Public App Logo
Profile Picture

Halchal jeypore

@jogendrasingh4183
205Followers
0Following
କୋରାପୁଟ ଜିଲ୍ଲା ଜୟପୁର ଉପଖଣ୍ଡସ୍ତରୀୟ ଅନ୍ତର୍ଜାତୀୟ ବୟୋଜ୍ୟେଷ୍ଠ ଦିବସ ଟାଉନ ହଲ ଠାରେ ଅନୁଷ୍ଠିତ,
ଜୟପୁର ପୌରପାଳିକା ପକ୍ଷରୁ ପ୍ଲାଷ୍ଟିକ ବ୍ୟବହାର ହ୍ରାସ ଓ ସ୍ୱଚ୍ଛତା ନେଇ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଛି।

ଏହି ପଦଯାତ୍ରାରେ ଜୟପୁରର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ, ବିଭିନ୍ନ ଅନୁଷ୍ଠାନ ଙ୍କ ସହ ଜୟପୁର ଚାମ୍ବର ଅଫ୍ କମର୍ସ ଆଣ୍ଡ୍ ଇଣ୍ଡଷ୍ଟ୍ରିର ସଦସ୍ୟମାନେ ଯୋଗଦେଇଥିଲେ। 

ଛାତ୍ରଛାତ୍ରୀମାନେ “ଆସ ଆଜି ଆମେ ପ୍ରତିଜ୍ଞା ନେବା, ପ୍ଲାଷ୍ଟିକ ହ୍ରାସ କରିବା, ପୃଥିବୀକୁ ବଞ୍ଚାଇବା”, “ସ୍ୱଚ୍ଛ ଜୟପୁର, ସୁନ୍ଦର ଜୟପୁର” ଓ “ପ୍ଲାଷ୍ଟିକକୁ ନା କହିବା” ଭଳି ସ୍ଲୋଗାନ ଦେଇ ଲୋକଙ୍କୁ ସଚେତନ କରିଥିଲେ।
ପ୍ଲାଷ୍ଟିକ ବିରୋଧରେ ଜୟପୁର ପୌରପାଳିକାର ସଚେତନତା ପଦଯାତ୍ରା,

ପ୍ଲାଷ୍ଟିକ ବ୍ୟବହାର କମାଇ ସ୍ୱଚ୍ଛ ଓ ପରିବେଶମୁକ୍ତ ଜୟପୁର ଗଠନ ପାଇଁ ସମସ୍ତେ ସହଯୋଗ କରିବାକୁ ପଦଯାତ୍ରା ମାଧ୍ୟମରେ ଆହ୍ୱାନ କରାଯାଇଥିଲା।
ଜୟପୁର ଟାଉନ ହଲରେ ଅନ୍ତର୍ଜାତୀୟ ବୟୋଜ୍ୟେଷ୍ଠ ଦିବସ ପାଳିତ 

ଜୟପୁର ଉପଖଣ୍ଡସ୍ତରୀୟ କାର୍ଯ୍ୟକ୍ରମ ଅବସରରେ ବୟୋଜ୍ୟେଷ୍ଠଙ୍କୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ଓ ସଚେତନତାମୂଳକ ପଦକ୍ଷେପ ଆୟୋଜନ କରାଯିବ
ଗାଁକୁ ରାସ୍ତା ନାହିଁ, ଦୁର୍ଦ୍ଦଶାରେ ଗ୍ରାମବାସୀ; ଶେଷରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ,

କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ବ୍ଲକ ଗୁଣ୍ଠାପୁଟ ପଞ୍ଚାୟତ ଅନ୍ତର୍ଗତ ଏଚ୍‌ ମାଝୀପୁଟ ଗାଁରୁ।ଗାଁକୁ ରାସ୍ତା ନଥିବାରୁ ଦୀର୍ଘଦିନ ଧରି ଗ୍ରାମବାସୀ ଦୁର୍ଦ୍ଦଶା ଭୋଗୁଥିବା ଅଭିଯୋଗ ହୋଇଛି। ବିଶେଷକରି ଗୁରୁତର ରୋଗୀଙ୍କୁ ମେଡିକାଲ ନେବା ସମୟରେ ଅନେକ ସମସ୍ୟା ଉପୁଜୁଛି। ବର୍ଷା ଦିନେ ସ୍ଥିତି ଆହୁରି ସଙ୍ଗିନ ହୋଇପଡ଼ୁଥିବା ବେଳେ ଗାଁରୁ ବାହାରିବା ମଧ୍ୟ କଷ୍ଟକର ହୋଇଯାଉଛି।ଗାଁକୁ ରାସ୍ତା ନିର୍ମାଣ ପାଇଁ ସ୍ଥାନୀୟ ପ୍ରଶାସନଙ୍କ ନିକଟରେ ବାରମ୍ବାର ଗୁହାରି କରିଥିଲେ ମଧ୍ୟ ଏଯାଏଁ ସମସ୍ୟାର ସମାଧାନ ହୋଇନଥିବା ଗ୍ରାମବାସୀ କହିଛନ୍ତି।
ଆନ୍ତର୍ଜାତିକ କଫି ଦିବସ ଅବସରରେ କୋରାପୁଟ ସମେତ ଓଡ଼ିଶାର ସମସ୍ତ କଫି ଚାଷୀ ଓ କଫିପ୍ରେମୀଙ୍କୁ ଓଡ଼ିଶା କଫି ଉତ୍ପାଦକ ସଂଘର ସଭାପତି ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ ଶୁଭେଚ୍ଛା ଜଣାଇଛନ୍ତି। କୋରାପୁଟ କଫିର ମାନ ଓ ଚାହିଦା ବୃଦ୍ଧିରେ ଚାଷୀଙ୍କ ପରିଶ୍ରମ ପ୍ରଶଂସନୀୟ ବୋଲି ସେ କହିଛନ୍ତି। ଅନୁକୂଳ ଅଞ୍ଚଳରେ କଫି ଚାଷ ବୃଦ୍ଧି କରି ଚାଷୀଙ୍କ ଆୟ ଓ ସ୍ଥାନୀୟ ରୋଜଗାର ବଢ଼ାଇବା ସହ କୋରାପୁଟ କଫିକୁ ଦେଶ-ବିଦେଶରେ ଆହୁରି ପରିଚିତ କରିବାକୁ ସେ ଆହ୍ୱାନ ଦେଇଛନ୍ତି।
ଜୟପୁର ଉପଖଣ୍ଡସ୍ତରୀୟ ଅନ୍ତର୍ଜାତୀୟ ବୟୋଜ୍ୟେଷ୍ଠ ଦିବସ ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଛି ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଯୋଗଦେଇଥିଲେ
ଜୟପୁରରେ ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଦିବସ ପାଳନ

ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଦିବସ ଅବସରରେ ଅକ୍ଟୋବର ୧ ତାରିଖରେ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର କନଫରେନ୍ସ ହଲ୍‌ରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।

 ଏହି ଅବସରରେ ସ୍ୱେଚ୍ଛାକୃତ ରକ୍ତଦାନର ଗୁରୁତ୍ୱ ଓ ରକ୍ତଦାନ ପାଇଁ ଜନସଚେତନତା ଉପରେ ଗୁରୁତ୍ୱ ଦିଆଯିବ।
ମରଣଯନ୍ତା ପାଲଟିଛି ରାଜ୍ୟ ରାଜପଥ ୪୮
ଖାଲଖମାରେ ଯାତାୟାତ ବିପର୍ଯ୍ୟସ୍ତ, ଧୂଳିଧୂଆଁରେ ଅଣନିଶ୍ୱାସୀ ସହରବାସୀ

ବୋରିଗୁମ୍ମାକୁ ସଂଯୋଗ କରୁଥିବା ରାଜ୍ୟ ରାଜପଥ ୪୮ ଏବେ ମରଣଯନ୍ତା ପାଲଟିଛି। ପ୍ରତିଦିନ ଏହି ରାସ୍ତା ଦେଇ ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ ଅଭିମୁଖେ ଶହ ଶହ ଗାଡ଼ି ଯାତାୟାତ କରୁଥିବା ବେଳେ ରାସ୍ତାର ଦୟନୀୟ ଅବସ୍ଥା ଯୋଗୁଁ ଯାତ୍ରୀ ଓ ଗାଡ଼ି ଚାଳକ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।ରାସ୍ତାସାରା ବଡ଼ ବଡ଼ ଖାଲଖମା ହୋଇଥିବାରୁ ଦୁର୍ଘଟଣାର ଆଶଙ୍କା ବଢ଼ିଛି। ବିଶେଷକରି କୋରାପୁଟ ସହର ମଧ୍ୟଦେଇ ଯାଇଥିବା ଏହି ରାସ୍ତାର ଗାନ୍ଧୀନଗରଠାରୁ ବିକାଶ ହସ୍ପିଟାଲ ପର୍ଯ୍ୟନ୍ତ ଅଞ୍ଚଳ ଅତ୍ୟନ୍ତ ଦୟନୀୟ ହୋଇପଡ଼ିଛି
ଜୟପୁରରେ ଚୋରି ଘଟଣାରେ ୩ ଗିରଫ, ସାମଗ୍ରୀ ଜବତ

