Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
Congress
Modi
Delhi
Viral
मारपीट
Crime
Jharkhand
Dm
Up
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर
Uttarpradesh

News in Attabira

ସ୍ୱାଧୀନତା ଦିବସ ଉପଲକ୍ଷେ ଆୟୋଜିତ ତ୍ରିରଙ୍ଗା ଶୋଭାଯାତ୍ରା ଗୋଡ଼ଭଗା

ସ୍ୱାଧୀନତା ଦିବସ ଉପଲକ୍ଷେ ଆୟୋଜିତ ତ୍ରିରଙ୍ଗା ଶୋଭାଯାତ୍ରା ଗୋଡ଼ଭଗା

Attabira, Bargarh (Baragarh) | Aug 14, 2026

ସଂଯୁକ୍ତ କୃଷକ ସଂଗଠନ ପକ୍ଷରୁ ଆଜିର ପ୍ରେସ ବାର୍ତ୍ତାରେ ଆମେ ଆପଣ ମାନଙ୍କ ଅବଗତି ନିମତେ ଜଣାଇବାକୁ ଚାହୁଁଛୁ ଯେ ଚଳିତ ବର୍ଷ ଧାନ ବିକ୍ରି ପଞ୍ଜିକରଣରେ ଅନେକ ଅସଂଗତି, ତ୍ରୁଟି, ଅନାବଶ୍ୟକ କାଗଜପତ୍ର ସାଙ୍ଗକୁ ଅସମ୍ଭବ ପ୍ରମାଣପତ୍ର ମଗାଯାଉଛି। ଆମେ ଗତ 10 ଅଗଷ୍ଟରେ ସମସ୍ତଙ୍କ ସହଯୋଗରେ ଏସ ପି, sdop ଏବଂ ଅତାବିରା ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ମୋଟ ଏକ ହଜାରରୁ ଉର୍ଦ୍ଧ୍ୱ ଜେଲ ଯାଇଥିଲୁ। ଫଳରେ ଚାପ ଗ୍ରସ୍ତ ହୋଇ ପଶ୍ଚିମ ଓଡିଶା MLA ମାନେ ଯୋଗାଣ ମନ୍ତ୍ରୀ ସମ୍ପୂକ୍ତ ବିଷୟ ଅବଗତ କରିଥିଲେ। ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ପ୍ରେସ ମିଡ଼ିଆ ଜରିଆରେ ଏଗ୍ରିଷ୍ଟାକ ଏବଂ ଧାନ ବିକ୍ରିର କୌଣସି ସମ୍ପର୍କ ନାହିଁ ଯଦି କେହି ଏଗ୍ରୀଷ୍ଟାକ ଆଇଡି ଦେଇ ନ ପାରିଲେ ମଧ୍ୟ ଟୋକନ ପାଇବ ଏବଂ ଧାନ ବିକ୍ରି ପାଇଁ କୌଣସି ଅସୁବିଧା ରହିବ ନାହିଁ ବୋଲି କହିଛନ୍ତି। ରେଜିଷ୍ଟେସନ କମ୍ପୁଟରରେ ଫର୍ମ ପୂରଣ ପରେ ଏଗ୍ରିଷ୍ଟାକ ଆଇଡି ଦେବା କଲମକୁ ହଟାଇ ଦିଆ ଯାଇଛି ଏବଂ ଭାଗ ଚାଷୀ ମାନଙ୍କ ପାଇଁ ମୋବାଇ e kyc ପୋର୍ଟାଲ କରାଯିବ କହିଛନ୍ତି। କିନ୍ତୁ ଆହୁରୀ ମଧ୍ୟ ଅନେକ ସମସ୍ୟା ଥିବାରୁ ପ୍ରେସ ବାର୍ତ୍ତା ମାଧ୍ୟମରେ ସରକାରକୁ ଜଣାଇବା ପାଇଁ ନିଷ୍ପତ୍ତି କଲୁ। ଭାଗ ଚାଷୀ, ସର୍ଭର ଡାଉନ, ଜମି କିସମ ଏବଂ ସଳ୍ପ ସମୟ ପାଇଁ ଅନେକ ଚାଷୀ ପଞ୍ଜିକରଣରୁ ବାଦ ପଡିବେ। ଏଣୁ ଆମର ଦାବୀ ସମସ୍ତ ଚାଷୀଙ୍କ ପାଇଁ ସରଳ ସହଜ ମାଧ୍ୟମରେ ପଞ୍ଜିକରଣ କରି କଷ୍ଟ ଉପାର୍ଜିତ ସମସ୍ତ ଧାନ କିଣା ଯାଉ।
ଗତ ଖରିଫ ବର୍ଷ ରାଜ୍ୟରେ 19,27,528 ଜଣ ପଞ୍ଜିକୃତ ହୋଇଥିଲେ ଚଳିତ ବର୍ଷ 1,23,243 ପଞ୍ଜିକୃତ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ମାତ୍ର 30,889 ଜଣ ଏଗ୍ରିଷ୍ଟାକ id ଦେଇଛନ୍ତି ଠିକ ସେହି ପରି ବରଗଡ଼ ଜିଲ୍ଲାରେ ଗତ ବର୍ଷ 1ଲକ୍ଷ 64 ପଞ୍ଜିକୃତ ହୋଇଥିଲେ ହେଲେ ଏହି ବର୍ଷ ମାତ୍ର 13,673 ଜଣ ପଞ୍ଜୁକୃତ ହୋଇଛନ୍ତି ସତ ମାତ୍ର 3423 ଜଣ ଏଗ୍ରିଷ୍ଟାକ id ଦେଇପାରିଛନ୍ତି। ଏଣୁ ଆମର ଦାବୀ କୁ ଯଥାର୍ଥ ଭାବି ସମାଧାନ ପୂର୍ବକ ପଦ କ୍ଷେପ ନେବା ପାଇଁ ଅନୁରୋଧ।

