ଲଖମରାରେ ମାଗଣା ସ୍ୱାସ୍ଥ୍ୟ ଶିବିର
ପ୍ରାୟ ୫ ଶହ ରୋଗୀ ପାଇଲେ ଚିକିତ୍ସା ସେବା
ପଦ୍ମପୁର, ୩/୧୦: ବରଗଡ଼ ଜିଲ୍ଲା ପଦ୍ମପୁର ଅନ୍ତର୍ଗତ ଲଖମରାଠାରେ ମୁରଲୀ କ୍ରୀଷ୍ଣା ଫାଉଣ୍ଡେସନ ପକ୍ଷରୁ ଲଖମରା ବିଜେପି କାର୍ଯ୍ୟକର୍ତ୍ତାଙ୍କ ସହଯୋଗରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଲଖମରା ଓ ଏହାର ଆଖପାଖ ଅଞ୍ଚଳର ବିଭିନ୍ନ ଗାଁରୁ ପ୍ରାୟ ୫ ଶହ ରୋଗୀ ଯୋଗଦେଇ ମାଗଣା ଚିକିତ୍ସା ସେବା ଗ୍ରହଣ କରିଥିଲେ।
ଡାକ୍ତର ଅଜିତ୍ ଭୋଇଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶିବିରରେ ମେଡିସିନ, ଜରୁରୀକାଳୀନ ଚିକିତ୍ସା, ଦନ୍ତ, ନାସା-ଗଳା (ଇଏନ୍ଟି), ଅର୍ଥୋପେଡିକ୍, ଚକ୍ଷୁ ଚିକିତ୍ସା, ଫିଜିଓଥେରାପି ଓ ଡାଏଟ୍ ସମେତ ବିଭିନ୍ନ ବିଭାଗର ବିଶେଷଜ୍ଞ ଡାକ୍ତରମାନେ ରୋଗୀଙ୍କୁ ଚିକିତ୍ସା ଓ ପରାମର୍ଶ ପ୍ରଦାନ କରିଥିଲେ।
ଜରୁରୀକାଳୀନ ଚିକିତ୍ସାରେ ଡାକ୍ତର ନେହା ବାନାର୍ଜୀ, ଡାଏଟିସିଆନ୍ ଡାକ୍ତର ଲିଜା ବିଶ୍ୱାଳ, ଦନ୍ତ ଚିକିତ୍ସକ ନିହାର ରଞ୍ଜନ ପଟେଲ, ଇଏନ୍ଟି ବିଶେଷଜ୍ଞ ଡାକ୍ତର ପି. ଉଦୟଭାନୁ, ଫିଜିଓଥେରାପିଷ୍ଟ ଦେବରାଜନ୍ ସୁନା ଓ ଅର୍ଥୋପେଡିକ୍ ବିଶେଷଜ୍ଞ ଡାକ୍ତର ଲକ୍ଷ୍ମୀଚାନ୍�
Bargarh, Bargarh (Baragarh) | Oct 3, 2026