ଚୋରି ହୋଇଥିବା ବିଭିନ୍ନ ସାମଗ୍ରୀ ଜୟପୁର ଟାଉନ ପୋଲିସ ଉଦ୍ଧାର କରି ଥାନା ମାଧ୍ୟମରେ ଆଜି ମାଲିକଙ୍କୁ ହସ୍ତାନ୍ତର କରିଛି। ପୁଲିସ ଅଭିଯୁକ୍ତମାନଙ୍କଠାରୁ ତମ୍ବା ତାର,ଏସି ପାଇପ୍‌ ଓ ଏଲଇଡି ଟିଭି ଜବତ କରିଛି,କିଛି ସାମଗ୍ରୀ ଭଙ୍ଗାରୁଜା ହୋଇଥିଲେ ମଧ୍ୟ ନିଜ ସାମଗ୍ରୀକୁ ଚିହ୍ନଟ କରିପାରିଥିବାରୁ ମାଲିକ ଖୁସି ପ୍ରକାଶ କରିଛନ୍ତି।ମାଲିକ କହିଛନ୍ତି,
ଗଡ଼ପଦର ହଷ୍ଟେଲରେ ଛାତ୍ରଙ୍କ ମୃତ୍ୟୁ ଅଭିଯୋଗ 

ପ୍ରଧାନଶିକ୍ଷକ ଙ୍କ ବିରୋଧରେ ବାପାଙ୍କ ଆଣିଲେ ଅଭିଯୋଗ

କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ଗଡ଼ପଦରସ୍ଥିତ ହଷ୍ଟେଲରେ ଜଣେ ଛାତ୍ରଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ମୃତ ଛାତ୍ର ରାଣ୍ଡପାଲି ପଂଚାୟତ କେନ୍ଦୁଗୁଡା ଗାଁ ଗଙ୍ଗା ଜାନି ବୋଲି ଜଣାପଡ଼ିଛି। ତାଙ୍କ ବାପା ଟିନୁ ଜାନିଙ୍କ ଅଭିଯୋଗ ଅନୁସାରେ, ହଷ୍ଟେଲର ପ୍ରଧାନଶିକ୍ଷକ ତାଙ୍କ ପୁଅକୁ ମାଡ଼ ମାରିଥିଲେ।ପରିବାର ପକ୍ଷରୁ କୁହାଯାଇଛି ଯେ, ଘଟଣା ପରେ ଛାତ୍ରଙ୍କୁ ମଙ୍ଗଳବାର ଚିକିତ୍ସା ପାଇଁ ମେଡିକାଲକୁ ନିଆଯାଇଥିଲା। ପରେ ତାଙ୍କର ମୃତ୍ୟୁ ଘଟିଛି। ଘଟଣାର ପ୍ରକୃତ କାରଣ ଓ ଅଭିଯୋଗର ସତ୍ୟତା ନେଇ ତଦନ୍ତ ପରେ ସ୍ପଷ୍ଟ ହେବ।
ବକ୍ସାଇଟ ପରିବହନକୁ ନେଇ ବିବାଦ, ଟ୍ରକ୍ ଚଳାଚଳ ବନ୍ଦ ଦାବି

କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ କୋଡ଼ିଙ୍ଗାମାଳି ବକ୍ସାଇଟ ଖଣିରୁ ରାସ୍ତା ଯୋଗେ ବକ୍ସାଇଟ ପରିବହନକୁ ନେଇ ବିବାଦ ଦେଖାଦେଇଛି। ରାସ୍ତାରେ ବକ୍ସାଇଟ ପରିବହନ ତୁରନ୍ତ ବନ୍ଦ କରି କନଭେୟର ବେଲ୍ଟ ମାଧ୍ୟମରେ ରେଳ ଷ୍ଟେସନ ପର୍ଯ୍ୟନ୍ତ ପରିବହନ ବ୍ୟବସ୍ଥା କରିବାକୁ ଦାବି ହୋଇଛି।ଏନେଇ ଲକ୍ଷ୍ମୀପୁର ଅଞ୍ଚଳର ଯୁବପିଢ଼ି କୋରାପୁଟ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।
ମୌଳିକ ସୁବିଧାରୁ ବଞ୍ଚିତ ଲାଲଗଡ଼ ଗ୍ରାମବାସୀ, ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

କୋରାପୁଟ ସଦର ମହକୁମା ମହାଦେଇପୁଟ ପଞ୍ଚାୟତ ଅନ୍ତର୍ଗତ ଲାଲଗଡ଼ ଗ୍ରାମରେ ନାହିଁ ମୌଳିକ ସୁବିଧା। ଦୀର୍ଘଦିନ ଧରି ସମସ୍ୟାରେ ଜୀବନ ବିତାଉଥିବା ଗ୍ରାମବାସୀ ଏବେ ନ୍ୟାୟ ଦାବିରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି।ଗ୍ରାମରେ ପ୍ରାୟ ୨୫ଟି ପରିବାରର ୧୩୦ରୁ ଊର୍ଦ୍ଧ୍ୱ ଲୋକ ବସବାସ କରୁଛନ୍ତି। ହେଲେ ଗାଁରେ ନାହିଁ ବିଦ୍ୟାଳୟ, ଅଙ୍ଗନବାଡ଼ି କେନ୍ଦ୍ର କିମ୍ବା ପାନୀୟ ଜଳର ସୁବିଧା। ଫଳରେ ଛୋଟ ଛୋଟ ପିଲାଙ୍କ ପାଠପଢ଼ା ସହ ଗ୍ରାମବାସୀଙ୍କ ଦୈନନ୍ଦିନ ଜୀବନ ମଧ୍ୟ ପ୍ରଭାବିତ ହେଉଛି।
କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ କୋଡ଼ିଙ୍ଗାମାଳି ବକ୍ସାଇଟ ଖଣିରୁ ରାସ୍ତା ଯୋଗେ ବକ୍ସାଇଟ ପରିବହନକୁ ନେଇ ବିବାଦ ଦେଖାଦେଇଛି। ରାସ୍ତାରେ ବକ୍ସାଇଟ ପରିବହନ ତୁରନ୍ତ ବନ୍ଦ କରି କନଭେୟର ବେଲ୍ଟ ମାଧ୍ୟମରେ ରେଳ ଷ୍ଟେସନ ପର୍ଯ୍ୟନ୍ତ ପରିବହନ ବ୍ୟବସ୍ଥା କରିବାକୁ ଦାବି ହୋଇଛି।

ଏନେଇ ଲକ୍ଷ୍ମୀପୁର ଅଞ୍ଚଳର ଯୁବପିଢ଼ି କୋରାପୁଟ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି

ଭାରୀ ଯାନବାହନ ଚଳାଚଳ ଯୋଗୁଁ ଦୁର୍ଘଟଣାର ଆଶଙ୍କା ବଢୁଥିବା ମଧ୍ୟ ଦାବିପତ୍ରରେ ଉଲ୍ଲେଖ କରାଯାଇଛି। ଏହାସହ ଦିନରାତି ଟ୍ରକ ଚଳାଚଳ ଯୋଗୁଁ ଶବ୍ଦ ପ୍ରଦୂଷଣ ବଢୁଥିବା ଏବଂ ଏହାର ପ୍ରଭାବରେ ଶିଶୁ, ବୃଦ୍ଧବୃଦ୍ଧା ଓ ଗର୍ଭବତୀ ମହିଳାଙ୍କ ସମେତ ସାଧାରଣ ଲୋକଙ୍କ ନିଦ୍ରା ଓ ଜୀବନଯାପନ ପ୍ରଭାବିତ ହେଉଥିବା ଅଭିଯୋଗ ହୋଇଛି। ଟ୍ରକ ଚଳାଚଳ ଯୋଗୁଁ ପରିବେଶ ପ୍ରଦୂଷଣ ମଧ୍ୟ ବଢୁଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ।
କୋରାପୁଟରେ ସର୍କଲସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ-୨୦୨୬