ସଂଯୁକ୍ତ କୃଷକ ସଂଗଠନ ପକ୍ଷରୁ ଆଜିର ପ୍ରେସ ବାର୍ତ୍ତାରେ ଆମେ ଆପଣ ମାନଙ୍କ ଅବଗତି ନିମତେ ଜଣାଇବାକୁ ଚାହୁଁଛୁ ଯେ ଚଳିତ ବର୍ଷ ଧାନ ବିକ୍ରି ପଞ୍ଜିକରଣରେ ଅନେକ ଅସଂଗତି, ତ୍ରୁଟି, ଅନାବଶ୍ୟକ କାଗଜପତ୍ର ସାଙ୍ଗକୁ ଅସମ୍ଭବ ପ୍ରମାଣପତ୍ର ମଗାଯାଉଛି। ଆମେ ଗତ 10 ଅଗଷ୍ଟରେ ସମସ୍ତଙ୍କ ସହଯୋଗରେ ଏସ ପି, sdop ଏବଂ ଅତାବିରା ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ମୋଟ ଏକ ହଜାରରୁ ଉର୍ଦ୍ଧ୍ୱ ଜେଲ ଯାଇଥିଲୁ। ଫଳରେ ଚାପ ଗ୍ରସ୍ତ ହୋଇ ପଶ୍ଚିମ ଓଡିଶା MLA ମାନେ ଯୋଗାଣ ମନ୍ତ୍ରୀ ସମ୍ପୂକ୍ତ ବିଷୟ ଅବଗତ କରିଥିଲେ। ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ପ୍ରେସ ମିଡ଼ିଆ ଜରିଆରେ ଏଗ୍ରିଷ୍ଟାକ ଏବଂ ଧାନ ବିକ୍ରିର କୌଣସି ସମ୍ପର୍କ ନାହିଁ ଯଦି କେହି ଏଗ୍ରୀଷ୍ଟାକ ଆଇଡି ଦେଇ ନ ପାରିଲେ ମଧ୍ୟ ଟୋକନ ପାଇବ ଏବଂ ଧାନ ବିକ୍ରି ପାଇଁ କୌଣସି ଅସୁବିଧା ରହିବ ନାହିଁ ବୋଲି କହିଛନ୍ତି। ରେଜିଷ୍ଟେସନ କମ୍ପୁଟରରେ ଫର୍ମ ପୂରଣ ପରେ ଏଗ୍ରିଷ୍ଟାକ ଆଇଡି ଦେବା କଲମକୁ ହଟାଇ ଦିଆ ଯାଇଛି ଏବଂ ଭାଗ ଚାଷୀ ମାନଙ୍କ ପାଇଁ ମୋବାଇ e kyc ପୋର୍ଟାଲ କରାଯିବ କହିଛନ୍ତି। କିନ୍ତୁ ଆହୁରୀ ମଧ୍ୟ ଅନେକ ସମସ୍ୟା ଥିବାରୁ ପ୍ରେସ ବାର୍ତ୍ତା ମାଧ୍ୟମରେ ସରକାରକୁ ଜଣାଇବା ପାଇଁ ନିଷ୍ପତ୍ତି କଲୁ। ଭାଗ ଚାଷୀ, ସର୍ଭର ଡାଉନ, ଜମି କିସମ ଏବଂ ସଳ୍ପ ସମୟ ପାଇଁ ଅନେକ ଚାଷୀ ପଞ୍ଜିକରଣରୁ ବାଦ ପଡିବେ। ଏଣୁ ଆମର ଦାବୀ ସମସ୍ତ ଚାଷୀଙ୍କ ପାଇଁ ସରଳ ସହଜ ମାଧ୍ୟମରେ ପଞ୍ଜିକରଣ କରି କଷ୍ଟ ଉପାର୍ଜିତ ସମସ୍ତ ଧାନ କିଣା ଯାଉ। ଗତ ଖରିଫ ବର୍ଷ ରାଜ୍ୟରେ 19,27,528 ଜଣ ପଞ୍ଜିକୃତ ହୋଇଥିଲେ ଚଳିତ ବର୍ଷ 1,23,243 ପଞ୍ଜିକୃତ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ମାତ୍ର 30,889 ଜଣ ଏଗ୍ରିଷ୍ଟାକ id ଦେଇଛନ୍ତି ଠିକ ସେହି ପରି ବରଗଡ଼ ଜିଲ୍ଲାରେ ଗତ ବର୍ଷ 1ଲକ୍ଷ 64 ପଞ୍ଜିକୃତ ହୋଇଥିଲେ ହେଲେ ଏହି ବର୍ଷ ମାତ୍ର 13,673 ଜଣ ପଞ୍ଜୁକୃତ ହୋଇଛନ୍ତି ସତ ମାତ୍ର 3423 ଜଣ ଏଗ୍ରିଷ୍ଟାକ id ଦେଇପାରିଛନ୍ତି। ଏଣୁ ଆମର ଦାବୀ କୁ ଯଥାର୍ଥ ଭାବି ସମାଧାନ ପୂର୍ବକ ପଦ କ୍ଷେପ ନେବା ପାଇଁ ଅନୁରୋଧ।

