Public App Logo
ଆସୁଛି ସୁବର୍ଣ୍ଣରେଖାର ବନ୍ୟା: ଗାଁ ଗାଁରେ ପ୍ରଶାସନର ଡାକବାଜି ଯନ୍ତ୍ର ଯୋଗେ ସତର୍କ ସୂଚନା ଉପରମୁଣ୍ଡାରେ ପ୍ରବଳ ବର୍ଷା ଜାରି ରହିଥିବାରୁ ସୁବର୍ଣ୍ଣରେଖା ନଦୀରେ ବନ୍ୟା ଆଶଙ୍କା ଦେଖାଦେଇଛି। ଝାରଖଣ୍ଡର ଗାଲୁଡିହ ବ୍ୟାରେଜର ୯ଟି ଗେଟ୍ ଖୋଲାଯାଇଥିବା ଯୋଗୁଁ ନଦୀର ଜଳସ୍ତର କ୍ରମଶଃ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ବ୍ୟାପକ ସତର୍କତା ଜାରି କରାଯାଇଛି। ​ବନ୍ୟା ଆଶଙ୍କା ଥିବା ଅଞ୍ଚଳଗୁଡ଼ିକ ମଧ୍ୟରେ ଭୋଗରାଇ, ଜଳେଶ୍ୱର ଏବଂ ବାଲିଆପାଳ ବ୍ଲକ୍ର ଅନେକ ଗ୍ରାମ ପ୍ରଭାବିତ ହେବାର ସମ୍ଭାବନା ରହିଛି। ସ୍ଥିତି ଉପରେ କଡ଼ା ନଜର ରଖିବା ସହ ନଦୀକୂଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବା ପାଇଁ ପ୍ରଶାସନ ପକ୍ଷରୁ ଗାଁ ଗାଁରେ ଡାକବାଜି ଯନ୍ତ୍ର (ମାଇକ୍) ଯୋଗେ ପ୍ରଚାର କରାଯାଉଛି। ​ପ୍ରଶାସନ ପକ୍ଷରୁ ଲୋକଙ୍କୁ ସତର୍କ ରହିବାକୁ ଏବଂ ନଦୀକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ସମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ ସ୍ଥାନୀୟ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଥିବା ଜଣାପଡ଼ିଛି। - Kamarda News