Public App Logo
ପୋଖରୀରେ ଗୋଡ଼ ଖସିଲା, ଚାଲିଗଲା ଜୀବନ! ଲମତାପୁଟ ବ୍ଲକ କଡ୍ରିମାଳିପୁଟ ଗ୍ରାମରେ ଅଘଟଣ। ପୋଖରୀକୁ ଶୌଚ ହେବାକୁ ଯାଇଥିବା ଜନମତି ସୀସାଙ୍କ ଗୋଡ଼ ଖସି ଗଭୀର ପାଣିରେ ବୁଡ଼ି ମୃତ୍ୟୁ। ଘରକୁ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ପୋଖରୀ କୂଳରେ ଚପଲ ପଡ଼ିଥିବା ଦେଖି ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା। ଉଦ୍ଧାର କରି ଲମତାପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନିଆଯାଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ। ଘଟଣାକୁ ନେଇ ଲମତାପୁଟ ପୋଲିସର ତଦନ୍ତ ଜାରି ରହିଛି। 📍 ଲମତାପୁଟ, କୋରାପୁଟ #Koraput #Lamtaput #OdishaNews #LocalNews #KoraputNews - Koraput Town News