ଗୋଡ଼ଭଗାରେ ଫୁଟବଲ ଟୁର୍ଣ୍ଣାମେଣ୍ଟ
ଗୋଡ଼ଭଗା ହାଇସ୍କୁଲ ଖେଳ ପଡ଼ିଆରେ ଆୟୋଜିତ ଗୋଡ଼ଭଗା କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ–୨୦୨୬ ର ଫାଇନାଲ ମ୍ୟାଚ୍ ଆସନ୍ତା ୪ ଅକ୍ଟୋବର ୨୦୨୬, ଅପରାହ୍ନ ୪ଟାରେ ଅନୁଷ୍ଠିତ ହେବ।
ଏହି ଦିନ ଟୁର୍ଣ୍ଣାମେଣ୍ଟର ବିଭିନ୍ନ ମ୍ୟାଚ୍ ସହିତ ଫାଇନାଲ ମ୍ୟାଚ୍ ମଧ୍ୟ ଖେଳାଯିବ। ସକାଳ ୧୦ଟାରେ ବୁର୍ଲା (A.V. V.F.C.MCL) ବନାମ ଜାଙ୍ଗେଡ଼ ଷ୍ଟାର 11, ୧୧ଟାରେ ସମ୍ବଲପୁର ସିଟି (FATAK) ବନାମ ଲହଣ୍ଡା (S.A.A) ମଧ୍ୟରେ ମ୍ୟାଚ୍ ରହିଛି। ଦିନ ୧୨ଟାରେ ଆଦିବାସୀ କ୍ଲବ (ଦଶଡ଼ି) ବନାମ ଅମସ୍ତଲା (J.J.F.A) ଏବଂ ଅପରାହ୍ନ ୧ଟାରେ ଭଲିଆପାଲି SBR ବନାମ ସମ୍ବଲପୁର (J.S.11) ମଧ୍ୟରେ ମ୍ୟାଚ୍ ଖେଳାଯିବ।
ଏହାପରେ ଅପରାହ୍ନ ୨ଟାରେ ପ୍ରଥମ ସେମିଫାଇନାଲ ଏବଂ ୩ଟାରେ ଦ୍ୱିତୀୟ ସେମିଫାଇନାଲ ଅନୁଷ୍ଠିତ ହେବ। ଶେଷରେ ଅପରାହ୍ନ ୪ଟାରେ ରୋମାଞ୍ଚକର ଫାଇନାଲ ମ୍ୟାଚ୍ ଖେଳାଯିବ।
ଗାୟତ୍ରୀ ହେଲଥ କେୟାର ପ୍ରଯୋଜିତ ଏହି କ୍ରୀଡ଼ା ଆୟୋଜନକୁ G.C.C.T. ପକ୍ଷରୁ ଆୟୋଜନ କରାଯାଉଛି। ଫାଇନାଲ ମ୍ୟାଚ୍ ଓ ପୁରସ୍କାର ବିତରଣକୁ ନେଇ ଖେଳପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି।