Public App Logo
Profile Picture

Godbhaganews

@godbhaganews
138Followers
0Following
Video 0
୮୦ ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଜୟ ଯବାନ ଜୟ କିଷାନ // ଅତାବିରା ବିଧାୟକ <nis:link nis:type=tag nis:id=godbhaganews nis:value=godbhaganews nis:enabled=true nis:link/>
୮୦ ତମ ସ୍ୱାଧୀନତା ଦିବସ ଅତାବିରା
ସ୍ୱାଧୀନତା ଦିବସ ଉପଲକ୍ଷେ ଆୟୋଜିତ ତ୍ରିରଙ୍ଗା ଶୋଭାଯାତ୍ରା ଗୋଡ଼ଭଗା
ସଂଯୁକ୍ତ କୃଷକ ସଂଗଠନ ପକ୍ଷରୁ ଆଜିର ପ୍ରେସ ବାର୍ତ୍ତାରେ ଆମେ ଆପଣ ମାନଙ୍କ ଅବଗତି ନିମତେ ଜଣାଇବାକୁ ଚାହୁଁଛୁ ଯେ ଚଳିତ ବର୍ଷ ଧାନ ବିକ୍ରି ପଞ୍ଜିକରଣରେ ଅନେକ ଅସଂଗତି, ତ୍ରୁଟି, ଅନାବଶ୍ୟକ କାଗଜପତ୍ର ସାଙ୍ଗକୁ ଅସମ୍ଭବ ପ୍ରମାଣପତ୍ର ମଗାଯାଉଛି। ଆମେ ଗତ 10 ଅଗଷ୍ଟରେ ସମସ୍ତଙ୍କ ସହଯୋଗରେ ଏସ ପି, sdop ଏବଂ ଅତାବିରା ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ମୋଟ ଏକ ହଜାରରୁ ଉର୍ଦ୍ଧ୍ୱ ଜେଲ ଯାଇଥିଲୁ। ଫଳରେ ଚାପ ଗ୍ରସ୍ତ ହୋଇ ପଶ୍ଚିମ ଓଡିଶା MLA ମାନେ ଯୋଗାଣ ମନ୍ତ୍ରୀ ସମ୍ପୂକ୍ତ ବିଷୟ ଅବଗତ କରିଥିଲେ। ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ପ୍ରେସ ମିଡ଼ିଆ ଜରିଆରେ ଏଗ୍ରିଷ୍ଟାକ ଏବଂ ଧାନ ବିକ୍ରିର କୌଣସି ସମ୍ପର୍କ ନାହିଁ ଯଦି କେହି ଏଗ୍ରୀଷ୍ଟାକ ଆଇଡି ଦେଇ ନ ପାରିଲେ ମଧ୍ୟ ଟୋକନ ପାଇବ ଏବଂ ଧାନ ବିକ୍ରି ପାଇଁ କୌଣସି ଅସୁବିଧା ରହିବ ନାହିଁ ବୋଲି କହିଛନ୍ତି। ରେଜିଷ୍ଟେସନ କମ୍ପୁଟରରେ ଫର୍ମ ପୂରଣ ପରେ ଏଗ୍ରିଷ୍ଟାକ ଆଇଡି ଦେବା କଲମକୁ ହଟାଇ ଦିଆ ଯାଇଛି ଏବଂ ଭାଗ ଚାଷୀ ମାନଙ୍କ ପାଇଁ ମୋବାଇ e kyc ପୋର୍ଟାଲ କରାଯିବ କହିଛନ୍ତି। କିନ୍ତୁ ଆହୁରୀ ମଧ୍ୟ ଅନେକ ସମସ୍ୟା ଥିବାରୁ ପ୍ରେସ ବାର୍ତ୍ତା ମାଧ୍ୟମରେ ସରକାରକୁ ଜଣାଇବା ପାଇଁ ନିଷ୍ପତ୍ତି କଲୁ। ଭାଗ ଚାଷୀ, ସର୍ଭର ଡାଉନ, ଜମି କିସମ ଏବଂ ସଳ୍ପ ସମୟ ପାଇଁ ଅନେକ ଚାଷୀ ପଞ୍ଜିକରଣରୁ ବାଦ ପଡିବେ। ଏଣୁ ଆମର ଦାବୀ ସମସ୍ତ ଚାଷୀଙ୍କ ପାଇଁ ସରଳ ସହଜ ମାଧ୍ୟମରେ ପଞ୍ଜିକରଣ କରି କଷ୍ଟ ଉପାର୍ଜିତ ସମସ୍ତ ଧାନ କିଣା ଯାଉ।
