Public App Logo
Profile Picture

PadampurTv

@padampurtv
316Followers
0Following
ଲଖମରାରେ ମାଗଣା ସ୍ୱାସ୍ଥ୍ୟ ଶିବିର
ପ୍ରାୟ ୫ ଶହ ରୋଗୀ ପାଇଲେ ଚିକିତ୍ସା ସେବା
ପଦ୍ମପୁର, ୩/୧୦: ବରଗଡ଼ ଜିଲ୍ଲା ପଦ୍ମପୁର ଅନ୍ତର୍ଗତ ଲଖମରାଠାରେ ମୁରଲୀ କ୍ରୀଷ୍ଣା ଫାଉଣ୍ଡେସନ ପକ୍ଷରୁ ଲଖମରା ବିଜେପି କାର୍ଯ୍ୟକର୍ତ୍ତାଙ୍କ ସହଯୋଗରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଲଖମରା ଓ ଏହାର ଆଖପାଖ ଅଞ୍ଚଳର ବିଭିନ୍ନ ଗାଁରୁ ପ୍ରାୟ ୫ ଶହ ରୋଗୀ ଯୋଗଦେଇ ମାଗଣା ଚିକିତ୍ସା ସେବା ଗ୍ରହଣ କରିଥିଲେ।
ଡାକ୍ତର ଅଜିତ୍ ଭୋଇଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶିବିରରେ ମେଡିସିନ, ଜରୁରୀକାଳୀନ ଚିକିତ୍ସା, ଦନ୍ତ, ନାସା-ଗଳା (ଇଏନ୍‌ଟି), ଅର୍ଥୋପେଡିକ୍‌, ଚକ୍ଷୁ ଚିକିତ୍ସା, ଫିଜିଓଥେରାପି ଓ ଡାଏଟ୍‌ ସମେତ ବିଭିନ୍ନ ବିଭାଗର ବିଶେଷଜ୍ଞ ଡାକ୍ତରମାନେ ରୋଗୀଙ୍କୁ ଚିକିତ୍ସା ଓ ପରାମର୍ଶ ପ୍ରଦାନ କରିଥିଲେ।
ଜରୁରୀକାଳୀନ ଚିକିତ୍ସାରେ ଡାକ୍ତର ନେହା ବାନାର୍ଜୀ, ଡାଏଟିସିଆନ୍ ଡାକ୍ତର ଲିଜା ବିଶ୍ୱାଳ, ଦନ୍ତ ଚିକିତ୍ସକ ନିହାର ରଞ୍ଜନ ପଟେଲ, ଇଏନ୍‌ଟି ବିଶେଷଜ୍ଞ ଡାକ୍ତର ପି. ଉଦୟଭାନୁ, ଫିଜିଓଥେରାପିଷ୍ଟ ଦେବରାଜନ୍ ସୁନା ଓ ଅର୍ଥୋପେଡିକ୍‌ ବିଶେଷଜ୍ଞ ଡାକ୍ତର ଲକ୍ଷ୍ମୀଚାନ୍�
👉 କ୍ୟାପ୍ଟେନ୍ ସ୍ମିତ୍ ମଚ୍ଛାରଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ: ଫ୍ଲାଇଦୁବାଇ ବିମାନରେ ଗୁରୁତର ଘଟଣା ସମୟରେ ସାହସ ଓ ଉପସ୍ଥିତ ବୁଦ୍ଧିର ପରିଚୟ ଦେଇଥିବା ଭାରତୀୟ ପାଇଲଟ୍ କ୍ୟାପ୍ଟେନ୍ ସ୍ମିତ୍ ମଚ୍ଛାରଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅକ୍ଟୋବର ୨ ତାରିଖରେ ଭିଡିଓ କଲ୍‌ ମାଧ୍ୟମରେ କଥା ହୋଇଛନ୍ତି। 
କଥାବାର୍ତ୍ତା ସମୟରେ ପ୍ରଧାନମନ୍ତ୍ରୀ ମଚ୍ଛାରଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରିବା ସହ ତାଙ୍କ ସାହସ, ଧୈର୍ଯ୍ୟ ଓ ତ୍ୱରିତ ନିଷ୍ପତ୍ତି ନେବାର କ୍ଷମତାକୁ ପ୍ରଶଂସା କରିଥିଲେ। ଜୀବନ ପ୍ରତି ବିପଦ ଥିବା ସତ୍ତ୍ୱେ ଯାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇଥିବାରୁ ମୋଦି କ୍ୟାପ୍ଟେନଙ୍କୁ ପ୍ରଶଂସା କରିଥିଲେ। 
ଗାନ୍ଧୀ ଜୟନ୍ତୀର ପ୍ରସଙ୍ଗ ଉଲ୍ଲେଖ କରି ମୋଦି କହିଥିଲେ ଯେ, ଅହିଂସାର ପ୍ରକୃତ ଅର୍ଥକୁ କ୍ୟାପ୍ଟେନ୍ ସ୍ମିତ୍ ନିଜ କାର୍ଯ୍ୟ ମାଧ୍ୟମରେ ପ୍ରଦର୍ଶନ କରିଛନ୍ତି। ଏହା ସହ ସେ ଶୀଘ୍ର ସୁସ୍ଥ ହେବାକୁ କାମନା କରିଥିଲେ ଏବଂ ଭବିଷ୍ୟତରେ ସାକ୍ଷାତ୍ ହୋଇ ଘଟଣା ସମ୍ପର୍କରେ ବିସ୍ତୃତ ଭାବେ ଶୁଣିବେ ବୋଲି କହିଥିଲେ। 
ପ୍ରଧାନମନ୍ତ୍ରୀ ମଚ୍ଛାରଙ୍କ ପତ୍ନୀ ଓ ମାତାପିତ�
👉 ଆଜି ଓଡ଼ିଶା ଆସୁଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ
ଭୁବନେଶ୍ୱର: ଓଡ଼ିଶାର ନୂଆ ବିଜେପି ପ୍ରଭାରୀ ଭାବେ ଦାୟିତ୍ୱ ନେବା ପରେ ପ୍ରଥମଥର ପାଇଁ ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ଡି. ପୁରନ୍ଦେଶ୍ୱରୀ। ସେ ଦୁଇଦିନିଆ ଗସ୍ତରେ ଓଡ଼ିଶା ଆସୁଥିବା ବେଳେ ତାଙ୍କ ସହ ବିଜେପିର ସହପ୍ରଭାରୀ ସ୍ୱଦେଶ ସିଂ ମଧ୍ୟ ଓଡ଼ିଶା ଗସ୍ତରେ ଆସିବେ।
ଗସ୍ତ ସମୟରେ ରାଜ୍ୟର ସାଙ୍ଗଠନିକ ଓ ଦଳୀୟ କାର୍ଯ୍ୟକ୍ରମ ନେଇ ଉଭୟ ପ୍ରଭାରୀ ଓ ସହପ୍ରଭାରୀ ବିଭିନ୍ନ ସ୍ତରର ନେତାଙ୍କ ସହ ଆଲୋଚନା କରିବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏବଂ ବିଜେପି ରାଜ୍ୟ ସଭାପତିଙ୍କ ସହ ମଧ୍ୟ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।