Attabira, Bargarh (Baragarh) | Aug 14, 2026

ଜନବସତି ଭିତରେ ବିଦ୍ୟୁତ୍ ଖୁଣ୍ଟର ବିପଦଜନକ ଅବସ୍ଥା
ସମ୍ବଲପୁର ଜିଲ୍ଲା, କଲମାଟି ପଞ୍ଚାୟତ, କର୍ଣ୍ଣପାଲି ଗାଁରେ ବିଦ୍ୟୁତ୍ ଖୁଣ୍ଟଟି ବହୁତ ବିପଦଜନକ ଅବସ୍ଥାରେ ରହିଛି।
ଫଟୋରେ ଦେଖାଯାଉଛି ଯେ ଖୁଣ୍ଟର ତଳ ଅଂଶରେ ଅଧିକ କ୍ଷୟ ଓ ଭାଙ୍ଗିବାର ଆଶଙ୍କା ରହିଛି। ଏହି ଖୁଣ୍ଟ ଯେକୌଣସି ସମୟରେ ଭାଙ୍ଗି ପଡ଼ି ଦୁର୍ଘଟଣା ଘଟାଇପାରେ।
ତେଣୁ ବିଦ୍ୟୁତ୍ ବିଭାଗ ଓ ସମ୍ପୃକ୍ତ ଅଧିକାରୀଙ୍କୁ ଅନୁରୋଧ
ଘଟଣାସ୍ଥଳକୁ ଶୀଘ୍ର ଯାଞ୍ଚ କରି, ବିପଦଜନକ ଖୁଣ୍ଟଟିକୁ ତୁରନ୍ତ ମରାମତି କିମ୍ବା ପରିବର୍ତ୍ତନ କରାଯାଉ।
ଲୋକଙ୍କ ଜୀବନ ସୁରକ୍ଷା ପାଇଁ ଏହି ସମସ୍ୟାକୁ ଗୁରୁତ୍ୱର ସହ ନିଆଯାଉ।ବିପଦ ଘଟିବା ପୂର୍ବରୁ ସମାଧାନ କରନ୍ତୁ—ଜୀବନ ବଞ୍ଚାନ୍ତୁ।
ଯୋଗାଯୋଗ -8763221900
Godbhaganews

ଜନବସତି ଭିତରେ ବିଦ୍ୟୁତ୍ ଖୁଣ୍ଟର ବିପଦଜନକ ଅବସ୍ଥା ସମ୍ବଲପୁର ଜିଲ୍ଲା, କଲମାଟି ପଞ୍ଚାୟତ, କର୍ଣ୍ଣପାଲି ଗାଁରେ ବିଦ୍ୟୁତ୍ ଖୁଣ୍ଟଟି ବହୁତ ବିପଦଜନକ ଅବସ୍ଥାରେ ରହିଛି। ଫଟୋରେ ଦେଖାଯାଉଛି ଯେ ଖୁଣ୍ଟର ତଳ ଅଂଶରେ ଅଧିକ କ୍ଷୟ ଓ ଭାଙ୍ଗିବାର ଆଶଙ୍କା ରହିଛି। ଏହି ଖୁଣ୍ଟ ଯେକୌଣସି ସମୟରେ ଭାଙ୍ଗି ପଡ଼ି ଦୁର୍ଘଟଣା ଘଟାଇପାରେ। ତେଣୁ ବିଦ୍ୟୁତ୍ ବିଭାଗ ଓ ସମ୍ପୃକ୍ତ ଅଧିକାରୀଙ୍କୁ ଅନୁରୋଧ ଘଟଣାସ୍ଥଳକୁ ଶୀଘ୍ର ଯାଞ୍ଚ କରି, ବିପଦଜନକ ଖୁଣ୍ଟଟିକୁ ତୁରନ୍ତ ମରାମତି କିମ୍ବା ପରିବର୍ତ୍ତନ କରାଯାଉ। ଲୋକଙ୍କ ଜୀବନ ସୁରକ୍ଷା ପାଇଁ ଏହି ସମସ୍ୟାକୁ ଗୁରୁତ୍ୱର ସହ ନିଆଯାଉ।ବିପଦ ଘଟିବା ପୂର୍ବରୁ ସମାଧାନ କରନ୍ତୁ—ଜୀବନ ବଞ୍ଚାନ୍ତୁ। ଯୋଗାଯୋଗ -8763221900 Godbhaganews