ଗତ ଖରିଫ ବର୍ଷ ରାଜ୍ୟରେ 19,27,528 ଜଣ ପଞ୍ଜିକୃତ ହୋଇଥିଲେ ଚଳିତ ବର୍ଷ 1,23,243 ପଞ୍ଜିକୃତ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ମାତ୍ର 30,889 ଜଣ ଏଗ୍ରିଷ୍ଟାକ id ଦେଇଛନ୍ତି ଠିକ ସେହି ପରି ବରଗଡ଼ ଜିଲ୍ଲାରେ ଗତ ବର୍ଷ 1ଲକ୍ଷ 64 ପଞ୍ଜିକୃତ ହୋଇଥିଲେ ହେଲେ ଏହି ବର୍ଷ ମାତ୍ର 13,673 ଜଣ ପଞ୍ଜୁକୃତ ହୋଇଛନ୍ତି ସତ ମାତ୍ର 3423 ଜଣ ଏଗ୍ରିଷ୍ଟାକ id ଦେଇପାରିଛନ୍ତି। ଏଣୁ ଆମର ଦାବୀ କୁ ଯଥାର୍ଥ ଭାବି ସମାଧାନ ପୂର୍ବକ ପଦ କ୍ଷେପ ନେବା ପାଇଁ ଅନୁରୋଧ।
ଅତାବିରା ବିଧାୟକ ଏବଂ କୃଷକ ସଙ୍ଗଠନର ଆଲୋଚନା
ଜନବସତି ଭିତରେ ବିଦ୍ୟୁତ୍ ଖୁଣ୍ଟର ବିପଦଜନକ ଅବସ୍ଥା
ସମ୍ବଲପୁର ଜିଲ୍ଲା, କଲମାଟି ପଞ୍ଚାୟତ, କର୍ଣ୍ଣପାଲି ଗାଁରେ ବିଦ୍ୟୁତ୍ ଖୁଣ୍ଟଟି ବହୁତ ବିପଦଜନକ ଅବସ୍ଥାରେ ରହିଛି।
ଫଟୋରେ ଦେଖାଯାଉଛି ଯେ ଖୁଣ୍ଟର ତଳ ଅଂଶରେ ଅଧିକ କ୍ଷୟ ଓ ଭାଙ୍ଗିବାର ଆଶଙ୍କା ରହିଛି। ଏହି ଖୁଣ୍ଟ ଯେକୌଣସି ସମୟରେ ଭାଙ୍ଗି ପଡ଼ି ଦୁର୍ଘଟଣା ଘଟାଇପାରେ।
ତେଣୁ ବିଦ୍ୟୁତ୍ ବିଭାଗ ଓ ସମ୍ପୃକ୍ତ ଅଧିକାରୀଙ୍କୁ ଅନୁରୋଧ
ଘଟଣାସ୍ଥଳକୁ ଶୀଘ୍ର ଯାଞ୍ଚ କରି, ବିପଦଜନକ ଖୁଣ୍ଟଟିକୁ ତୁରନ୍ତ ମରାମତି କିମ୍ବା ପରିବର୍ତ୍ତନ କରାଯାଉ।
ଲୋକଙ୍କ ଜୀବନ ସୁରକ୍ଷା ପାଇଁ ଏହି ସମସ୍ୟାକୁ ଗୁରୁତ୍ୱର ସହ ନିଆଯାଉ।ବିପଦ ଘଟିବା ପୂର୍ବରୁ ସମାଧାନ କରନ୍ତୁ—ଜୀବନ ବଞ୍ଚାନ୍ତୁ।
ଯୋଗାଯୋଗ -8763221900
Godbhaganews
Video 7
ଆଜି ସଂଯୁକ୍ତ କୃଷକ ସଂଗଠନ ବରଗଡ଼ ତରଫରୁ ଅଗ୍ରଗାମୀ ଯୁବକ ସଂଘ ଠାରେ ପ୍ରେସ ବାର୍ତ୍ତାର ଆଯୋଜନ କରାଯାଇଥିଲା। ଏହି ପ୍ରେସ ବାର୍ତ୍ତା ସମୟରେ ସଂଯୁକ୍ତ କୃଷକ ସଂଗଠନ ଉପଦେଷ୍ଟା ଉତ୍ପନ୍ନ ଭୋଇ, ଅଜୀତ ଶତପଥୀ, ରମେଶ ମହାପାତ୍ର, ସୁଦାମ ପାତ୍ର, ଭୁବନ ପଧାନ, ରବିଶଙ୍କର ପଧାନ, ଥବିର ସାହୁ, ଟେକରାଜ ପଧାନ, କିଶୋର ସାହୁ, ବୀରବଳ ମହାକୁଡ଼, ସୁରେନ୍ଦ୍ର ସାହୁ ଏବଂ ସୁବ୍ରତ ପଧାନ ମଞ୍ଚାସିନ ଥିଲେ। ସେମାନଙ୍କ କହିବା ଅନୁସାରେ ସଂଯୁକ୍ତ କିସାନ ମୋର୍ଚ୍ଚା ଆହ୍ବାନ କ୍ରମେ ଆସନ୍ତା 10 ଅଗଷ୍ଟରେ 84 ତମ କ୍ରାନ୍ତି ଦିବସ ଅବସରରେ ସାରାକରମାନଙ୍କ ଚାଷୀ ମାରଣ ନୀତି ବିରୋଧରେ ଦେଶର 1000 ଟି ସ୍ଥାନରେ ରେଳ ରୋକ, ରାସ୍ତା ରୋକ,ଜେଲ ଭରୋ ଭଳି ପ୍ରତିବାଦ କାର୍ଯ୍ୟକ୍ରମ ହେବ। ବରଗଡ଼ରେ ମଧ୍ୟ ସଂଯୁକ୍ତ କୃଷକ ସଙ୍ଗଠନ ପକ୍ଷରୁ ଏସ ପି, ବରଗଡ଼ ଏସ ଡି ପି ପଦ୍ମପୁର ଓ ଏବଂ ଅତାବିରା ପୋଲିସ ଷ୍ଟେସନ ସମ୍ମୁଖରେ ପ୍ରତିବାଦ ସଭା ସହିତ ଜେଲ ଭରୋ କାର୍ଯ୍ୟକ୍ରମ କରିବା ପାଇଁ ଘୋଷଣା କରିଛନ୍ତି। ତାଙ୍କର ପ୍ରମୁଖ ଦାବୀ ମଧ୍ୟରେ ଆମେରିକା ଭାରତ ଡିଲ, ସବୁ ଚାଷୀଙ୍କ ଋଣ ଛାଡ଼, ଫସଳର ଉଚିତ ମୂଲ୍ୟ ଏବଂ ବଜାର ବ୍ୟବସ୍ଥା, ରାସାୟନିକ ସାର, ଘରୋଇ ବିଦ୍ୟୁତ ବିଲ,ବିହନ ବିଲ 2025, ଶ୍ରମିକ ସୁରକ୍ଷା, ମନରେଗା,ଜମି ଅଧିଗ୍ରହଣ ଏବଂ ସ୍ଥାନୀୟ ଦାବୀ ଲଘୁଚାପ ଜନିତ କ୍ଷତିପୂରଣ, ସାର କଳାବଜାରୀ, ଫସଲ ବୀମା ଏବଂ ଧାନ କାର୍ଡ ପଞ୍ଜିକରଣ ବେଳେ ଏଗ୍ରିଷ୍ଟାକକୁ ବିରୋଧ କରାଯାଇଛି
Video 9
Video 10
ଗୋଡ଼ଭଗା ପ୍ରାଥମିକ କୃଷି ସମବାୟ ସମିତି ଉଦଘାଟିତ
ବରଗଡ଼ - 3/08/26- ବରଗଡ଼ ଜିଲା ଅତାବିରା ବ୍ଲକ ଗୋଡ଼ଭଗା ମାର୍କେଟ ୟାର୍ଡ଼ ପରିସରରେ ସୋମବାର ଗୋଡ଼ଭଗା ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ )ଉଦଘାଟିତ ହୋଇଯାଇଛି l ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଶୁଭ ଉଦଘାଟନ କରିଥିଲେ l ଫଳରେ ଅତାବିରା ବ୍ଲକରେ ପ୍ୟାକ୍ସ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି l ଏହି ଅବସରରେ ବରଗଡ଼ ସମବାୟ ଉପ ନିବନ୍ଧକ (DRCS) ଯୁଗଳ କିଶୋର ଦାଶ, ପ୍ରଶାସକ ଡୋଲମଣୀ ପୁରୋହିତ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ l ପୂର୍ବରୁ ଲହଣ୍ଡା ପ୍ୟାକ୍ସ ସହ ଥିବା ଗୋଡ଼ଭଗା ଗ୍ରାମ ପଞ୍ଚାୟତର