କୁଚିଣ୍ଡା "ନାଟ ନାଟୁଆ" ପକ୍ଷରୁ ନୂତନ ନାଟକ ସଂକଳ୍ପ ସମାରୋହ
କୁଚିଣ୍ଡା : ଭାଦ୍ରବ ପୂର୍ଣ୍ଣିମା ପବିତ୍ର ଭାଗବତ ଜନ୍ମ ଉତ୍ସବ ଅବସରରେ କୁଚିଣ୍ଡା କଳା ପରିଷଦ ପ୍ରାଙ୍ଗଣରେ ଏକ ନୂତନ ମଞ୍ଚ ନାଟକ ପ୍ରସ୍ତୁତି ଆରମ୍ଭ ହୋଇଛି। ପ୍ରଥମେ ପଞ୍ଚମୁଖୀ ଛକ ମା ଦୁର୍ଗା ମନ୍ଦିରରେ ଅନୁଷ୍ଠିତ ମାନସ ଅର୍ପଣ ପୂଜାର୍ଚ୍ଚନା କରାଯିବା ପରେ କଳା ପରିଷଦ, କୁଚିଣ୍ଡା ପରିସରରେ ସାଂଗଠନିକ ପ୍ରସ୍ତୁତି ଏବଂ ନାଟକର ଆଦ୍ୟ ଅଭ୍ୟାସ ଆରମ୍ଭ କରାଯାଇଛି।ସଂସ୍କୃତି ଗଙ୍ଗା (ସାଂସ୍କୃତିକ ଓ ଶୈକ୍ଷିକ ଟ୍ରଷ୍ଟ) ଆନୁକୂଲ୍ୟରେ "ନାଟ ନାଟୁଆ" ପରିବାର କୁଚିଣ୍ଡା ତରଫରୁ ମଞ୍ଚ ନାଟକ ପ୍ରସ୍ତୁତି ଉପରେ ଗୁରୁତ୍ୱ ଦେବା ସହିତ କୁଚିଣ୍ଡା ଅଞ୍ଚଳରେ ମଞ୍ଚ କଳାର ବିକାଶ ପାଇଁ ସଂକଳ୍ପ କରାଯାଇଛି। ଏହି ଅବସରରେ ବିଭିନ୍ନ ବର୍ଗର ଛୋଟ ବଡ଼ କଳାକାର ମାନଙ୍କ ପାଇଁ ସୁଯୋଗ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି।ଆଜିର ସମାରୋହରେ ବରିଷ୍ଠ କଳାକାର ସୁରଥ ଚନ୍ଦ୍ର ନାୟକ ସଭାପତିତ୍ୱ କରିଥିଲେ। ବରିଷ୍ଠ କଳାକାର ହୃଦାନନ୍ଦ ଶର୍ମ୍ମା, ଖଗେଶ୍ୱର ସେନାପତି, ଶେଷଦେବ ପଟେଲ, ସିନେ ଅଭିନେତା ସଞ୍ଜୟ କୁମାର ପାତ୍ର, ଓମ ପ୍ରସାଦ ପଟେଲ, ଡ କୁମାର ବିକ୍ରମ ସଂଗଠକ ବିଭୂତି କଲ୍ୟାଣ ପଟେଲ, ଅଧ୍ୟାପକ ପ୍ରଶାନ୍ତ କୁମାର ପଟେଲ, ସଂଗଠକ ମଳୟ ବେହେରା, ଅରୁଣ କୁମାର ପଟେଲ, ସୌମ୍ୟ ରଞ୍ଜନ ଧଳ, ଲୁସି ଦାସଭାୟା, ପ୍ରଫୁଲ୍ଲ କର, ଅରୁଣ କୁମାର ନାୟକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ଅଧ୍ୟାପକ ସତ୍ୟନାରାୟଣ ପଟେଲ, ସୁଜିତ୍ କୁମାର ବୁଡ଼ା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। #kuchindatvlive