#ଯାଜପୁରରେ_ହର_ଘର_ତ୍ରିରଙ୍ଗା_ଶୋଭାଯାତ୍ରା
ଦେଶ ମାତୃକା ପ୍ରତି ଭଲ ପାଇବା, କର୍ତ୍ତବ୍ୟ, ସେବା, ଦେଶ ପ୍ରତି ନିଜର ଦାୟିତ୍ୱକୁ ଦୃଡ଼ିଭୂତ କରିବା ନେଇ ଯାଜପୁର ଜ଼ିଲ୍ଲା ପ୍ରଶାସନ, ଯାଜପୁର ଭାରତୀୟ ଜନତା ପାର୍ଟି, ଯାଜପୁରର ଜନସାଧାରଣଙ୍କ ସହଯୋଗରେ ଯାଜପୁର ସହରରେ ଜିଲ୍ଲାସ୍ତରୀୟ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହେଇଯାଇଛି |ଯାଜପୁର ବିଧାନସଭା ବିଜେପି ନେତା ଗୌତମ ରାୟଙ୍କ ନେତୃତ୍ୱରେ ଅନୁଷ୍ଠିତ ଶୋଭାଯାତ୍ରାରେ ମୁଖ୍ୟ ଅତିଥି ଭାବେ ସମବାୟ ମନ୍ତ୍ରୀ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଏହି ଅବସରରେ କୋରେଇ ବିଧାୟକ ଆକାଶ ଦାସ ନାୟକ, ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ନାୟକ, ଜ଼ିଲ୍ଲା ବିଜେପି ସଭାପତି ଦେବଯାନୀ ପ୍ରଧାନ, ଜ଼ିଲ୍ଲାପାଳ ଅମ୍ବର କୁମାର ନାୟକଙ୍କ ସମେତ ଜ଼ିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ଯୋଗ ଦେଇ କାର୍ଯ୍ୟକ୍ରମ ଆରମ୍ଭରେ ସହରର ବହୁ ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ, ଅଵସରପ୍ରାପ୍ତ ସେନାନୀ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ପରେ ଯାଜପୁର ସହରର ରାମ ମନ୍ଦିରରୁ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରାରେ ସହର ପରିକ୍ରମା କରି ଗୌତମ ବୁଦ୍ଧ ସଂସ୍କୃତି ଭବନରେ ପହଂଚି ବାବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ସମେତ ବହୁ ସ୍ବାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏହି ତ୍ରିରଙ୍ଗା ଶୋଭାଯାତ୍ରାରେ ଅବସରପ୍ରାପ୍ତ ସୈନିକ, ବୁଦ୍ଧିଜୀବୀ, ଜାତି ଧର୍ମ ନିର୍ବିଶେଷରେ ସବୁ ବର୍ଗର ଜନସାଧାରଣ, ଜ଼ିଲ୍ଲା ପ୍ରଶାସନର ଅଧିକାରୀ ଓ କର୍ମୀଚାରୀ ଗଣ, ସାମ୍ବାଦିକ, ଆଇନୀଜୀବୀ, ବ୍ୟବସାୟୀ ବୃନ୍ଦ ମାନେ ସାମିଲ ହେଇଥିଲେ।
#independencedayindia #JajpurNews #jajpurkhabar #Aeiodisha #lntvnetwork