କୋରାପୁଟ ଜିଲ୍ଲାର ଅନ୍ୟତମ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ରାଣୀ ଡୁଡୁମାରେ ଉଦ୍ଘାଟିତ ହୋଇଛି ‘ଅରଣ୍ୟ କଫେ’। ପର୍ଯ୍ୟଟକଙ୍କୁ ଆହୁରି ଉତ୍ତମ ସୁବିଧା ଯୋଗାଇବା ଉଦ୍ଦେଶ୍ୟରେ ଜଙ୍ଗଲ ବିଭାଗ ପକ୍ଷରୁ ଏହି କଫେ ପ୍ରତିଷ୍ଠା କରାଯାଇଛି। କୋରାପୁଟ ସାଂସଦ ସପ୍ତଗିରି ଶଙ୍କର ଉଲାକା ନନ୍ଦପୁର ଗସ୍ତ କରି ‘ଅରଣ୍ୟ କଫେ’ର ଶୁଭ ଉଦ୍ଘାଟନ କରିଥିଲେ। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ରାଣୀ ଡୁଡୁମାକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଏହି କଫେ ଏକ ନୂଆ ଅନୁଭୂତି ଆଣିବ ବୋଲି ଆଶା କରାଯାଉଛି। ଆଗାମୀ ଦିନରେ ‘ଅରଣ୍ୟ କଫେ’ ମାଧ୍ୟମରେ ପର୍ଯ୍ୟଟକଙ୍କୁ ଖାଦ୍ୟପେୟ ସହ ଆବଶ୍ୟକୀୟ ସୁବିଧା ଯୋଗାଇ ଦିଆଯିବ।