Public App Logo
#ପୂର୍ବ_ଶତ୍ରୁତାକୁπକେନ୍ଦ୍ର_କରି_ଓକିଲକୁ_ଭୁଜାଲିରେ_ଆକ୍ରମଣ, ଏକ ବାଇକରେ ୩ଜଣ ଦୃବୃତ୍ତ ଆସି ତାଙ୍କୁ ଆକ୍ରମଣ କରିଥିଲା ବେଳେ ତାଙ୍କ କାନ୍ଧ ଓ ହାତରେ ଲାଗିଛି ଗଭୀର ଆଘାତ ,ଗୁରୁତର ଓକିଲ ଜଣକ ହେଲେ ସିଦ୍ଧାର୍ଥ ଦାସ, ଗୁରୁତର ଅବସ୍ଥାରେ ତାଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତକରାଯାଇଛି ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ୧୬ ନଂ ଜାତୀୟ ରାଜପଥ ଶାନ୍ତିଆ ବ୍ରିଜ ନିକଟରେ, ସୂଚନା ଅନୁଯାୟୀ ସିଦ୍ଧାର୍ଥ ଦାସ ନାମକ ଓକିଲ ଆଜି ଅପରାହ୍ନ ୩ ଟା ୩୦ ମିନିଟ ସମୟରେ ନିଜ OD01BA0010 ନଂ ବିଶିଷ୍ଟ ଏକ ବାଇକରେ ନିଜ ଘରକୁ ଫେରୁଥିଲା ବେଳେ ୩ ଜଣ ଯୁବକ ପଛ ପଟୁ ଏକ ବାଇକରେ ଆସି ତାଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ , ସିଦ୍ଧାର୍ଥର ଡାହାଣ କାନ୍ଧ ଓ ହାତରେ ଗଭୀର ଆଘାତ ଲାଗିଥିଲା ବେଳେ ଦୃବୁତ ମାନେ ସେଠାରୁ ଚମ୍ପଟ ମାରିଥିଲେ, ସେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତଳେ ପଡିଥିଲା ବେଳେ ରାସ୍ତାରେ ଯାଉଥିଲା ଲୋକ ତାଙ୍କୁ ଉଦ୍ଧାର କରି ଜଳେଶ୍ୱର ଜିକେ ଭଟ୍ଟର ହସ୍ପିଟାଲକୁ ଆଣିଥିଲା ବେଳେ, ଅଧିକ ଗୁରୁତର ହେବାରୁ ବାଲେଶ୍ୱର ମୁଖ୍ୟ ଡାକ୍ତର ଖାନାକୁ ସ୍ଥାନାନ୍ତରିତ କରାଯାଉଛି, ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ତାଙ୍କୁ ଆକ୍ରମଣ କରାଯାଇଥିବା ଅନୁମାନ କରାଯାଉଥିଲା ବେଳେ ଘଟଣା ସ୍ଥଳରେ ପୋଲିସ ପହଂଚି ଅଧିକ ତଦନ୍ତ ଜାରୀ ରଖିଛି। #bharatnewsodia #Jaleswar #advocate #Akramana - Singla News