ବୌଦ୍ଧ: କାର୍ଯ୍ୟକ୍ଷମ ହେଲା ନୂତନ ୩୦୦ ଶଯ୍ୟା ବିଶିଷ୍ଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ସିଟି ସ୍କାନ୍ ଓ ଅତ୍ୟାଧୁନିକ ସ୍ୱାସ୍ଥ୍ୟସେବା ପାଇବେ ଜିଲ୍ଲାବାସୀ
ବୌଦ୍ଧ ଜିଲ୍ଲାବାସୀଙ୍କ ଦୀର୍ଘ ଦିନର ଦାବି ଓ ପ୍ରତୀକ୍ଷାର ଅନ୍ତ ଘଟିଛି। ପ୍ରାୟ ୧୩୮.୫୮ କୋଟି ଟଙ୍କା ବ୍ୟୟରେ ନିର୍ମିତ ୩୦୦ ଶଯ୍ୟା ବିଶିଷ୍ଟ ନୂତନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଶେଷରେ କାର୍ଯ୍ୟକ୍ଷମ ହୋଇଛି। ଏହାଦ୍ୱାରା ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।
ପୂର୍ବରୁ ସାମାନ୍ୟ ସିଟି ସ୍କାନ୍ (CT Scan) କିମ୍ବା ଜଟିଳ ଚିକିତ୍ସା ପାଇଁ ଲୋକଙ୍କୁ ଅନ୍ୟ ଜିଲ୍ଲାକୁ ଯିବାକୁ ପଡ଼ୁଥିଲା। ଏବେ ଏହି ନୂତନ ହସ୍ପିଟାଲ୍ରେ ସିଟି ସ୍କାନ୍, ଫିଜିଓଥେରାପି, ଜରୁରୀକାଳୀନ ଚିକିତ୍ସା (Emergency Care Units), ନିଦାନ (Diagnostics) ଓ ମାତୃ ସ୍ୱାସ୍ଥ୍ୟସେବା ଭଳି ସୁବିଧା ହାତ ପାହାନ୍ତାରେ ମିଳିପାରୁଛି। ଏହି ହସ୍ପିଟାଲ୍ କେବଳ ବୌଦ୍ଧ ନୁହେଁ, ବରଂ ପଡ଼ୋଶୀ ଅନୁଗୁଳ (ଆଠମଲ୍ଲିକ), ସମ୍ବଲପୁର (ରେଢ଼ାଖୋଲ) ଓ ସୋନପୁର ଜିଲ୍ଲାର ଲୋକଙ୍କ ପାଇଁ ମଧ୍ୟ ଏକ ବଡ଼ ସାହାରା ପାଲଟିଛି।
ନୂତନ କୋଠା ଓ ଆଧୁନିକ ମେସିନ୍ ସ୍ଥାପନ ପରେ ଏବେ ଉତ୍ତମ ସେବା ନିଶ୍ଚିତ କରିବା ପାଇଁ ଆବଶ୍ୟକୀୟ ବିଶେଷଜ୍ଞ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ନିଯୁକ୍ତି ଦେବାକୁ ସ୍ଥାନୀୟ ନାଗରିକ କମିଟି ଓ ଅଧିବାସୀମାନେ ସରକାରଙ୍କ ନିକଟରେ ଦାବି କରିଛନ୍ତି।
#Boudh #BoudhNews #OdishaNews #Healthcare #argusTV #BreakingNews