ମେରା ଯୁବ ଭାରତ (MY Bharat), ବୌଦ୍ଧ ଶାଖା ତରଫରୁ ମୁଣ୍ଡାପଡ଼ା ସ୍ଥିତ ସୁରେଖା ଦେବୀ ଜରାଶ୍ରମଠାରେ "ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ" (International Day of Older Persons) ଅତ୍ୟନ୍ତ ଆନନ୍ଦ ଓ ଉତ୍ସାହର ସହିତ ପାଳିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ଶ୍ରୀଯୁକ୍ତ ବିଶିକେସନ ପ୍ରଧାନ ଏବଂ ସମ୍ମାନିତ ଅତିଥି ଭାବେ ସୁରେଖା ଦେବୀ ଜରାଶ୍ରମର ପ୍ରତିଷ୍ଠାତା ଶ୍ରୀଯୁକ୍ତ ଧର୍ମୁଧର ପୋଢ଼ ଯୋଗଦେଇ ବୃଦ୍ଧବୃଦ୍ଧାମାନଙ୍କୁ ସମ୍ମାନିତ କରିବା ସହ ଆଶୀର୍ବାଦ ଭିକ୍ଷା କରିଥିଲେ।
ଏହି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ MY Bharat ର ସ୍ୱେଚ୍ଛାସେବୀ ସୁଶୀଲ ପାତ୍ର, ସମ୍ରାଟ ସାହୁ, ଦୀପ୍ତି ପଣ୍ଡା, ଦେବାଶିଷ ସେଠି ଓ ପିଙ୍କୁ ପ୍ରଧାନ ସଫଳତାର ସହ ପରିଚାଳନା କରିଥିଲେ।
#MYBharat #Boudh #InternationalDayOfOlderPersons #YouthPower #SocialService #Odisha