ଏଥିସହ ଦଳର ବରିଷ୍ଠ ନେତାମାନଙ୍କ ସହ ପ୍ରଭାରୀ ଓ ସହପ୍ରଭାରୀ ବୈଠକ କରିବେ। ରାଜ୍ୟର ୩୭ଟି ସାଙ୍ଗଠନିକ ଜିଲ୍ଲାର ପ୍ରଭାରୀମାନଙ୍କ ସହ ମଧ୍ୟ ସାଙ୍ଗଠନିକ ସ୍ଥିତି ଓ ଦଳୀୟ କାର୍ଯ୍ୟକ୍ରମ ନେଇ ଆଲୋଚନା ହେବ। ପ୍ରଭାରୀଙ୍କ ଏହି ପ୍ରଥମ ଓଡ଼ିଶା ଗସ୍ତକୁ ନେଇ ଦଳୀୟ ମହଲରେ ଗୁରୁତ୍ୱ ଦିଆଯାଉଛି।
👉 ପଦ୍ମପୁର ଆର୍.ଡି. କାର୍ଯ୍ୟାଳୟରୁ ବିଷଧର ଚିତି ସାପ ଉଦ୍ଧାର

ପଦ୍ମପୁର: ପଦ୍ମପୁର ଆର୍.ଡି. କାର୍ଯ୍ୟାଳୟ ପରିସରରୁ ଶୁକ୍ରବାର ଏକ ବିଷଧର ଚିତି ସାପ ଉଦ୍ଧାର କରାଯାଇଛି। କାର୍ଯ୍ୟାଳୟ ପରିସରରେ ସାପଟିକୁ ଦେଖିବା ପରେ କର୍ମଚାରୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା।
ଏନେଇ ସୂଚନା ପାଇବା ପରେ ପଦ୍ମପୁର ସହରର ସ୍ନେକ୍ ହେଲ୍ପଲାଇନ୍ ସଦସ୍ୟ ଧରମ ବଗର୍ତ୍ତୀ ପଦ୍ମପୁର ରେଞ୍ଜ ବନ ବିଭାଗ ସହ ସମନ୍ୱୟ କରି ଘଟଣାସ୍ଥଳରେ ପହଞ୍ଚିଥିଲେ। ସତର୍କତାର ସହ ସାପଟିକୁ ଧରି ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ପରେ ବନ ବିଭାଗର ସହଯୋଗରେ ସାପଟିକୁ ଏକ ଉପଯୁକ୍ତ ପ୍ରାକୃତିକ ପରିବେଶରେ ଛାଡ଼ି ଦିଆଯାଇଥିଲା।
ଧରମ ବଗର୍ତ୍ତୀଙ୍କ ସୂଚନା ଅନୁସାରେ, ସେ ଏପର୍ଯ୍ୟନ୍ତ ୧୪୩ରୁ ଅଧିକ ସାପ ଉଦ୍ଧାର କରିସାରିଛନ୍ତି। ସାପ ଦେଖାଯିବା ନେଇ ଭୟଭୀତ ଲୋକଙ୍କୁ ସହାୟତା କରିବା ସହ ଉଦ୍ଧାର ହେଉଥିବା ସାପଗୁଡ଼ିକୁ ସେମାନଙ୍କ ଉପଯୁକ୍ତ ପ୍ରାକୃତିକ ଆବାସରେ ଛାଡ଼ି ଦିଆଯାଉଛି।
ସାପ ଦେଖାଗଲେ ଭୟଭୀତ ହୋଇ ତାହାକୁ ମାରି ନଦେଇ ସ୍ନେକ୍ ହେଲ୍ପଲାଇନ୍ କିମ୍ବା ବନ ବିଭାଗକୁ ତୁରନ୍ତ ସୂଚନା ଦେବାକୁ ସଚେତନ କରାଯାଇଛି। ଏହାଦ୍ୱାରା ମଣିଷ ସହିତ ସାପର ମଧ୍ୟ ସୁରକ୍ଷା ନିଶ୍ଚିତ ହୋଇପାରିବ।
👉 ଗାନ୍ଧୀ ଜୟନ୍ତୀରେ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ଆଗାମୀ ରୂପରେଖ ପ୍ରସ୍ତୁତ
ଅହିଂସା ମାର୍ଗରେ ପରିଚାଳିତ ଗନ୍ଧମାର୍ଦ୍ଦନ ଆନ୍ଦୋଳନ ଚିରସ୍ମରଣୀୟ: ସଂଗ୍ରାମୀ
ପାଇକମାଳ, ୨/୧୦: ଗାନ୍ଧୀ ଜୟନ୍ତୀ ଅବସରରେ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ପକ୍ଷରୁ ନୃସିଂହନାଥସ୍ଥିତ ଗାନ୍ଧୀ ସମାଧି ପୀଠରେ ଗାନ୍ଧୀ ଜୟନ୍ତୀ ପାଳନ ସହ ଆଗାମୀ ଦିନର କାର୍ଯ୍ୟକ୍ରମର ରୂପରେଖ ପ୍ରସ୍ତୁତ କରାଯାଇଛି। ଗାନ୍ଧୀ ବିଚାର ଓ ଅହିଂସା ମାର୍ଗରେ ପରିଚାଳିତ ଗନ୍ଧମାର୍ଦ୍ଦନ ସୁରକ୍ଷା ଆନ୍ଦୋଳନ ଅଞ୍ଚଳର ଇତିହାସରେ ଚିରସ୍ମରଣୀୟ ହୋଇ ରହିବ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ।
ପଶ୍ଚିମ ଓଡ଼ିଶାର ଗନ୍ଧମାର୍ଦ୍ଦନ ପାହାଡ଼ ପାଦଦେଶର ପ୍ରାଚୀନ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ପରିସରରେ ଥିବା ଗାନ୍ଧୀ ସମାଧି ପୀଠରେ ଅନୁଷ୍ଠିତ ସଭାରେ ଯୁବ ପରିଷଦର ଆବାହକ ଦୁର୍ଯୋଧନ ପୁଟା ସଭାପତିତ୍ୱ କରିଥିଲେ। ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଗନ୍ଧମାର୍ଦ୍ଦନ ପାହାଡ଼ର ସୁରକ୍ଷା ଓ ଗାନ୍ଧୀ ବିଚାରକୁ ଆଧାର କରି ଏଠାରେ ଗାନ୍ଧୀ ଜୟନ୍ତୀ ପାଳନ କରାଯାଇଥିଲା।
ସଭାରେ ଯୋଗଦେଇଥିବା ବିଶିଷ୍ଟ ଗନ୍ଧମାର୍ଦ୍ଦନ ସଂଗ୍ରାମୀମାନେ ଗନ୍ଧମାର୍ଦ୍ଦନ ସୁରକ୍ଷା ଆନ୍ଦୋଳନର ଐତିହାସିକ ପୃଷ୍ଠଭୂମି ଓ ଅହିଂସା ଆନ୍ଦୋଳନର ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ। ଗନ୍ଧମାର୍ଦ୍ଦନ ସୁରକ୍ଷା ଆନ୍ଦୋଳନ ଗାନ୍ଧୀବାଦୀ ଆଦର୍ଶରେ ପରିଚାଳିତ ହୋଇ ସଫଳତା ହାସଲ କରିଥିବାରୁ ଏହା ଅଞ୍ଚଳବାସୀଙ୍କ ପାଇଁ ସବୁଦିନ ସ୍ମରଣୀୟ ହୋଇ ରହିବ ବୋଲି ସେମାନେ କହିଥିଲେ।
ଏହି ଅବସରରେ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ଆଗାମୀ ଦିନରେ ଗନ୍ଧମାର୍ଦ୍ଦନର ସୁରକ୍ଷା, ପରିବେଶ ସଂରକ୍ଷଣ ଓ ଜନସଚେତନତା ଦିଗରେ କାର୍ଯ୍ୟ ଜାରି ରଖିବା ପାଇଁ ଏକ ରୂପରେଖ ପ୍ରସ୍ତୁତ କରି ବିଧିବଦ୍ଧ ଭାବେ ନିଷ୍ପତ୍ତି ନେଇଥିଲା।
ସୂଚନାଯୋଗ୍ୟ, ମହାତ୍ମା ଗାନ୍ଧୀଙ୍କ ତିରୋଧାନ ପରେ ତାଙ୍କ ଚିତାଭସ୍ମକୁ ବିଭିନ୍ନ ଦର୍ଶନୀୟ ପୀଠରେ ବିସର୍ଜନ କରାଯାଇଥିଲା। ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଅଲେଖ ପାତ୍ରଙ୍କ ସମେତ ବରିଷ୍ଠ ସ୍ୱାଧୀନତା ସଂଗ୍ରାମୀମାନେ ନୃସିଂହନାଥସ୍ଥିତ ପାପହାରିଣୀ ଝରଣାରେ ଗାନ୍ଧୀଙ୍କ ଚିତାଭସ୍ମ ବିସର୍ଜନ କରିଥିଲେ। ପରବର୍ତ୍ତୀ ସମୟରେ ସେଠାରେ ଗାନ୍ଧୀ ସମାଧି ପୀଠ ନିର୍ମାଣ କରାଯାଇଥିଲା।
୧୯୮୦ ଦଶକରେ ଗନ୍ଧମାର୍ଦ୍ଦନ ପାହାଡ଼ରେ ଖଣି ଖନନ ପାଇଁ ବାଲକୋ କମ୍ପାନୀ ପକ୍ଷରୁ ପ୍ରୟାସ ଆରମ୍ଭ ହେବା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ବ୍ୟାପକ ପ୍ରତିବାଦ ଆରମ୍ଭ ହୋଇଥିଲା। ଏହି ଆନ୍ଦୋଳନକୁ ସଂଗଠିତ ରୂପ ଦେବା ପାଇଁ ‘ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ’ ନାମକ ଜନସଂଗଠନ ଗଠିତ ହୋଇଥିଲା। ସେହି ସମୟରୁ ଗାନ୍ଧୀ ସମାଧି ପୀଠରେ ଯୁବ ପରିଷଦ ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳନର ପରମ୍ପରା ଜାରି ରହିଛି।
ଚଳିତବର୍ଷର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିରର କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ଯୋଗଦେଇ ଗାନ୍ଧୀ ବିଚାର ଓ ଏହାର ପ୍ରାସଙ୍ଗିକତା ଉପରେ ମାର୍ଗଦର୍ଶନ ଦେଇଥିଲେ।
👉 ଦହିତା ହାଇସ୍କୁଲରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ 

ପଦ୍ମପୁର ୨/୧୦ : ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ରାଜବୋଡାସମ୍ବର ବ୍ଲକର ଦହିତାସ୍ଥିତ ଗଙ୍ଗାଧର ମେହେର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଜାତିର ପିତା ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଯାଇଛି। ପ୍ରଧାନ ଶିକ୍ଷକ କ୍ଷୀରସିନ୍ଧୁ ସୁନାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉଭୟ ମହାପୁରୁଷଙ୍କ ଜୀବନୀ, ଆଦର୍ଶ ଓ ଦେଶ ପ୍ରତି ଅବଦାନ ସମ୍ପର୍କରେ ଆଲୋଚନା କରାଯାଇଥିଲା।
ପ୍ରଥମେ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀଙ୍କ ପଟ୍ଟଚିତ୍ରରେ ପୂଜାର୍ଚ୍ଚନା ସହ ପୁଷ୍ପମାଲ୍ୟାର୍ପଣ କରାଯାଇଥିଲା। ପରେ ମନୀଷା ବେଶ୍ରା ଓ ଚନ୍ଦ୍ରକାନ୍ତି ହରିପାଲଙ୍କ ସହଯୋଗରେ ରାମଧୁନ୍ ପରିବେଷଣ କରାଯାଇଥିଲା।
ସଭାପତି ଶ୍ରୀ ସୁନା ସ୍ୱାଗତ ଅଭିଭାଷଣ ସହ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ମତ ରଖିଥିଲେ। ଏହି ଅବସରରେ ଛାତ୍ରୀ ଶିବାନୀ, ଜ୍ୟୋତିର୍ମୟୀ, ଶାଳିନୀ ଓ ଛାତ୍ର ଶିବମ୍ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀଙ୍କ ଜୀବନୀ ଓ ଦେଶ ପାଇଁ ସେମାନଙ୍କ ଅବଦାନ ଉପରେ ବକ୍ତବ୍ୟ ରଖିଥିଲେ। ଶିକ୍ଷକ କ୍ଷୀରୋଦ୍ରନାଥ ଓ କିଶୋର ମଧ୍ୟ ଦୁଇ ମହାନ ବ୍ୟକ୍ତିତ୍ୱଙ୍କ ଆଦର୍ଶ ଓ କାର୍ଯ୍ୟଧାରା ସମ୍ପର୍କରେ ଆଲୋକପାତ କରିଥିଲେ।