ଚାଷୀ ମାନଙ୍କୁ ନେଇ ଗୋଡ଼ଭଗା ପ୍ୟାକ୍ସ ଆଜି ଉଦଘାଟନ କରାଯାଇଛି l ଫଳରେ ଏଠାକାର ଚାଷୀମାନେ ବିଶେଷ କରି ଉପକୃତ ହେବେ l ଆସନ୍ତା ବର୍ଷରୁ ଏହି ପ୍ୟାକ୍ସ ମାଧ୍ୟମରେ ଚାଷୀ ମାନେ ଫଟିଲାଇଜର୍, ରାସାୟନିକ ସାର ବିକ୍ରୟ ଆରମ୍ଭ ହେବ l ଯାତଦ୍ୱାରା ଚାଷୀ ବିଶେଷ ଭାବେ ଉପକୃତ ହୋଇପାରିବେ l ଏନେଇ ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ କହିଛନ୍ତି ଯେ, ଚାଷୀଙ୍କ ହିତ ଦୃଷ୍ଟିରେ ଏହି ପ୍ୟାକ୍ସ ଖୋଲାଯାଇଛି l ଅଧିକରୁ ଅଧିକ ପ୍ୟାକ୍ସ ଅଫିସ କରିବାରୁ ଚାଷୀ ହିଁ ଯଥେଷ୍ଟ ଉପକୃତ ହୋଇ ପାରିବେ l ଚାଷୀ ନିଜର ଏହି ପ୍ୟାକ୍ସ ମାଧ୍ୟମରେ ନିଜର ସୁଚିନ୍ତିତ ମତାମତ ଦେଇ ପାରିବେ l ଧାନ ବିକ୍ରି ପାଇଁ ସେମାନେ ନିଜ ନିଜ ଚାଷୀ ପଞ୍ଚିକରଣ ସୁବିଧା ଓ ସରଳ ଭାବେ ବିନା ଭିଡରେ ଶୀଘ୍ର କରାଇ ପାରିବେ l ଏହି ପ୍ୟାକ୍ସ ପାଇଁ ଏବେ ଅସ୍ଥାୟୀ କୋଠାରେ କାମ ଆରମ୍ଭ ହେବ ଏବଂ ଖୁବ ଶୀଘ୍ର ଏହାର ସ୍ଥାୟୀ କୋଠା ନିର୍ମାଣ ସରିଲେ ସେଠାକୁ ସ୍ଥାନନ୍ତରୀତ କରାଯିବ ବୋଲି ବିଧାୟକ ଶ୍ରୀ ମହାନନ୍ଦ ପ୍ରକାଶ କରିଛନ୍ତି l ଏହି ଅବସରରେ ବହୁ ଚାଷୀ, ଗୋଡ଼ଭଗାର ସଚେତନ ନାଗରିକ, ବୁଦ୍ଧିଜିବୀ ଯୋଗ ଦେଇଥିଲେ l
PRESS RELEASE
REF- ATTABIRA PS CASE NO.276 dt.18..07.26 u/s 318(4) BHARATIYA NYAYA SANHITA 
                                                  
୧୮.୦୭.୨୬ ତାରିଖରେ ଭୋଇପୁରା ନିବାସୀ ଲକ୍ଷ୍ମୀ ପାଞ୍ଚମ (୩୯) ପତ୍ନୀ-ଦୁର୍ଲଭ ନାଗ ପୁଲିସ୍ ଷ୍ଟେସନରେ ଅଭିଯୋଗ କରିଥିଲେ ଯେ, ୦୮.୦୫.୨୬ ତାରିଖରେ ଭଟଲି ଥାନା ଅନ୍ତର୍ଗତ ଭଟିଗାଁର ନାରାୟଣ ବାଞ୍ଛୋରଙ୍କ ପୁତ୍ର ଶ୍ରୀ ପ୍ରକାଶ ବାଞ୍ଛୋର ତାଙ୍କୁ ସରକାରୀ ଡାକ୍ତରଖାନାରେ ପରିଚାରିକା/ସଫେଇ କର୍ମଚାରୀ ଭାବରେ ନିଯୁକ୍ତି ଦେବାର ପ୍ରତିଶ୍ରୁତି ଦେଇ ୧,୨୦,୦୦୦ ଟଙ୍କା ନେଇଥିଲେ। ଏହି ଅଭିଯୋଗ ଆଧାରରେ ଉପରୋକ୍ତ ମାମଲା ପଞ୍ଜୀକୃତ କରାଯାଇଛି।