Attabira, Bargarh (Baragarh) | Aug 11, 2026

Attabira, Bargarh (Baragarh) | Aug 10, 2026

ଆଜି ସଂଯୁକ୍ତ କୃଷକ ସଂଗଠନ ବରଗଡ଼ ତରଫରୁ ଅଗ୍ରଗାମୀ ଯୁବକ ସଂଘ ଠାରେ ପ୍ରେସ ବାର୍ତ୍ତାର ଆଯୋଜନ କରାଯାଇଥିଲା। ଏହି ପ୍ରେସ ବାର୍ତ୍ତା ସମୟରେ ସଂଯୁକ୍ତ କୃଷକ ସଂଗଠନ ଉପଦେଷ୍ଟା ଉତ୍ପନ୍ନ ଭୋଇ, ଅଜୀତ ଶତପଥୀ, ରମେଶ ମହାପାତ୍ର, ସୁଦାମ ପାତ୍ର, ଭୁବନ ପଧାନ, ରବିଶଙ୍କର ପଧାନ, ଥବିର ସାହୁ, ଟେକରାଜ ପଧାନ, କିଶୋର ସାହୁ, ବୀରବଳ ମହାକୁଡ଼, ସୁରେନ୍ଦ୍ର ସାହୁ ଏବଂ ସୁବ୍ରତ ପଧାନ ମଞ୍ଚାସିନ ଥିଲେ। ସେମାନଙ୍କ କହିବା ଅନୁସାରେ ସଂଯୁକ୍ତ କିସାନ ମୋର୍ଚ୍ଚା ଆହ୍ବାନ କ୍ରମେ ଆସନ୍ତା 10 ଅଗଷ୍ଟରେ 84 ତମ କ୍ରାନ୍ତି ଦିବସ ଅବସରରେ ସାରାକରମାନଙ୍କ ଚାଷୀ ମାରଣ ନୀତି ବିରୋଧରେ ଦେଶର 1000 ଟି ସ୍ଥାନରେ ରେଳ ରୋକ, ରାସ୍ତା ରୋକ,ଜେଲ ଭରୋ ଭଳି ପ୍ରତିବାଦ କାର୍ଯ୍ୟକ୍ରମ ହେବ। ବରଗଡ଼ରେ ମଧ୍ୟ ସଂଯୁକ୍ତ କୃଷକ ସଙ୍ଗଠନ ପକ୍ଷରୁ ଏସ ପି, ବରଗଡ଼ ଏସ ଡି ପି ପଦ୍ମପୁର ଓ ଏବଂ ଅତାବିରା ପୋଲିସ ଷ୍ଟେସନ ସମ୍ମୁଖରେ ପ୍ରତିବାଦ ସଭା ସହିତ ଜେଲ ଭରୋ କାର୍ଯ୍ୟକ୍ରମ କରିବା ପାଇଁ ଘୋଷଣା କରିଛନ୍ତି। ତାଙ୍କର ପ୍ରମୁଖ ଦାବୀ ମଧ୍ୟରେ ଆମେରିକା ଭାରତ ଡିଲ, ସବୁ ଚାଷୀଙ୍କ ଋଣ ଛାଡ଼, ଫସଳର ଉଚିତ ମୂଲ୍ୟ ଏବଂ ବଜାର ବ୍ୟବସ୍ଥା, ରାସାୟନିକ ସାର, ଘରୋଇ ବିଦ୍ୟୁତ ବିଲ,ବିହନ ବିଲ 2025, ଶ୍ରମିକ ସୁରକ୍ଷା, ମନରେଗା,ଜମି ଅଧିଗ୍ରହଣ ଏବଂ ସ୍ଥାନୀୟ ଦାବୀ ଲଘୁଚାପ ଜନିତ କ୍ଷତିପୂରଣ, ସାର କଳାବଜାରୀ, ଫସଲ ବୀମା ଏବଂ ଧାନ କାର୍ଡ ପଞ୍ଜିକରଣ ବେଳେ ଏଗ୍ରିଷ୍ଟାକକୁ ବିରୋଧ କରାଯାଇଛି

