ହେଡ୍ଲାଇନ୍: ୧୦ ଲକ୍ଷ ଟଙ୍କା ପାଇଁ ମୃତ୍ୟୁର କାରଣ ବଦଳାଇବା ଅଭିଯୋଗ!
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳରେ ଚାଞ୍ଚଲ୍ୟକର ଘଟଣା। ଗଛ ପଡ଼ି ଜଣେ ଚାଷୀଙ୍କ ମୃତ୍ୟୁ ହୋଇଥିବା ବେଳେ, ଏହାକୁ ହାତୀ ଆକ୍ରମଣଜନିତ ମୃତ୍ୟୁ ବୋଲି ଦର୍ଶାଇବାକୁ ଉଦ୍ୟମ ହୋଇଥିବା ଅଭିଯୋଗର ଖୁଲାସା କରିଛି ବନବିଭାଗ।
ସୂଚନା ଅନୁସାରେ, କେନ୍ଦୁପଶି ଗାଁର ଚାଷୀ ବୁଲା ମହାରଣାଙ୍କ ମୃତ୍ୟୁ ଘଟଣାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। କଙ୍କିଳୀ ଗାଁ ନିକଟରେ ଜଣେ ବ୍ୟକ୍ତି ଏକ ଶୁଖିଲା ଗଛ କାଟୁଥିବା ସମୟରେ, ନିକଟରେ ଠିଆ ହୋଇଥିବା ବୁଲା ମହାରଣାଙ୍କ ଉପରେ ଗଛଟି ପଡ଼ିଯାଇଥିଲା। ଫଳରେ ତାଙ୍କର ମୃତ୍ୟୁ ହୋଇଥିବା ବନବିଭାଗର ତଦନ୍ତରୁ ଜଣାପଡ଼ିଥିବା ସୂଚନା ମିଳିଛି।
ଏହି ଘଟଣାରେ ପରଜଙ୍ଗ ବ୍ଲକ୍ ତୁଳସୀପଶି ଗାଁର ରାଜକିଶୋର ସାହୁଙ୍କୁ ବନବିଭାଗ ଗିରଫ କରିଛି। ଏଥିସହ କଟାଯାଇଥିବା ଗଛର କାଠ ମଧ୍ୟ ଜବତ କରାଯାଇଛି।
ତେବେ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ପାଇଁ ମୃତ୍ୟୁର କାରଣ ବଦଳାଇବାକୁ ଉଦ୍ୟମ ହୋଇଥିବା ଅଭିଯୋଗକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଘଟଣାରେ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ତାହା ତଦନ୍ତ ପରେ ସ୍ପଷ୍ଟ ହେବ