ବନ୍ଦେ ମାତରମ୍ ର ୧୫୦ ବର୍ଷ ପୂର୍ତ୍ତି; ଏକାସାଙ୍ଗରେ ବନ୍ଦେ ମାତରମ୍ ଗାନ
କୁଚିଣ୍ଡା : ସାରେ ଦେଶର ନାଗରିକଙ୍କୁ ଗୋଟାଏ ସୂତ୍ରରେ ବାନ୍ଧି ରଖିବାର ପ୍ରାୟସ ଆରମ୍ଭ କରିଛି ବିଦ୍ୟାଭାରତୀ ଅନୁଷ୍ଠାନ। ଏହି ଅବସରରେ ବନ୍ଦେ ମାତରମ୍ ର ୧୫୦ ବର୍ଷ ପୁର୍ତ୍ତି ଅବସରରେ ନମାମି ଭାରତମ୍ ର କାର୍ଯ୍ୟକ୍ରମ ବିଦ୍ୟାଭାରତୀ ଯୋଜନାରେ ସାରା ଭାରତରେ ସାମୁହିକ ଭାବେ ଏକା ସମୟରେ ବନ୍ଦେ ମାତରମ୍ ଗୀତ ଗାନ କରାଯାଛି। ସେହିପରି ବିଦ୍ୟାଭାରତୀ ଆନୁକୁଲ୍ୟରେ ସମ୍ବଲପୁର ଜିଲ୍ଲା କୁଚିଣ୍ଡାର ସ୍ବରସ୍ବତୀ ବିଦ୍ୟାମନ୍ଦିର ପରିସରରେ ସାମୁହିକ ଭାବେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅବିଭାବକ ମାନେ ଏକା ସାଙ୍ଗରେ ବନ୍ଦେ ମାତରମ୍ ଗୀତ ଗାନ କରିଛନ୍ତି। କୁଚିଣ୍ଡାର ଅନେକ ବିଦ୍ୟାଳୟରେ ସାମୁହିକ ଭାବେ ବନ୍ଦେ ମାତରମ୍ ଗାନ କରାଯାଇଛି। ଭାରତ ମାତାର ବିର ପୁରୁଷ ମାନଙ୍କୁ ମନେ ପକାଇବା ପାଇଁ ଏପରି କାର୍ଯ୍ୟକ୍ରମ ଆୟୋଜିତ କରାଯାଉଛି। ଆଜିର ଏହି କାର୍ଯ୍ୟକ୍ରମରେ ଅବସର ପ୍ରାପ୍ତ ଶିକ୍ଷାବିତ ଉଦୟନାଥ ମିଶ୍ର ଅତିଥି ଭାବେ ଯୋଗଦେଇଥିଲେ। #kuchindatvlive