ଆଜି ସଂଯୁକ୍ତ କୃଷକ ସଂଗଠନ ବରଗଡ଼ ତରଫରୁ ଅଗ୍ରଗାମୀ ଯୁବକ ସଂଘ ଠାରେ ପ୍ରେସ ବାର୍ତ୍ତାର ଆଯୋଜନ କରାଯାଇଥିଲା। ଏହି ପ୍ରେସ ବାର୍ତ୍ତା ସମୟରେ ସଂଯୁକ୍ତ କୃଷକ ସଂଗଠନ ଉପଦେଷ୍ଟା ଉତ୍ପନ୍ନ ଭୋଇ, ଅଜୀତ ଶତପଥୀ, ରମେଶ ମହାପାତ୍ର, ସୁଦାମ ପାତ୍ର, ଭୁବନ ପଧାନ, ରବିଶଙ୍କର ପଧାନ, ଥବିର ସାହୁ, ଟେକରାଜ ପଧାନ, କିଶୋର ସାହୁ, ବୀରବଳ ମହାକୁଡ଼, ସୁରେନ୍ଦ୍ର ସାହୁ ଏବଂ ସୁବ୍ରତ ପଧାନ ମଞ୍ଚାସିନ ଥିଲେ। ସେମାନଙ୍କ କହିବା ଅନୁସାରେ ସଂଯୁକ୍ତ କିସାନ ମୋର୍ଚ୍ଚା ଆହ୍ବାନ କ୍ରମେ ଆସନ୍ତା 10 ଅଗଷ୍ଟରେ 84 ତମ କ୍ରାନ୍ତି ଦିବସ ଅବସରରେ ସାରାକରମାନଙ୍କ ଚାଷୀ ମାରଣ ନୀତି ବିରୋଧରେ ଦେଶର 1000 ଟି ସ୍ଥାନରେ ରେଳ ରୋକ, ରାସ୍ତା ରୋକ,ଜେଲ ଭରୋ ଭଳି ପ୍ରତିବାଦ କାର୍ଯ୍ୟକ୍ରମ ହେବ। ବରଗଡ଼ରେ ମଧ୍ୟ ସଂଯୁକ୍ତ କୃଷକ ସଙ୍ଗଠନ ପକ୍ଷରୁ ଏସ ପି, ବରଗଡ଼ ଏସ ଡି ପି ପଦ୍ମପୁର ଓ ଏବଂ ଅତାବିରା ପୋଲିସ ଷ୍ଟେସନ ସମ୍ମୁଖରେ ପ୍ରତିବାଦ ସଭା ସହିତ ଜେଲ ଭରୋ କାର୍ଯ୍ୟକ୍ରମ କରିବା ପାଇଁ ଘୋଷଣା କରିଛନ୍ତି। ତାଙ୍କର ପ୍ରମୁଖ ଦାବୀ ମଧ୍ୟରେ ଆମେରିକା ଭାରତ ଡିଲ, ସବୁ ଚାଷୀଙ୍କ ଋଣ ଛାଡ଼, ଫସଳର ଉଚିତ ମୂଲ୍ୟ ଏବଂ ବଜାର ବ୍ୟବସ୍ଥା, ରାସାୟନିକ ସାର, ଘରୋଇ ବିଦ୍ୟୁତ ବିଲ,ବିହନ ବିଲ 2025, ଶ୍ରମିକ ସୁରକ୍ଷା, ମନରେଗା,ଜମି ଅଧିଗ୍ରହଣ ଏବଂ ସ୍ଥାନୀୟ ଦାବୀ ଲଘୁଚାପ ଜନିତ କ୍ଷତିପୂରଣ, ସାର କଳାବଜାରୀ, ଫସଲ ବୀମା ଏବଂ ଧାନ କାର୍ଡ ପଞ୍ଜିକରଣ ବେଳେ ଏଗ୍ରିଷ୍ଟାକକୁ ବିରୋଧ କରାଯାଇଛି

