ଜୟପୁରରେ ବିଶାଳ ‘ଘର ଘର ତ୍ରିରଙ୍ଗା’ ଶୋଭାଯାତ୍ରା,
ଜାତି, ଧର୍ମ, ବର୍ଣ୍ଣ ଓ ଦଳମତ ନିର୍ବିଶେଷରେ ଜୟପୁର ସହରବାସୀଙ୍କ ସହ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଏଥିରେ ଉତ୍ସାହର ସହ ସାମିଲ ହୋଇଥିଲେ। ଶୋଭାଯାତ୍ରାର ମୁଖ୍ୟ ଆକର୍ଷଣ ଥିଲା ୫୦ ମିଟର ଲମ୍ବା ତ୍ରିରଙ୍ଗା। ହାତରେ ଜାତୀୟ ପତାକା ଧରି ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଏବଂ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଦେଶ ମାତୃକାର ଗାଥା ବର୍ଣ୍ଣନା କରିବା ସହ ଦେଶପ୍ରେମର ବାର୍ତ୍ତା ଦେଇଥିଲେ।ତ୍ରିରଙ୍ଗାର ରଙ୍ଗରେ ରଙ୍ଗିନ ହୋଇଥିଲା ସମଗ୍ର ଜୟପୁର ସହର। ଏକତା, ଦେଶପ୍ରେମ ଓ ଭାଇଚାରାର ବାର୍ତ୍ତା ନେଇ ଆୟୋଜିତ ଏହି ବିଶାଳ ଶୋଭାଯାତ୍ରା ଜୟପୁରବାସୀଙ୍କ ମନରେ ଦେଶଭକ୍ତିର ଭାବନାକୁ ଆହୁରି ମଜବୁତ କରିଛି