Public App Logo
#ଦଶରଥପୁର_ବ୍ଲକରେ_ବନ୍ୟା_ବିପନ୍ନଙ୍କ_ପାଖରେ_ପହଞ୍ଚିଛି_ସହାୟତା_ର_ହାତ ତୃତୀୟ ଥର ପାଇଁ ବୈତରଣୀରେ ବନ୍ୟା ଆସିବାରୁ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକରେ ଲୋକଙ୍କୁ ଦୁର୍ଦ୍ଦଶା ବଢ଼ିଯାଇଛି । ବୈତରଣୀ ଶାଖା କାଣୀ ନଦୀରେ ଘାଇ ମୁହଁ ଦେଇ ପୁନର୍ବାର ପାଣି ପଶିବାରୁ ଦଶରଥପୁର ବ୍ଲକର ତରପଦା, କସପା ଓ ମଲ୍ଲିକାପୁର ଭଳି ୩ଟି ପଞ୍ଚାୟତ ବିଶେଷ ଭାବେ ପ୍ରଭାବିତ ହୋଇଛି । ବନ୍ୟାଘେରରେ ଥିବା ବିପନ୍ନମାନଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି ସମାଜସେବୀ ବିଜୟ ଧଳ ଓ ତାଙ୍କ କନ୍ୟା କାବ୍ୟାପ୍ରିୟା ଧଳ । ବନ୍ୟାଞ୍ଚଳରେ ପହଞ୍ଚି ବିପନ୍ନମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦେଇଛନ୍ତି କାବ୍ୟାପ୍ରିୟା । କେବଳ ରନ୍ଧାଖାଦ୍ୟ ନୁହେଁ, ଶୁଖିଲା ଖାଦ୍ୟ ସହ ପିଇବା ପାଣି, ଛତା, ଶାଢ଼ି, ପୋଷାକପତ୍ର ସହ ଅନ୍ୟାନ୍ୟ ରିଲିଫ ସାମଗ୍ରୀ ବାଣ୍ଟିଛନ୍ତି । ଛୋଟ ପିଲାମାନଙ୍କୁ ଚକୋଲେଟ୍ ଦେଇଛନ୍ତି । ବିପତ୍ତି ପରେ ବିପତ୍ତି ଆସି ହଜାର ହଜାର ଲୋକ ବେସାହାରା ହୋଇଯାଇଥିବାରୁ ସେମାନଙ୍କ ଦୁଃଖରେ ସମଦୁଃଖୀ ହୋଇଛନ୍ତି ସମାଜସେବୀ କାବ୍ୟାପ୍ରିୟା । ଲୋକଙ୍କ ପିଠି ଆଉଁସି ଦେଇଛନ୍ତି । ରିଲିଫ ଓ ଖାଦ୍ୟ ସାମଗ୍ରୀ ପହଞ୍ଚାଇ ବିପନ୍ନଙ୍କ ମୁହଁରେ ହସ ଫୁଟାଇଛନ୍ତି । ବିପନ୍ନମାନଙ୍କୁ ସାହାଯ୍ୟ ପ୍ରଦାନ ବେଳେ ଯାଜପୁର ଏସଡିପିଓଙ୍କ ସହିତ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ମଧ୍ୟ ସାମିଲ ହୋଇଥିଲେ । ବନ୍ୟାଞ୍ଚଳରେ ଲୋକମାନଙ୍କୁ ପରିମଳ ସଂପର୍କରେ ସଚେତନ ମଧ୍ୟ କରାଯାଇଛି । #kiit #achyutsamanta #ArtOfGiving #lntvnetwork #JajpurNews #jajpurkhabar #Aeiodisha - Bhubaneswar M Corp News