ଅନୁସନ୍ଧାନ ସମୟରେ ଜଣାପଡ଼ିଛି ଯେ, ଅଭିଯୁକ୍ତ ବ୍ୟକ୍ତି ପ୍ରକାଶ ବାଞ୍ଛୋର (ପିତା-ନାରାୟଣ ବାଞ୍ଛୋର, ଭଟିଗାଁ, ଥାନା-ଭଟଲି) ଜଣେ ବି.ଏସ.ସି. ନର୍ସିଂ ସ୍ନାତକ। ସେ ଜାନୁଆରୀରୁ ଜୁନ୍ ୨୦୨୬ ପର୍ଯ୍ୟନ୍ତ ସିଏଚ୍.ସି. ଅଟବିରାରେ ତାଲିମ ନେଉଥିବା ସମୟରେ ଅଭିଯୋଗକାରୀଙ୍କ ସହ ତାଙ୍କର ପରିଚୟ ହୋଇଥିଲା। ସେ ଅଭିଯୋଗକାରୀଙ୍କ ବିଶ୍ୱାସ ହାସଲ କରି ସରକାରୀ ଡାକ୍ତରଖାନାରେ ସଫେଇ/ପରିଚାରିକା ଭାବରେ ନିଯୁକ୍ତି ଦେବାର ପ୍ରତିଶ୍ରୁତି ଦେଇ ତାଙ୍କଠାରୁ ୧.୨ ଲକ୍ଷ ଟଙ୍କା ନେଇଥିଲା। ଅଧିକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ସେ ବିଭିନ୍ନ ବ୍ୟକ୍ତିଙ୍କଠାରୁ ମୋଟ ୧୨ ଲକ୍ଷ ଟଙ୍କା ସଂଗ୍ରହ କରିଥିଲା, ଯାହାର ଅନୁସନ୍ଧାନ ଚାଲିଛି। ଆଜି ତାକୁ ଗିରଫ କରି ମାନ୍ୟବର ଅଦାଲତରେ ହାଜର କରାଯାଇଛି।
ଗିରଫ ଅଭିଯୁକ୍ତ:
୧. ପ୍ରକାଶ ବାଞ୍ଛୋର, ପିତା-ନାରାୟଣ ବାଞ୍ଛୋର, ଭଟିଗାଁ, ଥାନା-ଭଟଲି।
ଜବତ ଦ୍ରବ୍ୟ:
୧. ଗୋଟିଏ ରିଅଲ୍ ମି ମୋବାଇଲ୍
୨. ଅଭିଯୋଗକାରୀଙ୍କ ଏସ.ବି.ଆଇ. ବ୍ୟାଙ୍କ ଖାତା
ଜୟ ଯବାନ ଜୟ କିସାନ ଦେଶରେ ଦୁଇଟି ଲୋକପ୍ରିୟ ନାରା ଯବାନ ଦେଶର ସୁରକ୍ଷା ପାଇଁ କିସାନ ଖାଦ୍ୟ ସୁରକ୍ଷା ପାଇଁ ରାଷ୍ଟୀୟ ସମ୍ମାନ ମିଳିଥାଏ।ବରଗଡ଼ ଜିଲ୍ଲାରେ 2026 ଖରିଫ ଚାଷ ଆରମ୍ଭ, ଅତି ଆନନ୍ଦ ଉଲ୍ଲାସରେ ଚାଷୀ ଚାଷ କରିଥାଏ ହେଲେ କିଏ କିଏ ଜାଣିଛି କଷ୍ଟ ଉପାର୍ଜିତ ଫସଲ ଠିକ ଭାବରେ ବିକ୍ରି ହୋଇ ପାରିବ କି ନାହିଁ, ଟୋକନ ମିଳିବ କି ନାହିଁ, ସାର, କୀଟ ନାଶକ ଠିକ ସମୟରେ ମିଳିବ କି ନାହିଁ, ପ୍ରାକୃତିକ ଦୁର୍ବିପାକ ଯେମିତି କି କରା ମାଡ଼, ମରୁଡି, ପ୍ରବଳ ବର୍ଷାରେ କ୍ଷତି ପୂରଣ ମିଳିବ କି ନାହିଁ ନାନାଦି ଆଶା ଓ ଆଶଙ୍କା ସତ୍ୱେ ଖାଦ୍ୟ ସୁରକ୍ଷାର ଦାୟୀତ୍ବ ନେଇ ଆନନ୍ଦ ସହିତ ଚାଷକରେ।
ବିଦ୍ୟୁତ ଆଘାତରେ ଚାଲିଗଲା ଜୀବନ // ରାସ୍ତାରେ ଶବ ରଖି ନ୍ୟାୟ ପାଇଁ ଧାରଣାରେ ପରିବାର <nis:link nis:type=tag nis:id=godbhaganews nis:value=godbhaganews nis:enabled=true nis:link/>
