#କ୍ଲଷ୍ଟର_ସ୍ତରୀୟ_ଶିଶୁ_ସୁରଭି_ମହୋତ୍ସବ_ଅନୁଷ୍ଠିତ ।
ବସ୍ତା ବ୍ଲକ ବେଲି କ୍ଲଷ୍ଟର ଅଧିନସ୍ଥ ଆମ୍ବକୁଡ଼ୁଚି ନୋଡାଲ ଉପ୍ରା ବିଦ୍ୟାଳୟ ପରିସରରେ ଶିଶୁ ପ୍ରତିଭା ର ନିଆରା କାର୍ଯ୍ୟକ୍ରମ ଶିଶୁ ସୁରଭି ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। କାର୍ଯକ୍ରମକୁ ସିଆରସିସି ତପନ କୁମାର ସେଣ ସଭାପତିତ୍ବ କରିଥିବା ବେଳେ, ମୁଖ୍ୟ ଅତିଥି ଭାବେ ରଘୁନାଥ ପୁର ପଞ୍ଚାୟତର ସରପଞ୍ଚ ଅନନ୍ତ କୁମାର ବାରିକ୍ ଯୋଗ ଦେଇଥିଲେ ସେହିପରି ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ ବିଜୟ କୁମାର ନନ୍ଦ, ସମ୍ମାନିୟ ଅତିଥି ଭାବେ ସମିତି ସଭ୍ୟା ପଙ୍କଜିନୀ ପାଳ, ସମାଜସେବୀ ସରୋଜ ପାଳ, ଅବସର ପ୍ରାପ୍ତ ଶିକ୍ଷକ ପରମାନନ୍ଦ ଦାସ, ଶିକ୍ଷକ ଅଖୟ କୁମାର ଜେନା, ଲମ୍ବୋଦର ଟୁଡୁ, ଶିବ ଶଙ୍କର ଜେନା, ଚିନ୍ମୟ କୁମାର ନନ୍ଦ ପ୍ରମୁଖ ଯୋଗ ଦେଇ ବିଭିନ୍ନ ଗଳ୍ପ ଓ ଉଦାହରଣ ମାଧ୍ୟମରେ ସୁରଭି କାର୍ଯ୍ୟକ୍ରମ ର ଆବଶ୍ୟକତା ଉପାଦେୟତା ବିଷୟରେ ଆଲୋକ ପାତ କରିଥିଲେ। ଏହି ଅବସରରେ ମଞ୍ଚାସିନ ଅତିଥି ଙ୍କ ଦ୍ଵାରା କୃତି ଛାତ୍ର ଛାତ୍ରୀ ଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା।ଶେଷରେ ଶିକ୍ଷକ ସୁଚନ୍ଦନ ଖିଲାର ଧନ୍ୟବାଦ ଅର୍ପଣ କରିଥିଲେ।
Mahima TV BYJD BASTA #Basta