କୁଚିଣ୍ଡା ବିଜ୍ଞାପିତ ଅଞ୍ଚଳ ପରିଷଦ ପରିଦର୍ଶନ ସମୟରେ ପ୍ରବଳ ବର୍ଷା ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ଘର ଏବଂ ରାସ୍ତାରେ ଜମିଥିବା ନାଳ ପାଣିର ସମସ୍ୟାକୁ ସ୍ଥାନୀୟ ଅଞ୍ଚଳରେ ବୁଲି ଦେଖିଲେ ମନ୍ତ୍ରୀ ରବିନାରାୟଣ ନାଏକ । ଏହି ସମୟରେ ଉପଜିଲ୍ଲାପାଳ, ତହସିଲଦାର ଓ ବ୍ଲକ ଉନ୍ନୟନ ଅଧିକାରୀ ଉପସ୍ଥିତ ଥିଲେ।
ଏହି ବିପଦ ସମୟରେ ଲୋକମାନଙ୍କ ସହ ଆଲୋଚନା କରି ସମସ୍ତ କ୍ଷତିଗ୍ରସ୍ତ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇବା ଏବଂ ଜଳ ନିଷ୍କାସନ ବ୍ୟବସ୍ଥାକୁ ଠିକ୍ କରିବା ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛି ମନ୍ତ୍ରୀ। #kuchinda #sambalpur #NAC #amarkuchinda #NewsUpdate #rainyday