ପ୍ରଧାନ ଶିକ୍ଷକ ତାଙ୍କ ବକ୍ତବ୍ୟରେ ସମୟର ସଦୁପଯୋଗ, ନିଶା ନିବାରଣ, ନିୟମିତ ପାଠପଢ଼ା ଓ ସ୍ୱଚ୍ଛତା ଭଳି ବିଷୟ ଉପରେ ଛାତ୍ରଛାତ୍ରୀଙ୍କୁ ସଚେତନ କରିଥିଲେ। ଏଥିସହ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ସ୍ୱଚ୍ଛତା ଓ ନିଶାମୁକ୍ତ ଜୀବନ ପାଇଁ ଶପଥ ପାଠ କରାଇଥିଲେ।
ଶେଷରେ ଶିକ୍ଷକ ଦୀପକ ସିଂ ବରିହା ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ ସଫଳ କରିବାରେ ଭାନୁମତୀ, ସୋନାଲିକା, ଅଞ୍ଜଳି, ମନୀଷା, ତ୍ରିଲୋକେଶ, ରାହୁଲ, ପ୍ରମୋଦ, ବିକାଶ, ତୁଷାର, ପୂରନଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।
👉 ରାଜ୍ୟ ଜବାହର ବାଲ ଭବନ, ଭୁବନେଶ୍ୱରରେ ଜାତୀୟ ଶିଶୁ ସଂସଦ ଓ ଏକୀକରଣ ଶିବିରରେ ଅଂଶଗ୍ରହଣ କରିବେ ଏକ ଟଙ୍କିଆ ସ୍କୁଲର ଛାତ୍ରୀମାନେ
 
ଏକ ଟଙ୍କିଆ ସଙ୍ଗୀତା ସ୍କୁଲର ଚାରିଜଣ ପ୍ରତିଭାବାନ ଛାତ୍ରୀ ଶ୍ରୀୟାନ୍ସୀ, ମେହେକ, ନେହା ଓ ଜ୍ୟୋତିର୍ମୟୀ ରାଜ୍ୟ ଜବାହର ବାଲ ଭବନ, ଭୁବନେଶ୍ୱରରେ ଆୟୋଜିତ ଜାତୀୟ ଶିଶୁ ସଂସଦ ଓ ଏକୀକରଣ ଶିବିରରେ ଅଂଶଗ୍ରହଣ କରିବେ।
ଏହି ଗୌରବମୟ ଅବସରରେ ଛାତ୍ରୀମାନଙ୍କୁ ଅଞ୍ଚଳବାସୀଙ୍କ ପକ୍ଷରୁ ଅନେକ ଅନେକ ଶୁଭେଚ୍ଛା ଓ ହାର୍ଦ୍ଦିକ ଅଭିନନ୍ଦନ। 
ସେମାନଙ୍କର ଏହି ସଫଳତା ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ। ଆଗାମୀ ଦିନରେ ସେମାନେ ଆହୁରି ସଫଳତା ଅର୍ଜନ କରି ଅଞ୍ଚଳ ତଥା ପରିବାରର ଗୌରବ ବଢ଼ାନ୍ତୁ—ଏହାହିଁ ଆମର ଶୁଭକାମନା
👉 ରେଷ୍ଟୁରାଣ୍ଟରେ ନୁହେଁ, କ୍ୟାନ୍ସର ରୋଗୀଙ୍କ ଗହଣରେ ଜନ୍ମଦିନ: ୮ ରୋଗୀଙ୍କୁ ୫୦ ହଜାର ଟଙ୍କାର ସହାୟତା
<nis:link nis:type=tag nis:id=padampurtv nis:value=PadampurTv nis:enabled=true nis:link/> 
<nis:link nis:type=tag nis:id=everyonefollowers nis:value=everyonefollowers nis:enabled=true nis:link/> 
<nis:link nis:type=tag nis:id=viralreelschallenge nis:value=viralreelschallenge nis:enabled=true nis:link/>
Groups A & B of the 2027 Cricket World Cup is here! 🔥🏏 <nis:link nis:type=tag nis:id=odiworldcup nis:value=ODIWorldCup nis:enabled=true nis:link/> <nis:link nis:type=tag nis:id=cwc nis:value=CWC nis:enabled=true nis:link/> <nis:link nis:type=tag nis:id=icc nis:value=ICC nis:enabled=true nis:link/> <nis:link nis:type=tag nis:id=cricket nis:value=cricket nis:enabled=true nis:link/> <nis:link nis:type=tag nis:id=indiancricket nis:value=indiancricket nis:enabled=true nis:link/>
କୋଣାର୍କ ଗଣନାଟ୍ୟର ଗୀତକାର ଓମ କୁମାର ଙ୍କୁ ଲୋକ ବହୁତ ପସନ୍ଦ କରୁଛନ୍ତି । ଷ୍ଟେଚରେ ଲୋକଙ୍କ ଭଲ ପାଇବା  ଦେଖି  ଓମ କୁମାର ଭାବ ବିହୁଳ ।
<nis:link nis:type=tag nis:id=padampurtv nis:value=padampurtv nis:enabled=true nis:link/> 
<nis:link nis:type=tag nis:id=everyonefollowers nis:value=everyonefollowers nis:enabled=true nis:link/> 
<nis:link nis:type=tag nis:id=viralchallenge nis:value=viralchallenge nis:enabled=true nis:link/> 
