👉 କ୍ୟାପ୍ଟେନ୍ ସ୍ମିତ୍ ମଚ୍ଛାରଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ: ଫ୍ଲାଇଦୁବାଇ ବିମାନରେ ଗୁରୁତର ଘଟଣା ସମୟରେ ସାହସ ଓ ଉପସ୍ଥିତ ବୁଦ୍ଧିର ପରିଚୟ ଦେଇଥିବା ଭାରତୀୟ ପାଇଲଟ୍ କ୍ୟାପ୍ଟେନ୍ ସ୍ମିତ୍ ମଚ୍ଛାରଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅକ୍ଟୋବର ୨ ତାରିଖରେ ଭିଡିଓ କଲ୍ ମାଧ୍ୟମରେ କଥା ହୋଇଛନ୍ତି।
କଥାବାର୍ତ୍ତା ସମୟରେ ପ୍ରଧାନମନ୍ତ୍ରୀ ମଚ୍ଛାରଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରିବା ସହ ତାଙ୍କ ସାହସ, ଧୈର୍ଯ୍ୟ ଓ ତ୍ୱରିତ ନିଷ୍ପତ୍ତି ନେବାର କ୍ଷମତାକୁ ପ୍ରଶଂସା କରିଥିଲେ। ଜୀବନ ପ୍ରତି ବିପଦ ଥିବା ସତ୍ତ୍ୱେ ଯାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇଥିବାରୁ ମୋଦି କ୍ୟାପ୍ଟେନଙ୍କୁ ପ୍ରଶଂସା କରିଥିଲେ।
ଗାନ୍ଧୀ ଜୟନ୍ତୀର ପ୍ରସଙ୍ଗ ଉଲ୍ଲେଖ କରି ମୋଦି କହିଥିଲେ ଯେ, ଅହିଂସାର ପ୍ରକୃତ ଅର୍ଥକୁ କ୍ୟାପ୍ଟେନ୍ ସ୍ମିତ୍ ନିଜ କାର୍ଯ୍ୟ ମାଧ୍ୟମରେ ପ୍ରଦର୍ଶନ କରିଛନ୍ତି। ଏହା ସହ ସେ ଶୀଘ୍ର ସୁସ୍ଥ ହେବାକୁ କାମନା କରିଥିଲେ ଏବଂ ଭବିଷ୍ୟତରେ ସାକ୍ଷାତ୍ ହୋଇ ଘଟଣା ସମ୍ପର୍କରେ ବିସ୍ତୃତ ଭାବେ ଶୁଣିବେ ବୋଲି କହିଥିଲେ।
ପ୍ରଧାନମନ୍ତ୍ରୀ ମଚ୍ଛାରଙ୍କ ପତ୍ନୀ ଓ ମାତାପିତ