ହରଭଙ୍ଗା ବ୍ଲକ ଜର୍ଣ୍ଣାଲିଷ୍ଟ ଆସୋସିଏସନ ପକ୍ଷରୁ ୮୦ ତମ ସ୍ୱାଧୀନତା ଦିବସ ପାଳିତ
ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଜର୍ଣ୍ଣାଲିଷ୍ଟ ଆସୋସିଏସନ କାର୍ଯ୍ୟାଳୟଠାରେ ୮୦ ତମ ସ୍ୱାଧୀନତା ଦିବସ ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି। ସଂଘର ସଭାପତି ଶାଶ୍ୱତ ଦାସଙ୍କ ତତ୍ତ୍ୱାବଧାନରେ ଏହି ଉତ୍ସବ ଅନୁଷ୍ଠିତ ହୋଇଥିଲା।
ଝାଡ଼ରାଜିଂ ଆବାସିକ ବିଦ୍ୟାଳୟର ପ୍ରାୟ ୧୫୦ ଜଣ ଛାତ୍ରଛାତ୍ରୀ ଓ ଶିକ୍ଷକ-ଶିକ୍ଷୟତ୍ରୀ ସହର ପରିକ୍ରମା କରି ସଂଘ କାର୍ଯ୍ୟାଳୟରେ ପହଞ୍ଚିଥିଲେ।
ସଂଘର ମୁଖ୍ୟ ଉପଦେଷ୍ଟା କୁନା ବେହେରା ପତାକା ଉତ୍ତୋଳନ କରି ଦେଶ ପାଇଁ ବଳିଦାନ ଦେଇଥିବା ବୀର ସଂଗ୍ରାମୀଙ୍କ ସ୍ମୃତିଚାରଣ କରିବା ସହ ଦେଶର ପ୍ରଗତି ପାଇଁ ସଂକଳ୍ପ ନେବାକୁ ଆହ୍ୱାନ ଦେଇଥିଲେ।ସମ୍ପାଦକ ଶୁଶାନ୍ତ ବେହେରା ଓ ଉପସଭାପତି କୁମୁଦଚନ୍ଦ୍ର ନାଏକ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ସିମୁନ ନାଏକ ପରିଚାଳନା କରିଥିଲେ।
ଏହି ଅବସରରେ ସଂଘର ଉପଦେଷ୍ଟା ସୁକାନ୍ତ ପଟ୍ଟନାୟକ, ଚିତରଞ୍ଜନ ସିଂହ, ସଦାନନ୍ଦ ନାଏକ, ବାସୁଦେବ ସାହୁ, ପ୍ରଭାତ ନାଏକ, ବିଜୟ ନାଏକ, ବିବେକାନନ୍ଦ ସାହୁ, ବୃନ୍ଦାବନ ପାତ୍ରଙ୍କ ସମେତ ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ଉପସ୍ଥିତ ଥିଲେ।
#IndependenceDay #Boudh #Harbhanga #JournalistsAssociation #OdishaNews #IndependenceDay2026