#୪୮_ଘଣ୍ଟା_ମଧ୍ୟ_ନିଖୋଜ_ଯୁବକଙ୍କ_ମିଳୁନି_ପତ୍ତା
କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ବଡ-କାଳୀମାଟି ପଞ୍ଚାୟତର ହାଣ୍ଡିଭଙ୍ଗା ଜଳପ୍ରପାତରେ ଗାଧୋଇବାକୁ ଯାଇ ଗତକାଲି ଯାଜପୁର ଅଞ୍ଚଳର ଯୁବକ ଦିବ୍ୟରଞ୍ଜନ ମହାନ୍ତଙ୍କ ଗୋଡ ଖସି ଯିବାରୁ ସେ ଜଳପ୍ରପାତର ଗଭୀର ପାଣି ଭିତରକୁ ପଶି ଯାଇ ନିଖୋଜ ହୋଇ ଯାଇଥିଲେ। ଗତକାଲି ଅଗ୍ନିଶମ ବାହିନୀ ଦ୍ୱାରା ଉଦ୍ଧାର କାର୍ଯ୍ୟ କରା ଯାଇଥିଲେ ହେଁ ତାଙ୍କର କୌଣସି ସନ୍ଧାନ ମିଳି ପାରି ନ ଥିଲା। ଆଜି ମଧ୍ୟ ଅଗ୍ନିଶମ ବାହିନୀ ପକ୍ଷରୁ ଦିନ ତମାମ ସର୍ଚ୍ଚ ଅପରେସନ କରା ଯାଇଥିବା ବେଳେ ନିଖୋଜ ଦିବ୍ୟରଞ୍ଜନଙ୍କ ପତ୍ତା ମିଳି ପାରିନାହିଁ।ଆଜି ଓଡ୍ରାଫ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ପୁନଃ ସର୍ଚ୍ଚ ଅପରେସନ କରାଯିବ ବୋଲି ସୂଚନା |
#pabitranewsodisha #latastnews #OdiaNews #BreakingNews #odishanews #Handibhanga #keonjhar
Kendujhar Town, Kendujhar | Oct 4, 2026