ଜଳ ବନ୍ଦିରେ ଥିବା ଲୋକେ ସମସ୍ୟା ଜଣେଇଲେ ସମାଧାନ କି ଆଶ୍ୱାସନା ମିଳିବା ପରିବର୍ତ୍ତେ ଧକ୍କା ମାରିଲେ ଜଳେଶ୍ଵର ବିଜେପି ନେତା ବ୍ରଜମହନ ପ୍ରଧାନ । ନାଲି ଆଖି ଦେଖାଇ ମାଡ ମାରିବାର ଧମକ ଦେଲେ ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ ଙ୍କ ପିଏ ଚନ୍ଦ୍ରବିନ୍ଦୁ ଦାସ । ସୁଚନା ଅନୁଯାୟୀ ବାଲେଶ୍ବର ଜିଲ୍ଲା ଜଳେଶ୍ବର, ଭୋଗରାଇ , ବାଲିଆପାଳ ବ୍ଳକ ର ସତାଥିକ ଗାଁ ଜଳ ବନ୍ଦୀ ରେ ରହିଛନ୍ତି । ଆଜି ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ଜଳେଶ୍ଵର ବିଜେପି ନେତା ବ୍ରଜମୋହନ ପ୍ରଧାନ , ଜଳେଶ୍ଵର ବିଡିଓ , ବିଭିନ୍ନ ବନ୍ୟାଞ୍ଚଳ ଗସ୍ତ କରୁଥିଲେ। ବାଗପୁଞ୍ଜି ପୋଲ ନିକଟରେ ଛିଡ଼ା ହେଇଥିବା ବେଳେ ବାଗପୁଞ୍ଚି ଗ୍ରାମର ଦୁଇଜଣ ଯୁବକ ସାଂସଦ ଆଜି ଆସିଛନ୍ତି ୭ ଦୀନ ହେଲ ପୁରା ଗାଁ ପାଣି ଘେରରେ ଅଛନ୍ତି । ଲୋକଙ୍କୁ କୈଣସି ସରକାର ସହାୟତା ଦିଆ ଯାଉନାହିଁ ଆପଣ ରାସ୍ତା ଉପରେ ଛିଡ଼ା ହେଇ କାହିଁକି ବୁଲି ଯାଉଛନ୍ତି ବୋଲି ଅଭିଯୋଗ କରିଥିଲେ । ଜଦି ଦେଖିବାର ଅଛି ଲୋକଙ୍କ ସମସ୍ୟା ତେବେ ଗାଁ ଭିତରକୁ ପ୍ରବେଶ କରନ୍ତୁ ବୋଲି କହିଥିଲେ ଅଭିଯୋଗ ଶୁଣି ବିଜେପି ନେତା ବ୍ରଜମୋହନ ପ୍ରଧାନ ଉକ୍ଷୀପ୍ତ ହେଇ ନାଲି ଆଖି ଦେଖାଇ ଧକ୍କା ମାରି ଟାଣି ନେବା ସହିତ । ସାଂସଦ ପିଏ ଏମାନଙ୍କୁ ମାଡ଼ ଦରକାର ବୋଲି ଭିଡିଓ ରେ ଦେଖା ଯାଉଛି। ଏବଂ ବଗପୁଞ୍ଜି ଗ୍ରାମର କୋମଲ୍ ଲୋଚନ ପାତ୍ର ଙ୍କୁ ଧକ୍କା ମାରି ପିଟିବା ସହିତ ନାମ୍ପ ଫାଣ୍ଡିରେ ଅଟକ ରଖିଛନ୍ତି। ତେବେ ଏଠି ପ୍ରଶ୍ନ ଉଠୁଛି ବନ୍ୟା ପିଡ଼ିତ ସମସ୍ୟା ଜଣାଇଲେ କାହିଁକି ମାଡ଼ । ଲୋକେ ଙ୍କ ସମସ୍ୟା ସମାଧାନ ପରିବର୍ତ୍ତେ ଏମିତି ଧକ୍କା ମାରିବା ଏବେ ଚର୍ଚ୍ଚା ର କେନ୍ଦ୍ର ବିନ୍ଦୁ ପାଲଟିଛି।