ଶ୍ରୀ ଅରବିନ୍ଦଙ୍କ ଜୟନ୍ତୀ ପାଳିତ
କୁଚିଣ୍ଡା,କୁଚିଣ୍ଡା ବ୍ଲକ କିରା ଶାସନସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ର ଠାରେ ଶ୍ରୀ ଅରବିନ୍ଦ ଙ୍କ ଜୟନ୍ତୀ ମହା ସମାରୋହରେ ପାଳିତ ହୋଇ ଯାଇଛି ।ଏହି ଉପଲକ୍ଷେ ଶିକ୍ଷା କେନ୍ଦ୍ର ର ଅଧ୍ୟକ୍ଷ ତେଜର।ଜ୍ ମହାପାତ୍ର ଙ୍କ ସଭାପତିତ୍ବରେ ଆୟୋଜିତ ଜୟନ୍ତୀ ସଭାରେ ଅବସର ପ୍ରାପ୍ତ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଶ୍ରୀ ଅରବିନ୍ଦ ଙ୍କ ସ୍ୱାଧୀନତା ସଂଗ୍ରାମ ପ୍ରତି ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ଅବସର ପ୍ରାପ୍ତ ଶିକ୍ଷକ ଭବାନୀ ଶଙ୍କର ନାୟକ ମୁଖ୍ୟବକ୍ତା ଓ ସୌଭାଗ୍ୟ କୁମାର ପଟେଲ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଉତ୍ସବ ସ୍ଥଳରେ ଭାରତର ଜାତୀୟ ପତାକା ଓ ଆଧ୍ୟାତ୍ମିକ ପତାକା ଉତ୍ତୋଳନ କରାଯାଇଥିଲା । ପ୍ରାରମ୍ଭରେ ସହକାରୀ ଶିକ୍ଷକ ନବୀନ କୁମାର ସାହୁ ସ୍ଵାଗତ ଜଣାଇବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶେଷରେ ଲିନା ପଟେଲ ଧନ୍ୟବାଦ୍ ଅର୍ପଣ କରିଥିଲେ । #kuchindatvlive #kuchinda #sambalpur #OdishaNews