Public App Logo
୨ୟ ବୀରେନ୍ଦ୍ର ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ: ଫାଇନାଲରେ ପ୍ରବେଶ କଲା କଣ୍ଟାମାଳ ​କଣ୍ଟାମାଳ ଆଥଲେଟିକ ଆସୋସିଏସନ ପକ୍ଷରୁ ଆୟୋଜିତ ୨ୟ ବୀରେନ୍ଦ୍ର ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜିର ମ୍ୟାଚ୍ ସଫଳତାର ସହ ସମ୍ପନ୍ନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ଡମ୍ବରୁଧର କହଁର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ​ ଆଜିର ଆକର୍ଷଣୀୟ ମ୍ୟାଚରେ କଣ୍ଟାମାଳ ଦଳ ୧-୦ ଗୋଲରେ ଅର୍ଜୁନପୁର ଦଳକୁ ହରାଇ ଫାଇନାଲରେ ପ୍ରବେଶ କରିଛି। ​ଖେଳ ପରିଚାଳନା: ସଞ୍ଜୀବ ସାହୁ, ଚନ୍ଦନ ମହାପାତ୍ର ଓ ସୁଜିତ ବେହେରା। ପୂର୍ବତନ ଫୁଟବଲ ଖେଳାଳି ସଞ୍ଜୀବ ସାହୁଙ୍କୁ ଆସୋସିଏସନ ପକ୍ଷରୁ ସମ୍ମାନିତ କରାଯାଇଥିଲା। ​ଆଥଲେଟିକ ଆସୋସିଏସନର ସମସ୍ତ କର୍ମକର୍ତ୍ତାଙ୍କ ସକ୍ରିୟ ସହଯୋଗରେ ଆଜିର ଏହି ମ୍ୟାଚ୍ ସୁଚାରୁରୂପେ ସମ୍ପାଦିତ ହୋଇଛି। ​#Kantamal #FootballTournament #Boudh #OdishaSports #KantamalAthleticAssociation #BirendraMemorial - Baudh Sadar News