🙏 ଗୁରୁ ପୂର୍ଣ୍ଣିମା 🙏
ଆଜିର ଏହି ପବିତ୍ର ଦିନରେ ସେହି ସମସ୍ତ ଗୁରୁଜନଙ୍କୁ ଶତ ଶତ ପ୍ରଣାମ, ଯେଉଁମାନେ ଆମ ଜୀବନକୁ ଜ୍ଞାନ, ସଂସ୍କାର ଓ ସତ୍ୟର ଆଲୋକରେ ଆଲୋକିତ କରିଛନ୍ତି।
ଗୁରୁଙ୍କ ଆଶୀର୍ବାଦ ହେଉଛି ଜୀବନର ସବୁଠାରୁ ବଡ଼ ଶକ୍ତି। ତାଙ୍କ ଦେଖାଇଥିବା ପଥରେ ଚାଲି ଆମେ ସଫଳତା ଓ ସୁଖମୟ ଜୀବନ ଗଢ଼ିପାରିବା।
ସମସ୍ତ ଗୁରୁଜନଙ୍କୁ ଶ୍ରଦ୍ଧା, ସମ୍ମାନ ଓ କୃତଜ୍ଞତା। 🙏
ପବିତ୍ର ଗୁରୁ ପୂର୍ଣ୍ଣିମାର ହାର୍ଦ୍ଦିକ ଶୁଭେଚ୍ଛା।
ଆସନ୍ତା କାଲି ସମସ୍ତ ସ୍କୁଲ ବନ୍ଦ ରହିବ 
ପ୍ରବଳ ବର୍ଷା ଆଶଙ୍କା: ଆସନ୍ତାକାଲି ବରଗଡ଼ ଜିଲ୍ଲାର ସମସ୍ତ ସ୍କୁଲ ବନ୍ଦବରଗଡ଼: ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ବରଗଡ଼ ଜିଲ୍ଲା ପାଇଁ ପ୍ରବଳରୁ ଅତି ପ୍ରବଳ ବର୍ଷାର ପୂର୍ବାନୁମାନ ସହ 'ରେଡ୍ ୱାର୍ଣ୍ଣିଂ' (Red Warning) ଜାରି କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।ଆସନ୍ତାକାଲି ଅର୍ଥାତ୍ ୨୯.୦୭.୨୦୨୬ (ବୁଧବାର) ଦିନ ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ବନ୍ଦ ରହିବ ବୋଲି ବରଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ (DEO) ଏକ ସରକାରୀ ନିର୍ଦ୍ଦେଶନାମା ଜାରି କରିଛନ୍ତି।ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜାରି ହୋଇଥିବା ଏହି ଆଦେଶ ଅନୁଯାୟୀ, ଛାତ୍ରଛାତ୍ରୀମାନଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ପଦକ୍ଷେପ ନିଆଯାଇଛି। ଏହି ସୂଚନା ସମସ୍ତ ବ୍ଲକ ଶିକ୍ଷା ଅଧିକାରୀ (BEO), ପ୍ରଧାନଶିକ୍ଷକ ଏବଂ ଅଧ୍ୟକ୍ଷମାନଙ୍କୁ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ପାଇଁ ପଠାଇ ଦିଆଯାଇଛି।
Video 17
ଆଉ ନାହାନ୍ତି ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହ // ରାଜନୈତିକ ମହଲରେ ଶୋକର ଛାୟା 
