#ମା_ବିରଜା_ଙ୍କ_ବନଜାଗ_ଯାତ୍ରା
ପରମ୍ପରା ଅନୁଯାୟୀ ପବିତ୍ର ସୁନିଆରୁ ଆରମ୍ଭ ହୋଇଛି ମା ବିରଜା ଙ୍କ ଶାରଦୀୟ ପୁଜାର ଶୁଭାରମ୍ଭ । ରଥ ନିର୍ମାଣ ପାଇଁ କାଷ୍ଠ ସଂଗ୍ରହ ତଥା ବିଲ୍ୱ ବରୁଣ ପୁଜା ଲାଗି ବନଜାଗ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିଲାଗି ନବାଙ୍କ ପୁଜା କରାଯାଈ ସାରଣୀ ଲେଖା ସହ ସହ ଷୋଡଶ ଉପଚାର ଲାଗି ନିୟୋଜିତ ସେବାୟତ ମାନଙ୍କୁ ବରଣୀ କରାଯାଇଛି । ଅପରାହ୍ନରେ ମୁଖ୍ୟ ପୁରୋଧା ହିମାଂଶୁ ପତିମିଶ୍ର ଓ ଜ୍ଞାନ ରଞ୍ଜନ ପତିଙ୍କ ନେତୃତ୍ୱରେ ବଳି ମଣ୍ଡପ ରେ ବିଧି ମୂତାବକ ସାବିତ୍ରୀ ଓ ସରସ୍ୱତୀ ଆହ୍ୱାନରେ ପୁଜା କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି । ପୂଜା ପରେ ଦେବୀ ଙ୍କ ସିଁହଧ୍ୱଜ ରଥ ନିର୍ମାଣ ଲାଗି ଚିହ୍ନଟ ବେଲ ଗଛ କଟା ଯିବାର ପରମ୍ପରା ରହିଛି । ଚଳିତ ବର୍ଷ ପାରମ୍ପରିକ ରୀତି ନୀତି ଅନୁଯାୟୀ ନହରପଦା ଗ୍ରାମର ରବିନ୍ଦ୍ର କୁମାର ସାହୁଙ୍କ ବାଡ଼ିରୁ କାଷ୍ଠ ସଂଗ୍ରହ କରାଯାଇଛି । ସୁନିଆ ପର ଦିନ ଠାରୁ ମା’ଙ୍କ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାର ବିଧି ରହିଛି ବୋଲି ପୁରୋଧା କହିଛନ୍ତି । ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରଶାସକ ତଥା ଉପଜିଲ୍ଲାପାଳ ତାପସ ରଞ୍ଜନ ଦେଉରୀଙ୍କ ନିର୍ଦ୍ଧେଶ କ୍ରମେ ଅତିରିକ୍ତ ତହସିଲଦାର ଅଜୟ କୁମାର ପଣ୍ଡା ଉପସ୍ଥିତ ରହି ସମସ୍ତ କାର୍ଯ୍ୟରେ ସୁବନ୍ଦୋବସ୍ତ କରିଥିଲେ । ଏହି ଅବସରରେ ପୂଜକ, ଅଙ୍ଗଲାଗି ସେବାୟତଙ୍କ ସମେତ ବିଭିନ୍ନ ବର୍ଗ ର ସେବାୟତ ମାନେ ଉପସ୍ଥିତ ଥିଲେ।
#ମାବିରଜା #birajakhetra #BirajaTemple #Birajarathyatra #JajpurNews #jajpurkhabar #Aeiodisha #lntvnetwork