Attabira, Bargarh (Baragarh) | Aug 9, 2026

ଗୋଡ଼ଭଗା ପ୍ରାଥମିକ କୃଷି ସମବାୟ ସମିତି ଉଦଘାଟିତ
ବରଗଡ଼ - 3/08/26- ବରଗଡ଼ ଜିଲା ଅତାବିରା ବ୍ଲକ ଗୋଡ଼ଭଗା ମାର୍କେଟ ୟାର୍ଡ଼ ପରିସରରେ ସୋମବାର ଗୋଡ଼ଭଗା ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ )ଉଦଘାଟିତ ହୋଇଯାଇଛି l ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଶୁଭ ଉଦଘାଟନ କରିଥିଲେ l ଫଳରେ ଅତାବିରା ବ୍ଲକରେ ପ୍ୟାକ୍ସ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି l ଏହି ଅବସରରେ ବରଗଡ଼ ସମବାୟ ଉପ ନିବନ୍ଧକ (DRCS) ଯୁଗଳ କିଶୋର ଦାଶ, ପ୍ରଶାସକ ଡୋଲମଣୀ ପୁରୋହିତ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ l ପୂର୍ବରୁ ଲହଣ୍ଡା ପ୍ୟାକ୍ସ ସହ ଥିବା ଗୋଡ଼ଭଗା ଗ୍ରାମ ପଞ୍ଚାୟତର ଚାଷୀ ମାନଙ୍କୁ ନେଇ ଗୋଡ଼ଭଗା ପ୍ୟାକ୍ସ ଆଜି ଉଦଘାଟନ କରାଯାଇଛି l ଫଳରେ ଏଠାକାର ଚାଷୀମାନେ ବିଶେଷ କରି ଉପକୃତ ହେବେ l ଆସନ୍ତା ବର୍ଷରୁ ଏହି ପ୍ୟାକ୍ସ ମାଧ୍ୟମରେ ଚାଷୀ ମାନେ ଫଟିଲାଇଜର୍, ରାସାୟନିକ ସାର ବିକ୍ରୟ ଆରମ୍ଭ ହେବ l ଯାତଦ୍ୱାରା ଚାଷୀ ବିଶେଷ ଭାବେ ଉପକୃତ ହୋଇପାରିବେ l ଏନେଇ ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ କହିଛନ୍ତି ଯେ, ଚାଷୀଙ୍କ ହିତ ଦୃଷ୍ଟିରେ ଏହି ପ୍ୟାକ୍ସ ଖୋଲାଯାଇଛି l ଅଧିକରୁ ଅଧିକ ପ୍ୟାକ୍ସ ଅଫିସ କରିବାରୁ ଚାଷୀ ହିଁ ଯଥେଷ୍ଟ ଉପକୃତ ହୋଇ ପାରିବେ l ଚାଷୀ ନିଜର ଏହି ପ୍ୟାକ୍ସ ମାଧ୍ୟମରେ ନିଜର ସୁଚିନ୍ତିତ ମତାମତ ଦେଇ ପାରିବେ l ଧାନ ବିକ୍ରି ପାଇଁ ସେମାନେ ନିଜ ନିଜ ଚାଷୀ ପଞ୍ଚିକରଣ ସୁବିଧା ଓ ସରଳ ଭାବେ ବିନା ଭିଡରେ ଶୀଘ୍ର କରାଇ ପାରିବେ l ଏହି ପ୍ୟାକ୍ସ ପାଇଁ ଏବେ ଅସ୍ଥାୟୀ କୋଠାରେ କାମ ଆରମ୍ଭ ହେବ ଏବଂ ଖୁବ ଶୀଘ୍ର ଏହାର ସ୍ଥାୟୀ କୋଠା ନିର୍ମାଣ ସରିଲେ ସେଠାକୁ ସ୍ଥାନନ୍ତରୀତ କରାଯିବ ବୋଲି ବିଧାୟକ ଶ୍ରୀ ମହାନନ୍ଦ ପ୍ରକାଶ କରିଛନ୍ତି l ଏହି ଅବସରରେ ବହୁ ଚାଷୀ, ଗୋଡ଼ଭଗାର ସଚେତନ ନାଗରିକ, ବୁଦ୍ଧିଜିବୀ ଯୋଗ ଦେଇଥିଲେ l