<nis:link nis:type=tag nis:id=omkumar nis:value=omkumar nis:enabled=true nis:link/> 
<nis:link nis:type=tag nis:id=konarkjatraparty nis:value=konarkjatraparty nis:enabled=true nis:link/>
ପଦ୍ମପୁର ହସ୍ପିଟାଲ କେ ନେଇ କରି କାନା କହେଲେ ।
<nis:link nis:type=tag nis:id=padampurtv nis:value=padampurtv nis:enabled=true nis:link/> 
<nis:link nis:type=tag nis:id=everyonefollowers nis:value=everyonefollowers nis:enabled=true nis:link/> 
<nis:link nis:type=tag nis:id=highlightseveryone nis:value=highlightseveryone nis:enabled=true nis:link/>
୨ ଅକ୍ଟୋବର ଗାନ୍ଧୀ_ଜୟନ୍ତୀ 
<nis:link nis:type=tag nis:id=padampurtv nis:value=PadampurTv nis:enabled=true nis:link/> 
<nis:link nis:type=tag nis:id=everyonefollowers nis:value=everyonefollowers nis:enabled=true nis:link/>
କୋଣାର୍କ ଗଣନାଟ୍ୟର ଗୀତକାର ଓମ କୁମାର ଙ୍କୁ ଲୋକ ବହୁତ ପସନ୍ଦ କରୁଛନ୍ତି । ଷ୍ଟେଚରେ ଲୋକଙ୍କ ଭଲ ପାଇବା  ଦେଖି  ଓମ କୁମାର ଭାବ ବିହୁଳ ।
<nis:link nis:type=tag nis:id=padampurtv nis:value=padampurtv nis:enabled=true nis:link/> 
<nis:link nis:type=tag nis:id=everyonefollowers nis:value=everyonefollowers nis:enabled=true nis:link/> 
<nis:link nis:type=tag nis:id=viralchallenge nis:value=viralchallenge nis:enabled=true nis:link/> 
<nis:link nis:type=tag nis:id=omkumar nis:value=omkumar nis:enabled=true nis:link/> 
<nis:link nis:type=tag nis:id=konarkjatraparty nis:value=konarkjatraparty nis:enabled=true nis:link/>
ବିଳମ୍ବ ହେଲେ ମଧ୍ୟ ମୋହନ ଦାସ କରମ ଚାନ୍ଦ ଗାନ୍ଧୀଜୀ ଙ୍କୁ ସମ୍ମାନ।
ବୋଡ଼ା ସମ୍ବର ଅଞ୍ଚଳର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାର ସୁଧାର ଦାବି ନେଇ ସପ୍ତାହଧରି ଆମରଣ ଅନଶନରେ ବସିଥିବା ପ୍ରକୃତ ଯୋଦ୍ଧା କୋଶଳ ସଂଗ୍ରାମୀ ଶ୍ରୀ ଡେଭିଡ ସିଂ ବରିହା, ଶ୍ରୀ ସରୋଜ ପ୍ରଧାନ ଓ ଶ୍ରୀ ବଦ୍ରିକା ସାହୁଙ୍କୁ ଅଞ୍ଚଳବାସୀଙ୍କ ତରଫରୁ ଅନ୍ତରିକ ଧନ୍ୟବାଦ ଓ କୃତଜ୍ଞତା।
ଅଞ୍ଚଳବାସୀଙ୍କ ସ୍ୱାସ୍ଥ୍ୟ ଅଧିକାର ପାଇଁ ଆପଣମାନଙ୍କ ତ୍ୟାଗ, ସଂଘର୍ଷ ଓ ଦୃଢ଼ ସଂକଳ୍ପ ନିଶ୍ଚିତ ଭାବେ ପ୍ରଶଂସନୀୟ।
ଆପଣମାନଙ୍କ ସଂଘର୍ଷକୁ ଅଞ୍ଚଳବାସୀଙ୍କ ସମର୍ଥନ ଓ ସଲାମ। 🙏
👉 ଏକ ଟଙ୍କିଆ ଡାକ୍ତର ଶଙ୍କର ରାମଚନ୍ଦାନୀଙ୍କ ଆଉ ଏକ ମହତ କାମ

ଜାଆଁଳା ଝିଅଙ୍କ ଜନ୍ମଦିନରେ ନିଆରା ପଦକ୍ଷେପ; ୮ କ୍ୟାନ୍ସର ରୋଗୀଙ୍କୁ ୫୦ ହଜାର ଟଙ୍କା ସହାୟତା
ବୁର୍ଲା: ଜନ୍ମଦିନ ପାଳନ ପାଇଁ ରେଷ୍ଟୁରାଣ୍ଟରେ ଖର୍ଚ୍ଚ କରିବା ପରିବର୍ତ୍ତେ ଅସହାୟ ରୋଗୀଙ୍କ ସହାୟତାରେ ସେହି ଅର୍ଥ ଖର୍ଚ୍ଚ କରି ମାନବିକତାର ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ‘ଏକ ଟଙ୍କିଆ ଡାକ୍ତର’ ଭାବେ ପରିଚିତ ଡାକ୍ତର ଶଙ୍କର ରାମଚନ୍ଦାନୀ।
