Public App Logo
କଣ୍ଟାମାଳରେ ବ୍ଲକ ସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ: ଯୋଗ ଦେଲେ ବିଧାୟକ ଶ୍ରୀଯୁକ୍ତ କହ୍ନାଇ ଚରଣ ଡାଙ୍ଗ ​ଆଜି ପବିତ୍ର ସ୍ୱାଧୀନତା ଦିବସ ଅବସରରେ କଣ୍ଟାମାଳ ବ୍ଲକ ସ୍ତରୀୟ ଉତ୍ସବ ଅତ୍ୟନ୍ତ ଆନନ୍ଦ ଓ ଉଲ୍ଲାସର ସହ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ​ଏହି ପବିତ୍ର ଅବସରରେ କଣ୍ଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀଯୁକ୍ତ କହ୍ନାଇ ଚରଣ ଡାଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ପରେଡ୍‌ର ଆନୁଷ୍ଠାନିକ ଅଭିବାଦନ ଗ୍ରହଣ କରିଥିଲେ। ​ସଭାରେ ଉଦବୋଧନ ଦେଇ ମାନ୍ୟବର ବିଧାୟକ ଦେଶର ସ୍ୱାଧୀନତା ପାଇଁ ଆତ୍ମବଳିଦାନ ଦେଇଥିବା ଅମର ଶହୀଦ ଓ ସଂଗ୍ରାମୀମାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏଥିସହ କଣ୍ଟାମାଳ ଅଞ୍ଚଳର ସର୍ବାଙ୍ଗୀନ ବିକାଶ, ପ୍ରଗତି ଓ ଜନସାଧାରଣଙ୍କ ସେବା ପାଇଁ ସମସ୍ତେ ମିଳିମିଶି କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ। ​ଏହି କାର୍ଯ୍ୟକ୍ରମରେ ବ୍ଲକ ପ୍ରଶାସନର ବିଭିନ୍ନ ଅଧିକାରୀ, ଜନପ୍ରତିନିଧି, ସ୍ଥାନୀୟ ମାନ୍ୟଗଣ୍ୟ ବ୍ୟକ୍ତି, ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ଆବାଳବୃଦ୍ଧବନିତା ବହୁ ସଂଖ୍ୟାରେ ଉପସ୍ଥିତ ରହି ଦେଶପ୍ରେମର ଏହି ପବିତ୍ର ଉତ୍ସବରେ ସାମିଲ ହୋଇଥିଲେ। ​#IndependenceDay #Kantamal #Boudh #KanhaiCharanDanga #IndependenceDay2026 #OdiaNews #JaiHind - Baudh Sadar News