ଯାଜପୁର: ଶଙ୍ଖଚିଲା ସ୍ଥିତ ମନ୍ଦିରରେ ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ୧୮୩ତମ ଆବିର୍ଭାବ ମହୋତ୍ସବ ଅନୁଷ୍ଠିତ
Jajapur, Jajpur | Dec 21, 2025 ଶଙ୍ଖଚିଲା ସ୍ଥିତ ମନ୍ଦିରରେ ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ୧୮୩ତମ ଆବିର୍ଭାବ ମହୋତ୍ସବ ଅନୁଷ୍ଠିତ ହେଇଯାଇଛି l ଆଜି ହେଉଛି ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଆବିର୍ଭାବ ଦିବସ l ଏହି ଦିବସକୁ ସାରା ରାଜ୍ୟରେ ଧୂମ ଧାମର ସହିତ ପାଳନ କରାଯାଉଛି l ଆଜି ଏହି ପରିପକ୍ଷରେ ସାଂସଦ ରବୀନ୍ଦ୍ର ନାରାୟଣ ବେହେରା ଓ ବିଧାୟକ ଆକାଶ ଦାସନାୟକ ଶଙ୍ଖଚିଲା ସ୍ଥିତ ମନ୍ଦିରରେ ପହଂଚି ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଦର୍ଶନ କରିଥିଲେ l ଏଥିସହିତ ତାଙ୍କ ନୀତିଆଦର୍ଶ ସମ୍ପର୍କରେ ଆଲୋଚନା କରିଥିଲେ l ଏହି କାର୍ଯ୍ୟକ୍ରମରେ ଅନେକ ଭକ୍ତ ଉପସ୍ଥିତ ଥିଲେ l