ଓଡ଼ିଶାର ବରିଷ୍ଠ ରାଜନୀତିଜ୍ଞ ତଥା ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଆଜି ପରଲୋକ ହୋଇଛି । ଭୁବନେଶ୍ୱରସ୍ଥିତ ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି ।
ଜୟ ଯବାନ ଜୟ କିସାନ ଦେଶରେ ଦୁଇଟି ଲୋକପ୍ରିୟ ନାରା ଯବାନ ଦେଶର ସୁରକ୍ଷା ପାଇଁ କିସାନ ଖାଦ୍ୟ ସୁରକ୍ଷା ପାଇଁ ରାଷ୍ଟୀୟ ସମ୍ମାନ ମିଳିଥାଏ।ବରଗଡ଼ ଜିଲ୍ଲାରେ 2026 ଖରିଫ ଚାଷ ଆରମ୍ଭ, ଅତି ଆନନ୍ଦ ଉଲ୍ଲାସରେ ଚାଷୀ ଚାଷ କରିଥାଏ ହେଲେ କିଏ କିଏ ଜାଣିଛି କଷ୍ଟ ଉପାର୍ଜିତ ଫସଲ ଠିକ ଭାବରେ ବିକ୍ରି ହୋଇ ପାରିବ କି ନାହିଁ, ଟୋକନ ମିଳିବ କି ନାହିଁ, ସାର, କୀଟ ନାଶକ ଠିକ ସମୟରେ ମିଳିବ କି ନାହିଁ, ପ୍ରାକୃତିକ ଦୁର୍ବିପାକ ଯେମିତି କି କରା ମାଡ଼, ମରୁଡି, ପ୍ରବଳ ବର୍ଷାରେ କ୍ଷତି ପୂରଣ ମିଳିବ କି ନାହିଁ ନାନାଦି ଆଶା ଓ ଆଶଙ୍କା ସତ୍ୱେ ଖାଦ୍ୟ ସୁରକ୍ଷାର ଦାୟୀତ୍ବ ନେଇ ଆନନ୍ଦ ସହିତ ଚାଷକରେ।
ଗୋଡ଼ଭଗା ଜଗନ୍ନାଥ ମନ୍ଦିରରେ ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା ପଦ୍ମ ବେଶରେ ଦିବ୍ୟ ଦର୍ଶନ ଦେଉଛନ୍ତି । ଜୟ ଜଗନ୍ନାଥ
ବିଦ୍ୟୁତ ଆଘାତରେ ଚାଲିଗଲା ଜୀବନ // ରାସ୍ତାରେ ଶବ ରଖି ନ୍ୟାୟ ପାଇଁ ଧାରଣାରେ ପରିବାର <nis:link nis:type=tag nis:id=godbhaganews nis:value=godbhaganews nis:enabled=true nis:link/>
Bisleri ବୋତଲରେ ଥିଲା ମୃତ୍ୟୁ // ପାଣି ଭାବି ପିଇ ଦେଲେ ଦୁଇ ଭାଇ
ସାର ର ଅଭାବୀବିକ୍ରି

ଅସନ୍ତୁଷ୍ଟ ଚାଷୀ

ଆନ୍ଦୋଳନ ପାଇଁ ଚେତାବନୀ

ପ୍ରଶାସନ ଓ କୃଷକ ସଙ୍ଗଠନର ଦ୍ବିପାକ୍ଷିକ ବୈଠକ 

​ଖରିଫ୍ ଋତୁରେ ସାରର ଅଭାବୀ ବିକ୍ରି ଓ ଚୋରା ଚାଲାଣକୁ ନେଇ ଜିଲ୍ଲାର ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏହି ସମସ୍ୟାର ସମାଧାନ ପାଇଁ ଆଜି ଘେଁସ ଧାନମଣ୍ଡି ପରିସରରେ ଶହୀଦ ମାଧୋ ସିଂ ଆଞ୍ଚଳିକ କୃଷକ ସଙ୍ଗଠନ ଓ ଜିଲ୍ଲା କୃଷି ବିଭାଗ ମଧ୍ୟରେ ଏକ ଜରୁରୀକାଳୀନ ଦ୍ବିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଶାସନର ଦୃଢ଼ ପ୍ରତିଶ୍ରୁତି ପରେ ଚାଷୀମାନେ ସେମାନଙ୍କ ପ୍ରସ୍ତାବିତ ଆନ୍ଦୋଳନକୁ ସ୍ଥଗିତ ରଖିଛନ୍ତି ।
