ଗାଁକୁ ରାସ୍ତା ନାହିଁ, ଦୁର୍ଦ୍ଦଶାରେ ଗ୍ରାମବାସୀ; ଶେଷରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ,
କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ବ୍ଲକ ଗୁଣ୍ଠାପୁଟ ପଞ୍ଚାୟତ ଅନ୍ତର୍ଗତ ଏଚ୍ ମାଝୀପୁଟ ଗାଁରୁ।ଗାଁକୁ ରାସ୍ତା ନଥିବାରୁ ଦୀର୍ଘଦିନ ଧରି ଗ୍ରାମବାସୀ ଦୁର୍ଦ୍ଦଶା ଭୋଗୁଥିବା ଅଭିଯୋଗ ହୋଇଛି। ବିଶେଷକରି ଗୁରୁତର ରୋଗୀଙ୍କୁ ମେଡିକାଲ ନେବା ସମୟରେ ଅନେକ ସମସ୍ୟା ଉପୁଜୁଛି। ବର୍ଷା ଦିନେ ସ୍ଥିତି ଆହୁରି ସଙ୍ଗିନ ହୋଇପଡ଼ୁଥିବା ବେଳେ ଗାଁରୁ ବାହାରିବା ମଧ୍ୟ କଷ୍ଟକର ହୋଇଯାଉଛି।ଗାଁକୁ ରାସ୍ତା ନିର୍ମାଣ ପାଇଁ ସ୍ଥାନୀୟ ପ୍ରଶାସନଙ୍କ ନିକଟରେ ବାରମ୍ବାର ଗୁହାରି କରିଥିଲେ ମଧ୍ୟ ଏଯାଏଁ ସମସ୍ୟାର ସମାଧାନ ହୋଇନଥିବା ଗ୍ରାମବାସୀ କହିଛନ୍ତି।