 ବନ୍ୟପ୍ରାଣୀ ସୁରକ୍ଷା, ପ୍ରକୃତି ସଂରକ୍ଷଣ ଓ ଭବିଷ୍ୟତ ପିଢ଼ି ପାଇଁ ପରିବେଶ ସୁରକ୍ଷାର ବାର୍ତ୍ତା ନେଇ କୋରାପୁଟରେ ସର୍କଲସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ-୨୦୨୬ ପାଳନ କରାଯାଉଛି। ଚଳିତବର୍ଷର ମୁଖ୍ୟ ବିଷୟ ରହିଛି “Sloth Bear”।

ଏହି ଅବସରରେ ଭାଲୁ ସମେତ ବିଭିନ୍ନ ବନ୍ୟପ୍ରାଣୀଙ୍କ ସୁରକ୍ଷା ଓ ସଂରକ୍ଷଣ ସହ ମଣିଷ-ବନ୍ୟପ୍ରାଣୀ ସହାବସ୍ଥାନ ନେଇ ସଚେତନତା ଓ ଆଲୋଚନା କରାଯିବ। ବନ୍ୟଜନ୍ତୁ ସୁରକ୍ଷାରେ ସାଧାରଣ ଲୋକଙ୍କ ଭୂମିକା ଏବଂ ପ୍ରକୃତି ସଂରକ୍ଷଣର ଆବଶ୍ୟକତା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି।
ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି ଠାରେ ଅନୁଷ୍ଠିତ ଭାରତୀୟ ସାମ୍ବାଦିକ ସଂଘ (IJU) ଓଡ଼ିଶା ଶାଖାର ରାଜ୍ୟ କାର୍ଯ୍ୟକାରୀ ବୈଠକ ଅବସରରେ ମୋତେ କୋରାପୁଟ ଜିଲ୍ଲା ସଭାପତି ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ସମ୍ମାନିତ ହେବାର ଏକ ଅବିସ୍ମରଣୀୟ ମୁହୂର୍ତ୍ତ।🙏🙏
ଏହି ସମ୍ମାନ ଆଗାମୀ ଦିନରେ ସାମ୍ବାଦିକତା କ୍ଷେତ୍ରରେ ଆହୁରି ନିଷ୍ଠା ଓ ଦାୟିତ୍ୱର ସହ କାର୍ଯ୍ୟ କରିବାକୁ ପ୍ରେରଣା ଯୋଗାଇବ।🙏🌹
🚨 ବାଇକ୍ ଚୋରି କରୁଥିଲେ, ମାଡ଼ି ବସିଲା ପୋଲିସ! 🏍️

ବାଇକ୍ ଚୋରି ଅଭିଯୋଗରେ କୋରାପୁଟ ଟାଉନ୍ ପୋଲିସର କାର୍ଯ୍ୟାନୁଷ୍ଠାନ। ଘଟଣାରେ ୨ ଜଣଙ୍କୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତଙ୍କୁ ପରେ କୋର୍ଟ ଚାଲାଣ କରାଯାଇଛି।

🔴 ଚୋରି ଘଟଣାକୁ ନେଇ ପୋଲିସର ତଦନ୍ତ ଜାରି।
ଗଭୀର ଅବପାତ ଯୋଗୁଁ କୋରାପୁଟ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି। ବିଶେଷ କରି କୋଟପାଡ଼, କୁନ୍ଦୁରା, ବୋରିଗୁମ୍ମା ଓ ବୈପାରୀଗୁଡ଼ା ବ୍ଲକରେ କ୍ଷୟକ୍ଷତି ଅଧିକ ରହିଛି। ଖୁବଶୀଘ୍ର କ୍ଷୟକ୍ଷତିର ଆକଳନ କରାଯାଇ ସରକାରୀ ନିୟମ ଅନୁସାରେ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ।
ବନ୍ୟାରେ ଲୋକଙ୍କ ସାହାରା ବିଧାୟକ ରୁପୁ ଭତ୍ରା

