ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ରେ ବେଟି ବଚାଓ ବେଟୀ ପଢ଼ାଓ ଅଭିଯାନ
ହରଭଙ୍ଗା ବ୍ଲକ୍ ପୁରୁଣାକଟକ ସ୍ଥିତ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ରେ ହରଭଙ୍ଗା ବ୍ଲକ୍ ସମନ୍ୱିତ ଶିଶୁ ବିକାଶ ଯୋଜନା ବିଭାଗ ଅନୁକୁଲ୍ୟ ରେ ବେଟି ବଚାଓ ବେଟୀ ପଢ଼ାଓ କାର୍ଯକ୍ରମ ଅନୁଷ୍ଠିତ ହୋଇ ଯାଇଛି। ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ ରମେଶଚନ୍ଦ୍ର ତାରେଣିଆ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ହରଭଙ୍ଗା ବ୍ଲକ୍ ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧିକାରୀ ଦିପ୍ତିମୟୀ ପାତ୍ର ଏବଂ ସମ୍ମାନିତ ଅତିଥି ଭାବରେ ପୁରୁଣାକଟକ ସରପଞ୍ଚ ଅଶୋକ କୁମାର ସେଠୀ,ଅଧ୍ୟାପକ ତଥାଜିଲ୍ଲା ଯୁବ ରେଡକ୍ରସ ସଂଯୋଜକ ସୁରେଶ୍ୱର ଯୋଶୀ,ରଞ୍ଜିତ କୁମାର ସାମଲ,ଶୁଭ୍ର ମଲ୍ଲିକା ପ୍ରଧାନ, ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ରୁ ସୁଶାନ୍ତ ଭୋଇ ଏବଂ ତାଙ୍କର ସହଯୋଗୀ ମାନେ ଯୋଗଦାନ କରିଥିଲେ। ବାଲ୍ୟ ବିବାହ ଏବଂ କନ୍ୟା ଭ୍ରୁଣ ହତ୍ୟା ପାଇଁ ସଚେତନତା ସୃଷ୍ଟି କରିବାଏବଂ ଶିକ୍ଷା କ୍ଷେତ୍ର ରେ ଝିଅ ମାନେ ଆଗକୁ ଯାଇ ଦେଶ ତଥା ସମାଜ ଗଠନ ରେ ଅଗ୍ରଣୀ ଭୂମିକା ଗ୍ରହଣ କରିବା ପାଇଁ ଆଲୋଚନା କର ଯାଇଥିଲା।ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବକ୍ତୃତା ଏବଂ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇ ମାନପତ୍ର ସହ ପୁରସ୍କାର ବଣ୍ଟନ କରାଯାଇଥିଲା।ମହାବିଦ୍ୟାଳୟ ର ସମସ୍ତ କର୍ମଚାରୀ ଯୋଗଦାନ କରିଥିଲେ
#BetiBachaoBetiPadhao #GirlChildEducation #BhairaviDegreeCollege #Harbhanga #AwarenessCampaign #purunakatak