ଟାଇଁସର ଲୋୟୋଲା ସ୍କୁଲରେ ୮୦ତମ ସ୍ୱାଧୀନତା ଦିବସ ପାଳିତ
କୁଚିଣ୍ଡା:ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ଅନ୍ତର୍ଗତ ଲୋୟୋଲା ସ୍କୁଲ ଟାଇଁସର ଠାରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ସ୍କୁଲ ର ଅଧ୍ୟକ୍ଷ ଫାଦର ସାୱରି ଏସଜେ ତ୍ରିରଙ୍ଗା ପତାକା ଉତ୍ତୋଳନ କରିଥିଲେ।ସେ ପିଲାମାନଙ୍କୁ ଭାରତର ସ୍ବାଧିନତା ଦିବସ ଅବସରରେ ମହାନ ନେତାଙ୍କ ଝାଳ ଏବଂ ରକ୍ତ ଦ୍ୱାରା କିପରି ଆମଦେଶ ସ୍ବାଧିନତା ହାସଲ କରିଛି ସେ ବିଷୟରେ ଉଦବୋଧନ ଦେଇଥିଲେ ଏବଂ ସେ କହିଥିଲେ ଯେ, ପାଠ ପଢ଼ି ଶୃଙ୍ଖଳିତ ଦେଶ ଗଠନ ରେ ନିଜକୁ ନିୟୋଜିତ କରିବାକୁ ପରାମର୍ଶ ଦେଇଥିଲେ।ସ୍କୁଲ କ୍ୟାମ୍ପସ ପିଲାମାନଙ୍କ ଦେଶପ୍ରେମ ଗୀତରେ ପ୍ରତିଧ୍ୱନିତ ହୋଇଥିଲା।ଏହି ଅବସରରେ ପରେଡ ଏବଂ ଦେଶପ୍ରେମ ସାଂସ୍କୃତିକ କାର୍ଯ୍ୟକ୍ରମ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପରିବେଷଣ କରାଯାଇଥିଲା।ଚେତନ ମାଝୀ, ଅଦ୍ୟନ୍ତ କୁମାର ମହାକୁଳ ଏବଂ ବିଶ୍ୱଜିତ ବାରୱା ଯଥାକ୍ରମେ ଇଂରାଜୀ, ହିନ୍ଦୀ ଏବଂ ଓଡ଼ିଆରେ ଉଦବୋଧନ ଦେଇଥିଲେ।ଏହା ସହିତ ଛାତ୍ରଛାତ୍ରୀ ମାନଙ୍କୁ ରାଷ୍ଟ୍ର ପ୍ରତି ସତ୍ୟବାନ ହେବାକୁ ଏବଂ ସଚ୍ଚୋଟ, ପରିଶ୍ରମୀ ଏବଂ ଦାୟିତ୍ୱବାନ ନାଗରିକ ହେବାକୁ ଆହ୍ୱାନ ଦେଇଥିଲେ। ସ୍କୁଲ କ୍ୟାପ୍ଟେନ୍ ଆୟୁଷ ପଟେଲ ସମସ୍ତ ଛାତ୍ରଛାତ୍ରୀଙ୍କୁ ସମ୍ପୂର୍ଣ୍ଣ ସମନ୍ୱିତ ଅଭ୍ୟାସ ପାଇଁ ନେତୃତ୍ୱ ନେଇଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ରୋଶନି ଏକ୍କା ଏବଂ ଅଜୟ ମିଞ୍ଜ୍ ପରିଚାଳନା କରିଥିଲେ। ସିଷ୍ଟର ଆଲିନ୍ ତିର୍କୀ,ସିଷ୍ଟର ନିର୍ମଳା ତିର୍କୀ,ରୋଶନି ଏକ୍କା,ନିରୁପମା ଟେଟେ,ଜ୍ୟୋତ୍ସ୍ନା ସେସ୍,କରିସ୍ମା ଲାକ୍ରା,ପ୍ରିୟଙ୍କା ମାଝୀ,କିରଣ ବାର୍ଲା, ସୁଶ୍ରୀ ଦୀପିକା,ଅଜୟ ମିଞ୍ଜ୍,ପେଟବାସା ପଟେଲ ଙ୍କ ସମେତ ଅଭିଭାବକ ଏବଂ ଶୁଭେଚ୍ଛୁ ମାନେ ଏହି କାର୍ଯ୍ୟକ୍ରମ ଦେଖିବାକୁ ଉପସ୍ଥିତ ରହିଥିଲେ। ଶେଷରେ ଛାତ୍ରଛାତ୍ରୀମାନଙ୍କୁ ଚକୋଲେଟ୍ ଏବଂ ବିସ୍କୁଟ୍ ବଣ୍ଟନ କରି କାର୍ଯ୍ୟକ୍ରମ ଶେଷ କରିଥିଲେ। #kuchindatvlive #kuchinda #IndependenceDay #delhi #odishanews #sambalpur