ସଂସ୍କୃତି, ପରମ୍ପରା ଓ ଭାଇଚାରାର ମହାନ ପର୍ବ 'ନୂଆଖାଇ ଭେଟଘାଟ'!
ଭାରତୀୟ ଜନତା ପାର୍ଟି,ସାଂସ୍କୃତିକ ପ୍ରକୋଷ୍ଠ (ବୌଦ୍ଧ ଜିଲ୍ଲା ଶାଖା) ତରଫରୁ ଚାରିଛକ ଠାରେ ଜିଲ୍ଲା ସ୍ତରୀୟ 'ନୂଆଖାଇ ଭେଟଘାଟ' କାର୍ଯ୍ୟକ୍ରମ ଆନନ୍ଦ ଓ ଉଲ୍ଲାସର ସହିତ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡ଼ା ସାଂସଦ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ଯୋଗଦେଇ କାର୍ଯ୍ୟକ୍ରମର ଶୋଭାବର୍ଦ୍ଧନ କରିଥିଲେ।ଏହି କାର୍ଯ୍ୟକ୍ରମରେ ଅନ୍ୟତମ ସମ୍ମାନିତ ଅତିଥି ଭାବେ:
ବୌଦ୍ଧ ବିଧାୟକ ଶ୍ରୀଯୁକ୍ତ ସରୋଜ କୁମାର ପ୍ରଧାନ
କଣ୍ଟାମାଳ ବିଧାୟକ ଶ୍ରୀଯୁକ୍ତ କହ୍ନାଇ ଚରଣ ଡାଙ୍ଗ ଏଵଂ ଲୋକପ୍ରିୟ ଅଭିନେତ୍ରୀ ବିଦୁସ୍ମିତା
ସାମିଲ ହୋଇ ସମସ୍ତଙ୍କ ସହ ନୂଆଖାଇର ଶୁଭେଚ୍ଛା ଆଦାନପ୍ରଦାନ କରିବା ସହ ସାଂସ୍କୃତିକ ଭାଇଚାରାର ବାର୍ତ୍ତା ଦେଇଥିଲେ।
ସଂସ୍କୃତିର ଏହି ମହାମିଳନରେ ଜିଲ୍ଲାର ବହୁ ଦଳୀୟ କାର୍ଯ୍ୟକର୍ତ୍ତା, ସଂସ୍କୃତିପ୍ରେମୀ ଓ ବୁଦ୍ଧିଜୀବୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ ମଣ୍ଡିତ କରିଥିଲେ।
#NuakhaiBhetghat #NuakhaiJuhar #Boudh #BJP #BJPOdisha #CultureAndHeritage #nuakhaiutshav