Public App Logo
ଭେଦଭାବ ଓ ଅସ୍ପୃଶ୍ୟତା ବିରୋଧରେ ଜିଲ୍ଲା କଂଗ୍ରେସ କମିଟି, ବୌଦ୍ଧ ପକ୍ଷରୁ ସତ୍ୟାଗ୍ରହ ଓ ବିଶାଳ ପଦଯାତ୍ରା ​ସମାଜରୁ ଭେଦଭାବ, ସାମାଜିକ ଅନ୍ୟାୟ ଓ ଅସ୍ପୃଶ୍ୟତା ଦୂର କରିବା ଏବଂ ସମସ୍ତଙ୍କୁ ସମାନତା ଓ ସାମାଜିକ ନ୍ୟାୟ ପ୍ରଦାନ କରିବା ଲକ୍ଷ୍ୟରେ ଜିଲ୍ଲା କଂଗ୍ରେସ କମିଟି, ବୌଦ୍ଧ ପକ୍ଷରୁ ଏକ ବିଶାଳ ସତ୍ୟାଗ୍ରହ ଓ ପଦଯାତ୍ରାର ଆୟୋଜନ କରାଯାଇଛି। ​ଏହି କାର୍ଯ୍ୟକ୍ରମରେ କଂଗ୍ରେସର ଅନେକ ନେତୃବୃନ୍ଦ ଓ କର୍ମୀମାନେ ହାତରେ ଜାତୀୟ ପତାକା ଏବଂ କଂଗ୍ରେସ ଦଳର ପତାକା ଧରି ସାମିଲ ହୋଇଥିଲେ। ସମାଜରେ ଶାନ୍ତି, ସମ୍ପ୍ରୀତି, ଏବଂ ସାମ୍ବିଧାନିକ ଅଧିକାରର ସୁରକ୍ଷା ପାଇଁ ଏହି ସତ୍ୟାଗ୍ରହ ମାଧ୍ୟମରେ ସ୍ୱର ଉତ୍ତୋଳନ କରାଯାଇଛି। - Baudh Sadar News