ଡାକ୍ତର ରାମଚନ୍ଦାନୀଙ୍କ ଜାଆଁଳା ଝିଅ ରିଦ୍ଧି ଓ ରୀୟାଂଶିଙ୍କ ଜନ୍ମଦିନ ଅବସରରେ ରେଷ୍ଟୁରାଣ୍ଟରେ ଆଡମ୍ବରପୂର୍ଣ୍ଣ ଭାବେ ଜନ୍ମଦିନ ପାଳନ ନକରି କ୍ୟାନ୍ସର ରୋଗୀଙ୍କ ଗହଣରେ ଏହି ଦିନଟି ପାଳନ କରାଯାଇଛି। ଜନ୍ମଦିନରେ ଖର୍ଚ୍ଚ ହେବାକୁ ଥିବା ଅର୍ଥରୁ ୮ ଜଣ କ୍ୟାନ୍ସର ରୋଗୀଙ୍କୁ ମୋଟ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।
ଏହି ସହାୟତା ପାଇଥିବା ରୋଗୀଙ୍କ ମଧ୍ୟରେ ବୁର୍ଲା VIMSARରେ ଚିକିତ୍ସାଧୀନ ୬ ଜଣ କ୍ୟାନ୍ସର ରୋଗୀ, ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲରେ ଚିକିତ୍ସାଧୀନ ଜଣେ ରୋଗୀ ଏବଂ ମହାରାଷ୍ଟ୍ରର ଗୋଣ୍ଡିଆ ଅଞ୍ଚଳର ଜଣେ ରୋଗୀ ରହିଛନ୍ତି।
ଡାକ୍ତର ରାମଚନ୍ଦାନୀଙ୍କ ପରିବାର ପକ୍ଷରୁ ଜନ୍ମଦିନକୁ ନିରାଡମ୍ବର ଭାବେ ପାଳନ କରି ଅସହାୟଙ୍କ ସହାୟତା କରିବା ନୂଆ କଥା ନୁହେଁ। ପ୍ରତିବର୍ଷ ନିଜ ଜନ୍ମଦିନ, ପତ୍ନୀଙ୍କ ଜନ୍ମଦିନ କିମ୍ବା ଛୁଆମାନଙ୍କ ଜନ୍ମଦିନ ଅବସରରେ କେତେବେଳେ କ୍ୟାନ୍ସର ପୀଡ଼ିତଙ୍କୁ ଏବଂ କେତେବେଳେ HIV ସଂକ୍ରମିତ ବାପା-ମାଆଙ୍କୁ ହରାଇଥିବା ଅସହାୟ ଶିଶୁଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥାଏ।
ଜନ୍ମଦିନର ଖୁସିକୁ ନିଜ ଭିତରେ ସୀମିତ ନରଖି ଅସହାୟଙ୍କ ମୁହଁରେ ହସ ଫୁଟାଇବାର ଏହି ପ୍ରୟାସ ନିଶ୍ଚିତ ଭାବେ ଏକ ଅନନ୍ୟ ମାନବିକ ପଦକ୍ଷେପ।
ଲିଖିତ ପ୍ରତିଶ୍ରୁତି ପରେ <nis:link nis:type=tag nis:id=ଭାଙ୍ଗିଲା nis:value=ଭାଙ୍ଗିଲା nis:enabled=true nis:link/> ୭ ଦିନର ଆମରଣ ଅନଶନ
<nis:link nis:type=tag nis:id=padampurtv nis:value=padampurtv nis:enabled=true nis:link/> 
<nis:link nis:type=tag nis:id=everyonefollowers nis:value=everyonefollowers nis:enabled=true nis:link/> 
<nis:link nis:type=tag nis:id=viralreelschallenge nis:value=viralreelschallenge nis:enabled=true nis:link/> 
<nis:link nis:type=tag nis:id=highlightseveryone nis:value=highlightseveryone nis:enabled=true nis:link/>
ଲିଖିତ ପ୍ରତିଶ୍ରୁତି ପରେ <nis:link nis:type=tag nis:id=ଭାଙ୍ଗିଲା nis:value=ଭାଙ୍ଗିଲା nis:enabled=true nis:link/> ୭ ଦିନର ଆମରଣ ଅନଶନ
<nis:link nis:type=tag nis:id=padampurtv nis:value=padampurtv nis:enabled=true nis:link/> 
<nis:link nis:type=tag nis:id=everyonefollowers nis:value=everyonefollowers nis:enabled=true nis:link/> 
<nis:link nis:type=tag nis:id=odisha nis:value=odisha nis:enabled=true nis:link/> 
<nis:link nis:type=tag nis:id=viralchallenge nis:value=viralchallenge nis:enabled=true nis:link/> 
<nis:link nis:type=tag nis:id=dmbargarh nis:value=dmbargarh nis:enabled=true nis:link/>
Video 18
👉 ଟେମରୀ ପଞ୍ଚାୟତରେ ମାଗଣା ସ୍ୱାସ୍ଥ୍ୟ ଶିବିର
ମୁଖ୍ୟଅତିଥି ଭାବେ ଯୋଗଦେଲେ ବିଡିଓ ପ୍ରଫୁଲ୍ଲ କୁମାର ଅଦୁ

ପଦ୍ମପୁର/ପାଇକମାଳ, ୨୯/୦୯: ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ପାଇକମାଳ ବ୍ଲକର ଟେମରୀ ଗ୍ରାମ ପଞ୍ଚାୟତରେ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି। ମୂରଲୀକ୍ରିଷ୍ଣା ଫାଉଣ୍ଡେସନ, କ୍ରିଷ୍ଣା ବିକାଶ ହସ୍ପିଟାଲ ଓ ଟେମରୀ ଗ୍ରାମ ପଞ୍ଚାୟତର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଶିବିରକୁ ପାଇକମାଳ ବିଡିଓ ପ୍ରଫୁଲ୍ଲ କୁମାର ଅଦୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ।
