Public App Logo
📢 କୋରାପୁଟ ବିଜେପିର ମିଶ୍ରଣ ପର୍ବ କୋରାପୁଟ ବିଧାୟକ ରଘୁରାମ ମାଛଙ୍କ ବାସଭବନରେ ଅନୁଷ୍ଠିତ ହୋଇଛି ବିଜେପିର ମିଶ୍ରଣ ପର୍ବ। ବିଭିନ୍ନ ଦଳ ଛାଡ଼ି ଶତାଧିକ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଶୈଳୀରେ ଅନୁପ୍ରାଣିତ ହୋଇ ନୂଆ କର୍ମୀମାନେ ବିଜେପିରେ ଯୋଗ ଦେଇଥିବା କୁହାଯାଇଛି। ଏହି ଅବସରରେ କୋରାପୁଟ ବିଧାୟକ ରଘୁରାମ ମାଛ କହିଛନ୍ତି, “ଡବଲ ଇଞ୍ଜିନ ସରକାରରେ ଡବଲ ଉନ୍ନତି ଜାରି ରହିଛି।” ଆଗାମୀ ଦିନରେ କୋରାପୁଟରେ ବିଜେପିକୁ ଆହୁରି ମଜବୁତ କରିବା ସହ ଏଭଳି ମିଶ୍ରଣ ପର୍ବ ଜାରି ରହିବ ବୋଲି ସେ କହିଛନ୍ତି। #କୋରାପୁଟ #ବିଜେପି #ମିଶ୍ରଣପର୍ବ #ରଘୁରାମମାଛ #KoraputBJP #KoraputNews #BJP #OdishaPolitics - Koraput Town News