ସେବା ସଙ୍କଳ୍ପ ଅଭିଯାନ ଓ ଗାନ୍ଧୀ ଜୟନ୍ତୀ ଅବସରରେ କୁଚିଣ୍ଡା ନିର୍ବାଚନ ମଣ୍ଡଳୀ ଜମନକିରା ବ୍ଲକ୍ ଅନ୍ତର୍ଗତ କୁଳୁଣ୍ଡି, ଖର୍ସନମାଲ, ମୁଣ୍ଡେନପାଲି ଗ୍ରାମରେ ସ୍ଥାନୀୟ ଗ୍ରାମବାସୀଙ୍କ ସହ ମିଶି ସ୍ବଚ୍ଛତା ହିଁ ସେବା ବାର୍ତ୍ତା ନେଇ ଗ୍ରାମର ମନ୍ଦିର ପରିସର ସଫେଇ , ପୋଖରୀ ହୁଡା, ଗ୍ରାମ୍ଯ ରାସ୍ତା ସଫା ସହିତ ପରିଷ୍କାର ପରିଚ୍ଛନ୍ନ କରିବା ସହିତ ବୃକ୍ଷରୋପଣରେ ସାମିଲ ହୋଇଛନ୍ତି ମନ୍ତ୍ରୀ ରବିନାରାୟଣ ନାଏକ । ଗ୍ରାମକୁ ପରିଷ୍କାର ଓ ପରିଚ୍ଛନ୍ନ ରଖିବା ପାଇଁ ସମସ୍ତଙ୍କୁ ଉତ୍ସାହିତ କରିଛନ୍ତି। ସ୍ୱଚ୍ଛ ପରିବେଶ, ସୁସ୍ଥ ସମାଜ ଓ ସୁନ୍ଦର ଓଡ଼ିଶା ଗଢ଼ିବା ଆମ ସମସ୍ତଙ୍କ ଦାୟିତ୍ୱ। ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ ଏବଂ ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଦୂରଦୃଷ୍ଟିକୁ ଆଧାର କରି ସ୍ୱଚ୍ଛ ଓ ସୁସ୍ଥ ଓଡ଼ିଶା ଗଠନର ସଂକଳ୍ପକୁ ଆମେ ସମସ୍ତେ ମିଶି ଆହୁରି ଦୃଢ଼ କରିବା। ଆସନ୍ତୁ, ଆମ ଗାଁ, ଆମ ସହରକୁ ସ୍ୱଚ୍ଛ ଓ ସବୁଜ ରଖିବା ପାଇଁ ମିଳିତ ଭାବେ ସଂକଳ୍ପବଦ୍ଧ ହେବା ବୋଲି ମନ୍ତ୍ରୀ ରବିନାରାୟଣ କହିଛନ୍ତି। #kuchindatvlive #kuchinda #sambalpur #odishanews #rabinarayannaik