ସ୍ୱାଧୀନତା ଦିବସ ପାଳନ ଏବଂ ବରିଷ୍ଠ ନାଗରିକ ସଂଘର ପ୍ରତିଷ୍ଠା ଦିବସ ପାଇଁ ପ୍ରସ୍ତୁତି ବୈଠକ
କୁଚିଣ୍ଡା:କୁଚିଣ୍ଡା ବରିଷ୍ଠ ନାଗରୀକ ସଂଘ କାର୍ଯ୍ୟାଳୟରେ ଏକ ସାଧାରଣ ବୈଠକ ସଂଘର ସଭାପତି ଶ୍ରୀ ଧୀରେନ୍ଦ୍ର କୁମାର ମହାନ୍ତିଙ୍କ ସଭାପତ୍ୱରେ ଅନୁଷ୍ଠିତ ହୋଇଯାଇଅଛି l ସାଧାରଣ ସଂପାଦକ ଶ୍ରୀ ଜନ କାମିଲ ଲାକ୍ରା ଗତ ୧୫/୦୭/୨୦୨୬ ତାରିଖ ବୈଠକର ବିବରଣୀ ପାଠ କରିଥିଲେ, l ସମସ୍ତଙ୍କ ସହମତିରେ ଆସନ୍ତା ସ୍ୱାଧୀନତା ଦିବସ (ଅଗଷ୍ଟ ୧୫ ତାରିଖ) କୁ ବହୁ ଆଡମ୍ବର ସହକାରେ ପାଳନ କରିବାକୁ ସହମତି ପ୍ରକାଶ କରିବା ସହ ଜାତୀୟ ପିତା ମହାତ୍ମା ଗାନ୍ଧୀ ଓ ବିର୍ସାମୁଣ୍ଡା ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରିବାବୁ ସମସ୍ତେ ସହମତି ପ୍ରକାଶ କଲେ l ସେହିପରି ବରିଷ୍ଠ ନାଗରୀକ ସଂଘର ଆସନ୍ତା ସେପ୍ଟେମ୍ବର ମାସ ୨୩ ତାରିଖରେ ପାଳନ କରିବା ପାଇଁ କାର୍ଯ୍ୟ ଖସଡ଼ା ଉପରେ ଆଲୋଚନା କରାଯାଇଥିଲା l ଏତଦ ବ୍ୟତୀତ ପରିବେଶ ସନ୍ତୁଳନ ରକ୍ଷା ନିମନ୍ତେ ଯଥାସମ୍ଭବ ବୃକ୍ଷ ରୋପଣ କରିବା ଓ ଏଥିପାଇଁ ଯୁବାବର୍ଗଙ୍କୁ ପ୍ରେରିତ କରିବା ବିଷୟରେ ଆଲୋଚନା କରଯାଇଥିଲା l ଆଜି ସଂଘ ରେ ଦୁଇଜଣ ନୂତନ ସଦସ୍ୟ ଶ୍ରୀ ପ୍ରଫୁଲ୍ଲ କୁମାର କର ଏବଂ ଶ୍ରୀ ରମଣୀ କାନ୍ତ ଦ୍ବିବେଦୀ ବିଧିବଦ୍ଧ ଭାବରେ ଯୋଗଦାନ କରିଥିବାରୁ ଉଭୟଙ୍କୁ ସଂଘ ତରଫରୁ ସଂଘର ବରିଷ୍ଠ ସଦସ୍ୟ ଶ୍ରୀ ଶାନ୍ତନୁ କୁମାର ସାହୁ ଏବଂ ଡ଼କ୍ଟର ରଞ୍ଜନ କୁମାର ମହାପାତ୍ର ଙ୍କ ଦ୍ୱାରା ସଂଘର ପରିଚୟ ପତ୍ର (ଆଇଡି କାର୍ଡ) ପ୍ରଦାନ କରି କରତାଳି ସହ ସେମାନଙ୍କୁ ସମ୍ଭର୍ଦ୍ଧିତ କରାଯାଇଥିଲା l ଏହି ବୈଠକରେ ଉପାଦେଷ୍ଟା ଶ୍ରୀ ଜୟ ପ୍ରକାଶ ଗୁପ୍ତା, ପ୍ରକଳ୍ପ ସଂଯୋଜକ ଶ୍ରୀ କିଶୋର ପ୍ରଧାନ ଏବଂ ଶ୍ରୀ ପ୍ରଫୁଲ୍ଲ ସାହୁ, ସମ୍ପାଦକ ଶ୍ରୀ ଜଗନ୍ନାଥ ପାଣିଗ୍ରହୀ, କୋଷାଧ୍ୟକ୍ଷ ଶ୍ରୀ ବନମାଳୀ ଶତପଥି, ଭଦ୍ରକିଷାନ, ଶ୍ରୀ ପଦ୍ମନାଭ ବେହେରା, ଶ୍ରୀ ରବି କିସାନ, ଶ୍ରୀ କ୍ଷମାଶୀଳ ପଟେଲ, ଶ୍ରୀ ସରୋଜ ପଟେଲ, ଶ୍ରୀ ଗୋପାଳ ଚନ୍ଦ୍ର ମିଶ୍ର, ଶ୍ରୀ ବିନୋଦ ନାୟକ, ଶ୍ରୀ ଵୟୋଲୋଚନ ବାଘ, ଶ୍ରୀ ନନ୍ଦଲାଲ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ l ଶେଷରେ ସମ୍ପାଦକ ଶ୍ରୀ ତୁଲାରାମ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l #kuchindatvlive #kuchinda #OdishaNews #sambalpur