#ବସ୍ତା_ନିର୍ବାଚନ_ମଣ୍ଡଳୀରେ_ବିଜେଡିର_ଜନସମ୍ପର୍କ_ପଦଯାତ୍ରା
ବିଜୁ ଜନତା ଦଳର ରାଜ୍ୟ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଗାନ୍ଧୀ ଜୟନ୍ତୀ ଅବସରରୁ ରାଜ୍ୟବ୍ୟାପୀ ବିଜେଡିର ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି। ଅକ୍ଟୋବର ୨ ତାରିଖରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ନଭେମ୍ବର ୯ ତାରିଖ ପର୍ଯ୍ୟନ୍ତ ଚାଲିବ।ଏହି ପରିପ୍ରେକ୍ଷୀରେ ବସ୍ତା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ମଥାନୀସ୍ଥିତ ପ୍ରିନ୍ସ କଲ୍ୟାଣ ମଣ୍ଡପଠାରେ ଏକ ସଭା ଓ ଜନସମ୍ପର୍କ ପଦଯାତ୍ରା ଆୟୋଜିତ ହୋଇଥିଲା। ଏହି ଅବସରରେ ବସ୍ତା ବ୍ଲକର ପୂର୍ବତନ ମହିଳା ବିଜେଡି ସଭାପତି ଲିପିକା ରାଉଳ ପୁଣିଥରେ ଦଳକୁ ଫେରିଥିବା ନେଇ ଦଳୀୟ ମହଲରେ ଚର୍ଚ୍ଚା ହୋଇଥିଲା।
ସୂଚନା ଅନୁଯାୟୀ ବସ୍ତା ବ୍ଲକର ପୂର୍ବତନ ମହିଳା ସଭାପତି ଲିପିକା ରାଉଳ ଆଜି ଘର ବାହୁଡ଼ା ହୋଇଛନ୍ତି।ସେ ବିଗତ ଦିନରେ ଯେତେବେଳେ ବସ୍ତା ବିଧାୟାକା ସୁବାସିନୀ ଜେନା ଦଳବିରୋଧୀ କାର୍ଯ୍ୟପାଇଁ ଦଳର ସଭାପତି ମାନ୍ୟବର ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ତାଙ୍କୁ ବିଜୁଜନତା ଦଳରୁ ବିହାଷ୍କାର କରିଥିଲେ। ସେତେବେଳେ ଶ୍ରୀମତୀ ରାଉଳ ମଧ୍ୟ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ। ସେ ନବୀନ ପଟ୍ଟନାୟକ ସ୍ୱଚ୍ଛନିର୍ମଳ ଶାସନ ତାଙ୍କ ପ୍ରତି ଭଲପାଇବା ଜାଣିପାରି ଆଜିର ଜନସମ୍ପର୍କ ପଦଯାତ୍ରା ଅବସରରେ ସେ ପୁଣିଥରେ ଦଳୀୟ ଶିବିରକୁ ଫେରିଥିବା ନେଇ ଦଳୀୟ ନେତା ଓ କର୍ମୀମାନେ ତାଙ୍କୁ ସ୍ୱାଗତ କରିଥିଲେ।ପରେ ମଥାନୀସ୍ଥିତ ପ୍ରିନ୍ସ କଲ୍ୟାଣ ମଣ୍ଡପଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ଗାନ୍ଧୀଛକ ପର୍ଯ୍ୟନ୍ତ ଯାଇଥିଲା। ସେଠାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଦଳୀୟ ନେତା ଓ କର୍ମୀମାନେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହାପରେ ଗାନ୍ଧୀଛକଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା।ବସ୍ତା ନିର୍ବାଚନ ମଣ୍ଡଳୀ ସଂଯୋଜକ ତଥା ବସ୍ତା ବ୍ଲକ ବିଜେଡି ସଭାପତି ମହାଦେବ ଦାସଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ବାଲିଆପାଳ ବ୍ଲକ ବିଜେଡି ସଭାପତି ଭଗବାନ ଗିରି, ଜିଲ୍ଲା ପରିଷଦ ସଦସ୍ୟା ବିଷ୍ଣୁପ୍ରିୟା ବୁଗୁଡ଼ି, ଜିଲ୍ଲା ଛାତ୍ର ସଭାପତି ହରେକୃଷ୍ଣ ପ୍ରଧାନ, ବସ୍ତା ଏନ୍ଏସି ସଭାପତି କମଳାକାନ୍ତ ବେହେରା, ସୁବୋଧ କୁମାର ରାଉଳ, ପୂର୍ଣ୍ଣଚନ୍ଦ୍ର ଜେନା, ଯୁବନେତା ଦାମୋଦର ଦାସ, ଯୁବନେତା ରାଜେଶ କୁମାର ଗିରି, ରାଜକିଶୋର ବେହେରା, ସୁରେନ୍ଦ୍ର ସେଠୀ, ଦେବେନ୍ଦ୍ର ବେହେରା, ଅଖିଳ ବେହେରାଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ଯୋଗଦେଇଥିଲେ।ସଭାରେ ବକ୍ତାମାନେ ଦଳୀୟ ସଂଗଠନକୁ ଆହୁରି ମଜବୁତ କରିବା ସହ ଆଗାମୀ ଦିନରେ ଏକତାବଦ୍ଧ ଭାବେ କାର୍ଯ୍ୟ କରିବା ଉପରେ ଗୁରୁତ୍ୱ ଦେଇଥିଲେ। ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଆଗାମୀ ପଞ୍ଚାୟତ ନିର୍ବାଚନରେ ବସ୍ତା ଓ ବାଲିଆପାଳ ପଞ୍ଚାୟତ ସମିତି ସମେତ ନୂତନ ଭାବେ ଘୋଷିତ ବସ୍ତା ଏନ୍ଏସିରେ ଦଳୀୟ ସଂଗଠନକୁ ସୁଦୃଢ଼ କରିବା ପାଇଁ ସମସ୍ତେ ଏକାଠି ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ ଦିଆଯାଇଥିଲା।ଏହି ଅବସରରେ ବକ୍ତାମାନେ ବର୍ତ୍ତମାନର ବିଜେପି ସରକାରଙ୍କ ଅଢ଼େଇ ବର୍ଷର ଶାସନକାଳକୁ ନେଇ ବିଭିନ୍ନ ପ୍ରସଙ୍ଗ ଉଠାଇବା ସହ ସରକାରଙ୍କ ବିଭିନ୍ନ ନୀତି ଓ କାର୍ଯ୍ୟପ୍ରଣାଳୀ ଉପରେ ମତାମତ ରଖିଥିଲେ।ସଭାରେ ବହୁ ସରପଞ୍ଚ, ସମିତି ସଭ୍ୟ-ସଭ୍ୟା, ଯୁବ, ଛାତ୍ର ଓ ମହିଳା ବିଜେଡିର କାର୍ଯ୍ୟକର୍ତ୍ତାଙ୍କ ସମେତ ବହୁ ଦଳୀୟ କର୍ମୀ ଓ ସମର୍ଥକ ଯୋଗଦେଇଥିଲେ।
#mahimatv #basta #BastaPrimaryTatakQuality
Naveen Patnaik Rajesh Behera Rajkishore Behera Mahadev Das Jyoti Prakash Panigrahi Debi Prasad Mishra Ipshitaa Sahoo Biju Janata Dal Odisha Kanak News
Basta, Balasore | Oct 2, 2026