ଲଗାଣ ବର୍ଷାରେ କୋଟପାଡ଼ ଅଞ୍ଚଳରେ ବନ୍ୟା ପରିସ୍ଥିତି ଉପୁଜିଥିବା ବେଳେ ବିଧାୟକ ରୁପୁ ଭତ୍ରା ବନ୍ୟା ପାଣିରେ ପଶି ଲୋକଙ୍କୁ ଉଦ୍ଧାର କରିଛନ୍ତି। ଗାଁ ଗାଁ ବୁଲି ସ୍ଥିତି ଅନୁଧ୍ୟାନ କରିବା ସହ ଟ୍ରାକ୍ଟର ଓ ଅଣ୍ଟାଏ ପାଣିରେ ଯାଇ ବିପଦରେ ଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେଇଥିଲେ। ଛୋଟ ଛୁଆଙ୍କୁ କୋଳରେ ଧରି ଆଶ୍ରୟସ୍ଥଳୀକୁ ନେଉଥିବା ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି। ବିଧାୟକଙ୍କ ଏହି ପଦକ୍ଷେପକୁ କୋଟପାଡ଼ବାସୀ ପ୍ରଶଂସା କରିଛନ୍ତି।
ପାଉରୁଟି ତାରିଖ ଷ୍ଟିକରିଂ ନେଇ କାର୍ଯ୍ୟାନୁଷ୍ଠାନ
ଉତ୍ପାଦନ ୟୁନିଟ୍ ୩ ଦିନ ପାଇଁ ସିଲ୍, ୨ ହଜାର ଟଙ୍କା ଜରିମାନା

ପାଉରୁଟି ପ୍ୟାକେଟ୍‌ରେ ତାରିଖ ଉଲ୍ଲେଖ ଓ ଷ୍ଟିକରିଂକୁ ନେଇ ଅଭିଯୋଗ ପରେ ଜୟପୁର ମ୍ୟୁନିସିପାଲିଟି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ବେକେରିର ଉତ୍ପାଦନ ୟୁନିଟ୍‌ରେ ଯାଞ୍ଚ କରାଯାଇଛି
ଲଗାଣ ବର୍ଷାରେ ଭାଙ୍ଗିଲା ଘର, ୧୬ ପରିବାରକୁ ପଲିଥିନ ପ୍ରଦାନ,
କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ଓ ପୌରପାଳିକା ଅଞ୍ଚଳରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଘର ଭାଙ୍ଗିବା ଘର କୁ ପଲିଥିନ ପ୍ରଦାନ କରାଯାଇଛି।ଜୟପୁର ତହସିଲ ଅନ୍ତର୍ଗତ କୌଣସି ଅଞ୍ଚଳରେ ବର୍ଷା ଯୋଗୁଁ ଘର ଭାଙ୍ଗିଲେ କିମ୍ବା କ୍ଷତିଗ୍ରସ୍ତ ହେଲେ, ଲୋକମାନେ ତୁରନ୍ତ ନିକଟସ୍ଥ ରାଜସ୍ୱ ନିରୀକ୍ଷକ(ଆର୍‌ଆଇ)ଙ୍କୁ ଖବର ଦେବାକୁ ତହସିଲ ପକ୍ଷରୁ ଅନୁରୋଧ କରାଯାଇଛି।
କୋରାପୁଟ ଜିଲ୍ଲା ଜୟପୁର ସହରରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ଜୟପୁର ଓଏସଆରଟିସି ବସ୍‌ଷ୍ଟାଣ୍ଡ ପରିସରରେ ଏକ ବହୁ ପୁରୁଣା ବିରାଟ ଗଛ ଉପୁଡ଼ି ପଡ଼ିଛି।
ଲଗାଣ ବର୍ଷାରେ ଜଳବନ୍ଦୀ ବିଜୁ ରାଜନଗର

