କୋରାପୁଟ ଜିଲ୍ଲାରେ ଆଇଟି କ୍ଷେତ୍ରର ବିକାଶ ପାଇଁ ଆରମ୍ଭ ହୋଇଥିବା ପଦକ୍ଷେପ ଆଗାମୀ ଦିନରେ ଜିଲ୍ଲାର ଶିକ୍ଷିତ ଯୁବପିଢ଼ିଙ୍କ ପାଇଁ ନୂଆ ଆଶା ସୃଷ୍ଟି କରିବ। ଜୟପୁର ରେ ଥିବା ସଫ୍ଟୱେୟାର ଟେକ୍ନୋଲୋଜି ପାର୍କସ ଅଫ୍ ଇଣ୍ଡିଆ ମାଧ୍ୟମରେ ଆଇଟି ଓ ସୂଚନା ପ୍ରଯୁକ୍ତି କ୍ଷେତ୍ରକୁ ଆହୁରି ସୁଦୃଢ଼ କରିବାର ସୁଯୋଗ ରହିଛି। ଏହା ଫଳରେ କୋରାପୁଟର ଯୁବକ-ଯୁବତୀମାନଙ୍କୁ ନିଜ ଜିଲ୍ଲାରେ ରହି ଚାକିରି ଓ ନିଜସ୍ୱ ଉଦ୍ୟୋଗ ଗଢ଼ିବାର ସୁଯୋଗ ମିଳିପାରିବ ସୁଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ,