ଗଡ଼ପଦର ହଷ୍ଟେଲରେ ଛାତ୍ରଙ୍କ ମୃତ୍ୟୁ ଅଭିଯୋଗ
ପ୍ରଧାନଶିକ୍ଷକ ଙ୍କ ବିରୋଧରେ ବାପାଙ୍କ ଆଣିଲେ ଅଭିଯୋଗ
କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ଗଡ଼ପଦରସ୍ଥିତ ହଷ୍ଟେଲରେ ଜଣେ ଛାତ୍ରଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ମୃତ ଛାତ୍ର ରାଣ୍ଡପାଲି ପଂଚାୟତ କେନ୍ଦୁଗୁଡା ଗାଁ ଗଙ୍ଗା ଜାନି ବୋଲି ଜଣାପଡ଼ିଛି। ତାଙ୍କ ବାପା ଟିନୁ ଜାନିଙ୍କ ଅଭିଯୋଗ ଅନୁସାରେ, ହଷ୍ଟେଲର ପ୍ରଧାନଶିକ୍ଷକ ତାଙ୍କ ପୁଅକୁ ମାଡ଼ ମାରିଥିଲେ।ପରିବାର ପକ୍ଷରୁ କୁହାଯାଇଛି ଯେ, ଘଟଣା ପରେ ଛାତ୍ରଙ୍କୁ ମଙ୍ଗଳବାର ଚିକିତ୍ସା ପାଇଁ ମେଡିକାଲକୁ ନିଆଯାଇଥିଲା। ପରେ ତାଙ୍କର ମୃତ୍ୟୁ ଘଟିଛି। ଘଟଣାର ପ୍ରକୃତ କାରଣ ଓ ଅଭିଯୋଗର ସତ୍ୟତା ନେଇ ତଦନ୍ତ ପରେ ସ୍ପଷ୍ଟ ହେବ।