ଘରେ ଘରେ ପହଞ୍ଚିଲେ ପୌରାଧ୍ୟକ୍ଷ, ବଣ୍ଟନ ହେଲା ଶୁଖିଲା ଓ ରନ୍ଧା ଖାଦ୍ୟ
କୋରାପୁଟ ଜିଲ୍ଲା ଜୟପୁର ସହରରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି। ଜୟପୁର ପୌରପାଳିକା ଅଧୀନ ବିଜୁ ରାଜନଗର ୱାର୍ଡ ନମ୍ବର-୫ରେ ବର୍ଷାଜଳ ଘରେ ଘରେ ପଶିଯାଇଥିବାରୁ ଲୋକେ ଅସୁବିଧାରେ ପଡ଼ିଛନ୍ତି।ବର୍ଷା ପ୍ରଭାବିତ ପରିବାରଗୁଡ଼ିକଙ୍କ ନିକଟରେ ଜୟପୁର ପୌରପାଳିକା ପକ୍ଷରୁ ଶୁଖିଲା ଖାଦ୍ୟ ଓ ରନ୍ଧା ଖାଦ୍ୟ ପହଞ୍ଚାଇ ଦିଆଯାଇଛି।
ବର୍ଷାରେ ଏକଟାଗୁଡା-ଦୁବୁଲି ବ୍ରିଜ୍‌ ଉପରେ ପ୍ରବଳ ପାଣି ପ୍ରବାହ
ଜୟପୁର: ଲଗାତାର ପ୍ରବଳ ବର୍ଷା ଯୋଗୁଁ ଜୟପୁର ବ୍ଲକ ଅନ୍ତର୍ଗତ ଗଡ଼ପଦର ପଂଚାୟତ ଏକଟାଗୁଡା-ଦୁବୁଲି ବ୍ରିଜ୍‌ ଉପରେ ପ୍ରବଳ ପାଣି ପ୍ରବାହିତ ହେଉଛି। ଫଳରେ ଏହି ରାସ୍ତାରେ ଯାତାୟାତକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି।ଖବର ପାଇ ଘଟଣାସ୍ଥଳରେ ବ୍ଲକ ପ୍ରଶାସନ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିବା ସହ ଲୋକଙ୍କୁ ସଚେତନ କରିଛି। ବ୍ରିଜ୍‌ ଉପରେ ପାଣିର ପ୍ରବାହ ଅଧିକ ଥିବାରୁ ଲୋକଙ୍କ ଯାତାୟାତ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ଅସ୍ଥାୟୀ ବାଉଁଶ ବ୍ୟାରିକେଡ୍‌ କରାଯାଇଛି।ଅତ୍ୟାବଶ୍ୟକ ନଥିଲେ ବ୍ରିଜ୍‌ ଦେଇ ଯାତାୟାତ ନକରିବାକୁ ପ୍ରଶାସନ ପରାମର୍ଶ ଦେଇଛି। ପାଣିର ପ୍ରବାହ ଓ ସ୍ଥିତି ଉପରେ ବ୍ଲକ ପ୍ରଶାସନ ନଜର ରଖିଛି।
ଗଭୀର ଅବପାତର ପ୍ରଭାବରେ କୋରାପୁଟ ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି। ଏଭଳି ସ୍ଥିତିରେ ଗ୍ରାଉଣ୍ଡ ଜିରୋରେ ପହଞ୍ଚି ବର୍ଷା ଓ ବିପର୍ଯ୍ୟୟଜନିତ ସ୍ଥିତିର ଅନୁଧ୍ୟାନ କରିଛନ୍ତି ଗ୍ରାମ ଉନ୍ନୟନ, ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ ।କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ବ୍ଲକର ବିଭିନ୍ନ ଅଞ୍ଚଳ ବୁଲି ସ୍ଥିତି ପରଖିଥିଲେ। ବୈପାରୀଗୁଡ଼ା ସଦର ମହକୁମାରେ ଥିବା ମା' ଗୃହରେ ପହଞ୍ଚି ଗର୍ଭବତୀ ମହିଳାଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟସେବା ସମ୍ପର୍କରେ ମନ୍ତ୍ରୀ ଆଲୋଚନା କରିଥିଲେ। ଗର୍ଭବତୀ ମହିଳାଙ୍କ ଖାଦ୍ୟ, ଚିକିତ୍ସା ଓ ଆବଶ୍ୟକୀୟ ସୁବିଧା ସମ୍ପର୍କରେ ପଚାରି ବୁଝିବା ସହ, ସେମାନଙ୍କୁ ଯେପରି କୌଣସି ସମସ୍ୟା ନହୁଏ, ସେଥିପାଇଁ ମା' ଗୃହରେ ସମସ୍ତ ଆବଶ୍ୟକ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।