ଶିବିରରେ ସାଧାରଣ ରୋଗର ଚିକିତ୍ସା ସହ ଇସିଜି ପରୀକ୍ଷା ମାଗଣାରେ କରାଯାଇଥିଲା। ଏଥିସହ ଆବଶ୍ୟକ ରୋଗୀଙ୍କୁ ମାଗଣାରେ ଔଷଧ ପ୍ରଦାନ କରାଯାଇଥିଲା। ଟେମରୀ ସରପଞ୍ଚ ଦିଲ୍ଲୀପ ବେହେରାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶିବିରରେ ବିକାଶ ଫାଉଣ୍ଡେସନର ଡାକ୍ତର ଅଜିତ କୁମାର ବାରିକଙ୍କ ସମେତ ବରିଷ୍ଠ ଡାକ୍ତରମାନେ ରୋଗୀଙ୍କୁ ଚିକିତ୍ସାସେବା ପ୍ରଦାନ କରିଥିଲେ।
ଏହି ମାଗଣା ସ୍ୱାସ୍ଥ୍ୟ ଶିବିରରେ ବହୁ ରୋଗୀ ଯୋଗଦେଇ ଚିକିତ୍ସାସେବା ଗ୍ରହଣ କରିବା ସହ ଆୟୋଜକଙ୍କ ଏହି ପ୍ରୟାସକୁ ପ୍ରଶଂସା କରିଥିଲେ। ସମାଜସେବୀ ଦେବାର୍ଚ୍ଚନ ସାହୁ, କିଶୋର ରଣା, ତୁକାରାମ ଠାକୁର, ଶିବାଶିଷ ପ୍ରଧାନ, ଆଶିଷ ବେହେରା, ବିଶି ରଣା, କୈଳାସ ପଟେଲ, ସମସ୍ତ ୱାର୍ଡ ମେମ୍ବର, ଭେଙ୍ଗରାଜପୁର ସରପଞ୍ଚ ସୁଦାମ ଚରଣ ସେଠୀ ଓ ଗନ୍ଧମାର୍ଦ୍ଧନ ସୁରକ୍ଷା ଯୁବପରିଷଦ ଆବାହକ ଦୁର୍ଯ୍ୟୋଧନ ପୁଟାଙ୍କ ସମେତ ଅନ୍ୟମାନେ ଶିବିର ପରିଚାଳନାରେ ସହଯୋଗ କରିଥିଲେ।
👉 ବରପାଲିରେ ୩୫ କିଲୋରୁ ଅଧିକ ଗଞ୍ଜେଇ ଜବତ, ଜଣେ ଗିରଫ
ବରପାଲି: ବରପାଲି ପୁଲିସ ୩୫ କିଲୋ ୬୮୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ଏହି ମାମଲାରେ ତୁଲଣ୍ଡି ଗ୍ରାମର ୪୨ ବର୍ଷୀୟ ପ୍ରଶାନ୍ତ ସାହୁଙ୍କୁ ଗିରଫ କରିଛି।
ତାଙ୍କ ନିକଟରୁ ୨ଟି ମୋବାଇଲ ଫୋନ୍ ମଧ୍ୟ ଜବତ ହୋଇଛି। ଘଟଣାକୁ ନେଇ ବରପାଲି ଥାନାରେ ଏନ୍‌ଡିପିଏସ୍‌ ଆକ୍ଟ ଅନୁଯାୟୀ ମାମଲା ରୁଜୁ ହୋଇଛି। ପୁଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।
👉 ଏସୀୟ କ୍ରୀଡ଼ାରେ ବିତ୍ୟା ରାମରାଜଙ୍କ ଐତିହାସିକ କୀର୍ତ୍ତି
୪୦୦ ମିଟର ହର୍ଡଲ୍ସରେ ପି.ଟି. ଉଷାଙ୍କ ୪୨ ବର୍ଷର ରେକର୍ଡ ଭାଙ୍ଗିଲେ ବିତ୍ୟା ରାମରାଜ। ୫୪.୭୫ ସେକେଣ୍ଡରେ ଦୌଡ଼ ଶେଷ କରି ସେ ନୂଆ ରେକର୍ଡ କରିଛନ୍ତି। ଏହା ପୂର୍ବରୁ ପି.ଟି. ଉଷାଙ୍କ ଟାଇମିଂ ୫୫.୪୨ ସେକେଣ୍ଡ ଥିଲା।
ଚଳିତ ଏସୀୟ କ୍ରୀଡ଼ାରେ ବିତ୍ୟା ହ୍ୟାଟ୍ରିକ୍ ପଦକ ଜିତି ଗୌରବ ଆଣିଛନ୍ତି। ୪x୪୦୦ ମିଟର ମହିଳା ରିଲେରେ ସ୍ୱର୍ଣ୍ଣ, ୪x୪୦୦ ମିଟର ମିକ୍ସଡ୍ ରିଲେରେ ରୌପ୍ୟ ଏବଂ ୪୦୦ ମିଟର ହର୍ଡଲ୍ସରେ ବ୍ରୋଞ୍ଜ ପଦକ ଜିତିଛନ୍ତି।
👉 ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍

ସମ୍ବଲପୁରର ସହକାରୀ ନିର୍ଦ୍ଦେଶକ ଉମାକାନ୍ତ ସାମନ୍ତରାୟଙ୍କ ୭ଟି ଠିକଣାରେ ଏକକାଳୀନ ଚଢ଼ାଉ।
ସମ୍ବଲପୁର, ଭୁବନେଶ୍ୱର, ପୁରୀ ଓ ଖୋର୍ଦ୍ଧାର ବିଭିନ୍ନ ସ୍ଥାନରେ ଚାଲିଛି ଯାଞ୍ଚ।
ଚଢ଼ାଉରେ ୮ ଜଣ DSP, ୧୧ ଇନ୍ସପେକ୍ଟର ଓ ୧୧ ଜଣ ASI ସାମିଲ ଅଛନ୍ତି।
ସମ୍ବଲପୁରର ୩-BHK ଫ୍ଲାଟ୍ ଓ ଅଫିସ୍ ଚାମ୍ବରରେ ମଧ୍ୟ ରେଡ୍ ହୋଇଛି।
ଭୁବନେଶ୍ୱର ନନ୍ଦନବିହାର, ଜଟଣୀ ବାରକୁଦା, ପୁରୀର ୩ ମହଲା କୋଠା ଓ ପୈତୃକ ଗାଁରେ ମଧ୍ୟ ଚାଲିଛି ଚଢ଼ାଉ।
ଦୁବାଇ ନୂଆଁଖାଇ ପରିବାର ର ନୂଆଁଖାଇ ଭେଟଘାଟ୍
<nis:link nis:type=tag nis:id=padampurtv nis:value=padampurtv nis:enabled=true nis:link/> 
<nis:link nis:type=tag nis:id=viralreelschallenge nis:value=viralreelschallenge nis:enabled=true nis:link/> 
