ଯାଜପୁର: ବଡ଼ଚଣା ବ୍ଲକ ଧାନମଣ୍ଡଳ ସରକାରୀ ଉଚ୍ଚ ବିଦ୍ୟାଳୟ ବାର୍ଷିକ ଉତ୍ସବ ଅନୁଷ୍ଠିତ, ଯୋଗଦେଲେ ଅନେକ ଛାତ୍ର ଛାତ୍ରୀ
Jajapur, Jajpur | Dec 22, 2025 ବଡ଼ଚଣା ବ୍ଲକ ଧାନମଣ୍ଡଳ ସରକାରୀ ଉଚ୍ଚ ବିଦ୍ୟାଳୟ ବାର୍ଷିକ ଉତ୍ସବ ଅନୁଷ୍ଠିତ l ଆଜି ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ସଭାପତିତ୍ୱ ଆୟୋଜିତ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ବଡ଼ଚଣା ବିଧାୟକ ଅମର କୁମାର ନାୟକ ଅତିଥିଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ l ଏଥିସହିତ ଶିକ୍ଷାର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହେଉଥୁବା ନୂତନ ଶିକ୍ଷା ନୀତି ସମ୍ପର୍କରେ ଆଲୋଚନା କରିଥିଲେ l ଏହି ଅବସରରେ ଉପସ୍ଥିତ ଅତିଥି ମାନେ କ୍ରୀଡା ଓ ଶିକ୍ଷା କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ l