ବନ୍ଦେ ମାତରମ୍’ର ଅପମାନକୁ ନେଇ କୋରାପୁଟରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ପ୍ରତିବାଦ କରାଯାଇଛି। ଯୁବମୋର୍ଚ୍ଚାର କର୍ମୀ ଓ ସମର୍ଥକମାନେ ଏକତ୍ରିତ ହୋଇ ବ୍ୟାନର ଧରି ନାରାବାଜି କରିଥିଲେ।
ପ୍ରତିବାଦ ସମୟରେ “ବନ୍ଦେ ମାତରମ୍ର ଅପମାନ – ସହିବ ନାହିଁ ହିନ୍ଦୁସ୍ଥାନ” ବାର୍ତ୍ତା ଦିଆଯାଇଥିଲା। ଦେଶର ଜାତୀୟ ଭାବନା ଓ ଦେଶପ୍ରେମର ପ୍ରତୀକ ‘ବନ୍ଦେ ମାତରମ୍’କୁ ଅପମାନ କରାଯିବା ଗ୍ରହଣୀୟ ନୁହେଁ ବୋଲି ପ୍ରତିବାଦକାରୀମାନେ କହିଥିଲେ।
Jeypore, Koraput | Aug 17, 2026