<nis:link nis:type=tag nis:id=everyonefollowers nis:value=everyonefollowers nis:enabled=true nis:link/> 
<nis:link nis:type=tag nis:id=highlight nis:value=highlight nis:enabled=true nis:link/>
<nis:link nis:type=tag nis:id=ଦୁବାଇ nis:value=ଦୁବାଇ nis:enabled=true nis:link/> ନୂଆଁଖାଇ ପରିବାରର ନୂଆଁଖାଇ ଭେଟଘାଟ୍

ଦୁବାଇ: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଅବସରରେ ଦୁବାଇ ନୂଆଁଖାଇ ପରିବାର ପକ୍ଷରୁ ନୂଆଁଖାଇ ଭେଟଘାଟ୍ ଉତ୍ସାହ ଓ ଆନନ୍ଦର ସହ ଆୟୋଜିତ ହୋଇଯାଇଛି। ବିଦେଶ ମାଟିରେ ରହି ମଧ୍ୟ ନିଜ ମାଟିର ଭାଷା, ସଂସ୍କୃତି, ପରମ୍ପରା ଓ ଭାଇଚାରାକୁ ଜୀବନ୍ତ ରଖିବା ଉଦ୍ଦେଶ୍ୟରେ ଏହି ଭେଟଘାଟ୍‌ର ଆୟୋଜନ କରାଯାଇଥିଲା।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନସ ରଞ୍ଜନ ଦାଶ ଯୋଗଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ସିଦ୍ଧାର୍ଥ ସାହା ଓ ସତ୍ୟବ୍ରତ ପଟ୍ଟନାୟକ ଯୋଗଦେଇଥିଲେ। ବାଙ୍ଗାଲୋର ଜୁହାର ପରିବାରର ସମ୍ପାଦକ ଶୁଭନ ଦାଶ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ। ବିଦେଶରୁ ମଧ୍ୟ ବହୁ ଅତିଥିଙ୍କ ଯୋଗଦାନ ଦେଖିବାକୁ ମିଳିଥିଲା।
ଏହି ଅବସରରେ ଅତିଥିମାନେ ନୂଆଁଖାଇର ମହତ୍ତ୍ୱ, ସମ୍ବଲପୁରୀ ଭାଷା ଓ ସଂସ୍କୃତିର ସ୍ୱତନ୍ତ୍ର ପରିଚୟ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ବିଦେଶରେ ବଢ଼ୁଥିବା ନୂଆ ପିଢ଼ିକୁ ନିଜ ମାଟିର ପରମ୍ପରା, ଲୋକକଳା ଓ ସଂସ୍କୃତି ସହ ଯୋଡ଼ି ରଖିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା।
ଆରମ୍ଭରେ ଅତିଥିମାନଙ୍କୁ ପାରମ୍ପରିକ ଢଙ୍ଗରେ ସ୍ୱାଗତ କରାଯାଇଥିଲା। ପରେ ମା’ ସମଲେଇଙ୍କ ପୂଜାର୍ଚ୍ଚନା ସହ ନୂଆଁଖାଇ ପରମ୍ପରା ଅନୁଯାୟୀ ଭେଟଘାଟ୍ କାର୍ଯ୍ୟକ୍ରମ ଆଗକୁ ବଢ଼ିଥିଲା। ଉପସ୍ଥିତ ପ୍ରବାସୀ ସମ୍ବଲପୁରୀଆମାନେ ପରସ୍ପରକୁ ନୂଆଁଖାଇ ଜୁହାର ଜଣାଇବା ସହ ଶୁଭେଚ୍ଛା ବିନିମୟ କରିଥିଲେ।
ଭେଟଘାଟ୍ ଅବସରରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ବେଶ୍ ଆକର୍ଷଣୀୟ ହୋଇଥିଲା। ଗାୟିକା ସ୍ୱାଗତିକା ତ୍ରିପାଠୀ ଓ ପ୍ରଥମ କୁମ୍ଭାର ସମ୍ବଲପୁରୀ ଲୋକଗୀତ ପରିବେଷଣ କରି ଦର୍ଶକଙ୍କ ମନ ମୋହିଥିଲେ। ସେହିପରି ପଦ୍ମପୁର ୧ ଟଙ୍କିଆ ବିଦ୍ୟାଳୟର ପ୍ରତିଷ୍ଠାତା ସୁରେନ୍ଦ୍ର ସାହୁ ଓ ଛାତ୍ରଛାତ୍ରୀମାନେ ‘ନୁନୀ ନୁ ବୁହାସେନ’ ପରିବେଷଣ କରିଥିଲେ। ପାରମ୍ପରିକ କଳା ଓ ସଙ୍ଗୀତ ମାଧ୍ୟମରେ ପଶ୍ଚିମ ଓଡ଼ିଶାର ଲୋକଜୀବନ ଓ ସଂସ୍କୃତିର ଝଲକ ଦୁବାଇ ମାଟିରେ ଦେଖିବାକୁ ମିଳିଥିଲା।
ଏହି ଆୟୋଜନକୁ ସଫଳ କରିବାରେ ଦୁବାଇ ନୂଆଁଖାଇ ପରିବାରର ସମସ୍ତ ସଦସ୍ୟଙ୍କ ସହଯୋଗ ଓ ସକ୍ରିୟ ଭୂମିକା ରହିଥିଲା। ଭାଷା ଓ ସଂସ୍କୃତିର ସୁରକ୍ଷା ସହ ଆଗାମୀ ଦିନରେ ମଧ୍ୟ ଏଭଳି ସାମାଜିକ ଓ ସାଂସ୍କୃତିକ ଆୟୋଜନ ଜାରି ରଖିବାକୁ ସଦସ୍ୟମାନେ ମତ ପ୍ରକାଶ କରିଥିଲେ।
ଦୁବାଇରେ ରହି ମଧ୍ୟ ନିଜ ମାଟିର ପର୍ବପର୍ବାଣୀ, ଭାଷା ଓ ସଂସ୍କୃତିକୁ ଭୁଲି ନଯାଇ ନୂଆ ପିଢ଼ି ମଧ୍ୟରେ ଏହାକୁ ପହଞ୍ଚାଇବାରେ ଏହି ନୂଆଁଖାଇ ଭେଟଘାଟ୍ ଏକ ସୁନ୍ଦର ପ୍ରୟାସ ହୋଇଥିଲା। ନୂଆଁଖାଇର ଭାଇଚାରା, ଆତ୍ମୀୟତା ଓ ସାଂସ୍କୃତିକ ଚେତନାକୁ ଦୁବାଇ ମାଟିରେ ଜୀବନ୍ତ ରଖିବା ସହ ପ୍ରବାସୀ ସମ୍ବଲପୁରୀଆ ଓ ଓଡ଼ିଆମାନଙ୍କୁ ଏକତ୍ରିତ କରିବାରେ ଏହି ଭେଟଘାଟ୍ ସଫଳ ହୋଇଥିଲା।