nis:link/>
<nis:link nis:type=tag nis:id=ସାମ୍ବାଦିକଙ୍କୁ_ଆକ୍ରମଣ_ଘଟଣାରେ_ଥାନା_ସମ୍ମୁଖରେ_ଧାରଣା_ବସିଲେ_ଯାଜପୁରର_ସମସ୍ତ_ସାମ୍ବାଦିକ nis:value=ସାମ୍ବାଦିକଙ୍କୁ_ଆକ୍ରମଣ_ଘଟଣାରେ_ଥାନା_ସମ୍ମୁଖରେ_ଧାରଣା_ବସିଲେ_ଯାଜପୁରର_ସମସ୍ତ_ସାମ୍ବାଦିକ nis:enabled=true nis:link/>
ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଥାନା ସମ୍ମୁଖରେ ଧାରଣାରେ ବସିଲେ ଯାଜପୁରର ସମସ୍ତ ସାମ୍ବାଦିକ। ଗତ ୨୨ ତାରିଖ ରାତିରେ ବନ୍ୟା ବିପନ୍ନଙ୍କ ପାଇଁ ଆସିଥିବା ରିଲିଫ ସାମଗ୍ରୀ ଲୁଟ ହେଉଥିବା ଖବର ପାଇ ଦଶରଥପୁର ଅଂଚଳର ସାମ୍ବାଦିକ କୌସିକ ଦାସ ଖବର ପ୍ରସାରଣ ପାଇଁ ପହଁଚିଥିବା ବେଳେ କିଛି ଦୁର୍ବୁତ୍ତ ତାଙ୍କୁ ମରଣାତ୍ମକ ଆକ୍ରମଣ କରିଥିଲେ । ଯେଉଁଥିରେ ସେ ଗୁରୁତ୍ତର ଆହତ ହୋଇଥିଲେ । ଯାହାକୁ ନେଇ ସେ ଦଶରଥପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଆକ୍ରମଣକାରୀଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ଯାହାକୁ ପ୍ରତିବାଦ କରି ଆଜି ଦଶରଥପୁର, ଯାଜପୁର ଓ ବିଞ୍ଝାରପୁର ର ସମସ୍ତ ସାମ୍ବାଦିକ ଦଶରଥପୁର ଥାନା ସମ୍ମୁଖରେ ଧାରଣାରେ ବସିବା ସହ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି। ଅନ୍ୟପଟେ ଯଦି ଅଭିଯୁକ୍ତମାନଙ୍କୁ ଗିରଫ ନକରାଯାଏ ତେବେ ଆଗାମୀ ଦିନରେ ଆନ୍ଦୋଳନ କୁ ଆହୁରି ତୀବ୍ରତର କରାଯିବ ବୋଲି ଚେତାବନୀ ଦେଇଛନ୍ତି। 
<nis:link nis:type=tag nis:id=jajpurjournalists nis:value=jajpurjournalists nis:enabled=true nis:link/> <nis:link nis:type=tag nis:id=attackonjournalist nis:value=AttackOnJournalist nis:enabled=true nis:link/> <nis:link nis:type=tag nis:id=dasrathpur nis:value=dasrathpur nis:enabled=true nis:link/> <nis:link nis:type=tag nis:id=floodrelief nis:value=floodrelief nis:enabled=true nis:link/> <nis:link nis:type=tag nis:id=lntvnetwork nis:value=lntvnetwork nis:enabled=true nis:link/> <nis:link nis:type=tag nis:id=jajpurnews nis:value=JajpurNews nis:enabled=true nis:link/> <nis:link nis:type=tag nis:id=jajpurkhabar nis:value=jajpurkhabar nis:enabled=true nis:link/> <nis:link nis:type=tag nis:id=aeiodisha nis:value=Aeiodisha nis:enabled=true nis:link/> <nis:link nis:type=tag nis:id=odishanews nis:value=OdishaNews nis:enabled=true nis:link/> <nis:link nis:type=tag nis:id=odishajournalistunion nis:value=odishajournalistunion nis:enabled=true nis:link/> <nis:link nis:type=tag nis:id=utkalsambadikasangha nis:value=utkalsambadikasangha nis:enabled=true nis:link/> <nis:link nis:type=tag nis:id=odishaupdate nis:value=OdishaUpdate nis:enabled=true nis:link/> <nis:link nis:type=tag nis:id=odishamedia nis:value=odishamedia nis:enabled=true nis:link/> <nis:link nis:type=tag nis:id=odishamediawelfareassociation nis:value=odishamediawelfareassociation nis:enabled=true nis:link/>
<nis:link nis:type=tag nis:id=ବବି_ଙ୍କୁ_ରାକ୍ଷୀ_ବାନ୍ଧିଲେ_ଭଉଣୀ nis:value=ବବି_ଙ୍କୁ_ରାକ୍ଷୀ_ବାନ୍ଧିଲେ_ଭଉଣୀ nis:enabled=true nis:link/> 
ପବିତ୍ର ରକ୍ଷା ବନ୍ଧନ,ଏଥି ପାଇଁ ପ୍ରତି ଭାଇ ହାତରେ ରାକ୍ଷୀ ବାନ୍ଧେ ଭଉଣି। ଏହି ଅବସରରେ ଯାଜପୁର ର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ ଙ୍କ ହାତରେ ରାକ୍ଷୀ ବାନ୍ଧିଛନ୍ତି ଅନେକ ମହିଳା। ଆଜି ସକାଳୁ ମହିଳା ମାନେ ବାବଳପୁର ସ୍ଥିତ ବାସଭବନ ରେ ମହିଳା ମାନେ ଧିପ,ଦୀପ ଦେଇ ବନ୍ଦନା କରିବା ପରେ ବବି ଙ୍କ ଗ।ହାତରେ ରାକ୍ଷୀ ବାନ୍ଧି ଥିଲେ। ଏହି ଅବସରରେ ବବି ମଧ୍ୟ ସମସ୍ତ ଙ୍କୁ ମିଠା ଖୁଆଇ ଶୁଭେଚ୍ଛା ଜଣାଇଥିଲେ।
<nis:link nis:type=tag nis:id=ରକ୍ଷାବନ୍ଧନ nis:value=ରକ୍ଷାବନ୍ଧନ nis:enabled=true nis:link/> <nis:link nis:type=tag nis:id=ରାକ୍ଷୀ nis:value=ରାକ୍ଷୀ nis:enabled=true nis:link/> <nis:link nis:type=tag nis:id=lntvnetwork nis:value=lntvnetwork nis:enabled=true nis:link/> <nis:link nis:type=tag nis:id=jajpurnnews nis:value=jajpurnnews nis:enabled=true nis:link/> <nis:link nis:type=tag nis:id=jajourkhabar nis:value=jajourkhabar nis:enabled=true nis:link/> <nis:link nis:type=tag nis:id=aeiodisha nis:value=aeiodisha nis:enabled=true nis:link/>