ଗୋଡ଼ଭଗା ପ୍ରାଥମିକ କୃଷି ସମବାୟ ସମିତି ଉଦଘାଟିତ ବରଗଡ଼ - 3/08/26- ବରଗଡ଼ ଜିଲା ଅତାବିରା ବ୍ଲକ ଗୋଡ଼ଭଗା ମାର୍କେଟ ୟାର୍ଡ଼ ପରିସରରେ ସୋମବାର ଗୋଡ଼ଭଗା ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ )ଉଦଘାଟିତ ହୋଇଯାଇଛି l ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଶୁଭ ଉଦଘାଟନ କରିଥିଲେ l ଫଳରେ ଅତାବିରା ବ୍ଲକରେ ପ୍ୟାକ୍ସ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି l ଏହି ଅବସରରେ ବରଗଡ଼ ସମବାୟ ଉପ ନିବନ୍ଧକ (DRCS) ଯୁଗଳ କିଶୋର ଦାଶ, ପ୍ରଶାସକ ଡୋଲମଣୀ ପୁରୋହିତ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ l ପୂର୍ବରୁ ଲହଣ୍ଡା ପ୍ୟାକ୍ସ ସହ ଥିବା ଗୋଡ଼ଭଗା ଗ୍ରାମ ପଞ୍ଚାୟତର ଚାଷୀ ମାନଙ୍କୁ ନେଇ ଗୋଡ଼ଭଗା ପ୍ୟାକ୍ସ ଆଜି ଉଦଘାଟନ କରାଯାଇଛି l ଫଳରେ ଏଠାକାର ଚାଷୀମାନେ ବିଶେଷ କରି ଉପକୃତ ହେବେ l ଆସନ୍ତା ବର୍ଷରୁ ଏହି ପ୍ୟାକ୍ସ ମାଧ୍ୟମରେ ଚାଷୀ ମାନେ ଫଟିଲାଇଜର୍, ରାସାୟନିକ ସାର ବିକ୍ରୟ ଆରମ୍ଭ ହେବ l ଯାତଦ୍ୱାରା ଚାଷୀ ବିଶେଷ ଭାବେ ଉପକୃତ ହୋଇପାରିବେ l ଏନେଇ ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ କହିଛନ୍ତି ଯେ, ଚାଷୀଙ୍କ ହିତ ଦୃଷ୍ଟିରେ ଏହି ପ୍ୟାକ୍ସ ଖୋଲାଯାଇଛି l ଅଧିକରୁ ଅଧିକ ପ୍ୟାକ୍ସ ଅଫିସ କରିବାରୁ ଚାଷୀ ହିଁ ଯଥେଷ୍ଟ ଉପକୃତ ହୋଇ ପାରିବେ l ଚାଷୀ ନିଜର ଏହି ପ୍ୟାକ୍ସ ମାଧ୍ୟମରେ ନିଜର ସୁଚିନ୍ତିତ ମତାମତ ଦେଇ ପାରିବେ l ଧାନ ବିକ୍ରି ପାଇଁ ସେମାନେ ନିଜ ନିଜ ଚାଷୀ ପଞ୍ଚିକରଣ ସୁବିଧା ଓ ସରଳ ଭାବେ ବିନା ଭିଡରେ ଶୀଘ୍ର କରାଇ ପାରିବେ l ଏହି ପ୍ୟାକ୍ସ ପାଇଁ ଏବେ ଅସ୍ଥାୟୀ କୋଠାରେ କାମ ଆରମ୍ଭ ହେବ ଏବଂ ଖୁବ ଶୀଘ୍ର ଏହାର ସ୍ଥାୟୀ କୋଠା ନିର୍ମାଣ ସରିଲେ ସେଠାକୁ ସ୍ଥାନନ୍ତରୀତ କରାଯିବ ବୋଲି ବିଧାୟକ ଶ୍ରୀ ମହାନନ୍ଦ ପ୍ରକାଶ କରିଛନ୍ତି l ଏହି ଅବସରରେ ବହୁ ଚାଷୀ, ଗୋଡ଼ଭଗାର ସଚେତନ ନାଗରିକ, ବୁଦ୍ଧିଜିବୀ ଯୋଗ ଦେଇଥିଲେ l

Attabira, Bargarh (Baragarh) | Aug 3, 2026