​ ପ୍ରାଥମିକ ସମବାୟ ସମିତି (ସୋସାଇଟି) ଗୁଡ଼ିକରେ କେବଳ ଋଣି ଚାଷୀଙ୍କୁ ସାର ମିଳୁଥିବା ବେଳେ ଅଣଋଣି ଚାଷୀଙ୍କୁ ଅଣଦେଖା କରାଯାଉଛି । ଏହାର ସୁଯୋଗ ନେଇ ଅସାଧୁ ବ୍ୟବସାୟୀମାନେ ଚଢ଼ା ଦରରେ ସାର ବିକ୍ରି କରି କଳାବଜାରୀ କରୁଥିବାବେଳେ ଚାଷୀମାନଙ୍କ ମଧ୍ଯରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି । 
​ସାର ନମିଳିଲେ ଜିଲ୍ଲାର ସମସ୍ତ ସୋସାଇଟିରେ ତାଲା ପକାଇ ଆନ୍ଦୋଳନ କରିବାକୁ ମଧ୍ଯ ଚାଷୀ ସଙ୍ଗଠନ ପ୍ରସ୍ତୁତି କରିଥିଲା ।
​ଆନ୍ଦୋଳନ ଖବର ପାଇ ଜିଲ୍ଲା କୃଷି ବିଭାଗ ତତ୍ପରତା ଦେଖାଇଥିଲା । ଦୀର୍ଘ ଦେଢ଼ ଘଣ୍ଟାର ଆଲୋଚନା ପରେ ପ୍ରଶାସନ ଚାଷୀଙ୍କ ଦାବି ଆଗରେ ନଇଁଥିଲା । ଋଣି ଚାଷୀଙ୍କ ଭଳି ଅଣଋଣି ଚାଷୀମାନଙ୍କୁ ମଧ୍ୟ ଚଳିତ ସପ୍ତାହ ମଧ୍ୟରେ ସୋସାଇଟିରେ ସରକାରୀ ମୂଲ୍ୟରେ ସାର ଯୋଗାଇ ଦିଆଯିବ ବୋଲି ସ୍ପଷ୍ଟ ପ୍ରତିଶ୍ରୁତି ମିଳିଛି । ସାରର କଳାବଜାରୀ ଓ ଚୋରା ଚାଲାଣ ରୋକିବା ପାଇଁ ଅସାଧୁ ବ୍ୟବସାୟୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭାଗୀୟ ଅଧିକାରୀମାନେ କହିଛନ୍ତି ।
​ଏହି ବୈଠକରେ ପ୍ରଶାସନ ପକ୍ଷରୁ ମୁଖ୍ୟ ଜିଲ୍ଲା କୃଷି ଅଧିକାରିଣୀ ମମତା ତ୍ରିପାଠୀ , କୃଷି ଜିଲ୍ଲା ଅଧିକାରିଣୀ ସୋହେଲା ଝୁମି ମେହେର, ବରଗଡ଼ ଏଡିଓ ଅଞ୍ଜନ ନାଏକ,ସହକାରୀ କୃଷି ଅଧିକାରୀ ସୋହେଲା ଅଭିଷେକ ଅଗ୍ରୱାଲ,ଜିଲ୍ଲା ଉପ ନିବନ୍ଧକ ଅଧିକାରୀ ଯୁଗଲକିଶୋର ଦାଶ ଏବଂ କୃଷକ ସଙ୍ଗଠନ ପକ୍ଷରୁ ପ୍ରଭାତ ସାହୁ, କୁଞ୍ଜବିହାରୀ ପ୍ରଧାନ, ସଂଜୀବ ପଧାନ, ଧୀରେନ୍ଦ୍ର ପଟେଲ, କ୍ଷୀରୋଦ୍ର ପଟେଲ, କୃତାର୍ଥ ପ୍ରଧାନ, ମୀନକେତନ ବାରିକ, ଅରୁଣ ବାରିକ ଙ୍କ ସମେତ ଅନେକ ଚାଷୀ ନେତା ଉପସ୍ଥିତ ଥିଲେ । ସାର ବଣ୍ଟନ ପ୍ରକ୍ରିୟା ଉପରେ ସଙ୍ଗଠନ ତୀକ୍ଷ୍ଣ ନଜର ରଖିବ ବୋଲି ଚେତାବନୀ ଦେଇଛି ।
Video 24